ରାଜ୍ୟ | ସମ୍ବଲପୁର

ଟୋକନ ଦାବିରେ ସିଏସଓଙ୍କୁ ଭେଟିଲେ ଚାଷୀ : ଧାନ ବିକ୍ରି ନ ହେଲେ ଆନ୍ଦୋଳନ

ଟୋକନ ଦାବିରେ ସିଏସଓଙ୍କୁ ଭେଟିଲେ ଚାଷୀ : ଧାନ ବିକ୍ରି ନ ହେଲେ ଆନ୍ଦୋଳନ

ନୂଆପଡା ଅଫିସ,୧୪ା୧ଦୁଇଦିନ ତଳେ ନୂଅପାଡ଼ା ଜିଲା ତରବୋଡ ମଣ୍ଡିରେ ମିଲର୍ସଙ୍କ ଦାଦାଗିରି ଯୋଗୁ ହଜାର ହଜାର ବସ୍ତା ଧାନ ପଡିରହିଥିବା ବେଳେ ଜଲା ଯୋଗାଣ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଉଠିଥିଲା । ହେଲେ ବର୍ତ୍ତମାନ ସେହି ଅଞ୍ଚଳର ବହୁ ଚାଷୀ ଧାନ ବିକ୍ରି କରିବାକୁ ଟୋକନ (ଅନୁମତିପତ୍ର)ମିଳୁ ନ ଥିବାରୁ ଚାଷୀ ଧାନବିକ୍ରି କରିବାରୁ ବଞ୍ଚତ୍ତ ରହୁଛନ୍ତି । ଏହା ଉପରେ ଅନନ୍ୟୋପାୟ ହୋଇ ଚାଷୀମାନେ ସୋମବାର ନୂଆପଡା ଆସି ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ଟୋକନ ଦେବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏହା ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ତରବୋଡ ସେବା ସମବାୟ ସମିତି ତରଫରୁ ଗାଁ ଗୁଡିକୁ ପର୍ଯ୍ୟାୟକ୍ରମେ ଟୋକନ ଦେଇ ଧାନ କ୍ରୟ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଶେଷରେ ବର୍ତ୍ତମାନ ଧାନ କିଣା ଟାର୍ଗେଟ ଶେଷ ହୋଇଯାଇଥିବା ଦର୍ଶାଇ ଟୋକନ ଦିଆଯାଉନାହିଁ । ଫଳରେ ଗାଁଗୁଡିକରେ ହଜାର ହଜାର ବସ୍ତା ଧାନ ପଡିରହିଛି । ଚାଷୀମାନେ ଖରିଫ ଚାଷ ସମୟରେ ହାତ ଉଧାରି କରି କାମ କରିଥିଲେ । ବର୍ତ୍ତମାନ ସେହି ଟଙ୍କା ତକ ସୁଝିବାକୁ ବାର ଦୁଆର ବୁଲୁଛନ୍ତି ।  ବିଭାଗ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଚାଷୀମାନଙ୍କ ମଧ୍ୟରେ ଲଲିତ କୁମାର ସାହୁ, ମନଧର ସାହୁ, ଅମର ମାଝି, ମନୋଜ ପ୍ରଧାନ, ପଦ୍ମନ ପ୍ରଧାନ, ରୁପେଶ ଚନ୍ଦ୍ର ପ୍ରଧାନ, ଜଳନ୍ଧର ସାହୁ, ପବିତ୍ର ମୋହନ ପ୍ରଧାନ ପ୍ରମୁଖଙ୍କ ସହ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ରବୀନ୍ଦ୍ର ମଙ୍ଗରାଜଙ୍କ ସହ ମିଶି ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଆସିଥିଲେ । ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରି ଏହା ଉପରେ ତୁରନ୍ତ ବିଚାର କରି କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି। ଚାଷୀଙ୍କ ଦାବିକୁ ଅଣଦେଖା କଲେ ଆଗାମୀ ଦିନରେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେବୋଲି ଚେତାଇ ଦେଇଛନ୍ତି । 

All Right Reserved By

ରାଜ୍ୟ | ସମ୍ବଲପୁର

ବଢ଼ିବ ତାତି

ବଢ଼ିବ ତାତି

ଭୁବନେଶ୍ୱର,୧୯।୨(ବ୍ୟୁରୋ):ବର୍ଷା ଯୋଗୁ ଗତ ଦୁଇଦିନ ହେବ ରାଜ୍ୟରେ ଥଣ୍ଡା ପାଗ ରହିଥିଲା ।

୨୦ରେ ଆସିବେ ଯୋଗୀ

୨୦ରେ ଆସିବେ ଯୋଗୀ

ଭୁବନେଶ୍ୱର, ୧୯।୨(ବ୍ୟୁରୋ):ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସକାଳ ୧୦ଟାରେ ଯୋଗୀ ରାୟପୁର ବିମାନବନ୍ଦରରେ ପହଞ୍ଚିବେ। 

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କଟକ ଅଫିସ, ୧୯।୨:କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ। ମନ୍ଦିର ପ୍ରତି ସେଭଳି କୌଣସି ବିପଦ ନାହିଁ। ଏହିଭଳି କଥା ଆରମ୍ଭରୁ କହି ଆସୁଥିବା ଭାରତୀୟ ପ୍ରନତ୍ତାତ୍ତି୍ବକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଶେଷରେ ମାନିଛି ଯେ ମନ୍ଦିର ପ୍ରତି ବିପଦ ରହିଛି। 

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

କେନ୍ଦ୍ରାପଡା ଅଫିସ, ୧୯।୨- କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି ା ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି

ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ

ବଡ଼ସାହି,୧୯ା୨(ସ୍ବ.ପ୍ର.)-ବିଭିନ୍ନ ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସରଭୁକ୍ତ ଅଞ୍ଚଳକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ବୃଦ୍ଧି, ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ସରକାର ଯୋଗାଇ ଦେଉଛନ୍ତି। ମାତ୍ର ରୋଷେଇ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ନ ଥିବାରୁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ ସ୍କୁଲରେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ଚାଲୁଅଛି। 

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ନିର୍ମାଣ କରୁଥିବା ଠିକାଦାର ଗତ ୨ମାସ ହେଲା ରାସ୍ତାକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଚାଲିଯାଇଛନ୍ତି। 

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଢେଙ୍କାନାଳ ଅଫିସ, ୧୯।୨ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବୋରାପଦା ଖମାର ଗ୍ରାମରେ ମହିଳାମାନେ ସଙ୍ଗଠିତ ହୋଇ ସୋମବାର ନିଶାମୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି। 

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୯ା୨ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା। ସାଧୁସନ୍ଥଙ୍କ ସମାଗମରେ ପ୍ରକମ୍ପିତ ହେଉଛି ମହିମା ଧର୍ମର ମୁଖ୍ୟପୀଠ ଗାଦିମନ୍ଦିର। ମହିମା ଅଲେଖ ଧ୍ୱନିରେ ଫାଟିପଡ଼ୁଛି ସମଗ୍ର ପୀଠ ପରିସର। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ପ୍ରଜ୍ୱଳିତ ହୋଇଛି ଝାଡ଼ଦୀପ। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାର ପ୍ରଥମ ଦିନରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ।