ସମ୍ବଲପୁର

କର୍କଟ ରୋଗ୍‌ରେ ପୀଡ଼ିତ ମନବୋଧ : ବାପର ଚିକିସତ୍ା ଲାଗି ଦାଦନ ଖଟୁଛନ୍‌ ପଢ଼ୁଆ ଝି

କର୍କଟ ରୋଗ୍‌ରେ ପୀଡ଼ିତ ମନବୋଧ : ବାପର ଚିକିସତ୍ା ଲାଗି ଦାଦନ ଖଟୁଛନ୍‌ ପଢ଼ୁଆ ଝି

ଲାଠୋର,୧୫।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ର ସାନଗୁର୍ଜିଭଟା ଗଁାର ମନବୋଧ ସୂର୍ଯ୍ୟ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏହେଦେ ସେ ସରକାରୀ ଚିକିସତ୍ା ସାହାଯ୍‌ର ଅପେକ୍ଷାରେ ଅଛନ୍‌, ହେଲେ ଏଭ୍‌ତକ୍‌ ନାଇଁ ମିଲିପାରି। ଖବର ଅନ୍‌ସାରେ ପହେଲା ତାକର ଟଁଟିରେ ଗୁଟେ ଆବୁ ବାହାରି ଦରଜ୍‌ ହେଇଥିଲା। ସେ ପାଟଣାଗଡ଼, ନୂଆପଡ଼ା ଡାକ୍‌ତରଖାନାରେ ଦେଖେଇ ଉଷୋକସା ଖାଇଥିଲେ। ହେଲେ ରୋଗ୍‌ କମ୍‌ବାର ଜାଗାରେ ଦିନୁ ଦିନ୍‌କେ ବଢ଼ତେଲ ଗଲା। ପରିବାର ଲୋକ୍‌ ଧାର ଉଧାର, ଜମି ବିକି ୨ ଲାଖ୍‌ ୭୩ ହଜାର ଟଁକା ଖରଚ୍‌ କରି କଟକ ବଡ଼ ଡାକ୍‌ତରଖାନା ଆର ଭୁବନେଶ୍ୱରର ଏମ୍‌ସ ହସ୍ପିଟାଲରେ ଚିକିସତ୍ା କରାଲେ। ହେଲେ କିଛି ଲାଭ ନାଇଁ ହେଲା। ଏହେଦ୍‌କା ସେ ଠିକ୍‌ସେ ଖିଆପିଆ କରି ନାଇଁପାରବାର। ଏନ୍‌ତାକି ସେ ନିଜେ କେହେନ୍‌ସି କାମ୍‌ବୁତା ନାଇଁ କରିପାରବାର ଲାଗି ପରିବାର ଲୋକ୍‌ ତାକର ଖିଆପିଆନୁ ମୂଲ୍‌ କରି ସବୁକଥା ବୁଝୁଛନ୍‌। ତାକର ପରିବାର କହେଲେ ମାଏକିନା ସୀତୟା, ୪ ଝି’ ଆର ଗୁଟେ ପୁଓ। ବଡ଼ଖା ଝି’ ବିହାଚୁରା ହେଇ ଶାଶ୍‌ ଘରେ ଖଟୁଥିଲା ବେଲେ ବାକି ୩ ଝି ଛାୟାବତୀ, ସୁଭୀ, ସୁନିତା ଆର ପୁଓ ଶିବଚରଣ ଘରେ ଅଛନ୍‌। ନିଜର ଜମିରେ ଚାଷ୍‌ବାସ କରବାର ସଂଗେ ଉନିଆ କାମ୍‌ଧଁଦା କରି ପରିବାଟା ଖୁସିରେ ଚଲିଯାଉଥିଲେ। ମନବୋଧ ଘରର ଗୁଟେ ବଲି ରୁଜ୍‌ଗାରିଆ ଲୋକ୍‌। ଘରର ମୁଖିଆ ରୋଗ୍‌ରେ ପଡ଼ି ରହେଲା ବେଲେ୍‌କେ ବାକି ପରିବାର ଲୋକ୍‌ ଏହେଦେ ସବୁପରକାର ସମସିଆର ସଂଗେ ଯୁଝୁଛନ୍‌। ପୁଓ ଶିବଚରଣ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲା ବେଲେ ଝି ଛାୟାବତୀ ଯୁକ୍ତ ଦୁଇ ପାସ କରିଛନ୍‌। ହେଲେ ସବୁଥିରୁ ଦୁଖର କଥା ଟଁକା ପଏସା ଅଭାବୁ ମନବୋଧକଁର ଯୁକ୍ତ ଦୁଇ ପାସ୍‌ କରିଥିବାର ଝି’ ଛାୟାବତୀ ବାପର ଚିକିସତ୍ା ଲାଗି ସରଦାରନୁ ବଏନା ଛିନି ଆନ୍ଧ୍ରପ୍ରଦେଶରେ ଦାଦନ ଖଟୁଛନ୍‌। ପରିସ୍ଥିତି ଏନ୍‌ତା ଯେ ପରିବାର ଲୋକ୍‌ ମନବୋଧକୁଁ ଚିକିସତ୍ା ତ ଦୂରର କଥା ଭଲ ଖାଏଦ୍‌, ଉଷୋ ଘିନିକରି ଦେଇ ନାଇଁପାରବାର। ଇ ଦୁଖି ପରିବାର ଉପରେ ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗ ଦୁରୁଷ୍‌ଟି ଦେଇ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଖବର ପାଇ ଖପ୍ରାଖୋଲ ବିଡିଓ ତରଣୀ ସୁନା ସୋମବାର ପୀଡ଼ିତକଁର ଗଁାରେ ପୁହୁଁଚି ପରିବାର ଲୁକ୍‌କୁ ଭେଟବାର ସଂଗେ ଚିକିସତ୍ା ବେବସ୍‌ତା କରବାକେ କଥା ଦେଇଛନ୍‌। 

All Right Reserved By

ସମ୍ବଲପୁର

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ସମ୍ବଲପୁର,୧୮ା୨(ବ୍ୟୁରୋ)ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳୁଛି। ୬୦ ବର୍ଷ ବୟସ ଭିତରେ ହିତାଧିକାରୀଙ୍କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିଲା। ଏବେ ଆଉ ୨ ଶହ ଟଙ୍କା ବଢିଛି। ସେହିଭଳି ୬୦ ବର୍ଷ ଉପରକୁ ହିତାଧିକାରୀଙ୍କୁ ପୂର୍ବରୁ ୫୦୦ ଟଙ୍କା ମିଳୁଥିଲା। ଏବେ ତାହା ୭ ଶହ ଟଙ୍କାକୁ ବଢିଛି। 

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ସମ୍ବଲପୁର, ୧୮।୨ (ବ୍ୟୁରୋ)-ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ସମାବେଶ (ମହାଯୋଟ) ତପସ୍ବିନୀ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ହେଲେ ପ୍ରେକ୍ଷାଳୟରେ ସ୍ଥାନଭାବ ଯୋଗୁଁ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ବାହାରେ ବସିଥିଲେ। ନଳିନୀ ବାଗଙ୍କ ଅଧ୍ୟକ୍ଷତାରେ ଆବାହକ ପ୍ରଶାନ୍ତ ପାଢ଼ୀ ପରିଚାଳନା କରିଥିଲେ । 

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଦେବଗଡ,୧୮ା୨(ସ୍ବ.ପ୍ର.)

ରେଙ୍ଗାଳି ବନ୍ଧ ବାସଚ୍ୟୁତଙ୍କ ସମସ୍ୟା ଓ ଦାବି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଅଣଦେଖା କରୁଛି। ଏହାର ପ୍ରତିବାଦରେ ଗତ ମଙ୍ଗଳବାରଠାରୁ ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି ନେତୃତ୍ୱରେ କ୍ଷତିଗ୍ରସ୍ତ ପରିବାରସମୂହ ଗଣଧାରଣାରେ ବସିଛନ୍ତି। 

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

ବାମରା, ୧୮।୨ (ସ୍ବ.ପ୍ର.)

ସମ୍ବଳପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଞ୍ଚାୟତରେ ରବିବାର ଚାଲିଥିବା ପିଠା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କୁ ୱାର୍ଡ ମେମ୍ବର କଲ୍ୟାଣ ସଂଘ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଛି । ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ନୋଡାଲ ଅଧିକାରୀ ଲକ୍ଷ୍ମୀନାରାୟଣ ମହାପାତ୍ର, ସରପଞ୍ଚ ଚମ୍ପାବତୀ ମିଞ୍ଜ ପ୍ରମୁଖଙ୍କ ସହ ବିଜେଡି ନେତା ଭୁବନେଶ୍ୱର କିସାନ ଉପସ୍ଥିତ ଥିଲେ । ଭୁବନେଶ୍ୱର ବର୍ତ୍ତମାନ କୌଣସି ଜନ ପ୍ରତିନିଧି ନ ଥିବା ବେଳେ କୌଣସି ପଦ ପଦବୀରେ ମଧ୍ୟ ନାହାନ୍ତି । 

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.)

ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । ସେ ହେଲେ ଧନଞ୍ଜୟ ଚୌହାନ। 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.)

ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। ଏଭଳି ଆପରାଧିକ ଘଟଣାକୁ ସାଇବର କ୍ରାଇମ୍‌ କୁହାଯାଉଥିବା ବେଳେ ସମ୍ପ୍ରତି ସାଧାରଣ ଲୋକେ ଏହାର ଶିକାର ହେଉଥିବା ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି। ଏଭଳି ଅପରାଧକୁ ରୋକିବା ପାଇଁ ରହିଥିବା ବିଧିବ୍ୟବସ୍ଥା ସମ୍ପର୍କରେ ଲୋକଙ୍କ ଅଜ୍ଞତା ଯୋଗୁଁ ଆପରାଧିକ ଘଟଣା ବୃଦ୍ଧିପାଇଛି।

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ବଲାଙ୍ଗୀର ଅଫିସ, ୧୮ା୨

ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି ା ଭାରତ ସରକାରଙ୍କ ଦ୍ୱାରା ସ୍ମାରକୀ ସମୂହ ଅଞ୍ଚଳଭାବେ ଘୋଷିତ ବହୂମୂଲ୍ୟ ପ୍ରାଚୀନ କୀର୍ତ୍ତିରାଜି ଅଞ୍ଚଳରେ ଏଭଳି ବେଆଇନ କାମ ଖୋଲାଖୋଲି କରାଯାଇଥିଲେ ମଧ୍ୟ ଏଏସ୍‌ଆଇ କିମ୍ବା ସ୍ଥାନୀୟ ପ୍ରଶାସନ କୌଣସି  ପଦକ୍ଷେପ ନ ନେବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ା 

ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ

ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ

ସେରଗଡ଼,୧୮।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ତୁଳାପଡାଠାରେ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ନକଆଉଟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଧର୍ମଗଡ ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ ଫାଇନାଲ ଖେଳରେ ଧର୍ମଗଡ ୪-୨ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଚାମ୍ପିୟନ ଦଳକୁ ୮ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍‌ ଦଳକୁ ୬ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ବୌଦ୍ଧ,୧୮।୨(ସ୍ବ.ପ୍ର): କାଳିଆ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟରେ ଜଣେ ହେଲେ ଯୋଗ୍ୟ ଚାଷୀ ଯେପରି ବଞ୍ଚତ୍ତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘର ଧାରଣା ସମାଧାନ ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି

ରାଉରକେଲା ଅଫିସ,୧୮ା୨-ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଆରମ୍ଭ ହୋଇଛି ା 

‘ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ କୃଷକ’

ରାଉରକେଲା ଅଫିସ,୧୮ା ୨-ବିଜେଡି ସରକାର କୃଷକଙ୍କ ସମସ୍ୟାର ସମାଧାନ ପାଇଁ କେବେ ଆଗ୍ରହ ପ୍ରକାଶ କରି ନାହଁାନ୍ତି। ଏଥିପାଇଁ ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ ଓଡିଶା କୃଷକ। କୃଷକମାନେ ହେଲେ ସମାଜର ମେରୁଦଣ୍ଡ। 

ବେଲପାହାଡ଼ ବନ୍ଦ

ବେଲପାହାଡ଼,୧୮ା୨(ଡ଼ି.ଏନ୍‌.ଏ): ଜମ୍ମୁକଶ୍ମୀର ପୁଲୱାମାଠାରେ ସଂଘଟିତ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଭାରତର ୪୯ ଜଣ ଯବାନ ଶହୀଦ ହୋଇଛନ୍ତି ା