ରାଜ୍ୟ | ସମ୍ବଲପୁର

ଭୁଲିଆସିକୁଆଁ ମଣ୍ଡିରେ ୧୪ ଶହ ବସ୍ତା ଧାନ ପଡିଛି: ୭ ଦିନ ହେଲା ଚାଷୀ ଜଗିଛନ୍ତି

ଭୁଲିଆସିକୁଆଁ ମଣ୍ଡିରେ ୧୪ ଶହ ବସ୍ତା ଧାନ ପଡିଛି:  ୭ ଦିନ ହେଲା ଚାଷୀ ଜଗିଛନ୍ତି

ନୂଆପଡା ଅଫିସ,୧୫ା୧ସରକାର ଚାଷ ଏବଂ ଚାଷୀଙ୍କୁ ଗୁରୁତ୍ୱ ଦେଉଥିବା କୁହୁଥିବାବେଳେ ନୂଆପଡା ଜିଲାରେ ଖରିଫ ରୁତୁର ଧାନକିଣା ବେଳେ ଯେତିକି ଅବ୍ୟବସ୍ଥା ଦେଖାଦେଉଛି ତାହା ସରକାରଙ୍କ ବାହାଦୂରକୁ ପଦାରେ ପକାଇଛି । ଜିଲାର ବିଭିନ୍ନ ମଣ୍ଡିରେ ମିଲର୍ସମାନଙ୍କ ଦାଦାଗିରି ଏବଂ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ଯୋଗୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଭୁଲିଆସିକୁଆଁ ମଣ୍ଡିକୁ ମିଲର୍ସମାନେ କଟନି ଛଟନି ଦାବି କରି ଆସୁ ନ ଥିବାବେଳେ ଆଜକୁ ୭ ଦିନ ହେବ ଚାଷୀାମାନେ ଦିନରାତି ଧାନବସ୍ତାକୁ ଜଗି ରହିଛନ୍ତି । ଅନ୍ୟପଟେ ହାତୀପଲ ଜଙ୍ଗଲ ତଳି ଅଞ୍ଚଳରେ ମାତି ରହିଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି ।  

    ଖଡିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମପଞ୍ଚାୟତ ଅଞ୍ଚଳ ସବୁବେଳେ ମରୁଡି ଗ୍ରସ୍ତ ହେଉଥିବାରୁ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଗଲାଣି । ଏହି ବର୍ଷ ଚାଷ ଟିକକ ହୋଇଥିବାରୁ ଚାଷୀମାନେ ମୁଣ୍ଡର ଝାଳ ତୁଣ୍ଡରେ ଦେଇ ବିକ୍ରି କରି ଦ୍ୱିପଇସା ପାଇବାକୁ ଜଗି ରହିଥିଲେ । ହେଲେ ବର୍ତ୍ତମାନ ମିଲର୍ସ ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ ଚାଷୀ ହଇରାଣ ହେଉଛନ୍ତି । ଆଜକୁ ୭ ଦିନ ତଳେ ମୋଟ ୨୧ ଜଣ ଚାଷୀ ମଣ୍ଡିକୁ ଧାନ ଆଣିଥିଲେ ା ଚାଷୀମାନଙ୍କୁ ମିଲର୍ସ କୁଇଣ୍ଟାଲ ପିଛା ୫/୬ କି.ଗ୍ରା. କଟନି କରିବାକୁ କହିଥିଲେ । ଚାଷୀମାନେ ସେଥିରେ ରାଜି ନ ହେବାରୁ ମିଲର୍ସ ଆଉ ମଣ୍ଡିକୁ ଆସୁନାହାନ୍ତି ବୋଲି ଚାଷୀ ଭ୍ରମର ଭୋଇ, ମୋହନ ଭୋଇ, ବୀରବଲ ଶବର, ଖଗପତି ମେହେର, ଗୁପ୍ତେଶ୍ୱର ମେହେର ପ୍ରମୁଖ ଅଭିଯୋଗ କରିଛନ୍ତି । ଏପଟେ ଦିନ ପରେ ଦିନ ଗଡିଚାଲିଛି । ସେବା ସମବାୟ ସମ୍ପାଦକଙ୍କୁ କହିଲେ ମିଲର୍ସ ଆସୁନାହାନ୍ତି ଧାନ କାହାକୁ ବିକ୍ରି କରିବେ ବୋଲି କହୁଛନ୍ତି । ଚାଷୀମାନେ ବାର ଦୁଆର ହେଉଥିଲେ ହେଁ ଚାଷୀଙ୍କ କଥାକୁ କେହି ଶୁଣୁ ନ ଥିବାରୁ ପ୍ରଶାସନିକ ଅବ୍ୟବସ୍ଥାକୁ ପଦାରେ ପକାଇଦେଇଛି । ଅନ୍ୟପକ୍ଷେ ଗାଁ ମୁଣ୍ଡରୁ ଏକ କି.ମି. ଦୂରରେ ଜଙ୍ଗଲ ତଳି ଅଞ୍ଚଳରେ ଧାନ ମଣ୍ଡି ରହିଛି । ପଡୋଶୀ ବଲାଙ୍ଗୀର ଜିଲା ଅଞ୍ଚଳରୁ ଦୁଇ ଦିନତଳେ ଏକ ହାତୀ ପଲ ଆସିଛନ୍ତି । ନିକଟବର୍ତ୍ତି ଗାଁରେ ବହୁ ଚାଷ ସମ୍ପତି ନଷ୍ଟ କରିସାରିଲେଣି । ମଣ୍ଡିରେ ଚାଷୀମାନେ ପ୍ରଚଣ୍ଡ ଶୀତରେ ଉଜାଗର ରହୁଥିବାବେଳେ ହାତୀ ଭୟରେ ଆତଙ୍କିତ ରହିଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଏହା ଉପରେ ଜଲା ଯୋଗାଣ ଅଧିକାରୀ ଅଶୋକ କୁମାର ଦାସଙ୍କୁ ଯୋଗାଯୋଗ କରିବାରେ ଏହା ଉପରେ ସେ ତୁରନ୍ତ ଦୃଷ୍ଟି ଦେଉଛନ୍ତି । ଖୁବଶୀଘ୍ର ଏହାର ବିଚାର କରିବେ ବୋଲି କହିଛନ୍ତି । 

All Right Reserved By

ରାଜ୍ୟ | ସମ୍ବଲପୁର

ବୁଝାମଣା ନୁହେଁ, ଆନ୍ଦୋଳନ କରିବ ଏସ୍‌ୟୁସିଆଇ(ସି)

ବୁଝାମଣା ନୁହେଁ, ଆନ୍ଦୋଳନ କରିବ ଏସ୍‌ୟୁସିଆଇ(ସି)

ଭୁବନେଶ୍ୱର,୧୫।୨(ବ୍ୟୁରୋ)- ଭାରତର ପ୍ରମୁଖ ସାମ୍ୟବାଦୀ ଦଳ ଏସ୍‌ୟୁସିଆଇ(ସି) ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ରଣନୀତି ପ୍ରସ୍ତୁତ କରିଛି। ନିର୍ବାଚନ ଅପେକ୍ଷା ଜନଜୀବନ ସମସ୍ୟା ନେଇ ନ୍ୟାୟସଙ୍ଗତ ବାମପନ୍ଥୀ ଆନ୍ଦୋଳନ ଗଢିବା ଦଳର ମୁଖ୍ୟ ଉଦ୍ଦେଶ୍ୟ।

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। 

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼,୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଛିି। ଏହି ଚଢ଼ାଉରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯିବା ବେଳେ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ କରିଥିଲେ। 

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରନତ୍ାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି।

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ପିଠା କାର୍ଯ୍ୟକ୍ରମରେ ୨ମିନିଟ୍‌ ନୀରବ ପ୍ରାର୍ଥନା

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ପିଠା କାର୍ଯ୍ୟକ୍ରମରେ ୨ମିନିଟ୍‌ ନୀରବ ପ୍ରାର୍ଥନା

କାକଟପୁର, ୧୫।୨(ଡି.ଏନ୍‌.ଏ.):  ପୁରୀ ଜିଲା କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଶୁକପୋଖରୀଠାରେ ସତ୍ୟନାରାୟଣ ହାଇସ୍କୁଲ ପରିସରରେ ପିଠା କାର୍ଯ୍ୟକ୍ରମ  ଶୁକ୍ରବାର ଅନୁଷ୍ଠିତ ହୋଇଛି। 

ସଚିବାଳୟରୁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସଚିବାଳୟରୁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛନ୍ତି।

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

କାମାକ୍ଷାନଗର,୧୫।୨(ଡି.ଏନ୍‌.ଏ.): ସାଧାରଣ ନିିର୍ବାଚନକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିଦ୍ୟାଳୟରେ ଶୁକ୍ରବାର ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ତାଲିମ ଦିଆଯାଇଛି ।

ପୁଲଓ୍ବାମା ଆକ୍ରମଣରେ  ଦୁଇ ଓଡ଼ିଆ ଶହୀଦଙ୍କ  ପରିବାର ସହ କଥାହୋଇ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁଲଓ୍ବାମା ଆକ୍ରମଣରେ ଦୁଇ ଓଡ଼ିଆ ଶହୀଦଙ୍କ ପରିବାର ସହ କଥାହୋଇ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି ୨ ଓଡ଼ିଆ। ସେମାନେ ହେଲେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲା ନିଆଳି ରତନପର ଗ୍ରାମର ମନୋଜ କୁମାର ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶହୀଦ ଓଡ଼ିଆ ଯବାନଙ୍କ ପରିବାର ସହ କଥା ହେବା ସହ ସମବେଦନା ଜଣାଇଛନ୍ତି। 

 ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟାପକ

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟାପକ

ସୋର,୧୫।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋରସ୍ଥିତ ତଳନଗର କଲେଜର  ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ  ଚଢ଼ାଉ ଚାଲିଛି। 

 ପୁଲଓ୍ବାମା ଆତଙ୍କବାଦୀ  ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ନାଉଗାଁ,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀ  ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି। 

 ମିନିଟ୍ରକ ବାଇକ ମୁହଁ।ମୁହିଁ, ଜଣେ ମୃତ

ମିନିଟ୍ରକ ବାଇକ ମୁହଁ।ମୁହିଁ, ଜଣେ ମୃତ

ବାଲେଶ୍ୱର ଅଫିସ,୧୫।୨: ବାଲେଶ୍ୱର ସୁନହଟ ସ୍ଥିତ ହେମକାପଦା ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ

ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ

କଟକ ଅଫିସ, ୧୫।୨: ଷ୍ଟେଟ୍‌ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସ୍ୟାଟ୍‌)ରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ  ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏ କ୍ଷେତ୍ରରେ ବିଫଳ ହୋଇଛନ୍ତି।