ଜାତୀୟ |

ପ୍ରତ୍ୟର୍ପଣ ପୂର୍ବରୁ ମାଲ୍ୟାଙ୍କ ଶେୟାର ବିକିବାକୁ ଚାହେଁ ଇଡି

ପ୍ରତ୍ୟର୍ପଣ ପୂର୍ବରୁ ମାଲ୍ୟାଙ୍କ ଶେୟାର ବିକିବାକୁ ଚାହେଁ ଇଡି

ନୂଆଦିଲ୍ଲୀ/ଲଣ୍ଡନ,୧୩।୧: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ ଲାଗି ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ରାୟ ଦେଇଛନ୍ତି। ତେବେ ତାଙ୍କର ପ୍ରତ୍ୟର୍ପଣ ପୂର୍ବରୁ ଜବତ ହୋଇଥିବା ଶେୟାରଗୁଡିକୁ ନିଲାମ ମାଧ୍ୟମରେ ବିକ୍ରି କରିଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାହୁଁଛି। ନିକଟରେ ମୁମ୍ବାଇର ଏକ କୋର୍ଟ ମାଲ୍ୟାଙ୍କୁ ଆର୍ଥିକ ଅପରାଧୀ ଭାବେ ଘୋଷଣା କରିସାରିଛନ୍ତି। ଆର୍ଥିକ ଅପରାଧ ଆଇନ ଅଧୀନରେ ତାଙ୍କର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ପ୍ରିଭେନ୍ସନ ଅଫ୍‌ ମନିଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ) ଅଦାଲତ ନିର୍ଦ୍ଦେଶ ଦେବା ମାତ୍ରେ ଶେୟାର ବିକିବାକୁ ଇଡି ଉଦ୍ୟମ କରିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଉକ୍ତ ଅଦାଲତରୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ମିଳିପାରେ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ମାଲ୍ୟାଙ୍କ ଜବତ ଶେୟାର ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୧ ହଜାର କୋଟି ଟଙ୍କା ହେବ। ସେ ପ୍ରତ୍ୟର୍ପିତ ହେବା ପରେ ଏହାର ମୂଲ୍ୟ ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।  ଏହି କାରଣରୁ ଜବତ ହୋଇଥିବା ତାଙ୍କର ଶେୟାରକୁ ଯଥାଶୀଘ୍ର ବିକି ଦେବାକୁ ଆର୍ଥିକ ଯାଞ୍ଚ ଏଜେନ୍ସି ଚାହୁଁଥିବା ସେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ତେବେ ମାଲ୍ୟାଙ୍କ ଜବତ ସମ୍ପତ୍ତିର ଏକାଧିକ ଦାବିଦାର ଥିବାରୁ ଶେୟାରର ପ୍ରକୃତ ମାଲିକ କିଏ ହେବ ତାହା ପିଏମ୍‌ଏଲ୍‌ଏ ଅଦାଲତ ସ୍ଥିର କରିବ। ଏହା ସ୍ଥିର ହେବା ପରେ ହିଁ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। ସୂଚନାଥାଉ କି, ମାଲ୍ୟାଙ୍କ ଜବତ ଶେୟାର ଉପରେ ତାଙ୍କର ସାବତ ମା’ ଓ କର୍ନାଟକ ସରକାର ଦାବି ଉପସ୍ଥାପନ କରିଛନ୍ତି। 

All Right Reserved By

ଜାତୀୟ |

ରାଜନୀତିରେ ପ୍ରବେଶ ଚର୍ଚ୍ଚାରେ ଫୁଲଷ୍ଟଫ ଲଗାଇଲେ ଭାଇଜାନ୍‌

ରାଜନୀତିରେ ପ୍ରବେଶ ଚର୍ଚ୍ଚାରେ ଫୁଲଷ୍ଟଫ ଲଗାଇଲେ ଭାଇଜାନ୍‌

ମୁମ୍ବାଇ,୨୧।୩: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏଥର ରାଜନୀତିରେ ପ୍ରବେଶ କରିବେ ବୋଲି ବହୁ ଦିନରୁ ଆଲୋଚନା ହେଉଥିଲା। ଏବେ ଏଥିରେ ଫୁଲଷ୍ଟପ ଲଗାଇଛନ୍ତି ନିଜେ ସଲମାନ। 

ହିନ୍ଦୁ ପିଲାଙ୍କ ସହ ହୋଲି ଖେଳିଲେ ଆଫଗାନିସ୍ତାନ ଛାତ୍ରୀଛାତ୍ର

ହିନ୍ଦୁ ପିଲାଙ୍କ ସହ ହୋଲି ଖେଳିଲେ ଆଫଗାନିସ୍ତାନ ଛାତ୍ରୀଛାତ୍ର

ଶିମ୍‌ଲା,୨୧।୩: ରଙ୍ଗର ପର୍ବ ହୋଲି ଗୁରୁବାର ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳରେ ଏହା ଶୁକ୍ରବାର ପାଳନ କରାଯିବ। 

ମୋଦିଙ୍କୁ ଚୌକିଦାର କହିବାରୁ ରାହୁଲଙ୍କୁ ସମାଲୋଚନା କଲେ ଓ୍ବାଚମ୍ୟାନ ତଥା ବଲିଉଡ୍‌ର ବିଗତ ଦିନର ଅଭିନେତା

ମୋଦିଙ୍କୁ ଚୌକିଦାର କହିବାରୁ ରାହୁଲଙ୍କୁ ସମାଲୋଚନା କଲେ ଓ୍ବାଚମ୍ୟାନ ତଥା ବଲିଉଡ୍‌ର ବିଗତ ଦିନର ଅଭିନେତା

ନୂଆଦିଲ୍ଲୀ,୨୧।୩: ସାଭି ସିଦ୍ଧୁ ନାମକ ଜଣେ ଓ୍ବାଚମ୍ୟାନ ବା ଚୌକିଦାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୌକିଦାର କହିଥିବାରୁ ସେ ତାଙ୍କୁ ସମାଲୋଚନା କରିଛନ୍ତି।

ଏଥର ନିର୍ବାଚନ ଲଢିବେନି ଭାଜପାର ବରିଷ୍ଠ ନେତା କଲରାଜ ମିଶ୍ର

ଏଥର ନିର୍ବାଚନ ଲଢିବେନି ଭାଜପାର ବରିଷ୍ଠ ନେତା କଲରାଜ ମିଶ୍ର

ନୂଆଦିଲ୍ଲୀ,୨୧।୩: ଭାଜପାର ବରିଷ୍ଠ ନେତା ତଥା ଦେଓରିଆର ଲୋକ ସଭା ଏମ୍‌ପି ଥିବା କଲରାଜ ମିଶ୍ର ଏଥର ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ଗୁରୁବାର ପ୍ରକାଶ କରିଛନ୍ତି। 

ରାଜନୀତିରେ ବଂଶବାଦ: ୨୫ ପ୍ରତିଶତ ଏମ୍‌ପି ରାଜବଂଶୀ; ଭାଜପାଠାରୁ କଂଗ୍ରେସ ଆଗରେ

ରାଜନୀତିରେ ବଂଶବାଦ: ୨୫ ପ୍ରତିଶତ ଏମ୍‌ପି ରାଜବଂଶୀ; ଭାଜପାଠାରୁ କଂଗ୍ରେସ ଆଗରେ

ନୂଆଦିଲ୍ଲୀ,୨୧।୩: ଏବେ ଦେଶର ଗଣତାନ୍ତ୍ରିକ ରାଜନୀତିରେ ବଂଶବାଦ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଦେଶର ଗତ ୨୦୦୪. ୨୦୦୯ ଏବଂ ୨୦୧୪ରେ ଶେଷ ହୋଇଥିବା ୩ ଟି ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ୧୬୧୧ ଜଣ ଏମ୍‌ପିଙ୍କ ମଧ୍ୟରୁ ୩୯୦ ଜଣ ରାଜବଂଶୀ ରହିଛନ୍ତି। 

ପରିବାର ପ୍ରତିପୋଷଣ ପାଇଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ୯ ବର୍ଷର ବାଳକ

ପରିବାର ପ୍ରତିପୋଷଣ ପାଇଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ୯ ବର୍ଷର ବାଳକ

ବେଙ୍ଗାଲୁରୁ,୨୧।୩: ମହାରାଷ୍ଟ୍ର-କର୍ନାଟକ ସୀମାର ବେଲଗାଭିରେ ଥିବା ବଧାରଥି ଗଁାର ଲୋକେଶ ସାଟ୍ଟିଗେରିଙ୍କ ବୟସ ମାତ୍ର ୯ବର୍ଷ। ହେଲେ ଏହି ବୟସରେ ସେ ଘୋଡ଼ା ଉପରେ ଚଢି ଯେଉଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

 ଜମ୍ମୁ-କଶ୍ମୀର   ୩ଟି ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଜମ୍ମୁ-କଶ୍ମୀର ୩ଟି ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରର ୩ଟି ସ୍ଥାନରେ ଗୁରୁବାର ସକାଳେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେଶନ। ବନ୍ଦିପୋରା ଜିଲା ମୀର୍‌ମହୋଲା ଅଞ୍ଚଳର ହାଜିନ୍‌ଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସେନାର ୧୩ ରାଷ୍ଟ୍ରୀୟ ରାଇଫଲ୍‌, ସିଆର୍‌ପିଏଫ୍‌ ୪୫ ବାଟାଲିୟନ୍‌ ଏବଂ ଏସ୍‌ଓଜି ଯବାନଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। 

ଜମ୍ମୁ-କଶ୍ମୀରରେ ଗ୍ରେନେଡ ଆକ୍ରମଣ: ୩ ପୋଲିସ ଆହତ

ଜମ୍ମୁ-କଶ୍ମୀରରେ ଗ୍ରେନେଡ ଆକ୍ରମଣ: ୩ ପୋଲିସ ଆହତ

ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରର ସୋପୋର ଜିଲାରେ ଗୁରୁବାର ହୋଇଥିବା ଗ୍ରେନେଡ ଆକ୍ରମଣରେ ୩ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। 

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍‌ ଡେଭଲପ୍‌ମେଣ୍ଟ୍‌ ସୁଲ୍ୟସନ୍‌ ନେଟ୍‌ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। 

୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିକଲେ ଯବାନ

୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିକଲେ ଯବାନ

ଉଧମପୁର,୨୧।୩: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଜଣେ ଯବାନ ନିଜର ୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ହୋଲି ଖେଳିବା ହେଲା କାଳ: ୩ ଶିଶୁଙ୍କ ଜୀବନ ଗଲା

ହୋଲି ଖେଳିବା ହେଲା କାଳ: ୩ ଶିଶୁଙ୍କ ଜୀବନ ଗଲା

ଗ୍ରେଟର ନୋଏଡା, ୨୧।୩: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। 

ପୃଥିବୀର ୪ ଶହ କୋଟି ଲୋକଙ୍କୁ ମିଳୁନି ପିଇବା ପାଣି: ଭାରତରେ ଏକ ଚତୁର୍ଥାଂଶ

ପୃଥିବୀର ୪ ଶହ କୋଟି ଲୋକଙ୍କୁ ମିଳୁନି ପିଇବା ପାଣି: ଭାରତରେ ଏକ ଚତୁର୍ଥାଂଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହ କୋଟି ଲୋକଙ୍କୁ ପିଇବା ପାଇଁ ପାଣି ମିଳୁ ନ ଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା