ରାୟଗଡା

ଛୁଟି ଦିନରେ ଡାକ୍ତର ଅନୁପସ୍ଥିତ: ମିଳୁନି ଉପଯୁକ୍ତ ସେବା

ଛୁଟି ଦିନରେ ଡାକ୍ତର ଅନୁପସ୍ଥିତ: ମିଳୁନି ଉପଯୁକ୍ତ ସେବା

ପାରଳାଖେମୁଣ୍ଡି, ୧୨ା୧(ସ୍ବ.ପ୍ର.)-ସରକାରୀ ଛୁଟିଦିନଗୁଡ଼ିକରେ ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର ରହୁନାହାନ୍ତି। ଫଳରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳିପାରୁନାହିଁ। ଅନେକ ରୋଗୀ ଏଠାରୁ ମୁହଁ ଫେରାଇ ନେବା ସହ ବ୍ରହ୍ମୁପୁର ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଇତ୍ୟାଦି ସ୍ଥାନକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। 

ଗଜପତି ଜିଲାରେ କୌଣସି ଘରୋଇ ବଡ ଚିକିତ୍ସାଳୟ ନ ଥିବାରୁ ପାରଳାଖେମୁଣ୍ଡିସ୍ଥିତ ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲାବାସୀ ନିର୍ଭର କରିଥାନ୍ତି। ଦୂରଦୂରାନ୍ତ ତଥା ଦୁର୍ଗମ ଅଞ୍ଚଳରୁ ପ୍ରସୂତି ଓ ଗୁରୁତର ରୋଗୀ ଏଠାକୁ ଧାଇଁ ଆସନ୍ତି। ତେବେ ବିଭିନ୍ନ ଛୁଟିଦିନରେ ଏଠାରେ ଅଧିକାଂଶ ଡାକ୍ତରଙ୍କ ଦେଖା ମିଳେନାହିଁ। କୌଣସି କର୍ମଚାରୀଙ୍କୁ ପଚାରିଲେ ଉତ୍ତର ମିଳେ ‘ଡାକ୍ତର ଛୁଟିରେ ଚାଲିଯାଇଛନ୍ତି।’ ତେଣୁ ରୋଗୀଙ୍କୁ ନିରାଶ ହେବାକୁ ପଡ଼େ। ଛୁଟିଦିନଗୁଡ଼ିକରେ ଡାକ୍ତରମାନେ ଅନୁପସ୍ଥିତ ରହୁଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଢ ପଦକ୍ଷେପ ନେଉନାହାନ୍ତି। ଏହି ଚିକିତ୍ସାଳୟର ବିଭିନ୍ନ ବିଭାଗରେ ମୋଟ ୫୯ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ବର୍ତ୍ତମାନ ୨୨ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ା ଏମାନଙ୍କ ମଧ୍ୟରୁ ପ୍ରତିଦିନ ପ୍ରାୟ ୧୨ରୁ ୧୩ଜଣଙ୍କୁ ଦାୟିତ୍ୱ ବଣ୍ଟାଯାଇଥାଏ। ମାତ୍ର ଛୁଟିଦିନରେ ଏହି ସଂଖ୍ୟା ୩ରୁ ୪କୁ କମିଆସେ। ତେଣୁ ଠିକ୍‌ ଭାବେ ସେବା ମିଳିପାରେନାହିଁ। ଛୁଟି ଦିନରେ ଡାକ୍ତରଙ୍କ ଅଭାବ ଯୋଗୁ ଚିକିତ୍ସାରେ ଅବହେଳା ହେଉଛି ବୋଲି ଶନିବାର ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ରାଜେନ୍ଦ୍ର କୁମାର ଭୁକ୍ତା, ପ୍ରସନ୍ନ କୁମାର ସ୍ବାଇଁ, ରଘୁନାଥ ବେହେରା, ସନ୍ତୋଷ କୁମାର ସାହୁ, ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି ା ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ସମସ୍ତ ବିଭାଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ରହିଛନ୍ତି। ମାତ୍ର ଛୁଟିଦିନରେ କେହି କେହି ଛୁଟି ନେଇ ଚାଲିଯାଉଛନ୍ତି। ତେବେ ଏ ସମ୍ପର୍କରେ ବିଚାର ବିମର୍ଶ କରାଯାଇ ପଦକ୍ଷେପ ନିଆଯିବ। 

All Right Reserved By

ରାୟଗଡା

ଡୁଡ଼ିଝୋଲା ଗ୍ରାମ୍ୟ ସଡ଼କ କାମ: ୫ ବଦଳରେ ହେଉଛି ୪ କି.ମି. ରାସ୍ତା

ଦଶମନ୍ତପୁର,୧୯।୨(ଡି.ଏନ୍‌.ଏ.): ଦୀର୍ଘ ବର୍ଷର ଅପେକ୍ଷା ପରେ ୫ ଖଣ୍ଡ ଗ୍ରାମବାସୀଙ୍କ ପାଇଁ   ପକ୍କା ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଲା। କାମ ଆଦେଶ ମଞ୍ଜୁର ହୋଇ ଠିକା ସଂସ୍ଥା କାମ ଜାରି ରଖିଛି। ଆଉ ଅଳ୍ପ କାମ ବାକି ଅଛି। କିନ୍ତୁ କାମ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ସରକାର ଦୀର୍ଘ ଦିନର ଦାବି ପୂରଣ କରି ପକ୍କାରାସ୍ତା ନିର୍ମାଣ କରିବା ପାଇଁ  ବ୍ୟବସ୍ଥା କରିଛନ୍ତି। କିନ୍ତୁ ଠିକାସଂସ୍ଥାର ମନମୁଖୀକାର୍ଯ୍ୟ ଯୋଗୁ ରାସ୍ତା ନିମ୍ନମାନର ହେବା ସହିତ ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା କରାଯାଉଛି। କାମଧନ୍ଦା ନ ପାଇ ସ୍ଥାନୀୟ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି।

ଦୁଇବର୍ଷ ହେଲା ଅଧାରେ ଅଟକିଛି ଅଙ୍ଗନଓ୍ବାଡ଼ି କାମ

ଦୁଇବର୍ଷ ହେଲା ଅଧାରେ ଅଟକିଛି ଅଙ୍ଗନଓ୍ବାଡ଼ି କାମ

ଦଶମନ୍ତପୁର,୧୯।୨(ଡି.ଏନ.ଏ.): ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛାତ ପତନ ନିର୍ମିତ ହୋଇ ଦୁଇବର୍ଷ ହେଲା ପଡ଼ିରହିଛ।କାମର ଉପଯୁକ୍ତ ପ୍ରାପ୍ୟ ମିଳୁ ନ ଥିବାରୁ ବାକି କାମ କରୁ ନ ଥିବା ଠିକାଦାର କହିଛନ୍ତି। ଅନ୍ୟପଟେ ପିଲାମାନେ ଗଁାଠାରୁ ଦୂରକୁ ଯାଇ ପାଠପଢୁଛନ୍ତି। କାମର ବିଲ୍‌ ପରିମାଣ କନିଷ୍ଠଯନ୍ତ୍ରୀ ଦେଉ ନ ଥିବା ଅଭିଯୋଗ କରି ଠିକାଦାର ବାକି କାମ ବନ୍ଦ ରଖିଛନ୍ତି। ଦଶମନ୍ତପୁର ବ୍ଳକ୍‌ ଗିର୍ଲିଗୁମ୍ମା ପଞ୍ଚାୟତ ଉପର ରତାବନ୍ଧ ଗ୍ରାମରେ ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। 

ନିଶନାପାଖନା ପ୍ରାଥମିକ ବିଦ୍ୟାଳୟ:କୋଠରି ଅଭାବରୁ ଅଷ୍ଟମରେ ନାମଲେଖା ବନ୍ଦ

ନିଶନାପାଖନା ପ୍ରାଥମିକ ବିଦ୍ୟାଳୟ:କୋଠରି ଅଭାବରୁ ଅଷ୍ଟମରେ ନାମଲେଖା ବନ୍ଦ

ବୈପାରୀଗୁଡ଼ା,୧୯।୨(ଡି.ଏନ୍‌.ଏ.): ଶ୍ରେଣୀଗୃହ ନିର୍ମାଣ ପାଇଁ ଟଙ୍କା ଉଠାଇ କାମ ଅଧାରେ ପକାଇ ରଖିଛନ୍ତି କାର୍ଯ୍ୟାଦେଶ ପାଇଥିବା ଟେକ୍‌ନିକାଲ କନସଲଟାଣ୍ଟ। କନ୍ଧ ଆଦିବାସୀ ଅଧ୍ୟୁଷିତ ଇଲାକରେ ଥିବା ଏହି ବିଦ୍ୟାଳୟରେ ଏବେ କୋଠରି ଅଭାବରୁ ଅଷ୍ଟମ ଶ୍ରେଣୀରେ ନାମଲେଖା ବନ୍ଦ ହୋଇଛି। ବୈପାରୀଗୁଡ଼ା ବ୍ଲକ ଦୋରାଗୁଡା ପଞ୍ଚାୟତ ନିଶନାପାଖନା ପ୍ରାଥମିକ ବିଦ୍ୟାଳୟର ଏ ହେଉଛି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଚିତ୍ର।

ଲକ୍ଷ୍ୟ ପୂରଣ କରିପାରୁନି ଚେକ୍‌ଡ୍ୟାମ୍‌

ଲକ୍ଷ୍ୟ ପୂରଣ କରିପାରୁନି ଚେକ୍‌ଡ୍ୟାମ୍‌

ଜୟପୁର,୧୯।୨(ଡି.ଏନ୍‌.ଏ.): ବିଭିନ୍ନ ଛୋଟ ନଦୀ ଏବଂ ନାଳରେ ବହିଯାଉଥିବା ପାଣିକୁ ଅଟକାଇବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ଚେକ୍‌ଡ୍ୟାମ୍‌ (ଆଡ଼ିବନ୍ଧ) କରାଯାଉଛି। ଜୟପୁର ବ୍ଲକ ରଣ୍ଡାପାଲୀ ପଞ୍ଚାୟତ ଟାଙ୍କୁଗୁଡ଼ା ରାସ୍ତା ବାମୁଣଦେଈ ଛକ ନିକଟରେ ସୀତାଗାଡ଼ରା ନାଳରେ ୨୦୧୪-୧୫ରେ ୩୩ ଲକ୍ଷ ୮୮ ହଜାର ଟଙ୍କାର ଚେକଡ୍ୟାମ୍‌ ନିର୍ମାଣ କରିଥିଲା କ୍ଷୁଦ୍ର ଜଳସେଚନ ବିଭାଗ। କିନ୍ତୁ ଚେକ୍‌ଡ୍ୟାମ୍‌ର ଗେଟ୍‌ ଦେଇ ପାଣି ନିଷ୍କାସିତ ହେଉଥିବା ବେଳେ ଉପରମୁଣ୍ଡରେ ଆବଶ୍ୟକ ଅନୁସାରେ ପାଣି ଅଟକି ରହିପାରୁ ନାହିଁ। 

ଧାରଣାରେ ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ

ଧାରଣାରେ ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ

ପାରଳାଖେମୁଣ୍ଡି, ୧୯।୨(ସ୍ବ.ପ୍ର.): ବିଭିନ୍ନ ଦାବିରେ ବିଏସ୍‌ଏନ୍‌ଏଲ୍‌ କାଜୁଆଲ କର୍ମଚାରୀ ସଂଘ ସଦସ୍ୟମାନେ ପାରଳାଖେମୁଣ୍ଡି ବିଏସ୍‌ଏନ୍‌ଏଲ୍‌ ଅଫିସ ଆଗରେ ସୋମବାରଠାରୁ  ଧାରଣାରେ ବସିଛନ୍ତି। ଏହି ଧାରଣା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। 

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ରାୟଗଡା ଅଫିସ୍‌, ୧୯।୨- ଅବିଭକ୍ତ କୋରାପୁଟ ଜିଲାକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ  ବୁଲିବାକୁ ଆସିଥାନ୍ତି ା  ଏଥିସହ ଅଞ୍ଚଳର ଭାଷା, ସଂସ୍କୃତି, ପରମ୍ପରା ଏବଂ ଜଙ୍ଗଲ ଖଣିଜ ସମ୍ପଦ ସମ୍ବନ୍ଧରେ ଜ୍ଞାନ ଆହରଣ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଥାନ୍ତି ା 

୩୪ ପ୍ୟାକେଟ ଚାଉଳ ଜବତ: ୨ଗିରଫ

ନବରଙ୍ଗପୁର,୧୮।୨(ଡି.ଏନ.ଏ.)-ଚାଉଳ ଚୋରୀ ଘଟଣାରେ ନବରଙ୍ଗପୁର ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମେଦିରି ସାହିର ଫିରୋଜ ଖାନ ଓ ଲୋହରା ସାହିର ବିକାଶ ହରିଜନ। ସେମାନଙ୍କ ଘରୁ ୩୪ ପ୍ୟାକେଟ  ଚାଉଳ ବସ୍ତା ପୋଲିସ ଜବତ କରିଛି। ଏନେଇ  ଥାନାରେ ନଂ. ୩୨/୧୯ ଏକ ମାମଲା ପୋଲିସ ରୁଜୁ କରିଛ।

ମହିଳା ମୋର୍ଚ୍ଚା ପଞ୍ଚାୟତ କମିଟି ଗଢ଼ିବ ବିଜେଡି

ମହିଳା ମୋର୍ଚ୍ଚା ପଞ୍ଚାୟତ କମିଟି ଗଢ଼ିବ ବିଜେଡି

କୋରାପୁଟ,୧୮ା୨(ସ୍ବ.ପ୍ର.): କୋରାପୁଟ ଜିଲାରେ ବିଜେଡି ଦଳକୁ ଅଧିକ ମଜଭୁତ୍‌ କରିବା ସହ ମହିଳାଙ୍କୁ ଅଧିକ କ୍ଷମତା ଦେବା ପାଇଁ ସୋମବାର ସ୍ଥାନୀୟ ଅତିଥି ଭବନରେ ପ୍ରସ୍ତୁତି ବୈଠକ ହୋଇଛି। ଜିଲା ବିଜେଡି ସଭାପତି ତଥା ଯୋଜନା ବୋର୍ଡ ସଦସ୍ୟ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନୂତନ ଦାୟିତ୍ୱ ପାଇଥିବା ସୁଚିତ୍ରା ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂର୍ବରୁ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଥିବା ଏମ୍‌. ମାଙ୍ଗମାଙ୍କୁ ମୋର୍ଚ୍ଚାର ରାଜ୍ୟ ଉପସଭାପତି କରାଯିବା ପରେ ତାଙ୍କ ସ୍ଥାନରେ ସୁଚିତ୍ରାଙ୍କୁ ଏହି ଦାୟିତ୍ୱ ମିଳିଛି। ସେହିପରି ବୈଠକରେ ବିଜୁ ମହିଳା ମୋର୍ଚ୍ଚାର ପଞ୍ଚାୟତସ୍ତରୀୟ କମିଟି ଗଠନ କରାଯିବା ପାଇଁ ଆଲୋଚନା ହୋଇଥିଲା।

ଜଙ୍ଗଲରୁ ମିଳିଲା ଭାଲୁର ମୃତଦେହ

ଜୟପୁର,୧୮ା୨(ନି.ପ୍ର.): ଜୟପୁର ବନାଞ୍ଚଳ ଧଉଡ଼ାପଦର-ନୂଆକେରେଙ୍ଗା ମଧ୍ୟରେ ଥିବା ଜଙ୍ଗଲରେ ଏକ ଭାଲୁର ମୃତ୍ୟୁ ହୋଇଛି। ପୂତିଗନ୍ଧମୟ ଅବସ୍ଥାରେ ଭାଲୁର ମୃତଦେହ ପଡ଼ିଥିବା ବେଳେ ତାହା ଉପରେ କିଛି ଶୁଖିଲା ଡାଳ ଘୋଡ଼ାଇ ଦିଆଯାଇଛି। ପରିପାର୍ଶ୍ୱିକ ସ୍ଥିତିରୁ ଭାଲୁକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ପୋଲିସ କାର୍ଯ୍ୟଧାରାରେ ପ୍ରଶ୍ନଚିହ୍ନ ଲଗାଇଛି ୩ ଘଟଣା: ଆସ୍ଥା ବଦଳରେ ଏବେ ଅବିଶ୍ୱାସ

ପୋଲିସ କାର୍ଯ୍ୟଧାରାରେ ପ୍ରଶ୍ନଚିହ୍ନ ଲଗାଇଛି ୩ ଘଟଣା: ଆସ୍ଥା ବଦଳରେ ଏବେ ଅବିଶ୍ୱାସ

ଜୟପୁର,୧୮।୨(ନି.ପ୍ର.): ଅପରାଧୀମୁକ୍ତ ସହର, ଟ୍ରାଫିକ ସଚେତନତା ସହ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ରଖିବା ପାଇଁ ରାଜ୍ୟ ପୋଲିସ ବହୁ ଯୋଜନା କରୁଛନ୍ତି । କିନ୍ତୁ କୋରାପୁଟ ଜିଲାରେ ବିଗତ ଦିନରେ ରଞ୍ଜିତ ବାଘଙ୍କ ଭଳି ଅପରାଧୀଙ୍କୁ ଧରିବା ସହ ଗଞ୍ଜେଇ ଚାଲାଣରେ ଚଢ଼ାଉ ସହ ଗିରଫଦାରୀ, ଡକାୟତି ଯୋଜନା ପଣ୍ଡ କରିବା ଭଳି କାର୍ଯ୍ୟ ପାଇଁ ପ୍ରଶଂସା ସାଉଣ୍ଟିଥିଲା ପୋଲିସ। କିନ୍ତୁ ଗତ ଦେଢ଼ମାସରେ ପୋଲିସର କାର୍ଯ୍ୟକଳାପ ଚିତ୍ର ଅଲଗା। ଏହି ସମୟ ଭିତରେ ମୁଖ୍ୟତଃ ୩ଟି ଘଟଣା ପୋଲିସକୁ ଜନତାଙ୍କ କାଠଗଡ଼ାରେ ଛିଡ଼ା କରିଛି। 

ରାୟଗଡ଼ାରେ ହେବ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ

ରାୟଗଡ଼ାରେ ହେବ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ

ରାୟଗଡା ଅଫିସ୍‌, ୧୮।୨: ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେଶନ ଲିଃ ପକ୍ଷରୁ ରାୟଗଡା  ଷ୍ଟେଶନ୍‌ଠାରୁ ୫କି.ମି ଦୂରରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ ହେବ । ୨୧ ଏକର ଜମିରେ ୯୧ କୋଟି ଟଙ୍କା ବ୍ୟୟରେ ଏହା  ନିର୍ମାଣ କରାଯିବ। ଆସନ୍ତା ୧୯ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିବେ । ୨୦୨୦ ସେପ୍ଟେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି।

କାମରେ ଲାଗୁନି ଭେଣ୍ଡିଂଜୋନ୍‌

କାମରେ ଲାଗୁନି ଭେଣ୍ଡିଂଜୋନ୍‌

ରାୟଗଡା ଅଫିସ୍‌, ୧୮।୨: ରାୟଗଡା ଜିଲା ସଦର ମହକୁମାଠାରେ ଲକ୍ଷାଧିକ ଟଙ୍କାରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଛି । ହେଲେ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ବ୍ୟବସାୟୀମାନେ ଭେଣ୍ଡିଂ ଜୋନକୁ  ନ ଯାଇ ରାସ୍ତା ପାର୍ଶ୍ୱରେ ବ୍ୟବସାୟ ଚଳାଉଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଛି । ବହୁ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । କିନ୍ତୁ ପୌର ସଂସ୍ଥା ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଜଣାଯାଇଛି ।