ବ୍ରହ୍ମପୁର

ନାବାଳିକା ମା’ ହେବା ଘଟଣା: ପୀଡିତାଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା

ନାବାଳିକା ମା’ ହେବା ଘଟଣା: ପୀଡିତାଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା

ବ୍ରହ୍ମପୁର ଅଫିସ୍‌,୧୬ା୧-କନ୍ଧମାଳ ଜିଲାର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀ ମା’ ହେବା ଘଟଣାରେ ମଙ୍ଗଳବାର ବ୍ରହ୍ମପୁର ବଡ ମେଡିକାଲରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଦୁଇ ଜଣିଆ ପ୍ରତିନିଧିତ୍ୱ ଦଳ ପହଞ୍ଚତ୍ ଚିକିତ୍ସାଧୀନ ପୀଡିତାଙ୍କୁ ଭେଟି ଆଲୋଚନା କରି ଫେରିଛନ୍ତି। ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଓ ସଦସ୍ୟା ଦିବ୍ୟ ଶାଶ୍ୱତୀ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସିତ ପୀଡିତାଙ୍କଠାରୁ ସମସ୍ତ ଘଟଣା ବୁଝିବା ସହିତ ସ୍ବାସ୍ଥ୍ୟାବସ୍ଥା ଦେଖି ଫେରିଛନ୍ତି। ପୀଡିତାଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଅଣାଯିବା ନେଇ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଥିବା ସେ ଜଣାଇଛନ୍ତି। ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ବେଳେ ସେ ଖୁବ୍‌ଶୀଘ୍ର ଆରୋଗ୍ୟ ହୋଇ ପାଠ ପଢି ବାର୍ଷିକ ପରୀକ୍ଷା ଦେବେ ବୋଲି ଜଣାଇଥିବା ଅଧ୍ୟକ୍ଷା କହିଛନ୍ତି। କନ୍ଧମାଳ ଶିଶୁ ସୁରକ୍ଷା ୟୁନିଟ୍‌ ଡିସିପିଓ ରଶ୍ମିତା କରଣ ଏବଂ ଗଞ୍ଜାମ ଡିସିପିଓ ସୁବୋଧ ଷଡଙ୍ଗୀ ଆଟେଣ୍ଡାଣ୍ଟ୍‌ ଭାବେ ନିୟୋଜିତ ହୋଇଥିବା ବେଳେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ଆଇସିଟିସି କାଉନ୍‌ସିଲର୍‌ ଗୀତାଞ୍ଜଳି ପଣ୍ଡା ଏବଂ ବନବାସୀ ସେବାସମିତି କାଉନସିଲର ରଶ୍ମିତା କମ୍ପ ପୀଡିତାଙ୍କ ନିକଟରେ ରହି ତାଙ୍କ ମାନସିକସ୍ତରରେ କାଉନ୍‌ସେଲିଂ କରୁଥିବା ଜଣାଯାଇଛି। ପୀଡିତାଙ୍କ ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ଖର୍ଚ୍ଚ ସମେତ ପାଠପଢା ଖର୍ଚ୍ଚ ମଧ୍ୟ ସରକାର ବହନ କରିବାକୁ ଥିବା ବେଳେ କୌଣସି ପ୍ରକାର ସମସ୍ୟା ସୃଷ୍ଟି ଯେପରି ନ ହେବ ସେଥିପ୍ରତି ଗୁରୁତ୍ୱାରୋପ କରାଯାଉଛି ବୋଲି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ଜଣାଇଛନ୍ତି।


All Right Reserved By

ବ୍ରହ୍ମପୁର

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଗଞ୍ଜାମ,୧୫।୨(ଡି.ଏନ.ଏ.)- ରମ୍ଭା ଥାନା ଚଣ୍ଡିପୁର ସାହି ବୋମାମାଡ଼ ଘଟଣାରେ ପୋଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପ୍ରଦୀପ ଗୌଡ଼, ବାବୁଲା ଗୌଡ଼ (ରମ୍ଭା ଦାସସାହି), ନାରାୟଣ ସୁବୁଦ୍ଧି (ରମ୍ଭା) ଏବଂ ଯୁଧୀଷ୍ଠିର ବେହେରା (ବାଗଲପୁର)। ଏମାନଙ୍କୁ ବୋମା ତିଆରି ସାମଗ୍ରୀ ଯୋଗାଇ ଥିବା ଅଭିଯୋଗରେ ମଧ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁନା ମହାରଣା ଏବଂ ରଞ୍ଜିତ ପ୍ରଧାନ।

ନିଜୁମା ଘାଟିରେ ଦୁର୍ଘଟଣା: ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ନିଜୁମା ଘାଟିରେ ଦୁର୍ଘଟଣା: ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ମୋହନା,୧୫।୨(ଡି.ଏନ୍‌.ଏ.)- ମୋହନା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ନିଜୁମା ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ ଗଛରେ ପିଟିହୋଇ ୪୦ଫୁଟ ତଳକୁ ଖସି ପଡିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ବଡଗଡ ଥାନା ବଳରାମପୁର ପଞ୍ଚାୟତର ଏ. ବିଜନ ମଣ୍ଡଳ (୨୩) ଓ ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତ ହିଚାଗାନ୍ଧୀ ଗ୍ରାମର ରବି ରଇତ (୨୨)।

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ଶେରଗଡ,୧୫।୨(ଡି.ଏନ୍‌.ଏ.)-ଶେରଗଡସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର କଂଗ୍ରେସର ଜୋନ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ଡ. ତ୍ରିନାଥ ବେହେରା ଅଧ୍ୟକ୍ଷତା କରିଥିଲେ। ଜୋନ ସ୍ତରୀୟ କଂଗ୍ରେସ ସଭାପତି ରାମକୃଷ୍ଣ ପଣ୍ଡା ଓ ସୀମାଞ୍ଚଳ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ନିର୍ବାଚନୀ ବୁଗୁଲ ବାଜିଛି।

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସୋରାଦେବୀ  ମନ୍ଦିର ଗଣ୍ଡିଶୁଳା ରାସ୍ତାରେ ଶୁକ୍ରବାର ସକାଳେ ଏନକାଉଣ୍ଟର ହୋଇଛି। 

ପିକ୍‌ଅପ୍‌ ଧକ୍କାରେ ଶିଶୁକନ୍ୟା ମୃତ: ରାସ୍ତାରୋକୋ

ପିକ୍‌ଅପ୍‌ ଧକ୍କାରେ ଶିଶୁକନ୍ୟା ମୃତ: ରାସ୍ତାରୋକୋ

ଦିଗପହଣ୍ଡି/ପାଟପୁର, ୧୫ା୨(ଡି.ଏନ.ଏ.)- ଦିଗପହଣ୍ଡି-ରାୟଗଡ଼ା ରାଜ୍ୟ ରାଜପଥର ଡ଼େଙ୍ଗାଓସ୍ତା ଗ୍ରାମ ଢ଼ିପସାହି ନିକଟରେ ପିକଅପ୍‌ ଧକ୍କାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏଲ. ଲିପ୍ସା ଦୋରା(୫)।

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ୍‌,୧୫ା୨- କେହି ନ ଥିବା ସମୟରେ ଘରେ ପଶି ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ବ୍ରହ୍ମପୁର ଏଡିଜେ-୨ ପୋକ୍ସୋ କୋର୍ଟ ଜଜ୍‌ ଦୀପକ କୁମାର ଅଭିଯୁକ୍ତ ପଡୋଶୀ ପ୍ରଶାନ୍ତ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି| 

ଆଜିଠୁ କୁଷ୍ଠମୁକ୍ତ ଗାଁ ଅଭିଯାନ

ଆଜିଠୁ କୁଷ୍ଠମୁକ୍ତ ଗାଁ ଅଭିଯାନ

ଛତ୍ରପୁର,୧୫ା୨(ଡି.ଏନ.ଏ)- ଗଞ୍ଜାମ ଜିଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ବୁଧବାର ଛତ୍ରପୁରସ୍ଥିତ ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ କୁଷ୍ଠ ନିରାକରଣ ପକ୍ଷ ପାଳିତ ହୋଇଯାଇଛି|  

ମଦମୁକ୍ତ ଅଭିଯାନ: ସ୍ପିରିଟ ପୋଡ଼ିଲେ ମହିଳା

ମଦମୁକ୍ତ ଅଭିଯାନ: ସ୍ପିରିଟ ପୋଡ଼ିଲେ ମହିଳା

ବୁଗୁଡ଼ା,୧୫ା୨(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତରେ ଥିବା ୯ ଖଣ୍ଡ ଗ୍ରାମକୁ ମଦମୁକ୍ତ କରିବାକୁ ମହିଳାମାନେ ଅଣ୍ଟା ଭିଡିଛନ୍ତି। ମଦମୁକ୍ତ ପଞ୍ଚାୟତ ଘୋଷଣା ଦାବି ନେଇ ଗୁରୁବାର ଉକ୍ତ ପଞ୍ଚାୟତର ଜନସାଧାରଣ ତଥା ସହସ୍ରାଧିକ ମହିଳା ଏହି ଅଭିଯାନ ଆରମ୍ଭ କରିଛନ୍ତି।

ବିଦ୍ୟୁତ୍‌ ଆଲୁଅରୁ ବଞ୍ଚିତ ଲୁହୁରିବାଲିବାସୀ

ବିଦ୍ୟୁତ୍‌ ଆଲୁଅରୁ ବଞ୍ଚିତ ଲୁହୁରିବାଲିବାସୀ

ଫୁଲବାଣୀ ଅଫିସ, ୧୫ା୨-କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ଅଳ୍ପ ଦୂର ଗଞ୍ଜୁଗୁଡା ପଞ୍ଚାୟତ ଲୁହୁରୀବାଲି ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଞ୍ଚି  ପାରିନାହିଁ। ତେଣୁ ଗ୍ରାମର ମହିଳାମାନେ ଏଥିରେ ଅତିଷ୍ଠ ହୋଇ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯଥାଶୀଘ୍ର ଗ୍ରାମକୁ ବିଦ୍ୟୁତ୍‌ ଯୋଗାଇ ଦେବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟ: ଛାତ୍ରଙ୍କ ମାଡ଼ରେ ଛାତ୍ର ଗୁରୁତର

ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟ: ଛାତ୍ରଙ୍କ ମାଡ଼ରେ ଛାତ୍ର ଗୁରୁତର

ଫିରିଙ୍ଗିଆ, ୧୫ା୨: ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀର କେତେଜଣ ଛାତ୍ରଙ୍କ ମାଡ଼ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କ ବାପା ଘଟଣାର ତଦନ୍ତ ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ପୋଖରୀରେ ବୁଡ଼ି ଛାତ୍ର ମୃତ

ପୋଖରୀରେ ବୁଡ଼ି ଛାତ୍ର ମୃତ

ଗଞ୍ଜାମ,୧୪।୨(ଡି.ଏନ.ଏ.)- ରମ୍ଭା ଥାନା ବିଟି ନୂଆଗଁାସ୍ଥିତ ଏକ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡିଆଁଡେଇଁ ଗ୍ରାମର ବିରଞ୍ଚତ୍ ଦାସଙ୍କ ପୁଅ ଚିନ୍ମୟ (୮)। ମିଳିଥିବା ତଥ୍ୟ ଅନୁଯାୟୀ ମୃତ ଚିନ୍ମୟ ବିଟି ନୂଆଗାଁ ନିଜ ଅଜା ଇଶ୍ୱର ନାହାକଙ୍କ ଘରେ ରହି ପାଠ ପଢୁଥିଲେ। ବୁଧବାର ସନ୍ଧ୍ୟାରେ ଶୌଚ ପାଇ ଯାଇ ପୋଖରୀକୁ ଖସି ପଡିଥିଲେ। ଘର ଲୋକେ ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ।

ଆକ୍ରମଣ ମାମାଲ: ଯୁବକଙ୍କୁ ୭ମାସ ଜେଲ

ଆକ୍ରମଣ ମାମାଲ: ଯୁବକଙ୍କୁ ୭ମାସ ଜେଲ

ଶେରଗଡ,୧୪।୨(ଡି.ଏନ୍‌.ଏ.)- ଶେରଗଡ ମାଜିଷ୍ଟ୍ରେଟ ରେଖାରାଣୀ ନାୟକ ଗୁରୁବାର ଏକ ଆକ୍ରମଣ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତଙ୍କୁ ୭ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ପ୍ରକାଶ ଯେ, ୨୦୧୭ ଅଗଷ୍ଟ ୧୧ରେ କାଞ୍ଜିଆମାର ଜୟରାମ ପ୍ରଧାନଙ୍କୁ ଗ୍ରାମର ସନ୍ତୋଷ ଜେନା ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏନେଇ ଜୟରାମ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସନ୍ତୋଷ ଜାମିନରେ ମୁକୁଳିଥିଲେ। ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଶେରଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନାୟକ ସନ୍ତୋଷଙ୍କୁ ୭ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କୁ ଆସିକା ଜେଲ ହାଜତକୁ ପଠାଇ ଦିଆଯାଇଛି। ପିପି ସରୋଜ କୁମାର ମଲ୍ଲିକ ଓ ରାଧାକୃଷ୍ଣ ଡାକୁଆ ମାମଲା ପରିଚାଳନା କରିଥିଲେ।