ଖେଳ |

ରୋହିତ୍‌ଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

ରୋହିତ୍‌ଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

ସିଡ୍‌ନୀ, ୧୨।୧(ପି.ଟି.)- ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମାଙ୍କ ଶତକ ସତ୍ତ୍ୱେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୩୪ ରନରେ ପରାସ୍ତ ହୋଇଛି। ଶନିବାର ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ୍‌ ହରାଇ ୨୮୮ ରନ କରିଥିଲା। ଦଳ ପକ୍ଷରୁ ଉସ୍‌ମାନ ଖ୍ବାଜା (୫୯ ରନ), ଶନ୍‌ ମାର୍ଶ (୫୪) ଓ ପିଟର ହ୍ୟାଣ୍ଡ୍ସକମ୍ବ (୭୩) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ କୁଲଦୀପ୍‌ ଯାଦବ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭାରତ ପ୍ରାରମ୍ଭରୁ ୪ ରନରେ ଶିଖର ଧାଓ୍ବନ (୦), ଅଧିନାୟକ ବିରାଟ କୋହଲି (୦) ଓ ଅମ୍ବାତି ରାୟୁଡୁ (୦)ଙ୍କ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ଓପନର୍‌ ରୋହିତ୍‌ ଶର୍ମା ୧୨୯ ବଲରୁ ୧୩୩ ରନର (୧୦ ଚୌକା, ୬ ଛକା) ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଭାରତ ୫୦ ଓଭରରେ ୯ ଉଇକେଟ୍‌ରେ ୨୫୪ ରନ କରିପାରିଥିଲା। ରୋହିତ୍‌ଙ୍କ ଏହା ୨୨ତମ ଦିନିକିଆ ଶତକ ଥିଲା। ଭେଟେରାନ ମହେନ୍ଦ୍ର ସିଂ ଧୋନୀ ୯୬ ବଲରୁ ୫୧ ରନର ଧିମା ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସୁନ୍ଦର ବୋଲିଂ ଫିଗର୍‌ ହାସଲ କରିଥିବା ଝେ ରିଚାର୍ଡଶନଙ୍କୁ (୧୦-୨-୨୬-୪) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ଦିନିକିଆ ଜାନୁୟାରୀ ୧୫ରେ ଆଡିଲେଡ୍‌ରେ ଖେଳାଯିବ।

All Right Reserved By

ଖେଳ |

ଅବସର ଏବେ ନୁହେଁ- ପେସ

ଅବସର ଏବେ ନୁହେଁ- ପେସ

ନୂଆଦିଲ୍ଲୀ,୨୪।୧- ଭେଟେରାନ ଲିଆଣ୍ଡର ପେସ ଏବେ ଅବସର ନେବେ ନାହିଁ। ୧୮ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଜିତି ସାରିଥିଲେ ମଧ୍ୟ ୪୫ ବର୍ଷୀୟ ଖେଳାଳି ଟେନିସ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। 

ପାକିସ୍ତାନ ଗସ୍ତରୁ ଓହରିଲେ ଷ୍ଟାଫାନି ଟେଲର

ପାକିସ୍ତାନ ଗସ୍ତରୁ ଓହରିଲେ ଷ୍ଟାଫାନି ଟେଲର

କିଙ୍ଗ୍‌ଷ୍ଟନ,୨୪।୧-  ଇଣ୍ଡିଜ୍‌ ମହିଳା ଦଳ ଚଳିତ ମାସରେ ପାକିସ୍ତାନ ଗସ୍ତରେ ୩ ଟି୨୦ ମ୍ୟାଚ୍‌ ଖେଳିବ। ଏହି ଘୋଷଣା ପରେ ଇଣ୍ଡିଜ ଦଳର ଅଧିନାୟିକା ଷ୍ଟାଫାନି ଟେଲର ସିରିଜ୍‌ରୁ ଓହରି ଯାଇଛନ୍ତି।

ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରରେ

ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରରେ

ଜାକାର୍ତ୍ତା(ଇଣ୍ଡୋନେସିଆ),୨୪।୧(ପି.ଟି.)- ଷ୍ଟାର ଭାରତୀୟ ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

 ଭାରତକୁ ଜିତାଇଲେ ମନ୍ଧାନା

ଭାରତକୁ ଜିତାଇଲେ ମନ୍ଧାନା

ନାପିଏର,୨୪।୧- ପୁରୁଷ ଦଳ ଭଳି ଭାରତୀୟ ମହିଳା ମ୍ୟାକଲିନ ପାର୍କଠାରେ ସହଜ ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିଛି। 

ଜୋହାନ ବୋଥାଙ୍କ ଅବସର

ଜୋହାନ ବୋଥାଙ୍କ ଅବସର

ସିଡ୍‌ନୀ,୨୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜୋହାନ ବୋଥା ହଠାତ ଅବସର ଘୋଷଣା କରିଛନ୍ତି। ଚଳିତ ବିଗ୍‌ ବାଶ ଲିଗ୍‌ରେ ହାବର୍ଟ ହରିକେନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବୋଥା ଗୁରୁବାର ଏହି ନିଷ୍ପତ୍ତି ନେଇଛନ୍ତି। 

ପାକିସ୍ତାନ ଗସ୍ତ କରିବ ଇଣ୍ଡିଜ ମହିଳା ଦଳ

ପାକିସ୍ତାନ ଗସ୍ତ କରିବ ଇଣ୍ଡିଜ ମହିଳା ଦଳ

କରାଚୀ,୨୪।୧- ପାକିସ୍ତାନ କ୍ରିକେଟ ବୋର୍ଡକୁ ଗୁରୁବାର ଏକ ବଡ଼ ଆଶ୍ୱସ୍ତ ମିଳିଛି। ଇଣ୍ଡିଜ ମହିଳା ଦଳ ଚଳିତ ମାସର ଶେଷ ଆଡକୁ ପାକିସ୍ତାନ ଗସ୍ତ କରିବ। ଏଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ।

ବାସନ୍ଦ ହୋଇପାରନ୍ତି ସର୍ଫରାଜ

ବାସନ୍ଦ ହୋଇପାରନ୍ତି ସର୍ଫରାଜ

ଡର୍ବାନ,୨୪।୧- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଖଁା ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇପାରନ୍ତି।

ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ କ୍ୱିଟୋଭା-ଓସାକା

ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ କ୍ୱିଟୋଭା-ଓସାକା

ମେଲବୋର୍ନ,୨୪।୧- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ବର୍ଗର ଫାଇନାଲ ଲଢ଼େଇ ସ୍ପଷ୍ଟ ହୋଇଯାଇଛି। ଦୁଇ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭା ଏବଂ ୟୁଏସ୍‌ ଓପନ ଚାମ୍ପିୟନ ନାଓମି ଓସାକାଙ୍କ ମଧ୍ୟରେ ଟାଇଟଲ ପାଇଁ ମୁକାବିଲ ହେବ। 

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ;  ରୋହିତଙ୍କ ନେତୃତ୍ୱ

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ; ରୋହିତଙ୍କ ନେତୃତ୍ୱ

ନାପିଏର, ୨୪।୧(ପି.ଟି.)- ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଓ ଅତ୍ୟଧିକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ଦୁଇଟି ମୁକାବିଲା ଓ ଟି୨୦ ସରିଜରୁ ବିଶ୍ରାମ ଦିଆଯାଇଛି।

ମହିଳା ଫୁଟ୍‌ବଲ: ହଂକଂ ବିପକ୍ଷରେ ଭାରତ ଦ୍ୱିତୀୟ ବିଜୟ

ମହିଳା ଫୁଟ୍‌ବଲ: ହଂକଂ ବିପକ୍ଷରେ ଭାରତ ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ, ୨୪।୧ (ପି.ଟି.)- ମିଡ୍‌ ଫିଲ୍ଡର ଇନ୍ଦୁମଥି କାଥିରେସାନଙ୍କ ଗୋଲ ବଳରେ ଭାରତୀୟ ମହିଳା ଘରୋଇ ହଂକଂକୁ ବୁଧବାର ଖେଳାଯାଇଥିବା ଆନ୍ତର୍ଜାତିକ ବନ୍ଧ୍ବତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ରେ ୧-୦ ଗୋଲରେ ପରାସ୍ତ କରିଛି। 

ବିହାରିଲାଲ ସ୍ମାରକୀ କ୍ରିକେଟ: ବିହାରିଲାଲ ଚାମ୍ପିୟନ

ବିହାରିଲାଲ ସ୍ମାରକୀ କ୍ରିକେଟ: ବିହାରିଲାଲ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୨୪।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳପଡ଼ିଆରେ ଚାଲୁଥିବା ବିହାରୀ ଜେନା ମେମୋରିଆଲ କ୍ରିକେଟ୍‌ ଟୁର୍ନମେଣ୍ଟରେ ଆୟୋଜକ ବିହାରିଲାଲ ଫାଇଟର୍ସ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଘରୋଇ ଦଳ ଶହୀଦ ସ୍ପୋର୍ଟିଂକୁ ହରାଇ ଟାଇଟଲ ହାସଲ କରିଛି । 

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ:  ବିଜେଇଏମ୍‌, କିସ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ: ବିଜେଇଏମ୍‌, କିସ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର,୨୪।୧(ସ୍ପୋଟର୍‌ସ ବ୍ୟୁରୋ)- ଭେଟେରାନ କ୍ରିକେଟ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ବି.ଜେ.ବି. କଲେଜ ଗ୍ରାଉଣ୍ଡରେ ଚାଲିଥିବା ୧୭ତମ ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିଜେଇଏମ୍‌ ଓ କିସ୍‌ ବୃହତ୍‌ ବିଜୟ ହାସଲ କରିଛନ୍ତି।