ମେଟ୍ରୋ |

ପୁରୀ ପୋଲିସର ଏନ୍‌କାଉଣ୍ଟର :ପୋଲିସ ଗୁଳିରେ ଜିତୁ ଗୁରୁତର

ପୁରୀ ପୋଲିସର ଏନ୍‌କାଉଣ୍ଟର  :ପୋଲିସ ଗୁଳିରେ ଜିତୁ ଗୁରୁତର

ପୁରୀ ଅଫିସ,୧୩ା୧: ପୁରୀ ପୋଲିସର ଏନ୍‌କାଉଣ୍ଟରରେ ବହୁ ଅପରାଧରେ ଅଭିଯୁକ୍ତ ଜିତୁ ଓରଫ ଜିିତେନ୍ଦ୍ର ସାହୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପିପିଲି ପରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ଡିସେମ୍ବର ୨୫ରେ ପାରା ଓରଫ ସଞ୍ଜୟ ବେହେରା ଗୁଳିକାଣ୍ଡ ଘଟଣାରେ ଜିତୁଙ୍କ ସମ୍ପୃକ୍ତି ଥିବା କୁମ୍ଭାରପଡା ଥାନା ଅଧିକାରୀ ଅଭିମନ୍ୟୁ ନାୟକ କହିଛନ୍ତି। ପିପିଲି-ଜଟଣୀ ରୋଡ ବାଇମୂଳ ଛକରେ ଶନିବାର ଭୋର ସାଢେ ୪ଟା ସମୟରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ୨ ରାଉଣ୍ଡ ଗୁଳି, ଗୋଟିଏ ବନ୍ଧୁକ ଓ ବାଇକ୍‌ ଜବତ କରିଛି। ଏନେଇ ପିପିଲି ଥାନାରେ ଦଫା ୩୦୭, ୩୫୩, ୨୫/୨୭ ଆମର୍‌ସ ଆକ୍ଟରେ କେସ ନଂ. ୧୭/୧୯ରେ ଏକ ମାମଲା ରୁଜୁ ହୋଇଛି।

ଶନିବାର ଭୋର ସମୟରେ ଜିତୁ ବାଇକ ଯୋଗେ ଖୋର୍ଦ୍ଧାରୁ ପିପିଲି ଆସୁଥିଲେ। ଖବରପାଇ କୁମ୍ଭାରପଡ଼ା ପୋଲିସ ପିପିଲି ପୋଲିସ ସହାୟତାରେ ବାଇମୂଳ ଛକରେ ଛକି ରହିଥିଲା। ପୋଲିସକୁ ଦେଖି ଜିତୁ ଖସିଯିବାକୁ ଉଦ୍ୟମ କରିବା ବେଳେ ଉଭୟପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଜିତୁ ପୋଲିସ ଉପରକୁ ଲକ୍ଷ୍ୟ କରି ପ୍ରଥମେ ଗୁଳି ଚଳାଇଥିଲେ। ପୋଲିସ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପ୍ରଥମ ଗୁଳି ଲକ୍ଷ୍ୟଚ୍ୟୁତ ହୋଇଥିବା ବେଳେ ଦ୍ୱିତୀୟ ଗୁଳି ତାଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ଫଳରେ ପୋଲିସ ତାଙ୍କୁ କାବୁ କରିଥିଲା। 

ପୋଲିସ ସୂଚନା ମୁତାବକ, ପାରା ଗୁଳିକାଣ୍ଡରେ ଡେଙ୍ଗା ମୁନା ଓ ଜିତୁଙ୍କର ସମ୍ପୃକ୍ତି ରହିଥିଲା। ଘଟଣା ପରଠାରୁ ଦୁଇଜଣ ଫେରାର ଥିଲେ। ଗତ ଗୁରୁବାର ମୁଖ୍ୟ ଅଭିଯୁକ୍ତ ଡେଙ୍ଗା ମୁନା ନିମାପଡ଼ା ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଜିତୁଙ୍କୁ ଧରିବା ଲାଗି ପୋଲିସ ଜାଲ ବିଛାଇଥିଲା।

All Right Reserved By

ମେଟ୍ରୋ |

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନିକଟରେ ବିଜେଡି ଛାଡ଼ିଥିବା କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂ ଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ଯୋଗ ଦେଇଛନ୍ତି। 

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରଣପୁର ବିଧାନସଭା ଆସନରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡାଙ୍କୁ ଟିକେଟ୍‌ ମିଳିଥିବା ଦେଖିବାକୁ ମିଳିଛି। 

ପ୍ରକାଶ ପାଇଲା ଭାଜପା ର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ପୁରୀରୁ ଲଢ଼ିବେ ଡା. ସମ୍ବିତ ପାତ୍ର

ପ୍ରକାଶ ପାଇଲା ଭାଜପା ର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ପୁରୀରୁ ଲଢ଼ିବେ ଡା. ସମ୍ବିତ ପାତ୍ର

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୩/୩(ବ୍ୟୁରୋ)-  ଲୋକସଭା ନିର୍ବାଚନ ପାଇଁ ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୫ ଆସନ ଲାଗି ନାମ ଘୋଷଣା ହୋଇଛି।

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ମାମଲା: ରାଜ୍ୟ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ଆଦେଶ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ମାମଲା: ରାଜ୍ୟ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ଆଦେଶ

କଟକ ଅଫିସ,୨୨।୩: ୨୦୧୪ ମସିହାରେ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରୀପାଲିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ଗୋପ,୨୨।୩(ଡି.ଏନ୍‌.ଏ.): ଗୋପ ପୋଲିସ ହୋଲିପର୍ବକୁ ଶାନ୍ତିଶୃଙ୍ଖଳାରେ କରିବା ଲାଗି ଥାନା ଅଧୀନରେ ଥିବା କେତେକ ଚୋରା ମଦ ବେପାରୀଙ୍କ ସହ ପ୍ରାୟ ୧୦୦ ରୁ ଅଧିକ ଦେଶୀବିଦେଶୀ ମଦ ବୋତଲ ଜବତ କରିଛି। 

ଟ୍ରେନ୍‌ ଧକ୍କାରେ ହରିଣ ମୃତ, ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ପ୍ରାଚୀର କରିବା ଦାବି

ଟ୍ରେନ୍‌ ଧକ୍କାରେ ହରିଣ ମୃତ, ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ପ୍ରାଚୀର କରିବା ଦାବି

ରଘୁନାଥପୁର,୨୨।୩(ଡି.ଏନ୍‌.ଏ.): ଗୋପାଳପୁର ଛପଲିଆ ନିକଟରେ ଶୁକ୍ରବାର ଭୋର ସମୟରେ ଟ୍ରେନ୍‌ ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି। ଖାଦ୍ୟ ଅନ୍ବେଷଣରେ ଧଳତଙ୍ଗଗଡ଼ ଜଙ୍ଗଲରୁ ଶତାଧିକ ହରିଣ ଆସିଥିବା ବେଳେ ଗୋଟିଏ ହରିଣକୁ ଟ୍ରେନ୍‌ ଧକ୍କା ଦେଇଥିଲା। 

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ନୂଆଦିଲୀ/ଭୁବନେଶ୍ୱର,୨୨।୩ (ବ୍ୟୁରୋ) : କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା ଶୁକ୍ରବାର ପ୍ରକାଶ ପାଇପାରେ। ଏଥିପାଇଁ ଦିଲୀର ୧୦ ଲୋଧିରୋଡ୍‌ରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରିରହିଛି।

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ସାରା ରାଜ୍ୟରେ ହୋଲିକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡାରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି।

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

ଖୋର୍ଦ୍ଧା ଅଫିସ,୨୨।୩: ଖୋର୍ଦ୍ଧା ତହସିଲ ମଳିପଡା ନିକଟସ୍ଥ କଳିଙ୍ଗ ପାହାଡ଼ରେ ଶୁକ୍ରବାର ପୂର୍ବାହ୍ନରେ ପଥର ବିସ୍ଫୋରଣ ସମୟରେ ଅତଡ଼ା ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ପୁରୁଣା ଭୁବନେଶ୍ୱର,୨୨।୩(ଡି.ଏନ୍‌.ଏ.): ଗୁରୁବାର ବିଳମ୍ବିତ ରାତିରେ ଧଉଳି ଥାନା ଅଞ୍ଚଳରେ ଚୋରା ବନ୍ଧୁକ କାରବାର କରିବା  ଘଟଣାରେ ପୋଲିସ ୭ଜଣଙ୍କୁ ଅଟକ ରଖିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା