ସମ୍ବଲପୁର

ଖଡିଆଳ ମହୋତ୍ସବ-୨୦୧୯ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଖଡିଆଳ ମହୋତ୍ସବ-୨୦୧୯ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଖଡିଆଳ,୧୪।୧(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡିଆଳ ଅଞ୍ଚଳର ବିଲୁପ୍ତ କଳା, ସାହିତ୍ୟ ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ବିନା ସରକାରୀ ସହାୟତାରେ ଖଡିଆଳ ଜନସାଧାରଣଙ୍କ ଉଦ୍ୟମରେ ପାଳନ ହେଉଛି ଖଡିଆଳ ମହୋତ୍ସବ । ଚଳିତ ବର୍ଷ ଏହା ୧୫ବର୍ଷରେ ପଦାର୍ପଣ କରୁଛି । ଗତବର୍ଷ ପରି ଚଳିତ ବର୍ଷ ଫେବୃୟାରୀ ୬ ରୁ୧୦ ଦିନ ଧରି ୫ଦିନ ବ୍ୟାପୀ ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଖଡିଆଳ ମହୋତ୍ସବ-୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପେକ୍ଷୀରେ ମହୋତ୍ସବର ପ୍ରଥମ ପର୍ଯ୍ୟାୟ ସ୍ବରୂପ ସୋମବାର ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ପାଳନ କମିଟି ବରିଷ୍ଠ ସଦସ୍ୟ ବଜରଙ୍ଗଲାଲ ଅଗ୍ରୱାଲଙ୍କ ପୌରୋହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କଳା ପରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟି ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ସମ୍ପାଦକ ସୁନୀଲ ସାହୁ, ଲୋହିତାକ୍ଷ ଯେଶଶୀ, ଅଧିରାଜ ପାଣିଗ୍ରାହୀ, ଭୋଦେବ ସାହୁଙ୍କ ସମେତ କମିଟି ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । 

All Right Reserved By

ସମ୍ବଲପୁର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ବରଗଡ଼ ଅଫିସ୍‌,୧୫।୨: ଭୂମି ଅଧିକାର ପ୍ରଦାନ ଦାବି ନେଇ ବରଗଡ଼ରେ ଆନ୍ଦୋଳନ ଜୋର୍‌ ଧରିଛି ।

ଧରାପଡିଲେ ୪ ହାଇୱେ ଲୁଟେରା:  ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌  ଜବତ୍‌

ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

 ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି ।  

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି ।  ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା,୧୫।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅଞ୍ଚଳର ଏକମାତ୍ର ପିରବତୀ ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। 

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। 

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲିସ୍ଥିତ ପରମେଶ୍ୱରୀ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି।

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼,୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଛିି। ଏହି ଚଢ଼ାଉରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯିବା ବେଳେ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ କରିଥିଲେ। 

ସପନ୍‌ ହେଇ ରହିଗଲା ପକାଘର: ଭୁଲ କଲା ପରଶାସନ, ଦୁଖ୍‌ ଭୁଗ୍‌ଲେ ଅମ୍ବରିଶ

ସପନ୍‌ ହେଇ ରହିଗଲା ପକାଘର: ଭୁଲ କଲା ପରଶାସନ, ଦୁଖ୍‌ ଭୁଗ୍‌ଲେ ଅମ୍ବରିଶ

ଉଲୁଣ୍ଡା, ୧୫।୨ (ଡି.ଏନ.ଏ): ପଁଚେତ୍‌ କଁଥିରେ ୨୦୧୬ ଏପ୍ରିଲ ମାସେ ଛପାହେଲା ନାଁ। ସରକାରୀ ଆବାସ ଯୋଜନାରେ ପକାଘର ଖଁଡ଼େ ମିଲବା ଇ ଆଶାରେ ସେ ଖୁସ୍‌ଥିଲେ। 

ଆଦିବାସୀକର ଲାଗି ସାତ୍‌ସପନ୍‌ ହେଇଛେ ବିକାଶ: ସରଲତାର ସୁଯୋଗ ନେଉଛନ୍‌ ନେତା, ପରଶାସକ୍‌

ଆଦିବାସୀକର ଲାଗି ସାତ୍‌ସପନ୍‌ ହେଇଛେ ବିକାଶ: ସରଲତାର ସୁଯୋଗ ନେଉଛନ୍‌ ନେତା, ପରଶାସକ୍‌

ଭବାନୀପାଟଣା,୧୫।୨(ଡି.ଏନ.ଏ.): ଗାଁ ଗଁଲିର ବିକାଶ ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଭିନେ ଭିନେ ଯୋଜନା କରୁଛନ୍‌। ହେଲେ ଆଏଜ୍‌ବି କଳାହାଣ୍ଡି ଜିଲାର ଅନେକ ଗାଁ ରେ ବିକାଶ ଅପହଁଚ୍‌ ହେଇ ରହିଛେ। 

ଏମ୍‌.ସି.ସି କ୍ରିକେଟ୍‌ ଟୁର୍ନାମେଣ୍ଟ: ଦେଓଗାଁ ଚାମ୍ପିୟନ

ଏମ୍‌.ସି.ସି କ୍ରିକେଟ୍‌ ଟୁର୍ନାମେଣ୍ଟ: ଦେଓଗାଁ ଚାମ୍ପିୟନ

ମଦନପୁର,୧୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଖେଳ ପଡିଆଠାରେ ଚାଲିଥିବା ଏମ୍‌.ସି.ସି କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ମଦନପୁର ଏମ୍‌.ସି.ସି ଓ ଦେଓଗାଁ ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦେଓଗାଁ ଦଳ ଚାମ୍ପିୟନ ହୋଇଛି। 

ଗାର୍‌ହନ୍ ନାଟକକୁ ୯ଟି ପୁରସ୍କାର

ଗାର୍‌ହନ୍ ନାଟକକୁ ୯ଟି ପୁରସ୍କାର

ଭବାନୀପାଟଣା,୧୪।୨(ଡି.ଏନ.ଏ.): ଝାଡ଼ଖଣ୍ଡ କଳାସଙ୍ଗମ ଗିରିଡିହରେ ଜାତୀୟସ୍ତରୀୟ ନାଟକ ମହୋତ୍ସବ ଆୟୋଜିତ ହୋଇଯାଇଛି। 

କୁକୁର ଆକ୍ରମଣରେ କୁଟୁରା ମୃତ

କୁକୁର ଆକ୍ରମଣରେ କୁଟୁରା ମୃତ

ଭବାନୀପାଟଣା,୧୪।୨(ଡି.ଏନ.ଏ.): ଭବାନୀପାଟଣା ସହରର ୮କିଲୋମିଟର ଦୂରରେ ଥିବା ନାରେଙ୍ଗଖୋଲା ଜଙ୍ଗଲ ନିକଟରେ ଏକ କୁଟୁରାକୁ କୁକୁରମାନେ ଆକ୍ରମଣ କରି ଆହତ କରିଦେଇଥିଲେ।