ସମ୍ବଲପୁର

ନାଗାପର୍ବ, ମକର ମେଳା

ନାଗାପର୍ବ, ମକର ମେଳା

ଭଟଲି,୧୪।୧(ଡି.ଏନ.ଏ): ବରଗଡ଼ ଜିଲା ଭଟଲି ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ପୀଠରେ ନାଗାପର୍ବ ଓ ମକର ମେଳା ସୋମବାର ସମାରୋହରେ ପାଳିତ ହୋଇଛି । ପୁରାଣ ପୋଥି ଅନୁଯାୟୀ ଭଟଲିରେ ପ୍ରାୟ ସପ୍ତଦଶ ଶତାବ୍ଦୀରୁ ନାଗାସେବା କରାଯାଉଥିଲା । ଯେତେବେଳେ ଦଧିବାମନଙ୍କ ପ୍ରିୟ ଭକ୍ତ ପରମାନନ୍ଦ ପ୍ରଭୁଙ୍କୁ ନିଜ ଘରେ ସ୍ଥାପନା କରି ପୂଜା କରୁୁଥିଲେ ସେହି ସମୟରୁ ସେ ନାଗାବାବା ମାନଙ୍କୁ ସେବା କରିଆସୁଥିଲେ । ସେହି ପରମ୍ପରାକୁ ବଜାୟ ରଖି ଭଟଲି ଗ୍ରାମବାସୀ ମକର ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରୁ ଆସୁଥିବା ନାଗାବାବା ମାନଙ୍କ ଆତିଥ୍ୟ ଗ୍ରହଣ ପୂର୍ବକ ସେବା କରିଥିଲେ।  ଚଳିତ ବର୍ଷ ବ୍ରହ୍ମାବଧୂତ ଉଦ୍ଧବ ଚରଣ ବାବା ଭଟଲି ଆସି ସୋମବାର ସକାଳୁ କଳସଯାତ୍ରା ପରେ ଯଜ୍ଞକାର୍ଯ୍ୟ ଆରମ୍ଭ କରିଥିଲେ । ଏଥିପାଇଁ ବିଭିନ୍ନ ଅଞ୍ଚଳରୁ ଶତାଧିକ ବାବା ଗ୍ରାମରେ ପହଞ୍ଚିଥିଲେ । ଏହି ଅବସରରେ ସକାଳୁ ଗ୍ରାମର ଶତାଧିକ ମହିଳା ଚକ୍ରପୁଷ୍କରିଣୀରୁ ଜଳପୂର୍ଣ୍ଣ କଳସ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ। ଏହି ଅବସରରେ ବରଗଡ଼ ଜିଲା ଭାଜପା ସଭାପତି ଡା. ଅରୂପାନନ୍ଦ ସାହୁ, ସୌରି ଚରଣ ବାରିକ, ଗିରିଜେଶ ଖାଡ଼ଙ୍ଗା, ସିନ୍ଧୁ ନନ୍ଦିନୀ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମକର ସଂକାନ୍ତି ପାଇଁ ସୋମବାର ଦଧିବାମନଙ୍କ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇଉଠିଥିଲା । ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ଦୈନିକ ପୂଜାନୀତି ପରେ ନବାଙ୍କ ବେଶରେ ସଜ୍ଜିତ କରାଯାଇଥିଲା । ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ସେହିପରି ହଣ୍ଡାସଂକ୍ରୀ ନିକଟସ୍ଥ ତ୍ରିନାଥ ଛକରେ ମକର ମେଳା ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଭିନ୍ନ ଗ୍ରାମରୁ ସଂକୀର୍ତ୍ତନ ଦଳ ପହଞ୍ଚି ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ ।

All Right Reserved By

ସମ୍ବଲପୁର

ବାପ୍‌ ଆରପାରେ, ମା’ର ପତା ନାଇଁ  ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ବାପ୍‌ ଆରପାରେ, ମା’ର ପତା ନାଇଁ ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଆଏଜ୍‌ତକ୍‌ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର ଶିଖାପଢ଼ାରେ ଦିଲ୍ଲୀ ଯାଇଛନ୍‌ ତ ଆର କିଏ କହୁଛେ ମୁମ୍ବାଇ। ଇ ବାବ୍‌ଦେ ଗଲା ୩ ବଛର ହେଲା ପଡ଼ାବାସୀକର ପାସେ କିଛି ଖବର ନଁାଇଁନ। ଏନ୍‌ତାଥି ବାପ୍‌ ରୋଗ୍‌ରେ ପଡ଼ି ଗଲା ୧୫ ତାରିଖ ଆରପାରକେ ଚାଲିଗଲେ। ପଡ଼ାବାସୀ ଚଁାଦାଭେଦା କରି ତାକର ଶବ ସତ୍‌କାର କଲେ। ଇଆଡ଼େ ମା’ବାପ୍‌ ଛେଉଁଡ୍‌ ୩ ପିଲା ଅସାହା ହେଇଯାଇଛନ୍‌। କେନ୍‌ଠାନେ ରହିବେ, କିଏ ଖାଏବାକେ ଦେବା ଭାବି ବୁଧିବାଟ ବନା ହେଇଯାଉଛେ। ପଡ଼ାବାସୀ ବି ଉପେ ଶୂଇନ୍‌ ହେଇଯାଇଛନ୍‌। ବାପ୍‌ ଚାଲିଗଲା ଉତାରୁ ୫ ବଛର୍‌ର ଝି’କେ କେହି ଝନେ ଲାଗେଲେସର ସାଂଗେ ନେଇଯାଇଛନ୍‌। ହେଲେ ଦୁଇ ନାବାଲକ ପିଲାକୁ ପାଖ୍‌ପଡ଼ିଶା ଖାଏବାକେ ଦେଇ ଘରେ ରଖିଛନ୍‌। ପିଲା ଦୁଇଟାକର ଆଏଁଖ୍‌ଥୁ ଲହ ନୁହେ ଶୁଖେ। ଏନ୍‌ତାଥି ଦୁଇ ଭାଇକର ଭବିଷତ୍‌ ଅଁଧାରକେ ଠେଲି ହେଇଯାଉଛେ। 

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ସୋନପୁର,୨୨।୪(ନି.ପ୍ର.): ସୁବର୍ଣ୍ଣପୁରରେ ବିଶ୍ୱ ଧରିତ୍ରୀ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ସୋନପୁର ବନାଞ୍ଚଳ ପକ୍ଷରୁ ଡିଏଫଓଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। 

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଗଡଦ୍ୱାରରେ ଚଞ୍ଚକତା କରି ଜନୈକା ଆଶାକର୍ମୀଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇ ନୂତନ ଆଶା ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ବିରୋଧ ହୋଇଛି।

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। 

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

କେସିଙ୍ଗା,୨୨।୪(ଡି.ଏନ.ଏ.):  କେସିଙ୍ଗା ଏନ୍‌.ଏ.ସି. ୮ ନମ୍ବର ଓ୍ବାର୍ଡର ଯାଦବ ଆର ହରିଜନ ପଡ଼ାବାସୀ ମଉଲିକ ସୁବିଧାରୁ ବଁଚିତ ହେଉଥିବାର ଅଭିଯୋଗ ହେଇଛେ। ୮ ନମ୍ବର ଓ୍ବାର୍ଡର ନ୍ୟୁ ଲାଇଫ୍‌ ସ୍କୁଲ ପାସେ ଥିବାର ହରିଜନ ପଡ଼ାରେ ପାଖାପାଖି ୩୦ ପରିବାରର ୨୫୦ ଲୋକ୍‌ ରହୁଛନ୍‌। 

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ:  ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ: ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ନୂଆପଡା ଅଫିସ,୨୨ା୪:  ନୂଆପଡ଼ା ରାଏଜର ସବୁଠାନୁ ଜହ ଫ୍ଲୋରାଇଡ୍‌ ପରଭାବିତ ଜିଲା। ଇଠାନର ପଚିଶ ପରତିଶତରୁ ଅଧ୍‌କା ଅଂଚଲରେ ଫ୍ଲୋରାଇଡ୍‌ ବାହାରୁଛେ। ନିରମଲ ପିଇଲା ପାଏନ୍‌ ଟିକେ ପାଏବାର ଲାଗି ଇଠାନେ ଲୁକ୍‌କୁ ନାନା ସମସିଆ ସଂଗେ ଯୁଝ୍‌ବାକେ ପଡ଼ୁଛେ।

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ବିନିକା,୨୨ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ଗାଁର ହରିଶ୍ଚନ୍ଦ୍ର ହୋତାକଁର ଦିବ୍ୟାଙ୍ଗ ପୁଓ ଆଶୁତୋଷ ଶେଷେ ସରକାରୀ ଯୋଜନାରେ ବିଜୁ ପକ୍କାଘର ଖଁଡ଼େ ପଏବାରେ ସଫଲ ହେଇଛନ୍‌। 

କାଳବୈଶାଖୀ ସାଙ୍ଗକୁ ବର୍ଷା, କୁଆପଥର ମାଡ଼: କ୍ଷତିରେ ପରିବା ଓ ଫଳଚାଷୀ

କାଳବୈଶାଖୀ ସାଙ୍ଗକୁ ବର୍ଷା, କୁଆପଥର ମାଡ଼: କ୍ଷତିରେ ପରିବା ଓ ଫଳଚାଷୀ

କୁତ୍ରା/ବଡ଼ଗାଁ, ୨୧।୪ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୁତ୍ରା ଓ ବଡ଼ଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଫଳରେ ପରିବା ଓ ଫଳ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାପରେ ରହୁଥିବା ଜଣାପଡିଛି। 

ସିଆମାଳ ନାଳି କଙ୍କ୍ରିଟକରଣ କରିବାକୁ ଦାବି

ସିଆମାଳ ନାଳି କଙ୍କ୍ରିଟକରଣ କରିବାକୁ ଦାବି

ବିନିକା, ୨୦ା୪(ଡି.ଏନ୍‌.ଏ.):ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ଏବଂ ବାବୁପାଲି ପଞ୍ଚାୟତର ୫ଶହ ଏକର ଜମିରେ ସିଆମାଳ ନାଳିର ପାଣି ମାଡିଥାଏ।  ୪ଶହରୁ ଊର୍ଦ୍ଧ୍ୱ ଚାଷୀ ଏହାଦ୍ୱାରା ଉପକୃତ ହୋଇଥାନ୍ତି। 

ସର୍ଗିଗୁଡା ଗାଁରେ ଉତ୍କଟ ହେଉଛି ପାଣି ସମସ୍ୟା : ଜଳ ନାଁ ରେ ପିଉଛନ୍ତି ଜହର

ସର୍ଗିଗୁଡା ଗାଁରେ ଉତ୍କଟ ହେଉଛି ପାଣି ସମସ୍ୟା : ଜଳ ନାଁ ରେ ପିଉଛନ୍ତି ଜହର

ନୂଆପଡା ଅଫିସ, ୨୧।୪- ନୂଆପଡା ରାଜ୍ୟର ସବୁଠାରୁ ବେଶୀ ଫ୍ଲୋରାଇଡ ପ୍ରଭାବିତ ଜିଲା। ଏଠିକାର ପଚିଶ ପ୍ରତିଶତରୁ ଊର୍ଦ୍ଧ୍ୱ ଅଞ୍ଚଳ ଫ୍ଲୋରାଇଡ ପ୍ରବଣ। ବିଶୁଦ୍ଧ ପାନୀୟ ଜଳ ମୁନ୍ଦିଏ ପାଇଁ ଏଠିକାର ଲୋକଙ୍କୁ  ସଂଘର୍ଷ କରିବାକୁ ପଡିଥାଏ। 

ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଲା

ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଲା

ସୋନପୁର,୨୧।୪(ନି.ପ୍ର.):ଜନସାଧାରଣଙ୍କ ଦୀର୍ଘଦିନର ଦାବି ପରେ ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଛି। ଏହି ଅଦାଲତ ଦ୍ୱାରା ପାରିବାରିକ ବିବାଦର ଆପୋଷ ସମାଧାନ ହୋଇପାରିବ। 

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ, ୨୧।୪ (ଡି.ଏନ.ଏ)-ବଡ଼ଗାଁର ରାମଲୀଳା ଯାତ୍ରାର ସପ୍ତମ ରଜନୀରେ ରାମଚନ୍ଦ୍ରଙ୍କ ବନବାସ ମଞ୍ଚସ୍ଥ ହୋଇଛି। ଦାସୀ ମନ୍ଥରାଙ୍କ କୁମନ୍ତ୍ରଣାରେ ପଡି ରାଜା ଦଶରଥଙ୍କ ମଧ୍ୟମା ରାଣୀ କୈକେୟୀ ରାଜାଙ୍କ ଦୁର୍ବଳ ମୂହୂର୍ତ୍ତର ସୁଯୋଗ ନେଇ ୨ବର ଦେବା ପାଇଁ ସର୍ତ୍ତ ରଖିଥିଲେ ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri