ମେଟ୍ରୋ |

ଦୁଇଦିନିଆ ଚନ୍ଦ୍ରଭାଗା କବିତା ମହୋତ୍ସବ

ଦୁଇଦିନିଆ ଚନ୍ଦ୍ରଭାଗା କବିତା ମହୋତ୍ସବ

କୋଣାର୍କ (ଡି.ଏନ୍‌.ଏ.): ପୁରୀ  ଜିଲା  କୋଣାର୍କସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷଠାରେ ସେଞ୍ଚୁରିୟାନ୍‌ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ନଲେଜ ସୋସାଇଟି ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ଚନ୍ଦ୍ରଭାଗା କବିତା ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରୁ ବହୁ ପ୍ରତିଷ୍ଠିତ କବୟିତ୍ରୀ ଓ କବିମାନେ ଯୋଗଦେଇ ସମାଜ ଗଠନ ଦିଗରେ କବିଙ୍କ  ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ ରବିବାର ଉଦ୍‌ଯାପିତ ହେବ।

All Right Reserved By

ମେଟ୍ରୋ |

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ ସଦର,୨୪।୧(ଡି.ଏନ୍‌.ଏ.): କଟକ-ପାରାଦୀପ ରେଳପଥର କନ୍ଦରପୁର ଷ୍ଟେଶନରେ ଗୁରୁବାର ସକାଳେ ଯାତ୍ରୀବାହୀ ଟ୍ରେନ ଚଳାଚଳରେ ବିଳମ୍ବକୁ ନେଇ ଯାତ୍ରୀମାନେ ଷ୍ଟେଶନମାଷ୍ଟର ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କୁ ମାଡ଼ ମାରି ଆହତ କରିଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। 

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୨୪।୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ କାକଟପୁରକୁ ଆସିଥାଆନ୍ତି। ପର୍ଯ୍ୟଟନ ଋତୁ ବିଶେଷକରି ଚୈତ୍ର ମାସରେ ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରା ଓ ଦଶହରାର ପାର୍ବଣ ପୂଜା ସମୟରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ସମାଗମ ହୋଇଥାଏ।

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଭୁବନେଶ୍ୱର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଏକ୍ସପ୍ରେସ ଚଳାଅ

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଭୁବନେଶ୍ୱର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଏକ୍ସପ୍ରେସ ଚଳାଅ

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ରେଲଓ୍ବେ ଓଡିଶାରୁ ପ୍ରଚୁର ରାଜସ୍ବ ନେଉଛି। ସେହି ତୁଳନାରେ ରେଳ ଭିତ୍ତିଭୂମି କିମ୍ବା ରେଳ ସେବା ନାହିଁ। ଭାରତୀୟ ରେଳକୁ ରାଜସ୍ବ ଯୋଗାଇବାରେ ଓଡିଶା ଏକ ବଡ ଅଂଶୀଦାର। ଯାତ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ଓଡିଶା ଜାତୀୟ ହାରଠାରୁ ଊର୍ଦ୍ଧ୍ୱରେ ରହିଛି। 

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଗତ କିଛିଦିନ ହେବ ଉପକୂଳ ଓଡିଶାକୁ କୁହୁଡି ଘେରି ରହୁଛି। ଆସନ୍ତା ୨୫ ତାରିଖ ଯାଏ କୁହୁଡି ରହିବ। 

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଫିଲ୍ମ ମାଧ୍ୟମରେ ଚାଲିଛି ନିର୍ବାଚନ ପ୍ରଚାର। ନିଜ ସଫଳତାର ପ୍ରଚାର ପ୍ରସାର ପାଇଁ ଫିଲ୍ମକୁ ମାଧ୍ୟମ କରୁଛନ୍ତି ରାଜନୈତିକ ଦଳ। 

ଏପ୍ରିଲ ୨୮ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଏପ୍ରିଲ ୨୮ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ସମସ୍ତ ମହାବିଦ୍ୟାଳୟରେ ପ୍ରାକ୍‌ ସ୍ନାତ୍ତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ଏପ୍ରିଲ ୨୮ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

୨୯ରେ ଓଡ଼ିଶା ଆସୁଛନ୍ତି ଶାହ

୨୯ରେ ଓଡ଼ିଶା ଆସୁଛନ୍ତି ଶାହ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୨୯ରେ ଓଡିଶା ଗସ୍ତରେ ଆସିବେ। କଟକ ଜିଲା ସାଲେପୁର କୁଲିଆଠାରେ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସମାବେଶରେ ସେ ଯୋଗଦେବେ ା 

ଧାନକିଣାରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌

ଧାନକିଣାରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌

କଟକ ଅଫିସ, ୨୪ା୧:ଚାଷୀଙ୍କ ସ୍ବାର୍ଥକୁ ବଳିଦେଇ ସରକାରୀ ଅଧିକାରୀମାନେ କିଭଳି ମିଲର୍‌ ସ୍ବାର୍ଥକୁ ଅଗ୍ରାଧିକାର ଦେଇଛନ୍ତି ତାହାର ଏକ ପ୍ରମାଣ ସାମ୍ନାକୁ ଆସିଛି। କୋରାପୁଟ ଜିଲାରେ ହୋଇଛି ଏଭଳି ଦୁର୍ନୀତି।

କଥା- କାମରେ ଫରକ: ଅନୁକମ୍ପା ଘୋଷଣା ତୁରନ୍ତ, ଅର୍ଥ ମିଳୁନାହିଁ

କଥା- କାମରେ ଫରକ: ଅନୁକମ୍ପା ଘୋଷଣା ତୁରନ୍ତ, ଅର୍ଥ ମିଳୁନାହିଁ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡିଶାରେ ଅସାଧାରଣ ମୃତ୍ୟୁ ଘଟିଲେ କିମ୍ବା ପ୍ରାକୃତିକ ଦୁର୍ବିପାକରେ କ୍ଷୟକ୍ଷତି ହେଲେ ଆର୍ଥିକ ଅନୁକମ୍ପା(କମ୍ପେନସେସନ୍‌) ନିଶ୍ଚିତ। ସେହି କ୍ରମରେ ରାଜ୍ୟରେ ଏଭଳି କିଛି ଘଟଣା ଘଟିବା ମାତ୍ରେ ସରକାରଙ୍କ ପକ୍ଷରୁ କାଳବିଳମ୍ବ କରାଯାଉନାହିଁ। 

୧୦ରୁ ଭାଜପାର ଜନ ଅଦାଲତ: ୨୧ ଲୋକ ସଭା ଆସନରେ ହେବ କାର୍ଯ୍ୟକ୍ରମ

୧୦ରୁ ଭାଜପାର ଜନ ଅଦାଲତ: ୨୧ ଲୋକ ସଭା ଆସନରେ ହେବ କାର୍ଯ୍ୟକ୍ରମ

କଟକ ଅଫିସ, ୨୪ା୧- ଫେବୃୟାରୀ ୧୦ରୁ ଭାଜପା ଆରମ୍ଭ କରିବ ଜନ ଅଦାଲତ କାର୍ଯ୍ୟକ୍ରମ। ରାଜ୍ୟର ୨୧ଟି ଲୋକ ସଭା ଆସନରେ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ କରାଯିବ। 

ନେତାଜୀଙ୍କ ୧୨୨ତମ ଜନ୍ମ ବାର୍ଷିକୀ: ସ୍ବାଧୀନତା ପ୍ରାପ୍ତିର ୭୫ ଭାଗ ଶ୍ରେୟ ନେତାଜୀଙ୍କର

ନେତାଜୀଙ୍କ ୧୨୨ତମ ଜନ୍ମ ବାର୍ଷିକୀ: ସ୍ବାଧୀନତା ପ୍ରାପ୍ତିର ୭୫ ଭାଗ ଶ୍ରେୟ ନେତାଜୀଙ୍କର

କଟକ ଅଫିସ, ୨୪ା୧- ଭାରତ ସ୍ବାଧୀନତା ପ୍ରାପ୍ତିର ୭୫ ପ୍ରତିଶତ ଶ୍ରେୟ ନେତାଜୀଙ୍କ ନାମରେ ଯାଉଛି। ବିଶ୍ୱର ବହୁ ଦାର୍ଶନିକ ଓ ଗବେଷକ ଏହି ମତ ଦେଉଛନ୍ତି।