ଖେଳ |

ଟାଇବ୍ରେକରରେ ପଞ୍ଜାବ ଠାରୁ ହାରିଲା ଓଡ଼ିଶା

ଟାଇବ୍ରେକରରେ ପଞ୍ଜାବ ଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୩ା୧- ବମ୍ବେଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୧୭ ବର୍ଷରୁ କମ୍‌ ବାଳକ ହକି ପ୍ରତିଯୋଗିତାର ଶନିବାର ଖେଳାଯାଇଥିବା ସେମି ମୁକାବିଲାରେ ଓଡ଼ିଶା ଟାଇବ୍ରେକର ପଦ୍ଧତିରେ ପଞ୍ଜାବଠାରୁ ହାରିଛି। ମ୍ୟାଚର ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ବାର୍ଟରର ୨୭ତମ ମିନିଟରେ ପଞ୍ଜାବ ପକ୍ଷରୁ ପ୍ରଥମ ଗୋଲ ହୋଇଥିଲା। ୩ୟ କ୍ବାର୍ଟରର ୪୦ତମ ମିନିଟରେ ଓଡ଼ିଶାର ୯ନଂ ଜର୍ସି ଖେଳାଳି ଚିରମାକୋ ସୁଦୀପ ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିରେ ପହଞ୍ଚାଇଥିଲେ। ଅନ୍ତିମ ତଥା ୪ର୍ଥ କ୍ବାର୍ଟରର ୪୯ତମ ମିନିଟରେ କୁଜୁର ବିକାଶ ଗୋଲ ଦେଇ ଓଡିଶାକୁ ୨-୧ରେ ଅଗ୍ରଣୀ କରିଥିଲେ। ମାତ୍ର ଏହାର ୫ ମିନିଟ ପରେ ପଞ୍ଜାବର ପ୍ରଭିସ୍ମରଣଜିତ ସିଂଙ୍କ ଗୋଲ ବଳରେ ଦଳ ପରାଜୟରୁ ବର୍ତ୍ତିବା ସହ ମ୍ୟାଚ୍‌ର ସ୍ଥିତି ୨-୨ ଗୋଲରେ ପହଞ୍ଚିଥିଲା। ଟାଇବ୍ରେକର ପଦ୍ଧତିରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ କରାଯାଇଥିବା ବେଳେ ଓଡ଼ିଶା ୩-୪ ଗୋଲରେ ହାରିଛି। ଆସନ୍ତା ୧୪ରେ ୩ୟ କିମ୍ବା ୪ର୍ଥ ସ୍ଥାନ ନିମନ୍ତେ ଉତ୍ତରପ୍ରଦେଶ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ। ଅନ୍ୟପକ୍ଷରେ ଶୁକ୍ରବାରଠାରୁ ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ପୁଲ-ବିରେ ସ୍ଥାନ ପାଇଥିବା ୧୭ ବର୍ଷରୁ କମ୍‌ ମହିଳା ଓଡ଼ିଶା ହକି ଦଳ ୫-୩ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ଏକଦା ୩-୧ ଗୋଲରେ ଅଗ୍ରଣୀ ଥିବା ମହାରାଷ୍ଟ୍ରଠାରୁ ଓଡ଼ିଶାର ସୋନିଆ ଟପ୍ନୋ ହ୍ୟାଟ୍ରିକ ଗୋଲ ଦେଇ ମ୍ୟାଚକୁ ଛଡ଼ାଇ ଆଣିଥିଲେ। ୨୧ବର୍ଷରୁ କମ୍‌ ମହିଳା ଓଡ଼ିଶା ହକି ଦଳ ପ୍ରତିଯୋଗିତାର ପୁଲ-ଏରେ ସ୍ଥାନ ପାଇଛି। ଶନିବାର ଖେଳାଯାଇଥିବା ମହାରାଷ୍ଟ୍ର ବିପକ୍ଷ ପ୍ରଥମ ମ୍ୟାଚ୍‌ ୨-୨ ଗୋଲରେ ଶେଷ ହୋଇଥିଲା।

All Right Reserved By

ଖେଳ |

ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇର ସହଜ ବିଜୟ

ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇର ସହଜ ବିଜୟ

ଚେନ୍ନାଇ,୨୩।୩(ପି.ଟି.)-ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହୋଇଛି। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଲିଗ୍‌ର ଉଦ୍‌ଘାଟନୀ ମୁକାବିଲାରେ ଗତଥରର ଚାମ୍ପିୟନ ତଥା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ୧୪ଟି ବଲ ବାକି ଥାଇ ୭ ଉଇକେଟରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ  ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।

ମୁମ୍ବାଇ- ଦିଲ୍ଲୀ ମୁକାବିଲା ଆଜି

ମୁମ୍ବାଇ- ଦିଲ୍ଲୀ ମୁକାବିଲା ଆଜି

ମୁମ୍ବାଇ,୨୩।୩(ପି.ଟି.)- ଶନିବାରଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ତୃତୀୟ ମ୍ୟାଚ୍‌ରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। 

ଓ୍ବାର୍ନରଙ୍କ ଉପରେ ସମସ୍ତଙ୍କ ନଜର

ଓ୍ବାର୍ନରଙ୍କ ଉପରେ ସମସ୍ତଙ୍କ ନଜର

କୋଲକାତା, ୨୩।୩(ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ଦିବସରରେ ରବିବାର ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ଏକ ହାଇଭୋଲଟେଜ ମ୍ୟାଚ୍‌ରେ ଗତଥର ରନର୍ସଅପ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ଦୁଇଥରର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବେ।

ନୟନବାଳା ଦାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ:ହାଣ୍ଡିଭଙ୍ଗା ଚାମ୍ପିୟନ

ନୟନବାଳା ଦାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ:ହାଣ୍ଡିଭଙ୍ଗା ଚାମ୍ପିୟନ

ପାଟକୁରା,୨୩ା୩(ଡି.ଏନ୍‌.ଏ.)-  ତେଣ୍ଡାକୁଡ଼ା ପଞ୍ଚାୟତ ଅନ୍ତର୍ଗତ ଜୟତଳଙ୍ଗ ଗ୍ରାମରେ ପ୍ରତିଷ୍ଠିତ ହରିହର ପାଠାଗାର ଓ ଜୟତଳଙ୍ଗ କ୍ରିକେଟ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ୫ମ ବାର୍ଷିକ ନୟନବାଳା ଦାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ା  

ଫିଞ୍ଚଙ୍କ ଶତକ; ଜିତିଲା ଅଷ୍ଟ୍ରେଲିଆ

ଫିଞ୍ଚଙ୍କ ଶତକ; ଜିତିଲା ଅଷ୍ଟ୍ରେଲିଆ

ଶାରଜା,୨୩।୩(ପିଟି)- ଆରୋନ ଫିଞ୍ଚଙ୍କ ଶତକ ବଳରେ ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ୮ ଉଇକେଟରେ ପାକିସ୍ତାନକୁ ହରାଇ ଦେଇଛି। 

ଏସିଆନ ଚାମ୍ପିୟନକୁ ହରାଇଲା ଭାରତ

ଏସିଆନ ଚାମ୍ପିୟନକୁ ହରାଇଲା ଭାରତ

ଇପୋ(ମାଲେସିଆ),୨୩।୩(ପିଟି)- ଭାରତୀୟ ହକି ଦଳ ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜାପାନକୁ ୨-୦ ଗୋଲରେ ହରାଇ ଏଠାରେ ଚାଲିଥିବା ଆଜଲାନ ଶାହ କପ୍‌ ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିଛି। 

ମେସି ଆହତ

ମେସି ଆହତ

ମାଡ୍ରିଡ୍‌,୨୩।୩(ଏଏଫ୍‌ପି)- ଷ୍ଟାର ଫୁଟ୍‌ବଲ ଖେଳାଳି ଆହତ ହୋଇଛନ୍ତି। ଏଥିଯୋଗୁ ସେ ମୋରକୋ ବିପକ୍ଷ ଆର୍ଜେଣ୍ଟିନାର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଖେଳିପାରିବେ ନାହିଁ।

ମଲିଙ୍ଗାଙ୍କ ଅବସର ଘୋଷଣା

ମଲିଙ୍ଗାଙ୍କ ଅବସର ଘୋଷଣା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଲସିଥ ମଲିଙ୍ଗା ଆଗାମୀ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ। 

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ଦଳ ଆଗୁଆ ଜିତି ନେଇଛି। 

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ, ୨୩।୩: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର।  ଏହାପୂର୍ବରୁ ବିରାଟ କୋହଲି ପ୍ରଶଂସକଙ୍କ ପାଇଁ ବଡ ଝଟକା ଲାଗିଛି। 

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ, ବିଦେଶରେ ବି ରହିଛି ଅନେକ ଖ୍ୟାତି। 

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ   ଧକ୍କା

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକ୍କା

ମୁମ୍ବାଇ,୨୩।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡ ପେସର ଆଡାମ ମିଲନେ ଆଗାମୀ ସିଜନରୁ ଓହରି ଯାଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା