ରାଜ୍ୟ |

ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ: ପ୍ରଦର୍ଶିତ ହେଉଛି ୧୦୦ ପ୍ରଜାତିର ଫୁଲ

ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ: ପ୍ରଦର୍ଶିତ ହେଉଛି ୧୦୦ ପ୍ରଜାତିର ଫୁଲ

ଭୁବନେଶ୍ୱର, ୧୨।୧(ବ୍ୟୁରୋ)- ରଙ୍ଗ ବେରଙ୍ଗ ଫୁଲରେ ଝଲସୁଛି ସ୍ଥାନୀୟ ଏକାମ୍ର କାନନ। ଲାଲ୍‌ ଗୋଲାପରୁ ଆରମ୍ଭ କରି କମଳା, ନୀଳ ଓ ହଳଦିଆ ଗୋଲାପ ସବୁର ଏଠାରେ ଆସର ଜମିଛି। ଗୋଲାପର ଭିନ୍ନ ଭିନ୍ନ ରଙ୍ଗକୁ ଆହୁରି ରଙ୍ଗୀନ କରିଦେଇଛି ଫ୍ଲୋରିବୁଣ୍ଡା, ପଲିଆନ୍ଥା ଭଳି ବିଦେଶୀ କିସମର ଗୋଲାପ। ଏପରି ଭଳିକି ଭଳି ଫୁଲର ପସରା ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ଲୋକଙ୍କ ମଧ୍ୟରେ ଫୁଲ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବାର ଉଦ୍ଧେଶ୍ୟ ନେଇ ଶନିବାର ଉଦ୍‌ଘାଟିତ ହୋଇଯାଇଛି ‘ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ’। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପରିସରରେ ଥିବା ଏକାମ୍ର କାନନଠାରେ ଏହି ପ୍ରଦର୍ଶନୀ ଆରମ୍ଭ ହୋଇଛି। ଦୁଇଦିନ ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ଭାବେ ଆୟୋଜିତ କରିଛନ୍ତି। ଏଠାରେ ବିଭିନ୍ନ ପ୍ରଜାତିର ଉଭୟ ଦେଶୀ ଓ ବିଦେଶୀ ଫୁଲ ଦେଖିବାକୁ ମିଳୁଛି। ଚଳିତବର୍ଷ ୧୦୦ପ୍ରଜାତିର ପ୍ରାୟ ୧୦ହଜାରରରୁ ଉର୍ଦ୍ଧ୍ୱ ଫୁଲ ଗଛ ପ୍ରଦର୍ଶିତ ହେଉଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ସଂଖ୍ୟକ ଏଣ୍ଟ୍ରି ହୋଇଥିବା ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପ୍ରଦର୍ଶନୀରେ ଫୁଲଗୁଡ଼ିକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି। କେତେକ ସ୍ଥଳେ କେବଳ ପ୍ରଦର୍ଶନୀ ପାଇଁ ଫୁଲ ରଖାଯାଇଥିବା ବେଳେ ଆଉ କେତେକ ସ୍ଥଳେ ବିକ୍ରି ପାଇଁ ରଖାଯାଇଛି। ଚଳିତବର୍ଷ ପ୍ରଦର୍ଶନୀ ପାଇଁ ଆସିଥିବା ବିଦେଶୀ ଫୁଲଗୁଡ଼ିକ ମଧ୍ୟରେ ରହିଛି ଗ୍ଲାଡିଓଲି, କାନୁନ୍‌ଣ୍ଡୋଲା, ଆଷ୍ଟର, କାରିଆଫିସ୍‌, କ୍ରୋଟନ, କ୍ୟାକ୍‌ଟସ, ଡାଇନାଥସ୍‌, ଲିଲିୟମ୍‌, ସାଲ୍‌ଭିଆ, ଜିନିଆ ଏବଂ ଆନ୍ଥୁରିୟମ୍‌ ପ୍ରଭୃତି। ସେହିଭଳି ଦେଶୀ ଫୁଲ ମଧ୍ୟରେ ଗେଣ୍ଡୁ, ଗୋଲାପ ଏବଂ ଡାଲିଆ ଭଳି ଫୁଲ ଲୋକପ୍ରିୟ ହୋଇଛି।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଫୁଲ ଗଛ କିଣି ନେବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ଏକ ପ୍ଲାଣ୍ଟ ବଜାର ଖୋଲିଛି। ଏଠାରେ ୨୬ଟି ନର୍ସରୀ ଖୋଲାଯାଇଛି ଯେଉଁଠି ଗଛ ବିକ୍ରି କରାଯାଉଛି। କେବଳ ଫୁଲ ଗଛ ନୁହେଁ, ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟପୁର୍ଣ୍ଣ ବୃକ୍ଷ ସହ ଫୁଲ ମଞ୍ଜି, ବଗିଚା ଉପକରଣ, ସାର ଏବଂ ରସାୟନ ପ୍ରଭୃତି ଏଠାରେ ଉପଲବ୍ଧ ହେଉଛି। ଚଳିତବର୍ଷ ପ୍ରଥମ ଥର ପାଇଁ ‘ବୋନ୍‌ସାଇ’ ସେକ୍ସନ କରାଯାଇଥିଲା। ଯେଉଁଠାରେ ୧୦୦ଟି ମିନିଏଚର ପ୍ଲାଣ୍ଟ ପ୍ରଦର୍ଶିତ ହୋଇଛି। କମ୍‌ ଦରରେ ମିଳୁଥିବାରୁ ଲୋକମାନେ ବିଭିନ୍ନ ପ୍ରଜାତିର ଫୁଲ ଗଛ କିଣିବାକୁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା।

ଗତବର୍ଷ ଭଳି ଏଥର ମଧ୍ୟ ପରିବାରେ କାରୁକାର୍ଯ୍ୟ, ବିଭିନ୍ନ ଫୁଲରେ ସାଜସଜା ଏବଂ ଫୁଲ ପାଖୁଡ଼ାକୁ ନେଇ ରଙ୍ଗୋଲୀ ହୋଇଛି। ଏହି ତିନୋଟି ବିଭାଗକୁ ଏକ ସ୍ବତନ୍ତ୍ର ଷ୍ଟଲରେ ରଖାଯାଇ ପ୍ରଦର୍ଶିତ କରାଯାଇଛି। ଶନିବାର ଏହି ପ୍ରଦର୍ଶନୀକୁ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପରିସରରେ ଚାଷୀମାନଙ୍କ ଉଦ୍ଧେଶ୍ୟରେ ଏକ ମର୍ଡନ ଟିସୁ କଲ୍‌ଚର ଲାବୋରାଟୋରୀକୁ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଳାବୋରାଟୋରୀରେ କଦଳୀ ଓ ଅର୍କିଡ ପ୍ଲାଣ୍ଟ ଉପରେ କାମ କରାଯିବ। ଏଥି ସହିତ ଏକ ଜଳ ଫୁଆରକୁ ମଧ୍ୟ ଉଦ୍‌ଘାଟନ କରିଥିଲେ ଓ ୮ଟି ବହି, ବ୍ରେଚର ଓ ବୁକ୍‌ଲେଟ୍‌କୁ ମନ୍ତ୍ରୀ ଲୋକାର୍ପିତ କରିଥିଲେ। 


All Right Reserved By

ରାଜ୍ୟ |

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

କେନ୍ଦ୍ରାପଡା ଅଫିସ, ୨୩ା୩- ମାର୍ଚ୍ଚ ୮ରେ ଚଳିତ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷା ଶେଷ ହୋଇଥିଲା ା ଏହି ପରୀକ୍ଷାର  ଖାତା ମୂଲ୍ୟାୟନ ପାଇଁ ମାର୍ଚ୍ଚ୨୫ ତାରିଖ ଧାର୍ଯ୍ୟ ହୋଇଛି।  

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ରେଙ୍ଗାଲି, ୨୩।୩ (ଡି.ଏନ.ଏ):ସମ୍ବଲପୁର ଜିଲା ଠେଲକଲୋଇ ଥାନା ଅନ୍ତର୍ଗତ ଖେରୁଆଲ ଭେଡେନ ନଦୀରେ ଶୁକ୍ରବାର ତିନିଟି ଜୀବନ ଚାଲି ଯାଇଛି।

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୩।୩:୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିରାଶ ଟିକେଟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଖୋଲାଖୋଲି ବିଦ୍ରୋହର ରୂପ ନେଉଛି। 

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

କଟକ ଅଫିସ,୨୩।୩- ୨୦ ବର୍ଷ ପରେ ଏମ୍‌ବିବିଏସ ପାଠ୍ୟସୂଚୀରେ ପରିବର୍ତ୍ତନ ଅଣାଯିବ। ୧୯୯୭ ମସିହାରୁ ପ୍ରଚଳିତ ପାଠ୍ୟସୂଚୀ ଅନୁଯାୟୀ ଡାକ୍ତରୀ ଛାତ୍ରୀଛାତ୍ରମାନେ ପାଠ ପଢୁଥିଲେ।

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

କୋଲାବିରା,୨୩।୩(ଡି.ଏନ୍‌.ଏ.):ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ସମାସିଂହାସ୍ଥିତ ସୁପର କ୍ଲବ ସଦସ୍ୟମାନେ ହୋଲି ବର୍ଜନ କରିଛନ୍ତି।

ଆନ୍ତଃରାଜ୍ୟ କଫ୍‌ ସିରଫ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ଆନ୍ତଃରାଜ୍ୟ କଫ୍‌ ସିରଫ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ବଲାଙ୍ଗୀର ଅଫିସ,୨୩ା୩:ବଲାଙ୍ଗୀର ଟାଉନ ଥାନା ପୋଲିସ ଆନ୍ତଃରାଜ୍ୟ କଫ୍‌ ସିରଫ୍‌ ଚୋରାଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି ା ଏହି ର଼୍ୟାକେଟ୍‌ରେ ସକ୍ରିୟ ଥିବା ୫ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ା 

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଜଟଣୀ,୨୩ା୩(ଡି.ଏନ.ଏ): ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଛକରେ ଦୁଇ ମହିଳାଙ୍କ ଉପରେ ଶୁକ୍ରବାର ତଥା ହୋଲିରେ କେତେଜଣ ଯୁବକ ମାରଧର କରିବା ସହ ଅସଦାଚରଣ କରିବା ଘଟଣାକୁ ନେଇ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଖୋର୍ଦ୍ଧା ଅଫିସ,୨୩।୩:ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରୁ ଶନିବାର ପୂର୍ବାହ୍ନରେ ମିଳିଥିବା ଅଜଣା ଯୁବକଙ୍କ ମୃତଦେହର ପରିଚୟ ମିଳିଛି। 

ଟ୍ରେନ ଧକ୍କାରେ ହରିଣ ମୃତ

ଟ୍ରେନ ଧକ୍କାରେ ହରିଣ ମୃତ

ରଘୁନାଥପୁର, ୨୩। ୩( ଡି.ଏନ.ଏ.)-  ରଘୁନାଥପୁର ବ୍ଲକ ଧଳତଙ୍ଗଗଡ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ଟ୍ରେନ୍‌ ଧକ୍କାରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ଘଟିଛି। 

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର, ୨୩ା୩(ବ୍ୟୁରୋ)- ଆସନ୍ତା ୨ ତାରିଖରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ଟାରୁ ସ୍କୁଲ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ ୧୦ଟାରେ ଶେଷ ହେବ। 

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)-  ବଡ଼ଚଣା ଯୁବ ଓ ଛାତ୍ର ବିଜେଡି ତରଫରୁ ତରଫରୁ ଗୁରୁବାର ଚଣ୍ଡିଖୋଲ ଛକଠାରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)- ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଥିଲା ବେଳେ ଏହା ଲୋକଙ୍କ ନିକଟରେ ପହଞ୍ଚିପାରୁନାହଁି। ସେହିପରି ଚାଷୀଙ୍କ ଉନ୍ନତି ତଥା ଆର୍ଥତ୍କ ସହାୟତା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିବା ବେଳେ ଏଥିରୁ ବହୁ ଚାଷୀ ବଞ୍ଚିତ ହୋଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା