ରାଜ୍ୟ | ସମ୍ବଲପୁର

ରାସ୍ତାକଡ ମେଟାଲ ଯୋଗୁ ବାଇକ୍‌ ଦୁର୍ଘଟଣା: ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ରାସ୍ତାକଡ ମେଟାଲ ଯୋଗୁ ବାଇକ୍‌ ଦୁର୍ଘଟଣା: ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କର୍ଲାମୁଣ୍ଡା,୧୫।୧(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ବାଗବୁରାଇ ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଟକାରୁମାଲ ଗଁାର ଜଗନ୍ନାଥ ବେହେରା (୩୮) । ଖବର ପାଇ ସ୍ଥାନୀୟ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚତ୍ ଶବ ଜବତ କରି ୧୦୮ ଆମ୍ବୁଲାନ୍ସ ଯୋଗେ କର୍ଲାମୁଣ୍ଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ହୋଇସାରିଥିବା ସୂଚନା ଦେଇଥିଲେ। ମଙ୍ଗଳବାର ସକାଳ ୧୦ଟାରୁ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଶବ ରଖି ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ବିଡିଓ କିଶୋର କୁମାର ପଣ୍ଡା, ତହସିଲଦାର ଅବନିକାନ୍ତ ସାହୁ, ମ.ରାମପୁର ଥାନା ଅଧିକାରୀଣୀ ରେଣୁକା ସୁନା, ଏସଡିପିଓ ଗୁପ୍ତେଶ୍ୱର ଭୋଇ ପହଞ୍ଚତ୍ ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ  ସେମାନେ କ୍ଷତି ପୂରଣ ଦେବାକୁ ଦାବି କରିଥିଲେ। ଅପରାହ୍ନ ୧.୩୦ରେ କୌଣସି ସମାଧାନ ହୋଇଥିଲା। ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଓ ହରିଶଚନ୍ଦ୍ର ଯୋଜନାରେ ୨୦୦୦ ହଜାର ଟଙ୍କା ଦେବା ସହିତ ଗାର୍ଡୱାଲ ନିର୍ମାଣ ପାଇଁ ମେଟାଲ ରଖିଥିବା ଠିକାଦାରଙ୍କ ସମ୍ପର୍କୀୟ ପହଞ୍ଚତ୍ ୧ ଲକ୍ଷ ୫୦ ହଜାର ଟଙ୍କା ଆର୍ଥତ୍କ ସହାୟତା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଶବ ବ୍ୟବଚ୍ଛେଦ ପାଇଁ ମ.ରାମପୁର ପଠାଯାଇଥିବା ଥାନାଧିକାରୀ କହିଛନ୍ତି। ସୂଚନା ଅନୁସାରେ ଟକାରୁମାଲ ଗଁାର ଜଗନ୍ନାଥ କୌଣସି କାମ ପାଇଁ ସ.ମାଲପଡା ଯାଇ ଫେରୁଥିବା ବେଳେ ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ଗାର୍ଡୱାଲ ନିର୍ମାଣ ପାଇଁ ରାସ୍ତାକଡରେ ରଖାଯାଇଥିବା ମେଟାଲ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। 


All Right Reserved By

ରାଜ୍ୟ | ସମ୍ବଲପୁର

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

 ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ପାଟଣା,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବିଜେଡି ଉପସଭାପତି ଦେବାନନ୍ଦ ପୃଷ୍ଟି ରବିବାର ପଦରୁ ଇସ୍ତଫା ଦେଇଛନ୍ତି। 

  ଜଙ୍ଗଲରୁ  ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ ପାଣିପୋଇଲା ସାନହାମରା ଜଙ୍ଗଲରୁ ରବିବାର  ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।

   ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ  ଆଡ଼ଚେର ଗ୍ରାମରେ ଶନିବାର ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ  କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ଭୁବନ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭୁବନଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଷ୍ଟାଟିକ ସର୍ଭିଲାନ୍ସ ୧୨ ନଂ.  ଟିମ୍‌ଙ୍କୁ ମହୁଲପାଳ ପଞ୍ଚାୟତରେ ଶନିବାର ଦୁର୍ବ୍ୟବହାର  କରାଯାଇଥିଲା

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୧।୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିବାର ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ଦାବିରେ କେନ୍ଦୁଝର ମାଇନିଂ ସ୍କୁଲ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ଅନୁଗୋଳ ଅଫିସ,୨୧।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହେବାକୁ ଥିବାବେଳେ  ଏ ନେଇ ଅନୁଗୋଳ ନିିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ରୋଡ ଶୋ’ କରାଯାଇଛି। 

ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ନିରଞ୍ଜନଙ୍କ କଡା ଆଭିମୁଖ୍ୟ: ୬ ଜଣଙ୍କୁ ବହିଷ୍କାର

ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ନିରଞ୍ଜନଙ୍କ କଡା ଆଭିମୁଖ୍ୟ: ୬ ଜଣଙ୍କୁ ବହିଷ୍କାର

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରବିିବାର ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ବିଜୟଙ୍କ ପାଇଁ ପୁଣି ଅଗ୍ନିପରୀକ୍ଷା: ବେଦୁଙ୍କ ପରଲୋକ ଯୋଗୁ ସ୍ଥଗିତ ହେବ ପାଟକୁରା ବିଧାନସଭା ନିର୍ବାଚନ

ବିଜୟଙ୍କ ପାଇଁ ପୁଣି ଅଗ୍ନିପରୀକ୍ଷା: ବେଦୁଙ୍କ ପରଲୋକ ଯୋଗୁ ସ୍ଥଗିତ ହେବ ପାଟକୁରା ବିଧାନସଭା ନିର୍ବାଚନ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପାଟକୁରା ବିଧାୟକ ତଥା  ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ପରେ ଏହି ନିର୍ବାଚନମଣ୍ଡଳୀରେ ନିର୍ବାଚନ ସ୍ଥଗିତ ହେବା ନେଇ ଏକପ୍ରକାର ନିିଶ୍ଚିତ ହୋଇଯାଇଛି।

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ଅଫିସ,୨୧।୪: ଏପ୍ରିଲ ୨୩ରେ ଜିଲାର ନୟାଗଡ଼ ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଏଠାରେ କେଉଁ ପ୍ରାର୍ଥୀ ଜିତିବେ ତାହାକୁ ନେଇ ଚା ଖଟିଠୁ ଆରମ୍ଭ କରି ପାନ ଦେକାନ ଯାଏ ସବୁଠି ଚର୍ଚ୍ଚା ଚାଲିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୩୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି; ପିନାକୀ, ବବି ସବୁଠୁ ଧନୀ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୩୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି; ପିନାକୀ, ବବି ସବୁଠୁ ଧନୀ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆସନ୍ତା ୨୩  ତାରିଖରେ ରାଜ୍ୟର ୬ ଲୋକ ସଭା ଏବଂ ୪୨ଟି ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳରୁ  ଓ ସ୍ବାଧୀନ ଭାବେ ୩୫୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର;  ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର; ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଅଫିସ,୨୧। ୪: ଯାଜପୁର ଜିଲାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଏକ ସପ୍ତାହ ରହିଲା। ସେଥିପାଇଁ ନେତାମାନେ ଏବେଠାରୁ ପୂରା ଦମରେ ପ୍ରଚାରରେ ଲାଗି ପଡିଛନ୍ତି। ମର୍ଯ୍ୟାଦାଜନକ ଯାଜପୁର ଲୋକ ସଭା ଆସନରେ ଏବେ ନିର୍ବାଚନୀ ପରିବେଶ ବେଶ୍‌ ସରଗରମ ହୋଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri