ଖେଳ | ଅନଗୁଳ-ଢେଙ୍କାନାଳ

ଖେଳ ଦେବ ଗ୍ରାମବାସୀଙ୍କୁ ନୂଆ ପରିଚୟ

ଖେଳ ଦେବ ଗ୍ରାମବାସୀଙ୍କୁ ନୂଆ ପରିଚୟ

ବଇଣ୍ଡା, ୧୫।୧ପାହାଡ, ଘଞ୍ଚ ଜଙ୍ଗଲ ଘେରରେ ଥିବା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଛୋଟିଆ ଗାଁ ପତକାରେ ଚାଲିଛି ଫୁଟବଲ ପ୍ରତିଭା ସୃଷ୍ଟି ପ୍ରୟାସ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଜନ୍ମ ନେଇଛି ଅଷ୍ଟକିଳା ଫୁଟ୍‌ବଲ କ୍ଲବ। ଜିଲା ତଥା ଜିଲା ବାହାରର ଖେଳାଳିଙ୍କୁ ନେଇ ଗଠିତ ଏହି କ୍ଲବ ବିଭିନ୍ନ ସ୍ତରରେ ପ୍ରତିଯୋଗିତାରେ ଭାଗ ନେବା ସହ ସଫଳତାର ପାହାଚ ଚଢିଚାଲିଛି। ଏଥିସହ ଫୁଟ୍‌ବଲ ଖେଳ ପ୍ରତି ଆଗ୍ରହୀ ଖେଳାଳିଙ୍କୁ ଏକ ସୁନ୍ଦର ଭବିଷ୍ୟତ ଦେବାକୁ ସେମାନଙ୍କୁ ତାଲିମ ସହ ପ୍ରୋତ୍ସାହନ ଯୋଗାଉଛି ଏହି କ୍ଲବ। 

ଫୁଟ୍‌ବଲ ପ୍ରେମୀ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ୨୦୦୯ରେ ଆରମ୍ଭ ହୋଇଥିଲା ଅଷ୍ଟକିଳା କ୍ଲବ। ଗ୍ରାମରେ ଥିବା ୨ ଏକର ସରକାରୀ ଜମି ସଫା କରି ପଡିଆ ତିଆରି କରାଯାଇ ସେଠାରେ ଖେଳ ଆରମ୍ଭ ହୋଇଥିଲା। ଟିମ୍‌କୁ ୧୧ ଖେଳାଳି ଆବଶ୍ୟକ ଥିବାବେଳେ ବାହାର ଜିଲାର ୧୨ ଓ ଅନୁଗୋଳର ୬ ଜଣ ମୋଟ ୧୮ ଜଣ ଖେଳାଳି ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁନ୍ଦରଗଡରୁ ୧୦ ଜଣ, କଟକରୁ ଜଣେ, ଝାରସୁଗୁଡାରୁ ଜଣେ ଓ ୫ ଜଣ ଖେଳାଳି କେବଳ ପତକା ଗ୍ରାମର ରହିଛନ୍ତି।   ଅଭ୍ୟାସ ସମୟରେ ଏହି ଖେଳାଳିମାନେ ପତକା ଗାଁରେ  ରହୁଛନ୍ତି। ସେମାନଙ୍କ ରହଣି ପାଇଁ କ୍ଲବର ନିଜସ୍ବ ହଷ୍ଟେଲ ମଧ୍ୟ ନିର୍ମାଣ ହୋଇଛି। କ୍ଲବ କର୍ମକର୍ତ୍ତାମାନେ ବିଭିନ୍ନ ସୂତ୍ରରୁ ଆବଶ୍ୟକ ଟଙ୍କା ସଂଗ୍ରହ କରିବାରେ ଲାଗିଛନ୍ତି। ଆଠମଲ୍ଲିକର ଯୁବ ସମାଜସେବୀ  ଅର୍ଜୁନ କୁମାର ସାହୁ କ୍ଲବର ଉନ୍ନତି ପାଇଁ ୨ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି କ୍ଲବ ବିଭିନ୍ନ ଜିଲାରେ ଅନୁଷ୍ଠିତ ହେଉଥିବା ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ସହ ସଫଳତା ପାଇ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। କେବଳ ପ୍ରତିଯୋଗିତାରେ ଭାଗ ନେବାରେ ନୁହେଁ ତୃଣମୂଳ ସ୍ତରରୁ ଫୁଟ୍‌ବଲର ପ୍ରସାର ପାଇଁ ଏହି କ୍ଲବ ନିଜର ପ୍ରୟାସ ଜାରି ରଖିଛି। ଏଥିପାଇଁ ପ୍ରତିବର୍ଷ ଅଗଷ୍ଟ ଓ ସେପ୍ଟେମ୍ବରରେ କ୍ଲବ ପକ୍ଷରୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥାଏ। ଆଖପାଖ ପଡୋଶୀ ଗ୍ରାମର ସ୍କୁଲ ପିଲାମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥାଏ। ଏବେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପିଲା ଭାଗନେଇ ଫୁଟ୍‌ବଲ ତାଲିମ ନେଉଛନ୍ତି। ପତକା ଅଞ୍ଚଳର ବରିଷ୍ଠ ଖେଳାଳି ପଞ୍ଚାନନ ସାହୁ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଶିବିରରେ ଭଳ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ସିନିୟର ଦଳରେ ଖେଳିବାର ସୁଯୋଗ ଦିଆଯାଉଛି। ମାତ୍ର କିଛି ବର୍ଷ ମଧ୍ୟରେ ଏହି କ୍ଲବ ରାଜ୍ୟ ଦଳରେ ନିଜ ଖେଳାଳିଙ୍କୁ ସାମିଲ କରିବାରେ ସଫଳ ହୋଇଛି। ମନୋଜ ଦାସ ଓ ମାଙ୍ଗେର ଓରାମ ଓଡ଼ିଶା ତରଫରୁ ଖେଳିବାର ଗୌରବ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଫୁଟବଲ ଖେଳକୁ ଆଗକୁ ବଢାଇବା ପାଇଁ ଖେଳାଳିମାନଙ୍କୁ ନିର୍ଦ୍ଦିଷ୍ଟ ପାଉଣା ଦେଉଛି ଅଷ୍ଟ କିଳା କ୍ଲବ। ପ୍ରତି ସିଜିନ ପାଇଁ ଜଣେ ଖେଳାଳିଙ୍କୁ ସର୍ବାଧିକ ୮ ହଜାର ଟଙ୍କା ଦିଆଯାଉଥିବା କ୍ଲବ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଅକ୍ଟୋବର ୧ରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଖେଳାଳିଙ୍କ ଗୋଟିଏ ସିଜନ ଗଣାଯାଏ। ଖେଳାଳିଙ୍କୁ ପ୍ରଦାନ କରିବା ପାଇଁ ଟଙ୍କା କ୍ଲବର ପଦାଧିକାରୀମାନେ ନିଜସ୍ବ ଉପାର୍ଜିତ ଅର୍ଥ ଓ ଟୁର୍ନାମେଣ୍ଟ ଜିତିବା ପରେ ମିଳୁଥିବା ପୁରସ୍କାର ରାଶି ପ୍ରଦାନ କରାଯାଉଛି।


All Right Reserved By

ଖେଳ | ଅନଗୁଳ-ଢେଙ୍କାନାଳ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। 

ଚର୍ଚ୍ଚାରେ ପ୍ରଜ୍ଞା ଓଝାଙ୍କ ଟୁଇଟ୍‌

ଚର୍ଚ୍ଚାରେ ପ୍ରଜ୍ଞା ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। 

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

କଟକ ଅଫିସ,୨୦ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ୬ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ) ଗୁସେନ ହିମାଲ ୫.୫ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। 

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ  ଓ ସର୍ଭିସେସ୍‌ ମଧ୍ୟରେ  ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଗୋଆକୁ ପରାସ୍ତ କରିଛି। 

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ନ୍ୟୁୟର୍କ, ୨୦ା୪ (ପି.ଟି.)-ଭାରତୀୟ ବକ୍ସର ବିକାଶ କ୍ରିଷନ ତାଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌ରେ ଆମେରିକାର ନୋଆ କିଡ୍‌ଙ୍କୁ ଭେଟିବେ। ଏହି ମୁକାବିଲା ଶନିବାର ସ୍ଥାନୀୟ ଆଇକନିକ ମାଡିସନ ସ୍କୋୟାର ଗାର୍ଡେନରେ ହେବ। ଭିଓ୍ବାନୀର ଏହି ୨୭ ବର୍ଷୀୟ ବକ୍ସର କିମ୍ବଦନ୍ତୀ ପ୍ରମୋଟର ବବ୍‌ ଅରୁମ୍‌ଙ୍କ ଟପ୍‌ ର଼୍ୟାଙ୍କ ପ୍ରମୋଶନ୍ସ ସହିତ ସମ୍ପୃକ୍ତ ଅଛନ୍ତି।  

ଗୋଆକୁ ୧୦ କୋଟି ଟଙ୍କା ଜରିମାନା

ଗୋଆକୁ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଗୋଆକୁ ୧୦ କୋଟି ଟଙ୍କା ଜରିମାନା ଦେବାକୁ କହିଛି। ୩୬ତମ ଜାତୀୟ ଗେମ୍ସ ଆୟୋଜନକୁ ବାରମ୍ବାର ଘୁଞ୍ଚାଇବା ଫଳରେ ଆଇଓଏ ଅସନ୍ତୋଷ ଜାହିର କରିବା ସହ ଏହି ନିର୍ଦ୍ଦେଶ ଦେଇଛି। ଖୁବ୍‌ ଶୀଘ୍ର ଆଇଓଏର ଏକ ପ୍ରତିନିଧି ଦଳ ଗୋଆ ଯାଇ କ୍ରୀଡ଼ାର ତାରିଖ ନେଇ ଅନ୍ତିମ ନିଷ୍ପତ୍ତି ନେବ। ତେବେ ୩ଥର ତାରିଖ ଘୁଞ୍ଚାଇଥିବାରୁ ଗୋଆକୁ ୧୦ କୋଟି ଟଙ୍କା ଜରିମାନ ଆକାରରେ ଦେବାକୁ ହେବ ବୋଲି ଆଇଓଏ ତରଫରୁ ସ୍ପଷ୍ଟ କରାଯାଇଛି।  

କୋହଲିଙ୍କ କମାଲ: ବାଙ୍ଗାଲୋର ବିଜୟୀ

କୋହଲିଙ୍କ କମାଲ: ବାଙ୍ଗାଲୋର ବିଜୟୀ

କୋଲକାତା,୨୦।୪ (ପି.ଟି.)-ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୩୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ ରନରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୪ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନରେ ସୀମିତ ରହି ମ୍ୟାଚ୍‌ ହାତଛଡ଼ା କରିଛି। ୫୮ଟି ବଲ୍‌ର ସମ୍ମୁଖୀନ ହୋଇ ୯ ଚୌକା ଓ ୪ ଛକା ସହ ୧୦୦ରନର ଶତକୀୟ ପାଳି ଖେଳିଥିବା କୋହଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ଆଇପିଏଲ୍‌-୧୨:  ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଆଇପିଏଲ୍‌-୧୨: ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଜୟପୁର,୧୯।୪(ପି.ଟି.)-  ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୬ତମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଘରୋଇ ରାଜସ୍ଥାନ ରୟାଲ୍ସ ଶନିବାର ମୁହଁାମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ରାଜସ୍ଥାନ ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଏପର୍ଯ୍ୟନ୍ତ ରାଜସ୍ଥାନ ଲିଗ୍‌ରେ ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୬ଟି ପରାଜୟ ସହ ୪ ପଏଣ୍ଟ ସହ ତାଲିକାର ସପ୍ତମ ଅର୍ଥାତ ଶେଷଆଡୁ ଦ୍ୱିତୀୟ ସ୍ଥାନରେ ରହିଛି। 

ଦିଲ୍ଳୀ- ପଞ୍ଜାବ ଫାଇଟ୍‌

ଦିଲ୍ଳୀ- ପଞ୍ଜାବ ଫାଇଟ୍‌

ନୂଆଦିଲ୍ଲୀ,୧୯।୪(ପି.ଟି.)- ଆଇପିଏଲର ୩୭ତମ ମ୍ୟାଚରେ ଘରୋଇ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗସ ଇଲେଭେନ୍‌ ପଞ୍ଜାବ ମୁହଁାମୁହିଁ ହେବେ। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଦିଲ୍ଲୀ ପଏଣ୍ଟ ତାଳିକାରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି। ତେବେ ଦିଲ୍ଲୀ ପାଇଁ ଏକାଧିକ ସମସ୍ୟା ରହିଛି। 

   ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି :    ୭ ଭାରତୀୟ ଖେଳିବେ କାଉଣ୍ଟି କ୍ରିକେଟ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି : ୭ ଭାରତୀୟ ଖେଳିବେ କାଉଣ୍ଟି କ୍ରିକେଟ

ନୂଆଦିଲ୍ଲୀ, ୧୯ା୪ (ପି.ଟି.)-ଉଦ୍‌ଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜ ଜୁଲାଇ ଓ ଅଗଷ୍ଟରେ ଖେଳାଯିବ। ଏଥିଲାଗି ପ୍ରସ୍ତୁତି ପାଇଁ ଭାରତର ୭ ଟେଷ୍ଟ ସ୍ପେଶାଲିଷ୍ଟ  ବିଭିନ୍ନ ଇଂଲିଶ କାଉଣ୍ଟି ଦଳ ସହିତ କେତୋଟି ଗେମ୍‌ ଖେଳିପାରନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନଜରରେ ଥିବା ଏହି ଖେଲାଳିମାନେ ହେଲେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ପୃଥ୍ବୀ ଶ’, ହନୁମା ବିହାରୀ, ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଈଶାନ୍ତ ଶର୍ମା। ବିସିସିଆଇର ଜଣେ ସିନିୟର ଅଫିସିଆଲଙ୍କ କହିବା ଅନୁସାରେ ପୂଜାରାଙ୍କ ୟର୍କଶାୟାର ଦଳ ସହିତ ୩ବର୍ଷିଆ ଚୁକ୍ତି ହୋଇ ସାରିଛି। ତେଣୁ ସେ ୟର୍କଶାୟାର ଦଳରୁ ଖେଳିବେ।

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରଙ୍କ ସମଲିଙ୍ଗୀ ବିବାହ

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରଙ୍କ ସମଲିଙ୍ଗୀ ବିବାହ

ମେଲବୋର୍ନ, ୧୯।୪- ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇଜଣ ମହିଳା କ୍ରିକେଟର। ଏହି ୨ଜଣ କ୍ରିକେଟର ହେଲେ ନ୍ୟୁଜିଲାଣ୍ଡ ଜାତୀୟ ମହିଳା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ହେଲୀ ଜେନସେନ ଓ ଅଷ୍ଟ୍ରେଲିଆର ନିକୋଲାସ ହାନକକ୍‌। ନିକୋଲାସ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁ ନ ଥିଲେ ମଧ୍ୟ ଘରୋଇ ପ୍ରତିଯୋଗିତା ମହିଳା ବିଗ୍‌ ବାସ୍‌ ଲିଗ୍‌ରେ ମେଲବୋର୍ନ ଷ୍ଟାରସ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। 

ଏସିଆନ ଚାମ୍ପିୟନଶିପ୍‌ ପ୍ରି-କ୍ୱାର୍ଟରରେ ୨ ଭାରତୀୟ ବକ୍ସର

ଏସିଆନ ଚାମ୍ପିୟନଶିପ୍‌ ପ୍ରି-କ୍ୱାର୍ଟରରେ ୨ ଭାରତୀୟ ବକ୍ସର

ବ୍ୟାଙ୍କକ୍‌, ୧୯।୪(ପି.ଟି.)- ଏସିଆନ ଚାମ୍ପିୟନଶିପ୍‌ରେ ଦୁଇ ଭାରତୀୟ ବକ୍ସର ଦୀପକ ଓ ରୋହିତ୍‌ ଟୋକସ ଭଲ ଆରମ୍ଭ କରି ପ୍ରି-କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।


Model This Week

କ୍ରିଷ୍ଣା
Why Dharitri