ଅପରାଧ | ବ୍ରହ୍ମପୁର

ନାବାଳିକାଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ନାବାଳିକାଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ଜି.ଉଦୟଗିରି,୧୫।୧(ଡି.ଏନ.ଏ.)-ଜି.ଉଦୟଗିରି ଥାନା ଅଞ୍ଚଳର ଜଣେ ଯୁକ୍ତ ୨ ଆଦିବାସୀ ନାବାଳିକାଙ୍କ ଅଶ୍ଳିଳ ଭିଡିଓ ଭାରଇରାଲ କରିବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ସ୍ଥାନୀୟ ସହରର ପ୍ରୟାଗରାଜ ନାୟକ (୧୯)। ନାବାଳିକାଙ୍କୁ ଜିଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି ବୋଲି ଜି.ଉଦୟଗିରି ଏସଡିପିଓ ଜୟକୃଷ୍ଣ ବେହେରା କହିଛନ୍ତି। ସୋମବାର ନାବାଳିକାଙ୍କ ମା’ଙ୍କ ଏତଲାକ୍ରମେ ନଂ. ୮/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏସଡିପିଓ କହିଛନ୍ତି। ପ୍ରକାଶ ଯେ, ଯୁବକ ଜଣକ ନାବାଳିକାଙ୍କ ସହିତ ସମ୍ପର୍କ ରଖି ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳିଳ ଭିଡିଓ  ଉତ୍ତୋଳନ କରି ଏହାକୁ ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ।

All Right Reserved By

ଅପରାଧ | ବ୍ରହ୍ମପୁର

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଗଞ୍ଜାମ,୧୫।୨(ଡି.ଏନ.ଏ.)- ରମ୍ଭା ଥାନା ଚଣ୍ଡିପୁର ସାହି ବୋମାମାଡ଼ ଘଟଣାରେ ପୋଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପ୍ରଦୀପ ଗୌଡ଼, ବାବୁଲା ଗୌଡ଼ (ରମ୍ଭା ଦାସସାହି), ନାରାୟଣ ସୁବୁଦ୍ଧି (ରମ୍ଭା) ଏବଂ ଯୁଧୀଷ୍ଠିର ବେହେରା (ବାଗଲପୁର)। ଏମାନଙ୍କୁ ବୋମା ତିଆରି ସାମଗ୍ରୀ ଯୋଗାଇ ଥିବା ଅଭିଯୋଗରେ ମଧ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁନା ମହାରଣା ଏବଂ ରଞ୍ଜିତ ପ୍ରଧାନ।

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଛେଣ୍ଡିପଦା,୧୫।୨(ସ୍ବ.ପ୍ର)- ଛେଣ୍ଡିପଦା ଥାନା ସରପାଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲକ୍ଷେ ଟଙ୍କା ଯୌତୁକ ପାଇଁ  ଗ୍ରାମର କେଶବ ସାହୁ ତାଙ୍କ ବୋହୂ କୁସୁମ(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। 

ଧରାପଡିଲେ ୪ ହାଇୱେ ଲୁଟେରା:  ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌  ଜବତ୍‌

ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

 ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି ।  

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି ।  ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। 

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼,୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଛିି। ଏହି ଚଢ଼ାଉରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯିବା ବେଳେ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ କରିଥିଲେ। 

ବ୍ୟାଙ୍କରେ ଡକାୟତି: ଜମାକାରୀଙ୍କଠାରୁ ୫ ମୋବାଇଲ, ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବ୍ୟାଙ୍କରେ ଡକାୟତି: ଜମାକାରୀଙ୍କଠାରୁ ୫ ମୋବାଇଲ, ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବଡ଼ବିଲ,୧୫।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କ ଶାଖାରେ ଶୁକ୍ରବାର  ଡକାୟତି ହୋଇଛି। 

 ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟାପକ

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟାପକ

ସୋର,୧୫।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋରସ୍ଥିତ ତଳନଗର କଲେଜର  ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ  ଚଢ଼ାଉ ଚାଲିଛି। 

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସୋରାଦେବୀ  ମନ୍ଦିର ଗଣ୍ଡିଶୁଳା ରାସ୍ତାରେ ଶୁକ୍ରବାର ସକାଳେ ଏନକାଉଣ୍ଟର ହୋଇଛି। 

ମଦଭାଟିରୁ ଚୋରି ଟଙ୍କା ଉଦ୍ଧାର, ଜଣେ ଗିରଫ

ମଦଭାଟିରୁ ଚୋରି ଟଙ୍କା ଉଦ୍ଧାର, ଜଣେ ଗିରଫ

ଧରାକୋଟ,୧୪।୨(ଡି.ଏନ୍‌.ଏ.)- ଧରାକୋଟ ନିକଟସ୍ଥ ଜାନିବିଲି ଋଷିକୁଲ୍ୟା ନଦୀ ପଠାରେ ଥିବା ଦେଶୀମଦ ଭାଟିରୁ ଚୋରି ଯାଇଥିବା ଟଙ୍କା ପୋଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

ମଦ ବୋଝେଇ ଅଟୋ ଜବତ, ଜଣେ ଗିରଫ

ମଦ ବୋଝେଇ ଅଟୋ ଜବତ, ଜଣେ ଗିରଫ

କୋଦଳା,୧୪।୨(ଡି.ଏନ୍‌.ଏ.)- କୋଦଳା ନିକଟ ବେଲପଡା ଛକରୁ ବୁଧବାର ବିଳମ୍ବିତ ରାତିରେ ଦେଶୀ ମଦ ବୋଝେଇ ଏକ ଅଟୋ ପୋଲିସ ଜବତ କରିଛି। ଅଟୋ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ନାବାଳିକା ବଳାତ୍କାର ଘଟଣା: ବାଳସୁଧାର ଗୃହ ଗଲେ ଅଭିଯୁକ୍ତ ନାବାଳକ

ବାରିପଦା ଅଫିସ, ୧୪।୨-ମୟୂରଭଞ୍ଜ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗତ ୧୨ତାରିଖରେ ବଳାତ୍କାର ଘଟଣାରେ ପୋଲିସ ଏକ ମାମଲା(ନଂ.୧୦/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ ଗୁରୁବାର ସକାଳେ ନିଜ ହେପାଜତକୁ ନେଇଥିବା ସଦର ଥାନା ଅଧିକାରିଣୀ ସ୍ବର୍ଣ୍ଣଳତା ମିଞ୍ଜ କହିଛନ୍ତି।