ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଆଇଆଇଏମ୍‌ସିରେ ଫିଲ୍ମ ଚକ୍କର-୨ ଉଦ୍‌ଘାଟିତ

ଆଇଆଇଏମ୍‌ସିରେ ଫିଲ୍ମ ଚକ୍କର-୨ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ,୧୫ା୧ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନରେ ସୋମବାରଠାରୁ ୧୬ ତାରିଖ ବୁଧବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଫିଲ୍ମ ଚକ୍କର-୨ ଉଦ୍‌ଘାଟିତ ହୋଇଯାଇଛି ା ଏହି ଅବସରରେ ପ୍ରଥମ ଦିନରେ ଚଳଚ୍ଚିତ୍ର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦ୍‌ଘାଟନ କରି ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ସମୀକ୍ଷକ ଡ. ପିୟୁଷ ରାୟ କହିଲେ ଯେ, ଚଳଚ୍ଚିତ୍ର କେବଳ ମନୋରଞ୍ଜନ କରେନାହିଁ, ବରଂ ଜ୍ଞାନ ବାଣ୍ଟି ଏହା ସମସ୍ତଙ୍କୁ ମାର୍ଗ ଦେଖାଇଥାଏ। ଏହା ଜନମତକୁ ମଧ୍ୟ ପ୍ରଭାବିତ କରିପାରେ। ଭାରତୀୟ ମନୋରଞ୍ଜନ ଶିଳ୍ପରେ ସବୁଠୁ ଅଧିକ ଲୋକ ନିୟୋଜିତ ହୋଇଛନ୍ତି ା ପ୍ରତିବର୍ଷ ପ୍ରାୟ ୨୦୦ କୋଟି ଟିକେଟ୍‌ ବିକ୍ରି ହୋଇଥାଏ। ସେହିପରି ସାମ୍ପ୍ରତିକ ସମୟରେ ଆଞ୍ଚଳିକ ଚଳଚ୍ଚିତ୍ର ଶିଳ୍ପର ବ୍ୟାପକ ବିକାଶ ଘଟିଛି। ମନୋରଞ୍ଜନ ସମ୍ପର୍କିତ ଖବର ସଂଗ୍ରହ କରୁଥିବା ଖବରଦାତାମାନେ ଚଳଚ୍ଚିତ୍ର ସମ୍ପର୍କିତ ଖବର ପରିବେଷଣ ବେଳେ ବିଶେଷ ଧ୍ୟାନଦେବା ଆବଶ୍ୟକ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆଇଆଇଏମ୍‌ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଲେ ଯେ, ସାଂସ୍କୃତିକ ଜୀବନରେ ଚଳଚ୍ଚିତ୍ରର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ା ଜୀବନର ବାସ୍ତବତାକୁ ଦେଖାଏ ଚଳଚ୍ଚିତ୍ର। ଦ୍ୱିତୀୟ ଅଧିବେଶନରେ ପୀୟୁଷ ରାୟଙ୍କ ପରିଚାଳନାରେ ଚଳଚ୍ଚିତ୍ର ଆପ୍ରିସିଏଶନ କର୍ମଶାଳା ଅନୁଷ୍ଠିତ ହୋଇଥିଲା ା ଏଥିରେ ଚଳଚ୍ଚିତ୍ରର ବୈଷୟିକ ଦିଗ ଓ ସମୀକ୍ଷା ଉପରେ ଆଲୋଚନା ହୋଇଥିଲା ା ଏହି ଅବସରରେ ଆଇଆଇଏମ୍‌ସି ଛାତ୍ରୀଛାତ୍ରଙ୍କ ପ୍ରସ୍ତୁତ ସ୍ବତନ୍ତ୍ର ଦୈନିକ ରିପୋର୍ଟର ଉନ୍ମୋଚିତ ହୋଇଛି। ଏଥିସହ ଡ. ପୀୟୁଷ ରାୟଙ୍କ ପ୍ରାମାଣିକ ଚଳଚ୍ଚିତ୍ର ପ୍ଲେଜର୍ସ, ପ୍ରିଜୁଡାଇସ୍‌, ପ୍ରାଇଡ୍‌-ଆନ୍‌ ଇଣ୍ଡିଆନ ୱେ ଅଫ୍‌ ଫିଲ୍ମ ମେକିଂ ମୁକ୍ତିଲାଭ କରିଛି। କର୍ମଶାଳାରେ ଆଇଆଇଏମ୍‌ସି ସମେତ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଓ କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଯୋଗ ଦେଇଥିଲେ। ଶଲାବୁଢା ଓ ଅନ୍ୟ ୩ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ଆଇଆଇଏମ୍‌ସି ପକ୍ଷରୁ ପ୍ରକାଶିତ ପୁସ୍ତକ ମନୋରଞ୍ଜନ ସାମ୍ବାଦିକତା ଓ ଡ. ମୃଣାଳ ଚାଟାର୍ଜୀଙ୍କ ଲିଖିତ ପୁସ୍ତକ ପଥେ ପ୍ରାନ୍ତରେ ଉନ୍ମୋଚିତ ହୋଇଛି। ଏହାକୁ ଗବେଷଣା ଓ ସଂକଳନ କରିଛନ୍ତି ଇତିଶ୍ରୀ ସିଂ ରାଠୋର ଓ ସୌମ୍ୟରଞ୍ଜନ ବେହେରା। ପ୍ରଚ୍ଛଦ ପ୍ରସ୍ତୁତ କରିଛନ୍ତି ଅନୁଷ୍ଠାନର ଏକାଡେମିକ କୋଅର୍ଡିନେଟର ଜିତେନ୍ଦ୍ର ପତି ା

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

ମୁଁ ବଞ୍ଚିଥିବା ଯାଏ ଓଡ଼ିଶାକୁ ପଛୁଆ ରାଜ୍ୟ ହେବାକୁ ଦେବି ନାହିଁ; ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ଭାଜପା: ମୁଖ୍ୟମନ୍ତ୍ରୀ

ମୁଁ ବଞ୍ଚିଥିବା ଯାଏ ଓଡ଼ିଶାକୁ ପଛୁଆ ରାଜ୍ୟ ହେବାକୁ ଦେବି ନାହିଁ; ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ଭାଜପା: ମୁଖ୍ୟମନ୍ତ୍ରୀ

ଭୋଗରାଇ,୨୪।୪(ଡି.ଏନ୍‌.ଏ.): ଓଡ଼ିଶାର ସାଢ଼େ ୪ କୋଟି ଓଡ଼ିଆ ମୋ’ ପରିବାର। ଏଥିପାଇଁ ଓଡ଼ିଶାବାସୀଙ୍କୁ ମୁଁ ପ୍ରିୟ ହୋଇପାରିଛି। ଓଡ଼ିଆ ପରିବାରକୁ କେହି ଅବହେଳା କଲେ ମୁଁ ଚୁପ୍‌ ହୋଇ ବସିବି ନାହିଁ। 

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ଗୋଡ଼ା ଗାଁ ମଧ୍ୟକୁ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୨ଟାରେ ୩ ଜଣିଆ ହାତୀପଲ ପଶିଆସିଛି। ଏଥିରେ ୨ଟି ଦନ୍ତା ଓ ଗୋଟିଏ ମାଈହାତୀ ଥିଲା। ହାତୀପଲ ଗ୍ରାମର ଗାଣ୍ଡୁ ବେହେରାଙ୍କ ଚାଳ ଓ ଆଜବେଷ୍ଟସ ଘର ଭାଙ୍ଗି ୮ବସ୍ତା ଧାନ ଖାଇ ଦେଇଛନ୍ତି ।

ପାଟକୁରା ବିଧାନସଭା ଆସନ: ଆସନ୍ତା ୧୯ରେ ହେବ ଭୋଟ, ମେ’ ୧ ନାମାଙ୍କନ ଦାଖଲର ଶେଷ ତାରିଖ

ପାଟକୁରା ବିଧାନସଭା ଆସନ: ଆସନ୍ତା ୧୯ରେ ହେବ ଭୋଟ, ମେ’ ୧ ନାମାଙ୍କନ ଦାଖଲର ଶେଷ ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ପାଟକୁରା ବିଧାନସଭା ଆସନ ଲାଗି ନିର୍ବାଚନ  ଅନୁଷ୍ଠିତ ହୋଇଥାନ୍ତା। ମାତ୍ର ପାଟକୁରା ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ଯୋଗୁ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା। ତେବେ ଏହି ନିର୍ବାଚନ ଲାଗି ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ମେ’୧୯ରେ ନିର୍ବାଚନ ଅନୁଷ୍ଠିତ ହେବ।

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକରୋଡ୍‌,୨୪।୪(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପଛପଟେ ବେଆଇନ ବ୍ରାଉନ୍‌ସୁଗାର  ବ୍ୟବସାୟ ଚାଲିଛି। ଏପରିକି ଥାନା ହତା ମଧ୍ୟରେ କମିଶନରେଟ ପୋଲିସର ଜୋନ୍‌-୪ ଏସିପିଙ୍କ କାର୍ଯ୍ୟାଳୟ ରହିଥିବାବେଳେ ଏହି ବସ୍ତି ଏବେ ଚୋରା ନିଶା ବ୍ୟବସାୟୀଙ୍କ କବ୍‌ଜାରେ। 

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପା-ବିଜେଡି ମୁହାଁମୁହିଁ

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri