ରାୟଗଡା

୧୨ ପରିବାରକୁ ପ୍ରଶାସନର ଅଣଦେଖା: ଭୋଟ ବର୍ଜନ ଚେତାବନୀ

୧୨ ପରିବାରକୁ ପ୍ରଶାସନର ଅଣଦେଖା: ଭୋଟ ବର୍ଜନ ଚେତାବନୀ


କୋରୁକୋଣ୍ଡା, ୧୨ା୧(ଡି.ଏନ.ଏ.)-କୋରୁକୋଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଖ୍ରୀଷ୍ଟିୟାନ ସାହିରେ ପୋଲ  ଅପର ପାର୍ଶ୍ୱରେ  ଥିବା ଦୋରାଗୁଡା ଗ୍ରାମରେ ୧୨ଟି ପରିବାର ଦୀର୍ଘ ୩୦ ବର୍ଷ ହେଲା ବସବାସ କରୁଛନ୍ତି। ଏହି ପରିବାରଗୁଡିକ ପ୍ରତି ପ୍ରଶାସନ ଅଣଦେଖା କରି ଚାଲିଥିବା ଅଭିଯୋଗ ହେଉଛି। ୧୨ଟି ପରିବାରରୁ ୬ଟି ପରିବାର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି ।

୩୦ବର୍ଷର ବାସିନ୍ଦା ହୋଇଥିଲେ ମଧ୍ୟ କୌଣସି ପରିବାରରେ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ୧୨ଟି ପରିବାର ପାଇଁ ରହିଛି ଗୋଟିଏ ନଳକୂପ।  ତେବେ ଏହାର ପାଣି ପାନୀୟ ଉପଯୋଗୀ ନୁହେଁ। ନଳକୂପରୁ ବାହାରୁଥିବା ପାଣିର ରଙ୍ଗ ନାଲି ହୋଇଥିବାରୁ ଏହାକୁ ପାଟିରେ ଦେଇ ହେଉନାହିଁ । ଫଳରେ ଗ୍ରାମବାସୀ ନିକଟସ୍ଥ ନଦୀ କୂଳରେ ଏକ ଚୁଆ ପ୍ରସ୍ତୁତ କରି ଚୁଆର ଦୂଷିତ ପାଣି ବ୍ୟବହାର କରୁଛୁ ବୋଲି ଗ୍ରାମର ଦଇତାରି ଖରା, ସଦାଶିବ ପ୍ରଧାନ, ନକୁଳ ପ୍ରଧାନ, ପ୍ରହଲାଦ ନାଥୁର, ମଦନ ନାଥୁର, ହେଙ୍କଟବଓ୍ବ ଦୋରା, ରାମଚନ୍ଦ୍ର ମାଡକାମି, ଭାଗ୍ୟ ନନ୍ଦ, ସପନ ହାଲଦାର, ସମିର ସରକାର, ମନମୋଡ ମଲ୍ଲିକ, ବୁଲୁ ଟେକ  ପ୍ରମୁଖ କହିଛନ୍ତି। ଏହି ସମସ୍ୟାର ସମାଧାନ ନ ହେଲେ ଗ୍ରାମବାସୀ ଆଗାମୀ  ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। 

All Right Reserved By

ରାୟଗଡା

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ମୁନିଗୁଡା, ୧୮।୨(ଡି.ଏନ.ଏ.): ରାୟଗଡା ଜିଲା ମୁନିଗୁଡାରେ ମୁନିଗୁଡା ବିକାଶ ପରିଷଦ ଓ ବ୍ୟବସାୟୀ ସଙ୍ଘ ତରଫରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସୋମବାର ମୁନିଗୁଡ଼ାରେ ଦୋକାନ ବଜାର ବନ୍ଦ କରିବା ସହ ଶତାଧିକ ମୁସଲିମ ଭାଇମାନଙ୍କ ସହ ଜନସାଧରଣ ଏଂ ଯୁବଗୋଷ୍ଠୀମାନେ ବାଇକ ରାଲି କରିଥିଲେ।

କିଲିମାଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ନନ୍ଦପୁରର କୁଶ

କିଲିମାଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ନନ୍ଦପୁରର କୁଶ

ନନ୍ଦପୁର,୧୮।୨(ଡି.ଏନ.ଏ)-ଆଫ୍ରିକା ମହାଦେଶ ତାଞ୍ଜାନିଆର  ସର୍ବୋଚ୍ଚ ଗିରିଶୃଙ୍ଗ କିଲିମାଞ୍ଜାରୋରେ ଭାରତର ଜାତୀୟ ପତାକା ଉଡ଼ାଇ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି କୋରାପୁଟ ଜିଲାର କୁଶ ଆର୍ଲାବ।

ଏଚଆଇଭି ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ

ଏଚଆଇଭି ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ

ନବରଙ୍ଗପୁର,୧୭ା୨(ବି.ପ୍ର.)-ଏଚଆଇଭି ସଂକ୍ରମଣରେ ଆକ୍ରାନ୍ତ ହୋଇ ଶନିବାର ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣେ ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲାର ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଶୁକ୍ରବାର ରାତିରେ ସଦରମହକୁମା ଡାକ୍ତରଖାନା ଅଣାଯାଇଥିଲା। ରକ୍ତ ପରୀକ୍ଷା ପରେ ସେ ଏଚଆଇଭିରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।  ପରେ  ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ  ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ରୋଗୀଙ୍କ ଭାଇ କହିଛନ୍ତି। 

ପୁତୁରା ଠେଙ୍ଗା ମାଡ଼ରେ ଖୁଡ଼ୀ ଗୁରତର

ପୁତୁରା ଠେଙ୍ଗା ମାଡ଼ରେ ଖୁଡ଼ୀ ଗୁରତର

ଜୟପୁର,୧୭ା୨(ଡି.ଏନ୍‌.ଏ.): ଜୟପୁର ସଦରଥାନା ରଣ୍ଡାପାଲୀ ଗ୍ରାମରେ ପୁତୁରାଙ୍କ ଠେଙ୍ଗା ମାଡ଼ରେ ଖୁଡ଼ୀ ଗୁରୁତର ହୋଇଛନ୍ତି। ଏନେଇ ଥାନାରେ ଏତଲା ପରେ ରବିବାର ଅଭିଯୁକ୍ତ ପୁତୁରା ବୃନ୍ଦା ଖାତି (୩୨)ଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। 

୩ ମେଟ୍ରିକ ଟନରୁ ଊର୍ଦ୍ଧ୍ୱ  କାଜୁ ଚୋରି ଘଟଣାରେ ୫ ଗିରଫ

୩ ମେଟ୍ରିକ ଟନରୁ ଊର୍ଦ୍ଧ୍ୱ କାଜୁ ଚୋରି ଘଟଣାରେ ୫ ଗିରଫ

ଜୟପୁର,୧୭।୧ (ଡି.ଏନ.ଏ)-  ସ୍ଥାନୀୟ ସୌରାଗୁଡା ରାସ୍ତା ଜ୍ୟୋତିମିଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଡକାୟତି ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଜୟପୁର ଟାଉନଥାନା ପୋଲିସ ଚଢାଉ କରି  ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ସ୍ଥାନୀୟ ସଦରଥାନାର ନନ୍ଦଗୁଡାର ଜଗନ୍ନାଥ ଜାନୀ(୨୯), ମୋହନ ବାଗ(୨୪), ଧନପତି ହରିଜନ(୪୦) ଓରଫ ନାଗ, ବାଙ୍କବିଜା ଗ୍ରାମର ଚକ୍ର କମାର (୩୮), ଟାଉନଥାନାର ଢେପଗୁଡାର ବିଭୁ ସୁନା (୨୧) । ସେମାନଙ୍କ ନିକଟରୁ ଗୋଟିଏ ବାଇକ, ଲାଠି, ୫ଟି ମୋବାଇଲ, ୨ଟି ଛୁରୀ, ୨ଟି ଲୁହା ରଡ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ପୋଲିସ ପଚରାଉଚରା ବେଳେ   ୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ବୈପାରୀଗୁଡା ଥାନାର ଘର୍ସଡା ଗ୍ରାମ ନିକଟରେ ରହିଥିବା ଏକ କାଜୁ କାରାଖାନାର ତାଲା ଭାଙ୍ଗି ୧୨୯ ଡବା ଏବଂ କିଛି ବସ୍ତାରେ ଏହିପରି ସମୁଦାୟ ୩ ମେଟ୍ରିକଟନ ୮୫୦ କିଲୋଗ୍ରାମ କାଜୁ  ଚୋରି କରିଥିବା ନେଇ  ସ୍ବୀକାର କରିଥିଲେ ।

ବଜାରରେ ନିମ୍ନମାନର ଖାଦ୍ୟ ସାମଗ୍ରୀ: ଚଢାଉକୁ ଭୁଲିଗଲା ସ୍କ୍ବାଡ

ବଜାରରେ ନିମ୍ନମାନର ଖାଦ୍ୟ ସାମଗ୍ରୀ: ଚଢାଉକୁ ଭୁଲିଗଲା ସ୍କ୍ବାଡ

ନବରଙ୍ଗପୁର, ୧୭।୨ (ବି.ପ୍ର.)- ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଅତି ନିମ୍ନମାନର  ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇ ନବରଙ୍ଗପୁର ଜିଲାର ବଜାରରେ ବିକ୍ରି ହେଉଛି।  ଏପରିକି ରାସ୍ତା କଡରେ  ତିଆରି ହେଉଥିବା ଫାଷ୍ଟଫୁଡ ଖାଦ୍ୟ  ମଧ୍ୟ ସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ  ହେଉନାହିଁ ।

କୁଷ୍ଠ ନିବାରଣ ପାଇଁ ଜିଲାସ୍ତରୀୟ କର୍ମଶାଳା: ସଚେତନତା ଧିମେଇଛି, ବଢୁଛି ରୋଗୀସଂଖ୍ୟା

କୁଷ୍ଠ ନିବାରଣ ପାଇଁ ଜିଲାସ୍ତରୀୟ କର୍ମଶାଳା: ସଚେତନତା ଧିମେଇଛି, ବଢୁଛି ରୋଗୀସଂଖ୍ୟା

କୋରାପୁଟ,୧୭।୨ (ସ୍ବ.ପ୍ର.)-କୋରାପୁଟ ଜିଲାରେ କୁଷ୍ଠରୋଗର ନିରାକରଣ ପାଇଁ କିଛି ବର୍ଷ ହେଲା ସଚେତନତା କାର୍ଯ୍ୟକ୍ରମ ଆଖିଦୃଶିଆ ହେଉ ନଥିବାରୁ ଏହି ରୋଗୀଙ୍କ ସଂଖ୍ୟା ଜିଲାରେ ବଢୁଛି। ୨୦୧୮ ମାର୍ଚ୍ଚ ସୁଦ୍ଧା ଜିଲାରେ ୧୮୩ ଜଣ ରୋଗୀ ଥିବାବେଳେ ଏବେ ୨୫୧ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲାର ବିଭାଗୀୟ ଡାକ୍ତର ଅନିଲ ସାହୁ ଶନିବାର କୋରାପୁଟରେ ଆୟୋଜିତ ଏକ କର୍ମଶାଳାରେ ଏହି ସୂଚନା ଦେଇଛନ୍ତି।

ଠକି ଦେଉଛି ସମବାୟ ସମିତି:ଏମ୍‌ଡି ନିଯୁକ୍ତି ନେଇ ଦୋଷ ଲଦାଲଦି

ମାଥିଲି , ୧୭।୨ (ସ୍ବ.ପ୍ର) - ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ସମବାୟ ସମିତିରେ ପରିଚାଳନା ନିର୍ଦ୍ଦେଶକ (ଏମଡି) ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏଯାଏ ନିଯୁକ୍ତି ହୋଇପାରିନାହିଁ ।

ଖଦି ଓ ଗ୍ରାମୋଦ୍ୟୋଗ  ମେଳା  :   ୮୦% ଆସିଲେନି, ୧୦ ଲକ୍ଷ ପାଣିରେ

ଖଦି ଓ ଗ୍ରାମୋଦ୍ୟୋଗ ମେଳା : ୮୦% ଆସିଲେନି, ୧୦ ଲକ୍ଷ ପାଣିରେ

କୋଟପାଡ, ୧୭ା୨(ଡି.ଏନ.ଏ.)- ବହୁ ଆଡମ୍ବରରେ ସାଜସଜା ହୋଇ ୬୫ଟି ଷ୍ଟଲ୍‌ ନିର୍ମାଣ ହେଲା। ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ବ୍ୟବସାୟୀ ଆସିବେ ବୋଲି  ମେଳା ପଡ଼ିଆରେ ସୂଚନା ଥିଲା। ସରକାରୀ କୋଷରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ  ବି ହେଲା। ମେଳା ପଡ଼ିଆରେ ଆଖି ଝଲସିବା ପରି ବୈଦ୍ୟୁତିକ ଆଲୋକମାଳା ଏବଂ ସାଉଣ୍ଡମାଇକ୍‌ ଲଗାହୋଇ ସଜାହେଲା। କିନ୍ତୁ ବହୁ ଆଡମ୍ବରରେ ଲଘୁକ୍ରିୟା ପରି ଫଳାଫଳ ହେଲା। 

ମନ ଛୁଇଁଲା ଓଡ଼ିଶା, ଜାପାନ କଳାକାରଙ୍କ ନୃତ୍ୟ

ମନ ଛୁଇଁଲା ଓଡ଼ିଶା, ଜାପାନ କଳାକାରଙ୍କ ନୃତ୍ୟ

ପାରଳାଖେମୁଣ୍ଡି, ୧୬।୨(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଅର୍ବାନ ବ୍ୟାଙ୍କ ପଡ଼ିଆରେ ସ୍ଥାନୀୟ ଓଡ଼ିଶୀ ନୃତ୍ୟ ସଂଗୀତ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓ ଭୁବନେଶ୍ୱରର ତ୍ରିଧାରା କଳାକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆନ୍ତର୍ଜାତିକ ନୃତ୍ୟ ସଙ୍ଗୀତ ମହୋତ୍ସବ ତଥା ବାର୍ଷିକ ମହୋତ୍ସବ ଆୟୋଜନ କରାଯାଇଛି। 

ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

ନବରଙ୍ଗପୁର,୧୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କେନ୍ଦୁଗୁଡା ଗାଁର ଦୁଇଜଣ ଶନିବାର ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। 

୧୮ରୁ ନୂତନ କୋଠାରେ କାର୍ଯ୍ୟକ୍ଷମ ହେବ ସ୍ବାସ୍ଥ୍ୟକେନ୍ଦ୍ର

୧୮ରୁ ନୂତନ କୋଠାରେ କାର୍ଯ୍ୟକ୍ଷମ ହେବ ସ୍ବାସ୍ଥ୍ୟକେନ୍ଦ୍ର

ଚନ୍ଦାହାଣ୍ଡି, ୧୬।୨(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ହଳଦୀଠାରେ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ମଡେଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆସନ୍ତା ୧୮ ତାରିଖଠାରୁ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ.ବିଜୟଲକ୍ଷ୍ମୀ ପ୍ରଧାନ ଶନିବାର ସୂଚନା ଦେଇଛନ୍ତି।