ରାଜ୍ୟ |

ଅସ୍ତରଙ୍ଗ ବନାଞ୍ଚଳ ଖଜୁରିଆ ପୋଖରୀକୁ ବିଦେଶୀ ପକ୍ଷୀଙ୍କ ସମାଗମ

ଅସ୍ତରଙ୍ଗ ବନାଞ୍ଚଳ ଖଜୁରିଆ ପୋଖରୀକୁ ବିଦେଶୀ ପକ୍ଷୀଙ୍କ ସମାଗମ

କାକଟପୁର, ୧୨।୧(ଡି.ଏନ୍‌.ଏ): ପୁରୀ ଜିଲା ଅସ୍ତରଙ୍ଗ  ବନାଞ୍ଚଳ ଅନ୍ତର୍ଗତ ଚଉରାଶୀ ଗ୍ରାମ  ଖଜୁରିଆ ପୋଖରୀରେ  ଚଳିତ ବର୍ଷ  ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି। ଅମେରେଶ୍ୱର-ଚଉରାଶି ମୁଖ୍ୟ ରାସ୍ତାରେ ଥିବା ଏହି ପୋଖରୀକୁ ପ୍ରତିବର୍ଷ ଶୀତ ଋତୁରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ।  ତେବେ ଚଳିତବର୍ଷ ବତକ ପ୍ରଜାତିର ବିଦେଶୀ ପକ୍ଷୀ ଅଧିକ ଦେଖିବାକୁ ମିଳିଛି। ଖବର ପାଇ ଅସ୍ତରଙ୍ଗ ବନପାଳ ବିଜୟଲକ୍ଷ୍ମୀ ବଳ, ବଳଭଦ୍ର ନାୟକ, ରମେଶ ଚନ୍ଦ୍ର ପାତ୍ର, ବନରକ୍ଷୀ ଗୁରୁ ପ୍ରସାଦ ଦାସ, ମାଧବ ପ୍ରଧାନ, କାର୍ତ୍ତିକ ପଣ୍ଡା, ଶ୍ରୀଧର ସାହୁ ପ୍ରମୁଖ ୭ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି। ଏହା ସହ ଉକ୍ତ ପକ୍ଷୀକୁ ଶିକାର ନ କରିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି। ସଂଖ୍ୟାଧିକ ଋତୁ ଶେଲ୍‌ଡକ ନାମକ ବିରଳ ବିଦେଶୀ ପକ୍ଷୀ ସେଠାରେ ବାସକରୁଥିବା ରେଞ୍ଜର ସୂଚନା ଦେଇଛନ୍ତି। ଏନେଇ ପ୍ରକୃତିପ୍ରେମୀମାନେ  ଉକ୍ତ ପକ୍ଷୀଙ୍କ ସୁରକ୍ଷାପାଇଁ  ବନବିଭାଗ ନିକଟରେ  ଦାବି କରିଛନ୍ତି। 

All Right Reserved By

ରାଜ୍ୟ |

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା କଳିଙ୍ଗ କାଲସିନର କାର୍ବନ କାରଖାନା

ପାରାଦୀପ,୨୫ା୩(ସ୍ବ.ପ୍ର.): ପାରାଦୀପ ଦୋଛକିଠାରେ ମନିହର ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା କଳିଙ୍ଗ କାଲସିନର କାର୍ବନ କାରଖାନାରେ ଶନିବାର ରାତିରେ ବିସ୍ଫୋରଣ ଘଟିଥିଲା। ଉକ୍ତ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ କାରଖାନାରେ ବ୍ୟାପକ କ୍ଷତ ହୋଇଥିବା ଜଣାଯାଇଛି। 

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ରାସ୍ତା ଉପରେ ନିର୍ମାଣ ସାମଗ୍ରୀ: ଯାତାୟତ ବାଧାପ୍ରାପ୍ତ

ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ସହରର ହଡାଛକ ଠାରୁ ବରୁଣେଇ ସାହି ରାସ୍ତାର ଗୋପିନାଥ ମନ୍ଦିର ସମ୍ମୁଖରେ ଗୋଡି ଓ ଲୁହା ରଡ ଗଦା ହୋଇଛି। 

ଜବରଦଖଲରେ ବିଶ୍ରାମାଗାର  ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଜବରଦଖଲରେ ବିଶ୍ରାମାଗାର ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଭୋଗରାଇ,୨୫।୩(ଡି.ଏନ.ଏ.)-ସରକାରୀ ଗୃହ ଜବରଦଖଲମୁକ୍ତ ଦାବିରେ ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସୋମବାର ଭୋଗରାଇ ତହସିଲ କାର୍ଯ୍ୟାଳୟରେ ୪ ଘଣ୍ଟା ପ୍ରତୀକ ଧାରଣା ଦେଇଥିଲେ। 

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ସଜନାଗଡ଼, ୨୫।୩(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟର ଖୁମକୁଟ୍‌ଠାରେ ଏକ ଛୁଆହାତୀର ମୃତ୍ୟୁ ଘଟିଛି। ଏହା ଏକ ଅଣ୍ଡିରା ହାତୀ ଛୁଆ ଏବଂ ଏହାର ବୟସ ୧୦ବର୍ଷ। ଛୁଆହାତୀର ମୃତ୍ୟୁ ରକ୍ତହୀନତା କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି। 

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଚାନ୍ଦବାଲି, ୨୫।୩ (ଡି.ଏନ.ଏ) - ଭଦ୍ରକ ଜିଲା ଧାମରା ବନ୍ଦରରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। 

ଅତାବିରା ଆସନ ପାଇଁ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ଅତାବିରା ଆସନ ପାଇଁ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ସୋମବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ତଥା ଏଥରର ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ଭରିଲେ ସୁରେଶ ପୂଜାରୀ

ନାମାଙ୍କନ ଭରିଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 

ବିଜେପୁର ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ବିଜେପୁର ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁର,୨୫।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ପ୍ରାର୍ଥିପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ଫୁଲବାଣୀ ଅଫିସ, ୨୫।୩: କନ୍ଧମାଳ ଲୋକ ସଭା ଆସନ ପାଇଁ  ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri