
ଗୁଣପୁର,୧୩ା୧(ଡି.ଏନ.ଏ)-ରାୟଗଡା ଜିଲା ଗଣପର୍ବ ଉପଖଣ୍ଡସ୍ତରୀୟ ଚଇତି ଉତ୍ସବ ଇଡିତାଲ ଲାଗି ରବିବାର ବିଭିନ୍ନ ପ୍ରତିଯୋଗୀତା ଅନଷ୍ଠିତ ହୋଇଯାଇଛି। ପ୍ରଥମେ ସକାଳ ୮ଟାରେ ବରିଷ୍ଠ ନାଗରିକମାନଙ୍କୁ ନେଇ ପାଦଚଲା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହା ଗୁଣପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଚଇତି ମଣ୍ଡପରେ ପହଞ୍ଚିଥିଲା। ଏଥିରେ ରାମ ରାଘବ ପଟ୍ଟନାୟକ ପ୍ରଥମ ହୋଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଶତପଥୀ ୨ୟ , ବି.ଏସ.ଦୂର୍ଗେୟା ୩ୟ, ଦେବୀ କିଙ୍କର ମିଶ୍ର ୪ର୍ଥ ଏବଂ ହାଡିବନ୍ଧ ଶବର ୫ମ ହୋଇଥିଲୋ ସେଠାରେ ବରିଷ୍ଠ ନାଗରିକଙ୍କୁ ନେଇ ସଭା ହୋଇଥିଲା। ଏଥିରେ ତହସିଲଦାର ନମ୍ରତା ମୋଦି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକାଙ୍କ ସମେତ ବରିଷ୍ଠ ନାଗରିକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ରଥ, ତ୍ରିନାଥ ମହାପାତ୍ର, ବି.ଲକ୍ଷ୍ମୀ ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମିନି ଷ୍ଟାଡିୟମରେ ପ୍ରଶାସନ ଏବଂ ଖବରଦାତାଙ୍କ ମଧ୍ୟରେ ଟେନିସ ବଲ ଟୁର୍ନାମେଣ୍ଟ ହୋଇଥିଲା। ଏଥିରେ ପ୍ରଶାସନ ଦଳ ବିଜୟ ଲାଭ କରିଥିଲେ। ଚଇତି ମଣ୍ଡପରେ କବି ସମ୍ମିଳନୀ ହୋଇଥିଲା । ଏଥିରେ ମୂଖ୍ୟଅତିଥି ଭାବେ ତହସିଲଦାର ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ରହିଥିଲୋ କବି କୈଳାସ ପାତ୍ର, ପ୍ରତାପ ରାୟ ପ୍ରମୁଖ ଯୋଗ ଦେଇଥିଲୋ ରମେଶ ମିଶ୍ର ସଂଯୋଜନା କରିଥିଲେ।