ଅନଗୁଳ-ଢେଙ୍କାନାଳ

ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରଦୂଷଣ ବିଭାଗ ଅଧିକାରୀ: ପରିଦର୍ଶନ କଲେ ବାୟୋ ବର୍ଜ୍ୟ ପୋଡ଼ା ସ୍ଥାନ

ଅନୁଗୋଳ ଅଫିସ, ୧୬।୧-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ ବର୍ଜ୍ୟବସ୍ତୁ ଖୋଲାରେ ଜଳାଯାଉଛି। ଏ ସମ୍ପର୍କିତ ଏକ ଖବର ଗତ ୧୪ ତାରିଖରେ ‘ଧରିତ୍ରୀ’ରେ ପ୍ରକାଶ ପରେ ମଙ୍ଗଳବାର ଅନୁଗୋଳ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଦୁଇଜଣ ଅଧିକାରୀ ମେଡିକାଲରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ପ୍ରଥମେ ବିଭାଗ ପକ୍ଷରୁ ନଂ. ୧୨୧/୧୯ରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏକ ପରିଦର୍ଶନ ନୋଟିସ କରାଯାଇଥିଲା। ଏହାପରେ ପ୍ରଦୂଷଣ ବିଭାଗର ଅଧିକାରୀ ରାକେଶ କୁମାର ମହାନ୍ତି ଓ ଚନ୍ଦ୍ର ଶେଖର ଚୌହ୍ବାନ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରବା ସହ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ମେଡିକାଲରେ ବାୟୋ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ହେଉ ନ ଥିବା ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅବଗତ କରାଯିବ ବୋଲି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟ ଡ. ଅନୁପ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। 

ପୂର୍ବାହ୍ନରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଦୁଇ ଅଧିକାରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ଥିଲେ। ସେମାନେ ପ୍ରଥମେ ବାୟୋ ବର୍ଜ୍ୟବସ୍ତୁ ଜଳା ଯାଉଥିବା ସ୍ଥାନକୁ ଯାଇଥିଲେ। ଏହି ସମୟରେ ସେଠାରେ ବିଭିନ୍ନ ସାମଗ୍ରୀ ଥିବା ବେଳେ ବର୍ଜ୍ୟ ରଖିବାକୁ କଚଡ଼ା ଡବା ରଖାଯାଉ ନ ଥିବା ଦେଖିବାକୁ ପାଇଥିଲେ। ଏଥିସହ ୱେଷ୍ଟ କଣ୍ଟେନମେଣ୍ଟ ଘର ପଛ ପଟେ ରକ୍ତ ଭିଜା କପଡ଼ା, ତୁଳା, ଗଜ, ସରିଞ୍ଜ, ସାଲାଇନ୍‌ ଓ ବ୍ଲଡ ବ୍ୟାଗ ଭଳି ସାମଗ୍ରୀ ଜଳାହେଉଥିବା ଦେଖିଥିଲେ। ଏହା ଦେଖି ସମ୍ପୃକ୍ତ ଅଧିକାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବ୍ୟବସ୍ଥା ସମ୍ପର୍କରେ ପଚରା ଉଚରା ବେଳେ କର୍ତ୍ତୃପକ୍ଷ ୱେଷ୍ଟ କଣ୍ଟେନମେଣ୍ଟ ଖରାପ ଥିବା ଦର୍ଶାଇଥିଲେ। ଏଥିସହ ଠିକା ସଂସ୍ଥାର ଅବଧି ଶେଷ ହୋଇଥିବା ମଧ୍ୟ କହିଥିଲେ। 

ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଡ. ମଲ୍ଲିକ କହିଛନ୍ତି, ଗତ ୪ ମାସ ହେବ ଏପରି ଭାବେ ବାୟୋ ବର୍ଜ୍ୟ ପରିଚାଳନା ହେଉଥିବା ଅନୁମାନ କରାଯାଉଛି, ଯାହା ଅତି ସମ୍ବେଦନଶୀଳ ଘଟଣା। ଏହା ଚର୍ମ ଓ ଶ୍ୱାସ ଜନିତ ରୋଗ ସୃଷ୍ଟି କରିବାର ଆଶଙ୍କା ଥିବାରୁ ବ୍ୟବସ୍ଥାରେ ସୁଧାର ଆଣିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏଥିପାଇଁ କର୍ତ୍ତୃପକ୍ଷଙ୍କୁ ଏକ ମାସର ମହଲତ ଦିଆଯିବ। ଏଥିସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମଧ୍ୟ ପତ୍ର ମାଧ୍ୟମରେ ବିବରଣୀ ଜଣାଇ ଦିଆଯିବ। ଏକମାସ ପରେ ସ୍ଥିତିରେ ସୁଧାର ନ ଆସିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମେଡିକାଲ ପରିସରରେ ବାୟୋ ବର୍ଜ୍ୟବସ୍ତୁ ରଖିବା ପାଇଁ ଷ୍ଟୋର ରୁମ୍‌ ନାହିଁ। ଏହାଛଡ଼ା ବୁଲା କୁକୁର ଉକ୍ତ ନିଷିଦ୍ଧାଞ୍ଚଳରେ ପ୍ରବେଶ କରୁଥିବାରୁ ତାହାକୁ ରୋକିବାକୁ ତାର ବାଡ଼ ବୁଲାଯିବା, ଷ୍ଟୋର ରୁମ୍‌ କରିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ଡ. ମଲ୍ଲିକ ପ୍ରକାଶ କରିଛନ୍ତି। ଏ ନେଇ ମେଡିକାଲ ଏଡିଏମ୍‌ଓ ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଅଧିକାରୀମାନେ ଆସି ପରିଦର୍ଶନ କରି ଯାଇଛନ୍ତି। ବିଭାଗର ପରାମର୍ଶ ଅନୁସାରେ କାର୍ଯ୍ୟ କରାଯିବ।

All Right Reserved By

ଅନଗୁଳ-ଢେଙ୍କାନାଳ

ପୋଲିସ, ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଫାଣ୍ଡି ଘେରାଉ

ପୋଲିସ, ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଫାଣ୍ଡି ଘେରାଉ

ତାଳଚେର, ୧୯।୨(ନି.ପ୍ର.): ପ୍ରଶାସନ ଓ ପୋଲିସର ନିଷ୍କ୍ରିୟତା ପ୍ରତିବାଦ, ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ,  ନୂତନ ମାପ ଓଜନ କଣ୍ଟାକୁ କାର୍ଯ୍ୟକ୍ଷମ କରିବା ଦାବିରେ ତାଳଚେର ବ୍ଲକ ସୋଲଡା ଗ୍ରାମବାସୀ ଗୋପାଳପ୍ରସାଦ ଫାଣ୍ଡିକୁ ସୋମବାରଠାରୁ ଘେରାଉ କରିଛନ୍ତି। 

ପୋଖରୀରେ ବୁଡି ବାଳିକା ମୁତ

ପୋଖରୀରେ ବୁଡି ବାଳିକା ମୁତ

ବଅଁରପାଳ, ୧୯।୨(ଡି.ଏନ.ଏ.):ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆ ହତା ଅଞ୍ଚଳର ଜଣେ ବାଳିକା ପୋଖରୀରେ ବୁଡି ମୃତ୍ୟୁ ହୋଇଛି।

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଢେଙ୍କାନାଳ ଅଫିସ, ୧୯।୨ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବୋରାପଦା ଖମାର ଗ୍ରାମରେ ମହିଳାମାନେ ସଙ୍ଗଠିତ ହୋଇ ସୋମବାର ନିଶାମୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି। 

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୯ା୨ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା। ସାଧୁସନ୍ଥଙ୍କ ସମାଗମରେ ପ୍ରକମ୍ପିତ ହେଉଛି ମହିମା ଧର୍ମର ମୁଖ୍ୟପୀଠ ଗାଦିମନ୍ଦିର। ମହିମା ଅଲେଖ ଧ୍ୱନିରେ ଫାଟିପଡ଼ୁଛି ସମଗ୍ର ପୀଠ ପରିସର। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ପ୍ରଜ୍ୱଳିତ ହୋଇଛି ଝାଡ଼ଦୀପ। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାର ପ୍ରଥମ ଦିନରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ।

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ଅନୁଗୋଳ ଅଫିସ/ ବଅଁରପାଳ ୧୯।୨(ଡି.ଏନ.ଏ.)ଅନୁଗୋଳ ଜିଲା ନାଲ୍‌କୋଠାରେ ସୋମବାର ପୂର୍ବାହ୍ନରେ ଅତ୍ୟାଧୁନିକ ଏଲ.ଭି. ପ୍ରସାଦ ସେକେଣ୍ଡାରୀ ପ୍ଲସ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଯାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। 

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

ଭାପୁର, ୧୯।୨(ଡି.ଏନ.ଏ.)ରାସ୍ତା ତିଆରି ହେବ। ଲୋକ ସୁବିଧାରେ ଯାତାୟାତ କରିବେ। ଏଥିପାଇଁ ଦୀର୍ଘ ୧୨ବର୍ଷ ହେଲା ଗଦା ହୋଇଛି ମୋରମ। ହେଲେ ନା ତିଆରି ହେଉଛି ରାସ୍ତା, ନା ଘୁଞ୍ଚୁଛି ଲୋକଙ୍କ ଦୁଃଖ। ଶୋଚନୀୟ ହୋଇପଡ଼ିଥିବା ରାସ୍ତା ଅଞ୍ଚଳର ପ୍ରଗତିରେ ପ୍ରତିବନ୍ଧକ ପାଲଟିଥିବାବେଳେ ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ ଅଧୀନ କରଡ଼ାମଡ଼ା ଗ୍ରାମବାସୀ ଏପରି ଦୁର୍ଦ୍ଦଶା ପାଇଁ କେବଳ ଭାଗ୍ୟକୁ ନିନ୍ଦୁଛନ୍ତି। 

ତେଜୁଛି ସୋଲଡ଼ା-ଡଅଁରା ଗ୍ରାମବାସୀଙ୍କ ବିବାଦ:ଫାଣ୍ଡି ଘେରିଲେ ସୋଲଡ଼ାବାସୀ

ତାଳଚେର,୧୯ା୨(ନି.ପ୍ର.)କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ସୋଲଡ଼ା ଓ ଡଅଁରା ଗ୍ରାମବାସୀଙ୍କ ବିବାଦ ବଢିବାରେ ଲାଗିଛି। ଏହାକୁ କେନ୍ଦ୍ର କରି ଡଅଁରା ଗ୍ରାମବାସୀ ସୋମବାର ବଳରାମ କୋଇଲା ଖଣି ଅଚଳ କରିଥିବାବେଳେ ସନ୍ଧ୍ୟାରେ ସୋଲଡା ଗ୍ରାମବାସୀ ଗୋପାଳପ୍ରସାଦ ଫାଣ୍ଡି ଘେରାଉ କରିଛନ୍ତି। 

 ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର,   ସମ୍ମାନର ସହ ନାକଚ କରୁଛି: ତଥାଗତ

ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର, ସମ୍ମାନର ସହ ନାକଚ କରୁଛି: ତଥାଗତ

ପାଲଲହଡା,୧୮।୨(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ନୋ-ଏଣ୍ଟ୍ରି ଛକଠାରେ ଆଇଓସିଏଲ ପକ୍ଷରୁ ନିର୍ମିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ସ୍ଥାନୀୟ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ପେଟ୍ରୋଲିୟମ୍‌ ମନ୍ତ୍ରୀ ପ୍ରଧାନ   ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କୁ କଟାକ୍ଷ କରିଥିଲେ। 

ଆଦର୍ଶ ଗୃହସ୍ଥ ଜୀବନ ଉପରେ ଗୁରୁତ୍ୱ

ଆଦର୍ଶ ଗୃହସ୍ଥ ଜୀବନ ଉପରେ ଗୁରୁତ୍ୱ


ଢେଙ୍କାନାଳ ଅଫିସ, ୧୮ା୨-ଢେଙ୍କାନାଳସ୍ଥିତ ମହିଷାପାଟ କୃଷି ବିଜ୍ଞାନକେନ୍ଦ୍ର ନିକଟ ପଡ଼ିଆରେ ସୋମବାରଠାରୁ ଆରମ୍ଭ ହୋଇଛି ପରମହଂସ ସ୍ବାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ। ପ୍ରଥମ ଦିବସ ପ୍ରାତଃରୁ ପ୍ରତୀକ୍ଷା, ଠାକୁରଙ୍କ ଷୋଡ଼ଶ ଉପଚାର ପୂଜା, ମଙ୍ଗଳ ଆଳତି ହେବା ପରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମୂହିକ ପ୍ରାର୍ଥନା ସଭାରେ ଯୋଗଦେଇଥିବାବେଳେ ଏହାକୁ ନେଇ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ଏହାପରେ ଆୟୋଜିତ ହୋଇଥିଲା ଅନ୍ତରଙ୍ଗ ଏବଂ ଉଦ୍‌ବୋଧନୀ ସଭା।

ଏକାଠି ହେଲେ ପୁରାତନ ଛାତ୍ରୀଛାତ୍ର  : ଅସହାୟଙ୍କୁ ସହଯୋଗ କରିବାକୁ ସଂକଳ୍ପ

ଏକାଠି ହେଲେ ପୁରାତନ ଛାତ୍ରୀଛାତ୍ର : ଅସହାୟଙ୍କୁ ସହଯୋଗ କରିବାକୁ ସଂକଳ୍ପ

ଭୁବନ, ୧୮।୨(ଡି.ଏନ.ଏ.)-ଭୁବନ ବାଜି ରାଉତ ସ୍ମୃତି କଲେଜର ୧୯୮୪ ଆଇଏ ବ୍ୟାଚ୍‌ ଛାତ୍ରୀଛାତ୍ରଙ୍କ ପକ୍ଷରୁ ରବିବାର ସ୍ଥାନୀୟ ବାଜି ରାଉତ ଶହୀଦ ପୀଠ ନିକଟରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୬୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରୀଛାତ୍ର ଯୋଗଦେଇ ଗରିବ, ଅସହାୟଙ୍କୁ ସହାୟତାର ହାତ ବଢ଼ାଇବାକୁ ସଂକଳ୍ପବଦ୍ଧ ହୋଇଥିଲେ। ସେହିପରି ଅଞ୍ଚଳର ସମସ୍ୟା ସମାଧାନ ଲାଗି ୭ଜଣିଆ କମିଟି ଗଠିତ ହୋଇଛି। 

ପାନୀୟ  ଜଳ  ଯୋଗାଣ  ଉପରେ ଗୁରୁତ୍ୱ

ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ବଇଣ୍ଡା,୧୮।୨(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ସୋମବାର  ଜଳଯୋଗାଣ ପ୍ରକଳ୍ପ ଉଦଘାଟିତ ହୋଇଛି। ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବାସହ ଆୟୋଜିତ ସଭାରେ ଯୋଗଦେଇ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କୁ କିଭଳି ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପ୍ରତି ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତପ୍ରକାଶ କରିଥିଲେ।

କୂଅରେ ଖସି ପଡ଼ିଥିବା ହାତୀ ଶାବକ ଉଦ୍ଧାର

କୂଅରେ ଖସି ପଡ଼ିଥିବା ହାତୀ ଶାବକ ଉଦ୍ଧାର

ଢେଙ୍କାନାଳ ଅଫିସ,୧୮।୨-ଢେଙ୍କାନାଳ ଜିଲା ହିନ୍ଦୋଳ ରୋଡ଼ ଫାଣ୍ଡି ବାଙ୍ଗୁରିସିଂହା ନିକଟ ଚାଷ ଜମିରେ ଥିବା ଏକ କୂଅରେ ଖସିପଡ଼ିଥିବା ୨ବର୍ଷର ହାତୀ ଶାବକକୁ  ସୋମବାର ସକାଳେ ଗ୍ରାମବାସୀ ଉଦ୍ଧାର କରିଛନ୍ତି।