ରାୟଗଡା

ରୋଗୀ ପରିଚୟ ଦେଇ ଡାକ୍ତରଙ୍କ ଘରୁ ଲୁଟିଲେ ଟଙ୍କା, ସୁନା

ରୋଗୀ ପରିଚୟ ଦେଇ ଡାକ୍ତରଙ୍କ ଘରୁ ଲୁଟିଲେ ଟଙ୍କା, ସୁନା

ନବରଙ୍ଗପୁର, ୧୨।୧(ବି.ପ୍ର.)-ନବରଙ୍ଗପୁର ଜିଲା ଅଧୀନ ଇନ୍ଦ୍ରାବତୀ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜଙ୍କ ଘରୁ ଅଭିନବ ଉପାୟରେ ଡକାୟତି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ୪ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ନିଜକୁ ରୋଗୀ ଭାବେ ପରିଚୟ ଦେଇ ଡାକ୍ତର ପ୍ରହରାଜଙ୍କ ଘରେ ପ୍ରବେଶ କରି ତାଙ୍କୁ ଛୁରି ଓ ଭୁଜାଲି ଦେଖାଇ ନଗଦ ୪୦ହଜାର ଟଙ୍କା, ୫ଭରି ସୁନା ଓ ୪ଟି ମୋବାଇଲ ଫୋନ୍‌ ଲୁଟିନେଇଥିଲେ। ରାତି ପ୍ରାୟ ୧୧.୩୦ ମିନିଟ ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏ ନେଇ ଶନିବାର ଡାକ୍ତର ପ୍ରହରାଜ ଇନ୍ଦ୍ରାବତୀ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରିଛି। ପାପଡାହାଣ୍ଡି ଏସ୍‌ଡିପିଓ ବିଜୟ କୁମାର ନାୟକ ଏବଂ ଇନ୍ଦ୍ରାବତୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି। 

All Right Reserved By

ରାୟଗଡା

ମନ ଛୁଇଁଲା ଓଡ଼ିଶା, ଜାପାନ କଳାକାରଙ୍କ ନୃତ୍ୟ

ମନ ଛୁଇଁଲା ଓଡ଼ିଶା, ଜାପାନ କଳାକାରଙ୍କ ନୃତ୍ୟ

ପାରଳାଖେମୁଣ୍ଡି, ୧୬।୨(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଅର୍ବାନ ବ୍ୟାଙ୍କ ପଡ଼ିଆରେ ସ୍ଥାନୀୟ ଓଡ଼ିଶୀ ନୃତ୍ୟ ସଂଗୀତ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓ ଭୁବନେଶ୍ୱରର ତ୍ରିଧାରା କଳାକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆନ୍ତର୍ଜାତିକ ନୃତ୍ୟ ସଙ୍ଗୀତ ମହୋତ୍ସବ ତଥା ବାର୍ଷିକ ମହୋତ୍ସବ ଆୟୋଜନ କରାଯାଇଛି। 

ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

ନବରଙ୍ଗପୁର,୧୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କେନ୍ଦୁଗୁଡା ଗାଁର ଦୁଇଜଣ ଶନିବାର ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। 

୧୮ରୁ ନୂତନ କୋଠାରେ କାର୍ଯ୍ୟକ୍ଷମ ହେବ ସ୍ବାସ୍ଥ୍ୟକେନ୍ଦ୍ର

୧୮ରୁ ନୂତନ କୋଠାରେ କାର୍ଯ୍ୟକ୍ଷମ ହେବ ସ୍ବାସ୍ଥ୍ୟକେନ୍ଦ୍ର

ଚନ୍ଦାହାଣ୍ଡି, ୧୬।୨(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ହଳଦୀଠାରେ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ମଡେଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆସନ୍ତା ୧୮ ତାରିଖଠାରୁ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ.ବିଜୟଲକ୍ଷ୍ମୀ ପ୍ରଧାନ ଶନିବାର ସୂଚନା ଦେଇଛନ୍ତି।

ଗାଡ଼ି ଧକ୍କାରେ ଯୁବକଙ୍କ ଜୀବନ ଗଲା

ଗାଡ଼ି ଧକ୍କାରେ ଯୁବକଙ୍କ ଜୀବନ ଗଲା

ଜୟପୁର, ୧୬ା୨(ନି.ପ୍ର)-କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ବାନାଭାଟି ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ଛର୍ତଲା ଗ୍ରାମର କପିଳାଶ ଜାନୀ (୩୦)।  ସେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ କପିଳାଶ ଗୁରୁତର ହୋଇପଡ଼ିଥିଲେ।  ତାଙ୍କୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଯାଇଛି।

ବାଇକ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୨ ଗୁରୁତର

ବାଇକ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୨ ଗୁରୁତର

କୋରାପୁଟ,୧୬ା୨(ସ୍ବ.ପ୍ର):କୋରାପୁଟ ସହର ଉପକଣ୍ଠ ଗୋପନଗରଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଯୁବକ ଗୁରୁତର ଆହତ ହୋଇଛନ୍ତି। ଦୁହିଁଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ବିବାହ ଭୋଜିକୁ ଯିବାବେଳେ ଅଟୋ ଦୁର୍ଘଟଣାଗ୍ରସ୍ତ: ୬ ଗୁରୁତର

ବିବାହ ଭୋଜିକୁ ଯିବାବେଳେ ଅଟୋ ଦୁର୍ଘଟଣାଗ୍ରସ୍ତ: ୬ ଗୁରୁତର

କୋରାପୁଟ,୧୬ଗ।୨(ସ୍ବ.ପ୍ର):କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଡେଲ ପଞ୍ଚାୟତ ଅଧୀନ କିତବା ଗ୍ରାମର ଏକ ପରିବାର ଶନିବାର ବିବାହ ଭୋଜି ଖାଇବାକୁ ଅଟୋ ଯୋଗେ ଯିବାବେଳେ ଦୁର୍ଘଟଣା ଘଟିଛି। ଫଳରେ ସମସ୍ତ ୬ ସଦସ୍ୟ ଗୁରୁତର ହୋଇଛନ୍ତି।ସେମାନେ ହେଲେପଦଲାମ(୩୯), ଲଳିତା ଡାଲିଆ(୩୦), ଅନନ୍ତ ଖରା(୩୫) ଫୁଲମତି ଖରା(୩୨), ବଲୁ ଖରା(୩୭), ସୁଭଦ୍ରା ଖରା(୩୨)।

କାଶୀନଗରରେ ଖୋଲିଲା ଗ୍ରାମ ନ୍ୟାୟାଳୟ

କାଶୀନଗରରେ ଖୋଲିଲା ଗ୍ରାମ ନ୍ୟାୟାଳୟ

କାଶୀନଗର, ୧୬ା୨(ଡି.ଏନ.ଏ.):ଗଜପତି ଜିଲା କାଶୀନଗରଠାରେ ଶନିବାର ଗ୍ରାମ ନ୍ୟାୟାଳୟ ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟର ଏକ ପ୍ରକୋଷ୍ଠରେ ଅସ୍ଥାୟୀ ଭାବେ ଏହି କୋର୍ଟ ଖୋଲାଯାଇଛି। ଜିଲା ଜଜ୍‌ ବିଶ୍ୱଜିତ ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି। ପ୍ରତ୍ୟେକ ଗ୍ରାମରେ ଆଇନ ବ୍ୟବସ୍ଥା ପହଞ୍ଚାଇବା ଓ ଜନସାଧାରଣଙ୍କୁ ସଚେତନ କରିବା ସହ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଆଇନ ବିଭାଗର ଲକ୍ଷ୍ୟ ବୋଲି ଜିଲା ଜଜ୍‌ କହିଥିଲେ। ମୁଖ୍ୟ ଅତିଥି ଭାବେ ଜିଲାପାଳ ଅନୁପମ ଶାହା ଯୋଗଦେଇ କହିଥିଲେ ଯେ, ଏହି ନ୍ୟାୟାଳୟ ପ୍ରତିଷ୍ଠା ଦ୍ୱାରା କାଶୀନଗରବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ସେହିପରି ନ୍ୟାୟାଳୟ ଲାଗି ଆବଶ୍ୟକ ଜମି ଓ ଭିତ୍ତିଭୂମି ଯୋଗାଇ ଦିଆଯିବ ।

ବାଘବେଡାରେ ଟ୍ରାକ୍ଟର ଓଲଟି ୨୦ ଶ୍ରମିକ ଆହତ

ବାଘବେଡାରେ ଟ୍ରାକ୍ଟର ଓଲଟି ୨୦ ଶ୍ରମିକ ଆହତ

ତେନ୍ତୁଳିଖୁଣ୍ଟିି, ୧୬ା୨(ଡି.ଏନ.ଏ.):କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ବାଘବେଡାଠାରେ ଶନିବାର ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଏକ ଖାଇରେ ଓଲଟି ପଡ଼ିବାରୁ ୨୦ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁହିଁଙ୍କୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

୨ମାସ ହେଲା ସରୁନି ଫାଟକ ନିର୍ମାଣ: ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ପଶିପାରୁନି ଆମ୍ବୁଲାନ୍ସ

୨ମାସ ହେଲା ସରୁନି ଫାଟକ ନିର୍ମାଣ: ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ପଶିପାରୁନି ଆମ୍ବୁଲାନ୍ସ

ଗୁମ୍ମା, ୧୬।୨(ଡି.ଏନ୍‌.ଏ.)- ଗଜପତି ଜିଲା ଗୁମ୍ମା ବ୍ଲକ ସଦରସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ଭଗ୍ନ ଅବସ୍ଥାରେ ଥିଲା। ଦୁଇମାସ ତଳେ ଏହାର କାମ ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ୍‌ ସରିବାର ନାଁ ନେଉନି। ମୁଖ୍ୟ ଫାଟକ ଆଗରେ କାଠ ବନ୍ଧା ହୋଇଥିବାରୁ ଗେଟ୍‌ଟି ବନ୍ଦ ହୋଇରହୁଛି। ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। 

ଯାତ୍ରୀ ବିଶ୍ରାମାଗାର ପାଲଟିଛି ଦୋକାନ

ଯାତ୍ରୀ ବିଶ୍ରାମାଗାର ପାଲଟିଛି ଦୋକାନ

ପାରଳାଖେମୁଣ୍ଡି, ୧୬।୨(ସ୍ବ.ପ୍ର.): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଢାମୁଣୀଗାଁ ଛକ ରାସ୍ତା ପାର୍ଶ୍ୱସ୍ଥ ଏକ ବିଶ୍ରାମାଗାର ଏବେ ଦୋକାନ ଗୃହ ପାଲଟିଛି। ବିଶ୍ରାମାଗାରରେ ଜନୈକ ବ୍ୟବସାୟୀ ଦୋକାନ ଖୋଲି ବିଭିନ୍ନ ଆସବାବପତ୍ର ଯଥା ଫ୍ରିଜ୍‌, ପାଣି ପାଉଚ, ବିସ୍କୁଟ ପ୍ୟାକେଟ ଇତ୍ୟାଦି ରଖିଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ବିଶ୍ରାମାଗାର ପାର୍ଶ୍ୱରେ ଠିଆ ହୋଇ ବସ୍‌ ଓ ଅନ୍ୟ ଗାଡ଼ିକୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଖରା ଓ ବର୍ଷାବେଳେ ସେମାନଙ୍କୁ ହଇରାଣ ହେବାକୁ ପଡୁଛି। 

ରାସ୍ତାରେ ପଡ଼ିରହିଛି ହ୍ୟୁମ୍‌ ପାଇପ

ରାସ୍ତାରେ ପଡ଼ିରହିଛି ହ୍ୟୁମ୍‌ ପାଇପ

ପାରଳାଖେମୁଣ୍ଡି, ୧୬ା୨(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ରାଜନଅର ସମ୍ମୁଖ ରାସ୍ତା ଉପରେ ଦୀର୍ଘଦିନ ହେଲା ୬ଟି ହ୍ୟୁମ୍‌ ପାଇପ ପଡ଼ିରହିଛି ା ଏହି ପାଇପଗୁଡିକ ଡ୍ରେନ୍‌ ନିର୍ମାଣରେ ବ୍ୟବହାର କରାଯିବା ପାଇଁ ଆସିଥିଲା। ମାତ୍ର ଏପର୍ଯ୍ୟନ୍ତ ସେଗୁଡ଼ିକ କାମରେ ଲାଗିପାରିନାହିଁ।

ନିଆଁ ପୋଇଁବା ବେଳେ ଜଳିଗଲା ଦେହ

ନିଆଁ ପୋଇଁବା ବେଳେ ଜଳିଗଲା ଦେହ

ଦଶମନ୍ତପୁର,୧୫।୨(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ପେଡିସିଲ ଗ୍ରାମରେ ଜଣେ ୫ ବର୍ଷୀୟ ଶିଶୁ ନିଆଁ ପୋଉଁଥିବା ବେଳେ ପୋଡ଼ିହୋଇଯାଇଛନ୍ତି। ସେ ହେଲେ ସେନାପତି ମୁଦୁଲିଙ୍କ ସାନଝିଅ ସସ୍ମିତା। ସାଙ୍ଗମାନଙ୍କ ସହ ଘରବାରିରେ ନିଆଁ ପୋଉଁଥିବା ବେଳେ ସସ୍ମିତା ଘୋଡ଼ାଇ ହୋଇଥିବା ତଉଲିଆରେ ନିଆଁ ଲାଗିଯାଇଥିଲା।