ଖେଳ |

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଜୁଡୋକା ରାଜେଶଙ୍କୁ ବ୍ରୋଞ୍ଜ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଜୁଡୋକା ରାଜେଶଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୧୩।୧(ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଓଡ଼ିଶାର ଜୁଡୋକା ରମେଶ କୁମାର ସାହୁ (୬୦ କିଗ୍ରା) ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ୨୧ ବର୍ଷରୁ କମ୍‌ ବୟସ ବର୍ଗରେ ରାଜେଶ ମିଜୋରାମ ଓ ପଶ୍ଚିମବଙ୍ଗ ଖେଳାଳିଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ଓଡ଼ିଶାର ୫ ଜଣ ଜୁଡୋକା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହି ସଫଳତା ଲାଗି ଓଡ଼ିଶା ଜୁଡୋ ଆସୋସିଏଶନର ସଭାପତି ପ୍ରିୟବ୍ରତ ପଟ୍ଟନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସିଇଓ ଗୀତାଞ୍ଜଳୀ ପଣ୍ଡା ଓ ଟେକ୍‌ନିକାଲ ସେକ୍ରେଟାରୀ କନ୍ଦନ ମୁର୍ମୁ ରାଜେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜେଶ ଭୁବନେଶ୍ୱର ଜୁଡୋ ହଲ୍‌ରେ ଅଭ୍ୟାସ କରୁଛନ୍ତି।

ହାଇଜମ୍ପରେ ମନୀଷାଙ୍କୁ ବ୍ରୋଞ୍ଜ

ସେହିଭଳି ୨୧ ବର୍ଷରୁ କମ୍‌ ବାଳିକା ହାଇଜମ୍ପରେ ମନୀଷା ମାରେଲା ବ୍ରୋଞ୍ଜ ପଦକ ଜିତିଛନ୍ତି। ମନୀଷା ୫.୮୩ ମିଟର ଦୂରତାକୁ ଲମ୍ଫ ପ୍ରଦାନ କରି ୩ୟ ସ୍ଥାନ ହାସଲ କରିଥିଲେ।


All Right Reserved By

ଖେଳ |

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

ଦୁବାଇ,୨୨।୧(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି।

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଆଇସିସି ଟେଷ୍ଟ, ଦିନିକିଆ ଅଧିନାୟକ କୋହଲି

ଦୁବାଇ,୨୨।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୧୮ ବର୍ଷର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ ବିରାଟ କୋହଲିଙ୍କୁ ଉଭୟ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି।  

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା। 

ହକି ସିରିଜ ଫାଇନାଲ୍ସରେ ଭାରତ:  ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ହକି ସିରିଜ ଫାଇନାଲ୍ସରେ ଭାରତ: ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଗତବର୍ଷ ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୧୯ରେ ହକି ସିରିଜ ଫାଇନାଲ୍ସର ମୋଟ ୩ଟି ଚରଣ ଅନୁଷ୍ଠିତ ହେବ। ପୁରୁଷ ବିଭାଗର ଦ୍ୱିତୀୟ ଚରଣ ଜୁନ ୬ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବ। 

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା:  ତିନି ଜଣିଆ କମିଟି ତଦନ୍ତ କରିବ

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା: ତିନି ଜଣିଆ କମିଟି ତଦନ୍ତ କରିବ

କୋଲକାତା, ୨୨ା୧ (ପି.ଟି.)-ଏକ ମ୍ୟାଚ ହାରିବା ପରେ ରାଜ୍ୟ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ମୁଣ୍ଡନ ପାଇଁ କୁହାଯାଇଥିବା ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯିବ। ବେଙ୍ଗଲ ହକି ଆସୋସିଏଶନ (ବିଏଚ୍‌ଏ) ସମ୍ପାଦକ ସପନ ବାନାର୍ଜୀ ସୋମବାର ସୂଚନା ଦେଇଛନ୍ତି। 

ଅଞ୍ଜଳି-କାଜଲଙ୍କ ଅର୍ଦ୍ଧଶତକ, ଓଡ଼ିଶା ବିଜୟୀ

ଅଞ୍ଜଳି-କାଜଲଙ୍କ ଅର୍ଦ୍ଧଶତକ, ଓଡ଼ିଶା ବିଜୟୀ

କଟକ ଅଫିସ,୨୨ା୧- ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ଟି-୨୦ ଟୁର୍ନାମେଣ୍ଟରେ ଓଡ଼ିଶା ୮୬ ରନରେ ଜମ୍ମୁ କଶ୍ମୀରକୁ ପରାସ୍ତ କରିଛି । ଟୁର୍ନାମେଣ୍ଟର ପ୍ରଥମ ୩ଟି ମ୍ୟାଚ ବିଜୟୀ ହେବା ପରେ ଗତ ମ୍ୟାଚ୍‌ରେ ଓଡ଼ିଶା  ୬ ଉଇକେଟରେ ବିଦର୍ଭଠାରୁ ପରାସ୍ତ ହୋଇଥିଲା। ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚ୍‌କୁ ସହଜରେ ଜିତି ଓଡ଼ିଶା ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି । 

ପାଣ୍ଡ୍ୟା-ରାହୁଲ ପ୍ରଭାବ: ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ

ପାଣ୍ଡ୍ୟା-ରାହୁଲ ପ୍ରଭାବ: ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୨୨ା୧ (ପି.ଟି.)-ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ କ୍ରିକେଟର କେ.ଏଲ୍‌. ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଡୁଆରେ ପଡ଼ିଛନ୍ତି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ସେଥିଲାଗି ପ୍ରଶାସକ କମିଟି (ସିଓଏ)  ଭାରତୀୟ ଟିମ୍‌ ପାଇଁ ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ ପ୍ରଚଳନ ଲାଗି ବିଚାର କରୁଛି। 

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

କଟକ ଅଫିସ, ୨୨ା୧-ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ହେବାକୁ ଥିବା ଆଗାମୀ ଘରୋଇ ଟୁର୍ନାମେଣ୍ଟଗୁଡ଼ିକର ଖେଳ ସୂଚୀ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲରୁ ୧୬ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ୧୯ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ଆନ୍ତଃ ଜିଲା ମହିଳା ଓ କଳାହାଣ୍ଡି କପ୍‌ ଆରମ୍ଭ ହେବ। 

ଶାମପୁର ପ୍ରିମିୟର ଲିଗ୍‌: କମାଣ୍ଡୋ ଏକାଦଶ ଚାମ୍ପିୟନ

ଶାମପୁର ପ୍ରିମିୟର ଲିଗ୍‌: କମାଣ୍ଡୋ ଏକାଦଶ ଚାମ୍ପିୟନ

ଫୁଲନଖରା,୨୨।୧- କଟକ ମହାନଗର ନିଗମ s୫୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ରଣଜିତ୍‌ ଖେଳପଡିଆରେ ଗତ ୩ ଦିନ ଧରି ଚାଲିଥିବା ଶାମପୁର ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ସୋମବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ କମାଣ୍ଡୋ ଏକାଦଶ ପ୍ରତିପକ୍ଷ ତେନଜର ଏକାଦଶକୁ ହରାଇ ଚାମ୍ପିୟନ ହୋଇଛି। ଟସ୍‌ ଜିତି କମାଣ୍ଡୋ ୧୦ ଓଭରରେ ୯୪ ରନ ସଂଗ୍ରହ କରିଥିଲା। 

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ହଂକଂ, ୨୨।୧(ପି.ଟି.)- ହଂକଂ ଗସ୍ତରେ ଯାଇଥିବା ଭାରତୀୟ ମହିଳା ଫୁଟବଲ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ହଂକଂକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଡାଙ୍ଗମେଇ ଗ୍ରେସ୍‌ ଦୁଇଟି ଗୋଲ ଦେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। 

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ : କ୍ୱାର୍ଟରରେ ସେରେନା, ଜୋକୋଭିଚ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ : କ୍ୱାର୍ଟରରେ ସେରେନା, ଜୋକୋଭିଚ୍‌

ମେଲବୋର୍ନ,୨୨।୧(ଏଏଫପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଦୁଇ ଅଭିଜ୍ଞ ଖେଳାଳି ଆମେରିକାର ସେରେନା ଉଇଲିୟମ୍ସ ଓ ନୋଭାକ୍‌ ଜୋକୋଭିଚ୍‌ଙ୍କ ବିଜୟ ଅଭିଯାନ ଜାରି ରହିଛି।