ରାଜ୍ୟ |

ବେଳାଭୂମିରେ ଟର୍ଟଲ ଫେଷ୍ଟିଭାଲ : କଇଁଛଙ୍କ ସୁରକ୍ଷା ପାଇଁ ଆହ୍ବାନ

ବେଳାଭୂମିରେ ଟର୍ଟଲ ଫେଷ୍ଟିଭାଲ : କଇଁଛଙ୍କ ସୁରକ୍ଷା ପାଇଁ ଆହ୍ବାନ

ପୁରୀ ଅଫିସ,୧୩ା୧: ସମୁଦ୍ରରେ ରହୁଥିବା ବିରଳ କଇଁଛ ଅଲିଭ ରିଡ୍‌ଲେ ହଜାର ହଜାର କିମି ଦୁର୍ଗମ ପଥ ଅତିକ୍ରମ କରି ଓଡ଼ିଶା ଆସୁଛନ୍ତି। ଅଲିଭ ରିଡ୍‌ଲେ କଇଁଛ ବିଶ୍ୱର ଯେଉଁ ତିନୋଟି ସ୍ଥାନରେ ସମୂହ ଅଣ୍ଡାଦାନ କରିଥାନ୍ତି ସେଥିମଧ୍ୟରେ ଓଡ଼ିଶା ଉପକୂଳ ଅନ୍ୟତମ। ବିଶେଷକରି କେନ୍ଦ୍ରାପଡ଼ାର ଗହୀରମଥା ଏମାନଙ୍କ ମିଳନସ୍ଥଳ ଭାବେ ପ୍ରସିଦ୍ଧି ଲାଭ କରିଛି। ସେହିପରି ଋଷିକୁଲ୍ୟା ମୁହାଣ ଏବଂ ଦେବୀ ମୁହାଣକୁ ଏମାନେ ବହୁ ସଂଖ୍ୟାରେ ଆସିଥାନ୍ତି। ହେଲେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବା ଏବେ ଉଦ୍‌ବେଗର ବିଷୟ। ପ୍ରତିବର୍ଷ ଅକ୍ଟୋବରରୁ ମେ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳକୁ ଅଣ୍ଡାଦାନ ପାଇଁ ଆସୁଥିବା ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଜରୁରୀ ହୋଇପଡିଛି। ଏଥିପାଇଁ ଜନସାଧାରଣ ସଚେତନ ହେବା ଦରକାର। ସଚେତନ ହେଲେ ହିଁ ଅଲିଭ ରିଡ୍‌ଲେଙ୍କୁ ଆମେ ସୁରକ୍ଷା ଦେଇପାରିବା ବୋଲି ଟର୍ଟଲ ଫେଷ୍ଟିଭାଲରେ ମତପ୍ରକାଶ ପାଇଛି। 

ଶନିବାର ପୁରୀ ବେଳାଭୂମିରେ ପ୍ରଥମ ଟର୍ଟଲ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଆକ୍ସନ ଫର ପ୍ରୋଟେକ୍ସନ ଅଫ୍‌ ୱାଇଲ୍ଡ ଆନିମଲ୍ସ (ଏପିଓଡବ୍ଲ୍ୟୁଏ)ର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଏବଂ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ, କକ୍ସ ଆଣ୍ଡ କିଙ୍ଗ୍‌ସ ଫାଉଣ୍ଡେଶନ, ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଏହି ଫେଷ୍ଟିଭାଲକୁ ମୁଖ୍ୟଅତିଥି ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଉଦ୍‌ଘାଟନ କରିଥିଲେ। କଇଁଛଙ୍କ ସୁରକ୍ଷା ପାଇଁ ପୁରୀ ବନ ବିଭାଗ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ। ଏଥିସହ କଇଁଛଙ୍କ ସୁରକ୍ଷା ଦିଗରେ ସମସ୍ତଙ୍କ ସହଯୋଗ ଦରକାର ବୋଲି ଆହ୍ବାନ ଦେଇଥିଲେ। ଉଦ୍‌ଘାଟନୀ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝି, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଭାରତ ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ମନାଭ ପଣ୍ଡା, ପୁରୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା, କକ୍ସ ଆଣ୍ଡ କିଙ୍ଗ୍‌ସ ଫାଉଣ୍ଡେଶନର ନିଶାନ୍ତ ବାଙ୍ଗର, ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆର ସୁମନ୍ତ ବିନ୍ଦୁ ମାଧବ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଇଁଛଙ୍କ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ଏପିଓଡବ୍ଲ୍ୟୁଏର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର କବି ଉତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ମନୋଜ କୁମାର ଶତପଥୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅପରାହ୍ନ ଅଧିବେଶନରେ ପୁରୀ ଡିଏଫ୍‌ଓ ଉଦ୍‌ଗାତା, ପ୍ରଦ୍ୟୁମ୍ନ କୁମାର ମିଶ୍ର, ମନୋଜ କୁମାର ଶତପଥୀ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରେ ବେଳାଭୂମି ସଫେଇ, ବାଲୁକା କଳା, ଚିତ୍ରକଳା ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କଇଁଛଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାତପଡ଼ା ବାଘମୁଣ୍ଡା ନୂଆଗଁାର ବାସୁଦେବ ହାଇସ୍କୁଲର ଛାତ୍ରୀଛାତ୍ର ପାଲା ଏବଂ ନାଟକ ମାଧ୍ୟମରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରିବାକୁ ବାର୍ତ୍ତା ଦେଇଥିଲେ। ଏହାବ୍ୟତୀତ ଗୋଟିପୁଅ ନୃତ୍ୟ ଏବଂ ପ୍ରିମିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପ୍ୟୁଟର ଷ୍ଟଡିଜ୍‌ର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। କଇଁଚ୍ଛଙ୍କ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମହୋତ୍ସବକୁ ଆସିଥିବା ଦର୍ଶକ ପୁରସ୍କାର ପାଇଥିଲେ।

All Right Reserved By

ରାଜ୍ୟ |

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନଙ୍କୁ  ଗୁରୁବାର  ଭାଜପା ପକ୍ଷରୁ ଟିକେଟ୍‌ ମିଳିଛି। ଏ ନେଇ ଅର୍ଚ୍ଚନା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ସହଯୋଗୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । 

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ:    ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ: ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ  ପ୍ରୟାସ ଆରମ୍ଭ ହୋଇଛି । ଭୋଟରଙ୍କୁ ପ୍ରାର୍ଥୀ ଏବଂ ବିଭିନ୍ନ ଦଳ ପକ୍ଷରୁ ପ୍ରଭାବିତ କରିବା ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 

 ଆଗକୁ ନିର୍ବାଚନ: ଭଞ୍ଜନଗରରେ ୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଆଗକୁ ନିର୍ବାଚନ: ଭଞ୍ଜନଗରରେ ୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଭାଜପା ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ୯୯ ବିଧାୟକଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲା ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଦ୍ୟୁମ୍ନ ନାୟକଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । 

 ଷଷ୍ଠଥର ପାଇଁ ଭଞ୍ଜନଗରରୁ ଲଢ଼ିବେ  ବିକ୍ରମ ଆରୁଖ: ଟିକେଟ ପାଇବା ପରେ ସମର୍ଥକଙ୍କ ବାଇକ୍‌ ରାଲି

ଷଷ୍ଠଥର ପାଇଁ ଭଞ୍ଜନଗରରୁ ଲଢ଼ିବେ ବିକ୍ରମ ଆରୁଖ: ଟିକେଟ ପାଇବା ପରେ ସମର୍ଥକଙ୍କ ବାଇକ୍‌ ରାଲି

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ): ଷଷ୍ଠଥର ପାଇଁ ବିଜେଡି ବିଧାୟକ ଭାବେ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଭୁବନେଶ୍ୱର,  ୨୨।୩ (ବ୍ୟୁରୋ) : ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ବିଦ୍ରୋହ ଦେଖାଦେଇଛି।

 ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ୪ ଗୁରୁତର

ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ୪ ଗୁରୁତର

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାର୍ଦ୍ଦୂଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଈ ଫସଲ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୪ ଜଣ ଗୁରୁତର ହୋଇଛନ୍ତି। 

୯୯ରୁ ୯

୯୯ରୁ ୯

ଭୁବନେଶ୍ୱର,୨୨।୩(ବ୍ୟୁରୋ): ୨୦୧୯ ବିଧାନସଭା ନିର୍ବାଚନ ଲାଗି  ଓଡ଼ିଶାର ୧୪୭ ଆସନ ମଧ୍ୟରୁ ୯୯ଟି ପାଇଁ ଭାଜପା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। 

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଭୁବନେଶ୍ୱର,୨୨।୩:  ଭାଜପା ପକ୍ଷରୁ ଗୁରୁବାର ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୯୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକାରେ ଆସ୍କା ଆସନ ବାଦ୍‌ ପଡ଼ିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା