ଅନଗୁଳ-ଢେଙ୍କାନାଳ

‘କଳାସଂସ୍କୃତି ସମାଜର ଅଧାରଶିଳା’

‘କଳାସଂସ୍କୃତି ସମାଜର ଅଧାରଶିଳା’


ପରଜଙ୍ଗ, ୧୫।୧(ଡି.ଏନ୍‌.ଏ.)-ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ  ସରସତୀ ଶିଶୁ ବିଦ୍ୟା ମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟସଭା ସଦସ୍ୟ ତଥା ଶିଳ୍ପୀଗୁରୁ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଯୋଗଦେଇ କହିଲେ, କଳାସଂସ୍କୃତି ସମାଜର ଅଧାରଶିଳା। ଏହାକୁ ବଞ୍ଚାଇ ରଖିବାରେ ସମସ୍ତେ ଏକାଠି ହୋଇ ଆଗେଇ ଆସିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ସ୍କୁଲକୁ ନିଜସ୍ବ ହାତପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ମୁଖ୍ୟବକ୍ତା  ଭାବେ ଜିଲା ଭାଜପା ସଭାପତି ବିଭୂତି ଭୂଷଣ ପ୍ରଧାନ, ଜିଲା ପରିଷଦ ସଦସ୍ୟ ଶରତ ଚନ୍ଦ୍ର ସାହୁ, ଅନୁଷ୍ଠାନର ସଭାପତି ରମେଶ ଚନ୍ଦ୍ର ମହାଳିକ, ଉପସଭାପତି ରଞ୍ଜନ କୁମାର ଶ୍ରୀଚନ୍ଦନ ରାଏ ପ୍ରମୁଖ ମଞ୍ଚାସୀନ  ଥିଲେ। ସମ୍ପାଦକ ଗୋକୁଳ ଚନ୍ଦ୍ର ମହାଳିକ ଅତିଥି ପରିଚୟ ଦେଇଥିବାବେଳେ ପ୍ରଧାନ ଆଚାର୍ଯ୍ୟ  ପ୍ରଶାନ୍ତ କୁମାର ଦେହୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଯୁଗଳ କିଶୋର ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ନିରାକାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ପିଲାମାନେ ଭଜନ, ସମ୍ବଲପୁରୀ ନୃତ୍ୟ, ଦଳଗତ ନାଚ, ନାଟକ ‘ଭଙ୍ଗା ମାଠିଆ’ ପରିବେଷଣ କରିଥିଲେ।


ଫଟୋ ଅଛି-

All Right Reserved By

ଅନଗୁଳ-ଢେଙ୍କାନାଳ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଅନୁଗୋଳରେ ୭୭% ମତଦାନ, ପାଲଲହଡ଼ାରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଅନୁଗୋଳରେ ୭୭% ମତଦାନ, ପାଲଲହଡ଼ାରେ ସର୍ବାଧିକ

ଅନୁଗୋଳ ଅଫିସ,୨୪।୪: ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଅନୁଗୋଳ ଜିଲାରେ ୭୭% ଭୋଟଦାନ ହୋଇଛି। 

ରାତି ୭ଟା ସୁଦ୍ଧା ୭୧.୧% ମତଦାନ

ରାତି ୭ଟା ସୁଦ୍ଧା ୭୧.୧% ମତଦାନ

ଢେଙ୍କାନାଳ ଅଫିସ, ୨୪।୪- ତୃତୀୟ ପର୍ଯ୍ୟାୟ ନିର୍ବାଚନର ଯବନିକା ପଡ଼ିଛି। ଢେଙ୍କାନାଳ ଲୋକ ସଭା ସମେତ ଜିଲାର ୪ ନିର୍ବାଚନମଣ୍ଡଳୀର ୩୯ ପ୍ରାର୍ଥୀଙ୍କ ଭାଗ୍ୟ କଏଦ ହୋଇଛି ଇଭିଏମ୍‌ରେ। 

ଅନୁଗୋଳ ଜିଲାରେ ୭୦ ପ୍ରତିଶତ ମତଦାନ: ଇଭିଏମ୍‌ରେ ସିଲ୍‌ ୪୨ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଜିଲାରେ ୭୦ ପ୍ରତିଶତ ମତଦାନ: ଇଭିଏମ୍‌ରେ ସିଲ୍‌ ୪୨ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ଶେଷ ହୋଇଛି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ ବୁଥ୍‌ରେ ମତଦାନ ହୋଇଥିଲା। 

ଇଭିଏମ୍‌ରେ ତ୍ରୁଟି, ପରିଚାଳନାରେ ଅବ୍ୟବସ୍ଥା: ବହୁ ବୁଥ୍‌ରେ ମତଦାନ ବିଳମ୍ବିତ

ଅନୁଗୋଳ ଅଫିସ/ ବଅଁରପାଳ/ ପାଲଲହଡ଼ା/ ଛେଣ୍ଡିପଦା/ ବଇଣ୍ଡା/ ଆଠମଲ୍ଲିକ/ ତାଳଚେର, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ହୋଇଥିବା ମୋଟ୍‌ ୧୧୬୩ ବୁଥ୍‌ ମଧ୍ୟରୁ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଓ ପରିଚାଳନାଗତ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। 

ଖୁସି ବ୍ୟକ୍ତ କଲେ ଯୁବ ଭୋଟର

ଖୁସି ବ୍ୟକ୍ତ କଲେ ଯୁବ ଭୋଟର

ଅନୁଗୋଳ ଅଫିସ, ୨୪।୪-ପ୍ରଥମ ଥର ପାଇଁ ଭୋଟ୍‌ ଦେବେ। ସେଥିପାଇଁ ଯୁବ ଭୋଟରମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଥିଲା। କାଳେ କିଛି ଭୁଲ ହୋଇଯିବ ତାହାକୁ ନେଇ ମନରେ ଭୟ ବି ଟିକେ ଥିଲା।

ମତଦାତାଙ୍କୁ ଟାଣିଲା ମଡେଲ ବୁଥ୍‌

ମତଦାତାଙ୍କୁ ଟାଣିଲା ମଡେଲ ବୁଥ୍‌

କାମାକ୍ଷାନଗର, ୨୪।୪(ଡି.ଏନ୍‌.ଏ.)- ସାରା ରାଜ୍ୟରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌), ଭିଭିପିଏଟିରେ ଯାନ୍ତ୍ରିକ ତ୍ରୁଟି ମତଦାତାଙ୍କ ମନରେ ଅସନ୍ତୋଷକୁ ଦ୍ୱିଗୁଣିତ କରିଥିବାବେଳେ ଆଦର୍ଶ ବୁଥରେ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ମାହୋଲ। କାମାକ୍ଷାନଗର ଏନ୍‌ଏସିରେ ହୋଇଥିବା ଆଦର୍ଶ ବୁଥ୍‌ରେ ଏମିତି କିଛି ବ୍ୟବସ୍ଥା କରାଯାଇଥିଲା, ଯାହା ଭୋଟରଙ୍କ ଭିତରେ ଭରିଥିଲା ବିପୁଳ ଉତ୍ସାହ। 

ମାଓବାଦୀ ପ୍ରବଣ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ

ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବା ୨୭ଟି ବୁଥ୍‌ରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। କଁା ଭଁା ମତଦାନ କେନ୍ଦ୍ରରେ ଛୋଟ ଛୋଟ ନିର୍ବାଚନୀ ହିଂସା ଦେଖା ଦେଇଥିଲା। 

ଶିକୁଳିରେ ବନ୍ଧା ହୋଇ ଭୋଟ ଦେଲେ ଆଲୋକ

ଶିକୁଳିରେ ବନ୍ଧା ହୋଇ ଭୋଟ ଦେଲେ ଆଲୋକ

ବଇଣ୍ଡା, ୨୩ା୪(ଡି.ଏନ.ଏ.)- ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ମାନସିକ ଭିନ୍ନକ୍ଷମ ଆଲୋକ କୁଦେଇ(୨୮) ଭୋଟ ଦେଇଛନ୍ତି। 

ପିଙ୍କ୍‌ ବୁଥ୍‌ରେ ଉତ୍ସାହ

ଢେଙ୍କାନାଳ ଅଫିସ/କାମାକ୍ଷାନଗର, (ଡି.ଏନ୍‌.ଏ.) ୨୪।୪- ସବୁ କ୍ଷେତ୍ରରେ ପୁରୁଷଙ୍କୁ ପଛରେ ଛାଡ଼ିଦେଲେଣି ମହିଳା। ସଶକ୍ତ ନାରୀ ଏବେ ଦେଶ ପ୍ରଗତିର ସାରଥି। ଗଣତନ୍ତ୍ରର ମହାନ୍‌ ପର୍ବରେ ପ୍ରଥମ ଥର ପରିକଳ୍ପନା କରାଯାଇଥିବା ପିଙ୍କ୍‌ ବୁଥ୍‌ରେ ଦେଖିବାକୁ ମିଳିଛି ଏହାର ଝଲକ।

କାହାଠୁ ଟିକେଟ ନେଇ ଲଢ଼ିବାକୁ ଚାହୁଁନି: ତଥାଗତ

କାହାଠୁ ଟିକେଟ ନେଇ ଲଢ଼ିବାକୁ ଚାହୁଁନି: ତଥାଗତ

ଢେଙ୍କାନାଳ ଅଫିସ, ୨୪।୪- ସାଧାରଣ ନିର୍ବାଚନ-୨୦୧୯ରୁ ନିଜକୁ ଦୂରେଇ ରଖିଥିବା ବରିଷ୍ଠ ବିଜେଡି ନେତା ତଥା ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ମଙ୍ଗଳବାର କୁଞ୍ଜକାନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ଆସିଥିଲେ।

ବିଭ୍ରାଟ ଭିତରେ ଭୋଟ: ଯାନ୍ତ୍ରିକ ତ୍ରୁଟି, ତାତି, କାଳବୈଶାଖୀ

ବିଭ୍ରାଟ ଭିତରେ ଭୋଟ: ଯାନ୍ତ୍ରିକ ତ୍ରୁଟି, ତାତି, କାଳବୈଶାଖୀ

ଢେଙ୍କାନାଳ ଅଫିସ/ ପରଜଙ୍ଗ/କାମାକ୍ଷାନଗର (ଡି.ଏନ୍‌.ଏ.), ୨୪।୪- ସକାଳେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି, ମଧ୍ୟାହ୍ନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆଉ ଅପରାହ୍ନରେ କାଳବୈଶାଖୀ ଝଡ଼ବର୍ଷା, ଢେଙ୍କାନାଳ ଜିଲାର ଭୋଟରଙ୍କ ଉତ୍ସାହକୁ କମାଇପାରିନାହିଁ। ହେଲେ ମତଦାନ କେନ୍ଦ୍ରରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ କେତେକ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା। 

ଭୋଟର ଲିଷ୍ଟରେ ଡିଲିଟ ଷ୍ଟାମ୍ପ: ୪ଘଣ୍ଟା ଅପେକ୍ଷା କଲେ, ଭୋଟ ନ ଦେଇ ଫେରିଲେ

ଭୋଟର ଲିଷ୍ଟରେ ଡିଲିଟ ଷ୍ଟାମ୍ପ: ୪ଘଣ୍ଟା ଅପେକ୍ଷା କଲେ, ଭୋଟ ନ ଦେଇ ଫେରିଲେ

ପରଜଙ୍ଗ, ୨୩।୪(ଡି.ଏନ୍‌.ଏ.)- ସକାଳ ୭ଟାରୁ ଅପେକ୍ଷା କରିଥିଲେ ଭୋଟ ଦେବାକୁ। ଦୀର୍ଘ ୪ ଘଣ୍ଟା ପରେ ବୁଥ୍‌ ଭିତରକୁ ଯିବାକୁ ମିଳିଲା ସୁଯୋଗ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri