
ରେଢ଼ାଖୋଲ,୧୩।୧(ଡି.ଏନ.ଏ): ଆମର ଦେଶ୍ରେ ଭିନେ ଭିନେ ରାଏଜ୍ରେ ଅଲଗ୍ ଅଲଗ୍ ମାସେ ଅନେକ ପରକାର କୃଷି ଭିତିକ ପରବ୍ ପାଲନ ହେଉଛେ। ସେନ୍ତା ପଶ୍ଚିମ ଓଡ଼ିଶାରେ ନୂଅଁାଖାଇ ଲେଖେଁ ପୁଷ୍ପୁନି ବି ଗୁଟେ କୃଷି ଭିତିକ୍ ସିଘା ପରବ୍। ପୁଷ୍ ମାସର ପୁନିରେ ଇ ପରବ୍ ଗଁାଗଁଲିନୁ ସହର ତକ୍ ସବୁନେ ଦେଖ୍ବାକେ ମିଲୁଥିଲା। ହେଲେ ବେଶୀକରି ଗଁାଗଁଲିରେ ଇତାର ମହକ୍ଟା ଅଲଗ୍ ପରକାର ଥିଲା। ଆମର ଚାଷବାସର ଚଲନି ହିସାବେ ପୁଷ୍ପୁନିରୁ ଆରଗୁଟେ ପୁଷ୍ପୁନିକେ ବଛରେ ଧରାଯାଏସି। ଇ ଦିନ ବଏନା ନେଇ ଘରେ କାମ୍ବୁତା କରୁଥିବାର ହଲିଆଗୁତି, ଗାଈ ଚରିହାକର ବଛରେ ପୂରଲା ବଲି ହିସାବ ହେସି। ସେଥିରଲାଗି ତାହାକୁ ଘରେ ପିଠାପନା, ନୂଅଁା ଲୁଗା ଦେବାର ସଂଗେ ତାକର ବାକି ଥିବାର ଭୁତିବର୍ତନ ଦିଆଯାଏସି। ସେନ୍ତା ଇ ପୁଷ୍ପୁନିରୁ ଫେନ୍ ନୂତନ୍ ହିସାବେ ହଲିଆଗୁତି, ଗାଈଚରିହାକୁ ବଛ୍ରେ ତକ୍ କାମ୍ କରବାକେ ବଏନା ଦିଆଯାଏସି। ସେନ୍ତା ପୁନି ଦିନ ଗଁାର ଦେହେରୀ ପହଁଟିଆନୁ ଗଧାବୁଡ଼ା କରି ଘର ଘର ବୁଲି ଗ୍ରାମଦେବତୀର ଲାଗି ପୂଜା ଖଁଜା ମାଗ୍ସି। ଇ ଦିନ୍ ଗଁାଗଁଲିରେ ସମକର ଘରେ ଜାତିର ଜାତିର ପିଠାପନା, ଖିରୀ, ପୁରୀ ହେସି। ସେନ୍ତା ପିଲାନୁ ବୁଢ଼ା ତକ୍ ମିଶି ଦଲ୍ ଦଲ୍ ହେଇ ଗଁାମାନକେ ଛେର୍ଛେରା ମାଗବାର ବି ଗୁଟେ ରିକ୍ମା କେନ୍ ଯୁଗୁ ଚଲି ଆସୁଛେ। ସେମାନେ ଘର ଘର ବୁଲି ଛେର୍ ଛେରା ମାଗ୍ସନ୍, ତାହାକୁ ଘର ମାଲ୍କେନ୍ ପିଠାପନା, ଚାଉଲ୍ ଦେସନ୍। ଇ ଛେର୍ ଛେରାଟା ପୁନିର ଦିନାକେତେ ଆଗରୁ ବି ମଗାଯାଏସି। ହେଲେ ଆଏଜ୍କାଲି ଇ ରିକ୍ମା କଁାଭଁା ଗଁାଗଁଡ଼ା, ସହରମାନକେ ଦେଖ୍ବାକେ ମିଲୁଛେ। ଆଏଜ୍କାଲି ତ ଚାଷ୍ବାସ ମୁନୁଷ୍ ଜାଗାରେ ମେଶିନ କରୁଛେ। ଗଁାଗଁଡ଼ା ଗଈଗରୁ ଶୂଇନ୍ ହେବାକେ ବସଲାନ, ଗାଈ ଚରିହାର ଦରକାର ନାଇଁ ପଡ଼ବାର। ଧାନ୍ ଖେତୁ ମେଶିନ୍ରେ ଅମଲ ହେଉଛେ ଆର ସାହୁକାର ସିଧା ଖେତୁ ଧାନ ବିକୁଛେ। ଯେନ୍ଥିରଲାଗି ଦିନୁ ଦିନ୍କେ ଇ ପୁଷ୍ପୁନିର ମହକ୍ ହଜି ହଜି ଯାଉଛେ।