ଅନଗୁଳ-ଢେଙ୍କାନାଳ

ଅନୁଗୋଳ ଜିଲା ମହୋତ୍ସବ ଉଦ୍‌ଘାଟିତ

ଅନୁଗୋଳ ଜିଲା ମହୋତ୍ସବ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୧୫।୧ଅନୁଗୋଳ ମାଟି ବୀରତ୍ୱର ମାଟି। କେବଳ ବୀରତ୍ୱ ନୁହେଁ ବରଂ ରତ୍ନ ଭଣ୍ଡାରରେ ଏହା ଭରପୁର ବୋଲି ସୋମବାର ଅନୁଗୋଳର ୭ମ ଜିଲା ମହୋତ୍ସବରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। 

ସେ କହିଥିଲେ ଯେ, ଅନୁଗୋଳ ମାଟିକୁ ଦେବଦେବୀ ଜଗି ରହିଛନ୍ତି। ସେଥିପାଇଁ ଜିଲାବାସୀ ବିପଦମୁକ୍ତ। କେବଳ ସମସ୍ତଙ୍କ ଉଦ୍ୟମ ଜାରି ରହିଲେ ଅନୁଗୋଳ ଜିଲା ରାଜ୍ୟରେ ଏକ ନମ୍ବର ଆଖ୍ୟା ପାଇବ।  ବିଗତ ଦିନରେ ବିଭିନ୍ନ ସରକାରୀ ଯୋଜନାରେ ଜିଲା ଏକ ନମ୍ବର ସ୍ଥାନରେ ରହିଛି। ଯେଉଁ ଲୋକମାନେ ପୂର୍ବରୁ ଅନୁଗୋଳକୁ ପଛୁଆ ଭାବେ ପରିଗଣିତ କରୁଥିଲେ ସେମାନଙ୍କୁ ଆଉ କହିବାକୁ ମିଳୁନାହିଁ। ଜିଲାରେ ଐତିହ୍ୟ ଓ ସଂସ୍କୃତି ଭରି ହୋଇ ରହିଛି। ଏହାର ସଦୁପଯୋଗ ଲୋକମାନେ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ସମ୍ବଲପୁର ଏମ୍‌ପି ନଗେନ୍ଦ୍ର ପ୍ରଧାନ ଲଗାତାର ଭାବେ ଚାଲିଆସୁଥିବା ଜିଲା ମହୋତ୍ସବକୁ ସ୍ବାଗତ କରିଥିଲେ। ସମସ୍ତଙ୍କୁ ଏକତ୍ରିତ କରିବା ପାଇଁ ମହୋତ୍ସବ ଆୟୋଜନ କରାଯାଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ମହେଶ ସାହୁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲା ପରିଷଦ ସଭାପତି ବାସନ୍ତୀ କିଷାନ, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଜିଲାପାଳ ଅନିଲ କୁମାର ସାମଲ ଅଧ୍ୟକ୍ଷତା କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରରେ ଅନୁଗୋଳ ଗୌରବ ସମ୍ମାନ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ପ୍ରଦାନ କରାଯାଇଥିବାବେଳେ ଅବସରପ୍ରାପ୍ତ ଆଇପିଏସ୍‌ ଶରତ ଚନ୍ଦ୍ର ମିଶ୍ର, ଡା.ଶରତ ଚନ୍ଦ୍ର ଦାସ ଓ ରାବଣି ଛାୟା ଏବଂ ଖଗେଶ୍ୱର ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଅଧ୍ୟାପକ ମୃତୁଞ୍ଜୟ ଦତ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟା ୫ଟାରେ ଶୌଳଶ୍ରୀକ୍ଷେତ୍ରରେ ଥିବା ମସାଲକୁ ଶୋଭାଯାତ୍ରାରେ ଜିଲା ମହୋତ୍ସବ ପଡ଼ିଆକୁ ଅଣାଯାଇଥିଲା। ଏହାପରେ ବିଭିନ୍ନ ବ୍ଲକରୁ ଆସିଥିବା କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହାପରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଓଲିଉଡ ନାଇଟରେ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଗଞ୍ଜାମ ନରେନ୍ଦ୍ରପୁରରୁ ଆସିଥିବା କଳାକାରମାନଙ୍କ ଯୋଡ଼ି ଶଙ୍ଖ ଦର୍ଶକଙ୍କ ମନମୁଗ୍ଧ କରିଥିଲା। ପରେ ନୃତ୍ୟାଳୟ ପକ୍ଷରୁ ଦେବୀ ବନ୍ଦନା ନୃତ୍ୟ ପରିବେଷଣ ହୋଇଥିଲା। ପଞ୍ଜାବରୁ ଆସିଥିବା କଳାକାରମାନେ ଭାଙ୍ଗଡ଼ା ନୃତ୍ୟରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ଲୋକ ମହୋତ୍ସବ ଉଦ୍‌ଘାଟନୀ ସନ୍ଧ୍ୟାର ଭରପୁର ମଜା ଉଠାଇଥିଲେ। ସେହିଭଳି ମହୋସତ୍ବ ପଡ଼ିଆରେ ଓରମାସ ପକ୍ଷରୁ ମୋଟ୍‌ ୧୨୦ଟି ଷ୍ଟଲ ଖୋଲାଯାଇଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଢେଙ୍କାନାଳ ଅଫିସ, ୧୯।୨ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବୋରାପଦା ଖମାର ଗ୍ରାମରେ ମହିଳାମାନେ ସଙ୍ଗଠିତ ହୋଇ ସୋମବାର ନିଶାମୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି। 

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୯ା୨ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା। ସାଧୁସନ୍ଥଙ୍କ ସମାଗମରେ ପ୍ରକମ୍ପିତ ହେଉଛି ମହିମା ଧର୍ମର ମୁଖ୍ୟପୀଠ ଗାଦିମନ୍ଦିର। ମହିମା ଅଲେଖ ଧ୍ୱନିରେ ଫାଟିପଡ଼ୁଛି ସମଗ୍ର ପୀଠ ପରିସର। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ପ୍ରଜ୍ୱଳିତ ହୋଇଛି ଝାଡ଼ଦୀପ। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାର ପ୍ରଥମ ଦିନରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ।

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ଅନୁଗୋଳ ଅଫିସ/ ବଅଁରପାଳ ୧୯।୨(ଡି.ଏନ.ଏ.)ଅନୁଗୋଳ ଜିଲା ନାଲ୍‌କୋଠାରେ ସୋମବାର ପୂର୍ବାହ୍ନରେ ଅତ୍ୟାଧୁନିକ ଏଲ.ଭି. ପ୍ରସାଦ ସେକେଣ୍ଡାରୀ ପ୍ଲସ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଯାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। 

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

ଭାପୁର, ୧୯।୨(ଡି.ଏନ.ଏ.)ରାସ୍ତା ତିଆରି ହେବ। ଲୋକ ସୁବିଧାରେ ଯାତାୟାତ କରିବେ। ଏଥିପାଇଁ ଦୀର୍ଘ ୧୨ବର୍ଷ ହେଲା ଗଦା ହୋଇଛି ମୋରମ। ହେଲେ ନା ତିଆରି ହେଉଛି ରାସ୍ତା, ନା ଘୁଞ୍ଚୁଛି ଲୋକଙ୍କ ଦୁଃଖ। ଶୋଚନୀୟ ହୋଇପଡ଼ିଥିବା ରାସ୍ତା ଅଞ୍ଚଳର ପ୍ରଗତିରେ ପ୍ରତିବନ୍ଧକ ପାଲଟିଥିବାବେଳେ ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ ଅଧୀନ କରଡ଼ାମଡ଼ା ଗ୍ରାମବାସୀ ଏପରି ଦୁର୍ଦ୍ଦଶା ପାଇଁ କେବଳ ଭାଗ୍ୟକୁ ନିନ୍ଦୁଛନ୍ତି। 

ତେଜୁଛି ସୋଲଡ଼ା-ଡଅଁରା ଗ୍ରାମବାସୀଙ୍କ ବିବାଦ:ଫାଣ୍ଡି ଘେରିଲେ ସୋଲଡ଼ାବାସୀ

ତାଳଚେର,୧୯ା୨(ନି.ପ୍ର.)କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ସୋଲଡ଼ା ଓ ଡଅଁରା ଗ୍ରାମବାସୀଙ୍କ ବିବାଦ ବଢିବାରେ ଲାଗିଛି। ଏହାକୁ କେନ୍ଦ୍ର କରି ଡଅଁରା ଗ୍ରାମବାସୀ ସୋମବାର ବଳରାମ କୋଇଲା ଖଣି ଅଚଳ କରିଥିବାବେଳେ ସନ୍ଧ୍ୟାରେ ସୋଲଡା ଗ୍ରାମବାସୀ ଗୋପାଳପ୍ରସାଦ ଫାଣ୍ଡି ଘେରାଉ କରିଛନ୍ତି। 

 ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର,   ସମ୍ମାନର ସହ ନାକଚ କରୁଛି: ତଥାଗତ

ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର, ସମ୍ମାନର ସହ ନାକଚ କରୁଛି: ତଥାଗତ

ପାଲଲହଡା,୧୮।୨(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ନୋ-ଏଣ୍ଟ୍ରି ଛକଠାରେ ଆଇଓସିଏଲ ପକ୍ଷରୁ ନିର୍ମିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ସ୍ଥାନୀୟ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ପେଟ୍ରୋଲିୟମ୍‌ ମନ୍ତ୍ରୀ ପ୍ରଧାନ   ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କୁ କଟାକ୍ଷ କରିଥିଲେ। 

ଆଦର୍ଶ ଗୃହସ୍ଥ ଜୀବନ ଉପରେ ଗୁରୁତ୍ୱ

ଆଦର୍ଶ ଗୃହସ୍ଥ ଜୀବନ ଉପରେ ଗୁରୁତ୍ୱ


ଢେଙ୍କାନାଳ ଅଫିସ, ୧୮ା୨-ଢେଙ୍କାନାଳସ୍ଥିତ ମହିଷାପାଟ କୃଷି ବିଜ୍ଞାନକେନ୍ଦ୍ର ନିକଟ ପଡ଼ିଆରେ ସୋମବାରଠାରୁ ଆରମ୍ଭ ହୋଇଛି ପରମହଂସ ସ୍ବାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ। ପ୍ରଥମ ଦିବସ ପ୍ରାତଃରୁ ପ୍ରତୀକ୍ଷା, ଠାକୁରଙ୍କ ଷୋଡ଼ଶ ଉପଚାର ପୂଜା, ମଙ୍ଗଳ ଆଳତି ହେବା ପରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମୂହିକ ପ୍ରାର୍ଥନା ସଭାରେ ଯୋଗଦେଇଥିବାବେଳେ ଏହାକୁ ନେଇ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ଏହାପରେ ଆୟୋଜିତ ହୋଇଥିଲା ଅନ୍ତରଙ୍ଗ ଏବଂ ଉଦ୍‌ବୋଧନୀ ସଭା।

ଏକାଠି ହେଲେ ପୁରାତନ ଛାତ୍ରୀଛାତ୍ର  : ଅସହାୟଙ୍କୁ ସହଯୋଗ କରିବାକୁ ସଂକଳ୍ପ

ଏକାଠି ହେଲେ ପୁରାତନ ଛାତ୍ରୀଛାତ୍ର : ଅସହାୟଙ୍କୁ ସହଯୋଗ କରିବାକୁ ସଂକଳ୍ପ

ଭୁବନ, ୧୮।୨(ଡି.ଏନ.ଏ.)-ଭୁବନ ବାଜି ରାଉତ ସ୍ମୃତି କଲେଜର ୧୯୮୪ ଆଇଏ ବ୍ୟାଚ୍‌ ଛାତ୍ରୀଛାତ୍ରଙ୍କ ପକ୍ଷରୁ ରବିବାର ସ୍ଥାନୀୟ ବାଜି ରାଉତ ଶହୀଦ ପୀଠ ନିକଟରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୬୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରୀଛାତ୍ର ଯୋଗଦେଇ ଗରିବ, ଅସହାୟଙ୍କୁ ସହାୟତାର ହାତ ବଢ଼ାଇବାକୁ ସଂକଳ୍ପବଦ୍ଧ ହୋଇଥିଲେ। ସେହିପରି ଅଞ୍ଚଳର ସମସ୍ୟା ସମାଧାନ ଲାଗି ୭ଜଣିଆ କମିଟି ଗଠିତ ହୋଇଛି। 

ପାନୀୟ  ଜଳ  ଯୋଗାଣ  ଉପରେ ଗୁରୁତ୍ୱ

ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ବଇଣ୍ଡା,୧୮।୨(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ସୋମବାର  ଜଳଯୋଗାଣ ପ୍ରକଳ୍ପ ଉଦଘାଟିତ ହୋଇଛି। ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବାସହ ଆୟୋଜିତ ସଭାରେ ଯୋଗଦେଇ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କୁ କିଭଳି ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପ୍ରତି ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତପ୍ରକାଶ କରିଥିଲେ।

କୂଅରେ ଖସି ପଡ଼ିଥିବା ହାତୀ ଶାବକ ଉଦ୍ଧାର

କୂଅରେ ଖସି ପଡ଼ିଥିବା ହାତୀ ଶାବକ ଉଦ୍ଧାର

ଢେଙ୍କାନାଳ ଅଫିସ,୧୮।୨-ଢେଙ୍କାନାଳ ଜିଲା ହିନ୍ଦୋଳ ରୋଡ଼ ଫାଣ୍ଡି ବାଙ୍ଗୁରିସିଂହା ନିକଟ ଚାଷ ଜମିରେ ଥିବା ଏକ କୂଅରେ ଖସିପଡ଼ିଥିବା ୨ବର୍ଷର ହାତୀ ଶାବକକୁ  ସୋମବାର ସକାଳେ ଗ୍ରାମବାସୀ ଉଦ୍ଧାର କରିଛନ୍ତି। 

ନାଲ୍‌କୋଠାରେ ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ନାଲ୍‌କୋଠାରେ ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ବଅଁରପାଳ,୧୮।୨(ଡି.ଏନ.ଏ.)-ଅନୁଗୋଳ ଜିଲା ନାଲ୍‌କୋଠାରେ ସୋମବାର ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। 

ଶହୀଦଙ୍କ ପାଇଁ ଶୋକ

ଶହୀଦଙ୍କ ପାଇଁ ଶୋକ

ମାଧପୁର, ୧୮।୨(ଡି.ଏନ.ଏ.): ଅନୁଗୋଳ ଜିଲା ମାଧପୁର  ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ବ୍ୟବସାୟୀ ସଂଘ ଏବଂ ବୁଦ୍ଧିଜୀବୀଙ୍କୁ ନେଇ  ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।