ସମ୍ବଲପୁର

ଟି. ଗଣ୍ଡପାଲିରେ ବିବେକାନନ୍ଦ ଜୟନ୍ତୀ ଭେଁଡିଆପିଲେ ଜାଗ୍‌ଲେ ଗଁ।ର ଉନ୍‌ନତି ସମ୍‌ଭବ

ଟି. ଗଣ୍ଡପାଲିରେ ବିବେକାନନ୍ଦ ଜୟନ୍ତୀ  ଭେଁଡିଆପିଲେ ଜାଗ୍‌ଲେ ଗଁ।ର ଉନ୍‌ନତି ସମ୍‌ଭବ

ବିଜେପୁର, ୧୫।୧ (ଡି.ଏନ.ଏ): ବରଗଡ଼ ଜିଲା ବିଜେପୁର ବ୍ଲକ ଟି.ଗଣ୍ଡପାଲି ଦୁର୍ଗା ମଡ଼ପରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଜାକ୍‌ଜମକରେ ପାଲିତ ହେଇଯାଇଛେ। ଥାନୀୟ ବିବେକାନନ୍ଦ ଯୁବକ ସଂଘ ତରଫୁ ଆୟୋଜିତ ଇ ଉଛବ୍‌କେ କଂଗ୍ରେସର ଜିଲା ଉପସଭାପତି ଦିଲୀପ କୁମାର ପଣ୍ଡା ମୁଖିଆ କୁନୁଅଁା ହିସାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଉନିଆମାନକର ଭିତରେ ଜୟଲାଲ ସୁନା, ଥାନୀୟ ହାଇସ୍କୁଲର ପ୍ରଧାନଶିକ୍ଷକ ଭରତ ସା, ସରପଁଚ୍‌କଁର ପରତିନିଧି ଭିକାରୀ ମେହେର ସନ୍‌ମାନୀତ କୁନୁଅଁା ହିସାବେ ଯୋଗ ଦେଇଥିଲେ। ସାମାଜିକ ଦାଇତିଅବୋଧ ଅଭାବୁ ଗଁାର ପରିବେଶ ଦିନୁଦିନ୍‌କେ ଖରାପ ହେଉଛେ। ଇତାର ସମାଧାନ ଲାଗି ଭେଁଡ଼ିଆ ପିଲାକର ମୁଖିଆ ଭୂମିକା ରହିଛେ। ସେଥିରଲାଗି ଭେଁଡ଼ିଆ ପିଲାମାନେ ଚେତ୍‌ଲେ  ଗଁାର ଉନ୍‌ନତି ସମ୍‌ଭବ ବଲି ଉପସ୍ଥିତ କୁନୁଅଁାମାନେ କହିଥିଲେ। ଯୁବ କବି ମକରଧ୍ୱଜ ସାହୁ ମୁଖିଆ ବକ୍‌ତା ହିସାବେ ମଞ୍ଚାସୀନ ଥିଲେ। ଉଦ୍‌ଯାପନୀ ପରବରେ ଭାଜପା ନେତା ସୁବାଷ ଚୌହାନ ମୁଖିଆ କୁନୁଅଁା, ଗୋବର୍ଦ୍ଧନ ଭୁଏ ସମ୍‌ମାନୀତ ଅତିଥି, ଦେବାଶିଷ ଦାଶ ମୁଖିଆ ବକ୍‌ତା ହିସାବେ ଯୋଗ ଦେଇଥିଲେ। ଯୁବକ ସଂଘର ସଭାପତି ସୁନୀଲ ମଲ୍ଲିକ ଉଭଏ କାଯ୍‌କରମରେ ଅଧ୍ୟକ୍ଷତା କରିଥିଲେ। ସଭାକେ ଶିକ୍ଷକ ଗୋବିନ୍ଦ ସେଠ ସଂଯୋଜନା କରିଥିଲେ। ୩ୟ ଆର ୫ମ ଶ୍ରେଣୀ ମେଧାବୁରତି, ନାଚ୍‌ଗୀତ ପରତିଯୋଗୀତାରେ ସଫଲତା ପାଇଥିବାର ଛାତ୍ରୀଛାତ୍ରମାନକୁ ପୁରସ୍‌କୁରୁତ କରାଯାଇଥିଲା। ପଛେ ସ୍ବର୍ଗତ ହାସ୍ୟକବି ସଞ୍ଜିବ ବଣିଅଁାକଁର ଲେଖ୍‌ଲା ସମ୍ବଲପୁରୀ ନାଟକ ‘ହରିବୋଲ ବିବେକାନନ୍ଦ’ ଯୁବକ ସଂଘର କଳାକାରମାନକର ଦୁଆରା ପରିବେଶିତ ହେଇଥିଲା।

All Right Reserved By

ସମ୍ବଲପୁର

ସୁନ୍ଦରଗଡ଼ରେ ଝଡପବନ ସହ ବର୍ଷା: ଗଛ ଭାଙ୍ଗିଲା, ଛାତ ଉଡ଼ିଲା

ସୁନ୍ଦରଗଡ଼, ୨୦।୪ (ଡି.ଏନ୍‌,ଏ) -ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଝଡପବନ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଅଧିକାଂଶ ସ୍ଥାନରେ ବହୁ ଗଛଡ଼ାଳ ଭାଙ୍ଗିପଡ଼ିଛି। ଘରର ଚାଳ ଛପର, ଆଜବେଷ୍ଟସ ଛାତ ଉଡିଯାଇଛି। ଗଛଡ଼ାଳ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁୁଗୁଳି ପରେ ବର୍ଷା ଯୋଗୁ ଲୋକେ ଆସ୍ବସ୍ତି ଲାଭ କରିଛନ୍ତି।

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡିଛି। ଖବରପାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଦିଲୀପ ଷଡ଼ଙ୍ଗୀ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ଼, ୨୦।୪ (ସ୍ବ.ପ୍ର.) -ନିର୍ବାଚନ ମତଦାନ ପାଇଁ ଆଉ ୩ ଦିନ ବାକିଥିବାବେଳେ କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ନିଜର କର୍ମୀ ତଥା ନେତାଙ୍କୁ ନେଇ ଗୁରୁବାର ସନ୍ଧ୍ୟାରେ ଦେବଗଡ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଚାଲିଚାଲି ରୋଡ ଶୋ, ନିର୍ବାଚନ ପ୍ରଚାର ଏବଂ ପଥପ୍ରାନ୍ତ ସଭା କରିଥିଲେ। 

ମୌଳିକ ସୁବିଧାରୁ ବଞ୍ଚିତ ବ୍ରାହ୍ମଣୀପଡା ଗାଁ : ପାନୀୟ ଜଳ ମୁଖ୍ୟ ସମସ୍ୟା

ମୌଳିକ ସୁବିଧାରୁ ବଞ୍ଚିତ ବ୍ରାହ୍ମଣୀପଡା ଗାଁ : ପାନୀୟ ଜଳ ମୁଖ୍ୟ ସମସ୍ୟା

ନୂଆପଡା ଅଫିସ,୧୯।୪ : ସ୍ବାଧୀନତାର ୭୨ବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ସିନାପାଲି ବ୍ଲକ ବ୍ରାହ୍ମଣପଡା ଗଁା ଲୋକଙ୍କ ମୌଳିକ ସମସ୍ୟା ଦୂର ହୋଇପାରୁନାହିଁ । 

ରାମ ମନ୍ଦିର କଲ୍ୟାଣ ମଣ୍ଡପ ଅଧାପନ୍ତରିଆ

ରାମ ମନ୍ଦିର କଲ୍ୟାଣ ମଣ୍ଡପ ଅଧାପନ୍ତରିଆ

ଲୋଇସିଂହା,୧୯।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ରୁଗୁଡିଖାଲସ୍ଥିତ ରାମ ମନ୍ଦିର ପରିସରରେ ସରକାରୀ ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି । 

ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ତିନି ଦିନର ଡିଏ ଦାବିକଲା ରାଜ୍ୟ ଅଣଗେଜେଟେଡ୍‌ ଅଧିକାରୀ ସମନ୍ବୟ କମିଟି

ଭବାନୀପାଟଣା,୧୯।୪ (ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାରେ ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି ।

୬ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ

୬ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ

ବରଗଡ଼ ଅଫିସ,୧୯।୪: ବରଗଡ଼ ଜିଲାପାଳ ଶୁକ୍ରବାର ୬ଜଣ ପୋଲିଂ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ନିର୍ବାଚନ କାର୍ଯ୍ୟରେ ଅବହେଳା ଲାଗି ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ବରଗଡ଼ ଅଫିସ,୧୯।୪: ୬ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ। ନିର୍ବାଚନରେ ଅବହେଳା ଯୋଗୁଁ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି।

ଭଇଁଷାପାଲିରେ ଜଣେ ଦେଲେ ଭୋଟ

ଭଇଁଷାପାଲିରେ ଜଣେ ଦେଲେ ଭୋଟ

ବଲାଙ୍ଗୀର ଅଫିସ, ୧୯ା୪- ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁନ୍ତଲା ବ୍ଳକ୍‌ ଭଇଁଷାପାଲି ପ୍ରାଥମିକ ସ୍କୁଲ ବୁଥ୍‌ରେ ଜଣେ ମାତ୍ର ଭୋଟର ମତଦାନ କରିଛନ୍ତି। 

ଭାଇ ଚାପୁଡ଼ା ମାଡ଼ରେ ଭଉଣୀ ମୃତ

ଭାଇ ଚାପୁଡ଼ା ମାଡ଼ରେ ଭଉଣୀ ମୃତ

ଖଡିଆଳ,୧୯ା୪(ଡି.ଏନ.ଏ.):ନୂଆପଡା ଜିଲା ଖଡିଆଳ ଥାନା ନେହେନା ଗାଁରେ ଜଣେ ବ୍ୟକ୍ତି ନିଜ ଭଉଣୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି ।

ଭୋଟ ବର୍ଜନ କଲେ ୭ ଗାଁର ଭୋଟର

ଭୋଟ ବର୍ଜନ କଲେ ୭ ଗାଁର ଭୋଟର

ଲୋଇସିଂହା/ବାଲିଗୁଡା/ବେଗୁନିଆପଡା,୧୯ା୪(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀର ୩ ଓ କନ୍ଧମାଳ ଜିଲା ବାଲିଗୁଡା ନିର୍ବାଚନମଣ୍ଡଳୀର ୪ ଗଁାର ଭୋଟର ଗୁରୁବାର ଅନୁଷ୍ଠିତ  ସାଧାରଣ ନିର୍ବାଚନକୁ ବର୍ଜନ କରିଛନ୍ତି। 

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ହେମଗିର, ୧୯।୪ (ଡି.ଏନ.ଏ)-ଆଧ୍ୟାତ୍ମିକତା ତଥା ଭଗବତ ପ୍ରେମକୁ ପ୍ରତ୍ୟେକ ମାନବ ଜୀବନରେ ପରିସ୍ଫଟ କରିବା ପାଇଁ ହେମଗିର ବ୍ଲକର ଲୁଆବାହାଲଠାରେ ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ ଭାଗବତ ସପ୍ତାହ ପାରାୟଣ, ହରିହାଟର ଆୟୋଜନ କରାଯାଇଛି। 


Model This Week

କ୍ରିଷ୍ଣା
Why Dharitri