ଖେଳ |

ଧୋନୀଙ୍କ ମାଇଲଷ୍ଟୋନ୍‌

ଧୋନୀଙ୍କ ମାଇଲଷ୍ଟୋନ୍‌

ସିଡ୍‌ନୀ, ୧୨।୧- ପଞ୍ଚମ ଭାରତୀୟ କ୍ରିକେଟର ଭାବେ ମହେନ୍ଦ୍ର ସିଂ ଧୋନୀ ଏକଦିବସୀୟ କ୍ରିକେଟରେ ଭାରତ ପକ୍ଷରୁ ୧୦ ହଜାର ରନ୍‌ ସଂଗ୍ରହ କରିଛନ୍ତି। ଶନିବାର ସ୍ଥାନୀୟ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଅବସରରେ ଧୋନୀ ଏହି ମାଇଲଷ୍ଟୋନ୍‌ ଛୁଇଁଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ଧୋନୀ ଭାରତ ପାଇଁ ୯,୯୯୯ ରନ କରିଥିଲେ। ଦଶ ହଜାର କ୍ଲବରେ ସାମିଲ ହେବା ପାଇଁ ଆଉ ଏକ ରନ୍‌ ଆବଶ୍ୟକ ହେଉଥିବାବେଳେ ୭ଟି ବଲ୍‌ ସାମ୍ନା କରି ସେ ଏହି ସଫଳତା ହାସଲ କରିନେଇଥିଲେ। ଏହି ମ୍ୟାଚ୍‌ରେ ଧୋନୀ ୯୬ ବଲରୁ ୫୧ ରନର ଧୀମା ଇନିଂସ ଖେଳି ଆଉଟ୍‌ ହୋଇଥିଲେ। ୩୭ ବର୍ଷୀୟ ଧୋନୀ ପୂର୍ବରୁ ୧୦ ହଜାର ରନ୍‌ ସଂଗ୍ରହ କରିସାରିଥିଲେ ମଧ୍ୟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାବେଳେ ଏହି ସଫଳତା ପାଇବାରେ ୫ମ ଭାରତୀୟ ହୋଇଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ୍‌ ଓ ବିରାଟ କୋହଲି ଭାରତୀୟ ଜର୍ସିରେ ୧୦ ହଜାର ଏକଦିବସୀୟ ରନ୍‌ ସଂଗ୍ରହ କରିସାରିଛନ୍ତିି। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍‌କୁ ମିଶାଇ ଧୋନୀ ବର୍ତ୍ତମାନ ସୁଦ୍ଧା ୩୩୩ ଦିନିକିଆରୁ ୧୦,୨୨୪ ରନ ସଂଗ୍ରହ କରିଛନ୍ତି। ତେବେ ଏହା ମଧ୍ୟରେ ୨୦୦୭ରେ ସେ ଏସିଆ ଏକାଦଶ ପକ୍ଷରୁ ପ୍ରତିନିଧିତ୍ୱ କରି ଆଫ୍ରିକା ଏକାଦଶ ବିପକ୍ଷରେ ୩ ମ୍ୟାଚ୍‌ରୁ ୧୭୪ ରନ କରିଛନ୍ତି। ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଥିବା ଏହି ଝାଡ଼ଖଣ୍ଡ ଷ୍ଟାର୍‌ ଖେଳାଳି ୯୦ ମ୍ୟାଚ୍‌ରୁ ୪,୮୭୬ ରନ କରିଛନ୍ତି। ସେହିଭଳି ୯୩ ଟି୨୦ରୁ ୩୭.୧୭ ଆଭରେଜରେ ୧୪୮୭ ରନ କରିଛନ୍ତି।

All Right Reserved By

ଖେଳ |

ମୁମ୍ବାଇ- ଦିଲ୍ଲୀ ମୁକାବିଲା ଆଜି

ମୁମ୍ବାଇ- ଦିଲ୍ଲୀ ମୁକାବିଲା ଆଜି

ମୁମ୍ବାଇ,୨୩।୩(ପି.ଟି.)- ଶନିବାରଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ତୃତୀୟ ମ୍ୟାଚ୍‌ରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। 

ଓ୍ବାର୍ନରଙ୍କ ଉପରେ ସମସ୍ତଙ୍କ ନଜର

ଓ୍ବାର୍ନରଙ୍କ ଉପରେ ସମସ୍ତଙ୍କ ନଜର

କୋଲକାତା, ୨୩।୩(ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ଦିବସରରେ ରବିବାର ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ଏକ ହାଇଭୋଲଟେଜ ମ୍ୟାଚ୍‌ରେ ଗତଥର ରନର୍ସଅପ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ଦୁଇଥରର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବେ।

ନୟନବାଳା ଦାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ:ହାଣ୍ଡିଭଙ୍ଗା ଚାମ୍ପିୟନ

ନୟନବାଳା ଦାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ:ହାଣ୍ଡିଭଙ୍ଗା ଚାମ୍ପିୟନ

ପାଟକୁରା,୨୩ା୩(ଡି.ଏନ୍‌.ଏ.)-  ତେଣ୍ଡାକୁଡ଼ା ପଞ୍ଚାୟତ ଅନ୍ତର୍ଗତ ଜୟତଳଙ୍ଗ ଗ୍ରାମରେ ପ୍ରତିଷ୍ଠିତ ହରିହର ପାଠାଗାର ଓ ଜୟତଳଙ୍ଗ କ୍ରିକେଟ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ୫ମ ବାର୍ଷିକ ନୟନବାଳା ଦାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ା  

ଫିଞ୍ଚଙ୍କ ଶତକ; ଜିତିଲା ଅଷ୍ଟ୍ରେଲିଆ

ଫିଞ୍ଚଙ୍କ ଶତକ; ଜିତିଲା ଅଷ୍ଟ୍ରେଲିଆ

ଶାରଜା,୨୩।୩(ପିଟି)- ଆରୋନ ଫିଞ୍ଚଙ୍କ ଶତକ ବଳରେ ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ୮ ଉଇକେଟରେ ପାକିସ୍ତାନକୁ ହରାଇ ଦେଇଛି। 

ଏସିଆନ ଚାମ୍ପିୟନକୁ ହରାଇଲା ଭାରତ

ଏସିଆନ ଚାମ୍ପିୟନକୁ ହରାଇଲା ଭାରତ

ଇପୋ(ମାଲେସିଆ),୨୩।୩(ପିଟି)- ଭାରତୀୟ ହକି ଦଳ ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜାପାନକୁ ୨-୦ ଗୋଲରେ ହରାଇ ଏଠାରେ ଚାଲିଥିବା ଆଜଲାନ ଶାହ କପ୍‌ ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିଛି। 

ମେସି ଆହତ

ମେସି ଆହତ

ମାଡ୍ରିଡ୍‌,୨୩।୩(ଏଏଫ୍‌ପି)- ଷ୍ଟାର ଫୁଟ୍‌ବଲ ଖେଳାଳି ଆହତ ହୋଇଛନ୍ତି। ଏଥିଯୋଗୁ ସେ ମୋରକୋ ବିପକ୍ଷ ଆର୍ଜେଣ୍ଟିନାର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଖେଳିପାରିବେ ନାହିଁ।

ମଲିଙ୍ଗାଙ୍କ ଅବସର ଘୋଷଣା

ମଲିଙ୍ଗାଙ୍କ ଅବସର ଘୋଷଣା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଲସିଥ ମଲିଙ୍ଗା ଆଗାମୀ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ। 

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ଦଳ ଆଗୁଆ ଜିତି ନେଇଛି। 

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ, ୨୩।୩: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର।  ଏହାପୂର୍ବରୁ ବିରାଟ କୋହଲି ପ୍ରଶଂସକଙ୍କ ପାଇଁ ବଡ ଝଟକା ଲାଗିଛି। 

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ, ବିଦେଶରେ ବି ରହିଛି ଅନେକ ଖ୍ୟାତି। 

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ   ଧକ୍କା

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକ୍କା

ମୁମ୍ବାଇ,୨୩।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡ ପେସର ଆଡାମ ମିଲନେ ଆଗାମୀ ସିଜନରୁ ଓହରି ଯାଇଛନ୍ତି। 

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଢାକା,୨୩।୩(ପିଟି)- ନିକଟରେ ନ୍ୟୁଜିଲାଣ୍ଡରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ବାଂଲାଦେଶ ଦୁଇ କ୍ରିକେଟର ବିବାହ କରିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା