ଅନଗୁଳ-ଢେଙ୍କାନାଳ

ବିଶ୍ୱଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞର ପୂର୍ଣ୍ଣାହୁତି:ପ୍ରସିଦ୍ଧ ମକରଯାତ୍ରା ଆରମ୍ଭ

ବିଶ୍ୱଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞର ପୂର୍ଣ୍ଣାହୁତି:ପ୍ରସିଦ୍ଧ ମକରଯାତ୍ରା ଆରମ୍ଭ

ଓଡାପଡା,୧୫ା୧(ଡି.ଏନ.ଏ.)ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ନାଧରାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ପରିସରରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ୨୩ତମ ବିଶ୍ୱଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞରେ ସୋମବାର ପୂର୍ଣ୍ଣାହୁତି ଦିଆଯାଇଛି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏହି ବିଶ୍ୱଶାନ୍ତି ମହାଯଜ୍ଞ ୨୩ ବର୍ଷ ଧରି ଆୟୋଜିତ ହୋଇଆସୁଛି।  କମିଟି ସଭାପତି ହେମନ୍ତ କୁମାର ପାଣିଗ୍ରାହୀ, ସମ୍ପାଦକ ପ୍ରଦୀପ କୁମାର ସାମଲ ଓ ପ୍ରସନ୍ନ କୁମାର ସାହୁଙ୍କ ତତ୍ତ୍ୱାବଧାନାରେ ଯଜ୍ଞ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅପରପକ୍ଷରେ ଶକ୍ତିପୀଠର ଅପରପାର୍ଶ୍ୱ ପ୍ରସିଦ୍ଧ ଶୈବକ୍ଷେତ୍ର ଗୋକନକେଶ୍ୱର ମନ୍ଦିର ବାହାରେ ବ୍ରାହ୍ମଣୀ ନଦୀ ଆମ୍ବତୋଟା ତଳେ ମକରଯାତ୍ରା ଆରମ୍ଭ ହୋଇଛି। ଏହିଯାତ୍ରା ପାଇଁ ନାଧରା ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ପାଇଛି। ଗ୍ରାମୀଣ ତଥା କୃଷିଭିତ୍ତିକ ସାମଗ୍ରୀର କିଣାବିକା ପାଇଁ ଏହା ଯାତ୍ରା ପ୍ରସିଦ୍ଧ। ଯାତ୍ରାର ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ନଦୀ ପାର ହୋଇ ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରାସ୍ଥଳକୁ ଆସୁଥିବାରୁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଡଙ୍ଗା ଯାତ୍ରୀଙ୍କ ସୁରକ୍ଷା ନେଇ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି। ସକାଳେ ଘାଟରେ ଥିବା ଡଙ୍ଗା ଗୁଡିକର ଯାଞ୍ଚ କରାଯାଇ ଫିଟନେସ୍‌ ସାର୍ଟିିଫିକେଟ ପ୍ରଦାନ କରାଯାଇଥିଲା। ସେହିପରି ଭିଡ ନିୟନ୍ତ୍ରଣ ଏବଂ ଡଙ୍ଗାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଯାତ୍ରୀ ଯିବା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ନଦୀର ଉଭୟ ଘାଟରେ ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀଙ୍କୁ ମୁତୟନ କରାଯାଇଛି ା ଭିଡକୁ ଆଖି ଆଗରେ ରଖି ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଯାତ୍ରା ସ୍ଥଳରେ ଅସ୍ଥାୟୀ ଫାଣ୍ଡି ମଧ୍ୟ ଖୋଲାଯାଇଛି ା ମଙ୍ଗଳବାର ଓ ବୁଧବାର ଯାତ୍ରାରେ ପ୍ରବଳ ଭିଡ଼ ହେବା ଅନୁମାନ କରାଯାଉଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ନଦୀ ପାର ଦନ୍ତାର ନରସଂହାର

ନଦୀ ପାର ଦନ୍ତାର ନରସଂହାର

ଅନୁଗୋଳ ଜିଲାରେ ଅନେକ ସମୟରେ ହାତୀକୁ ନେଇ ଆତଙ୍କ ଦେଖାଯାଉଛି। କେତେବେଳେ ହାତୀ ଗଁ। ନିକଟକୁ ଆସି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ତ ପୁଣି କେବେ ସହର ମଧ୍ୟକୁ ପଶି ଭୟର ବାତାବରଣ ଖେଳାଇ ଦେଉଛନ୍ତି। 

ବିଜେଡି, ଭାଜପା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ବିଜେଡି, ଭାଜପା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

କାମାକ୍ଷାନଗର, ୨୦।୪(ଡି.ଏନ୍‌.ଏ.)- ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ମଝିରେ  ମାତ୍ର ୩ ଦିନ ଥିବାବେଳେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। 

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ଅନୁଗୋଳ ଅଫିସ, ୨୦।୪- ନିର୍ବାଚନ ପାଇଁ ଦୁଇ ଚକିଆ ଯାନ ରିକ୍ୟୁଜିଶନ ଯୋଗୁ ଅନୁଗୋଳ ପୋଲିସ ଲୋକଙ୍କଠାରୁ ବାଇକ୍‌ ସଂଗ୍ରହ କରିଛି। ତେବେ ପୋଲିସ ବିନା ସୂଚନାରେ ହଠାତ୍‌ ଲୋକମାନଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ବାଇକ୍‌ ଥାନାକୁ ନେଇଯିବା ପ୍ରଥମେ କିଛି ବୁଝାପଡି ନ ଥିଲା।

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର: ବିଜେଡି-ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର: ବିଜେଡି-ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ, ୨୦।୪- ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ଢେଙ୍କାନାଳ ଲୋକସଭା କ୍ଷେତ୍ର। ହାଟ୍ରିକ୍‌ ବିଜୟ ସହ ମୋଟ ୪ ଥର ଏମ୍‌ପି ରହିଆସିଥିବା ବରିଷ୍ଠ ବିଜେଡି ନେତା ତଥାଗତ ସତପଥୀ ନିର୍ବାଚନରୁ ନିଜକୁ ଦୂରେଇ ରଖିବା ପରେ ଶାସକ ଦଳକୁ ଏବେ ଘାରିଛି ଗଡ଼ରକ୍ଷା ଚିନ୍ତା।

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ବିଜେଡିର ମହିଳା ସମାବେଶ

ବିଜେଡିର ମହିଳା ସମାବେଶ

ବଇଣ୍ଡା,୧୯।୪(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧରଡ଼ପାଳ ଓ ଅଙ୍ଗପଡ଼ା ପଞ୍ଚାୟତରେ ଶୁକ୍ରବାର ବିଜେଡିର ନିର୍ବାଚନୀ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବଜ୍ରପାତରେ ୧୩ ବର୍ଷର ବାଳିକା ମୃତ

ବଜ୍ରପାତରେ ୧୩ ବର୍ଷର ବାଳିକା ମୃତ

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗ୍ରାମରେ ଶୁକ୍ରବାର ବଜ୍ରପାତରେ ଜଣେ ୧୩ ବର୍ଷର ବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶିଶିର ବାରିକଙ୍କ ଝିଅ ଜିତା(୧୩) ।

୫ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

୫ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

ତାଳଚେର,୧୯ା୪(ନିି.ପ୍ର): ତାଳଚେର ପୌରାଞ୍ଚଳର ଷଣ୍ଢଗାଁରେ ଗୁରୁବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୫ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ କାଳିଆ ସହର, ସୁନୀତା ସେଠ୍‌, ସାରଥି ସହର, ଅନୀତା ସହର ଏବଂ ତାଳଚେର ବ୍ଲକ ସନ୍ଥପଡ଼ା ଗ୍ରାମର ଭ୍ରମରବର ସାମଲ(୭୦)।

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ଭୁବନ, ୧୯ା୪(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିବା ମାର୍କେଟରେ ଥିବା ନାରାୟଣ ପୋଥାଳଙ୍କ ଗ୍ରୋସରୀ ଦୋକାନରେ ବିଦ୍ୟୁତ ସର୍ଟସର୍କିଟରୁ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସବୁ ଜଳି ପାଉଁଶ ହୋଇଯାଇଛି ।

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଅନୁଗୋଳ ଅଫିସ, ୧୯।୪- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଶେଷ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋର ଧରିଛି। ଇତିମଧ୍ୟରେ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୩ ଦିନ ବାକି ରହିଛି। 

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୧୯ା୪- ଢେଙ୍କାନାଳ ଜିଲାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ନିୟୋଜିତ ମାଇକ୍ରୋ ଅବଜରଭର (ଅଣୁ ପର୍ଯ୍ୟବେକ୍ଷକ)ମାନଙ୍କର ତାଲିମ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।


Model This Week

କ୍ରିଷ୍ଣା
Why Dharitri