ଅନ୍ତର୍ଜାତୀୟ |

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ପ୍ରଥମ ହିନ୍ଦୁ ମହିଳା

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ପ୍ରଥମ ହିନ୍ଦୁ ମହିଳା

ୱାଶିଂଟନ,୧୨।୧: ଆମେରିକା କଂଗ୍ରେସର ପ୍ରଥମ ମହିଳା ହିନ୍ଦୁ ସାଂସଦ ତୁଳସୀ ଗବାର୍ଡ ଆସନ୍ତା ୨୦୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାପଡିଛି। ସାଂସଦ ଏଲିଜାବେଥ ଓ୍ବାରନଙ୍କ ପରେ ୩୭ ବର୍ଷୀୟା ଗବାର୍ଡ ଡେମୋକ୍ରେଟିକ୍‌ ପାର୍ଟିର ଦ୍ୱିତୀୟ ମହିଳା ସଦସ୍ୟ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ୧୨ରୁ ଊର୍ଦ୍ଧ୍ୱ ଡେମୋକ୍ରେଟିକ୍‌ ନେତା ଘୋଷଣା କରିସାରିଲେଣି। ସୂଚନାଯୋଗ୍ୟ, ଏକ ପ୍ରଶ୍ନର ଉତ୍ତରରେ ଗବାର୍ଡ କହିଛନ୍ତି ସେ ନିର୍ବାଚନ ଲଢିବାକୁ ସ୍ଥିର କରିସାରିଥିବା ବେଳେ ଆସନ୍ତା ସପ୍ତାହରେ ବିଧିବଦ୍ଧ ଭାବେ ଏହାର ଘୋଷଣା କରିବେ। 

All Right Reserved By

ଅନ୍ତର୍ଜାତୀୟ |

ନିଜ ସନ୍ତାନଙ୍କ ପାଇଁ ପର୍ନ ଫିଲ୍ମ ତିଆରି କରିବେ ଏହି ମା’

ନିଜ ସନ୍ତାନଙ୍କ ପାଇଁ ପର୍ନ ଫିଲ୍ମ ତିଆରି କରିବେ ଏହି ମା’

ଲଣ୍ଡନ,୨୩।୩: ପିଲାମାନଙ୍କ ମଧ୍ୟରେ ପର୍ନ ଫିଲ୍ମ ଦେଖିବାର ଆଗ୍ରହ ବଢିଥିବା ଲକ୍ଷ କରି ନିକଟରେ ଏଭଳି ଅଧିକାଂଶ ସାଇଟ୍‌କୁ ବ୍ୟାନ୍‌ କରି ଦିଆଯାଇଛି।   ହେଲେ ବ୍ରିଟେନର ୫ ଜଣ ମହିଳା ସେମାନଙ୍କ ପିଲାମାନଙ୍କ ପାଇଁ ଏବେ ପର୍ନ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।

ଚାଇନା ରାସ୍ତାରେ ଜଳିଗଲା ବସ୍‌: ୨୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ମୃତ୍ୟୁ

ଚାଇନା ରାସ୍ତାରେ ଜଳିଗଲା ବସ୍‌: ୨୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ମୃତ୍ୟୁ

ବେଜିଂ,୨୩।୩: ମଧ୍ୟ ଚାଇନାରେ ଶୁକ୍ରବାର ପ୍ରାୟ ୫୬ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏଥିରେ ପ୍ରାୟ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ପାକିସ୍ତାନ ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି: ଇମ୍ରାନ

ପାକିସ୍ତାନ ଜାତୀୟ ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି: ଇମ୍ରାନ

ନୂଆଦିଲ୍ଲୀ/ଇସଲାମାମବାଦ,୨୩।୩: ପାକସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଟୁଇଟ୍‌ ଦାବି କରିଛନ୍ତି କି ପାକିସ୍ତାନର ଜାତୀୟ ଦିବସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। 

ଚାଇନାରେ ରାସାୟନିକ ଶିଳ୍ପ ସଂସ୍ଥାରେ ବିସ୍ଫୋରଣ

ଚାଇନାରେ ରାସାୟନିକ ଶିଳ୍ପ ସଂସ୍ଥାରେ ବିସ୍ଫୋରଣ

ବେଜିଂ,୨୨।୩: ଚାଇନା ଗଣମାଧ୍ୟମର ସୂଚନା ଅନୁଯାୟୀ ପୂର୍ବ ଚାଇନାରେ ହୋଇଥିବା ଏକ ରାସାୟନିକ ବିସ୍ଫୋରଣରେ ଅତିକମ୍‌ରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୭ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ମଧ୍ୟ ହୋଇଛନ୍ତି। 

ହୋଟେଲ୍‌ ରୁମ୍‌ରୁ ହେଉଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍‌ ଷ୍ଟ୍ରିମିଂ

ହୋଟେଲ୍‌ ରୁମ୍‌ରୁ ହେଉଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍‌ ଷ୍ଟ୍ରିମିଂ

ସିଓଲ୍‌,୨୨।୩: ଦକ୍ଷିଣ କୋରିଆରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ କେତେକ ହୋଟେଲ୍‌ରେ ରହିବାକୁ ଆସୁଥିବା ଦମ୍ପତି ଅଥବା ପ୍ରେମିକାପ୍ରେମିକଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍‌ ଷ୍ଟ୍ରିମିଂ କରାଯାଉଥିବା ଅଭିଯୋଗ ହୋଇଛି। 

ଟାଇଗ୍ରୀସ୍‌ରେ ଓଲଟିଲା ଡଙ୍ଗା: ୧୯ ଶିଶୁଙ୍କ ସମେତ ୯୪ ମୃତ

ଟାଇଗ୍ରୀସ୍‌ରେ ଓଲଟିଲା ଡଙ୍ଗା: ୧୯ ଶିଶୁଙ୍କ ସମେତ ୯୪ ମୃତ

ବାଗଦାଦ୍‌,୨୨।୩ : ଇରାକ୍‌ ମୋସୁଲଠାରେ ଟାଇଗ୍ରୀସ୍‌ ନଦୀରେ ଡଙ୍ଗା ଓଲଟି ୧୯ ଜଣ ଶିଶୁଙ୍କ ସମେତ ୯୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬୧ ମହିଳା ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ରାସାୟନିକ କାରଖାନାରେ ବିସ୍ଫୋରଣ: ୪୪ ମୃତ;୩୨ ଗୁରୁତର

ରାସାୟନିକ କାରଖାନାରେ ବିସ୍ଫୋରଣ: ୪୪ ମୃତ;୩୨ ଗୁରୁତର

ବେଜିଂ,୨୨।୩: ପୂର୍ବ ଚାଇନାର ୟାଞ୍ଚେଙ୍ଗ୍‌ ସହରରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ୪୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। 

ପୁଲଓ୍ବାମା ଘଟଣାରେ ସାମ୍‌ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ

ପୁଲଓ୍ବାମା ଘଟଣାରେ ସାମ୍‌ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ

 ନୂଆଦିଲ୍ଲୀ/ସିକାଗୋ,୨୨।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ କଂଗ୍ରେସ ଓଭରସିଜ୍‌ ଅଧ୍ୟକ୍ଷ ସାମ୍‌ ପିଟ୍ରୋଡା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜାରି ରହିଛି।

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ସେକ୍ସ ପାଇଁ ୩ ବର୍ଷର ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଲେ ମହିଳା

ଲଙ୍ଗ ବିଚ୍‌,୨୧।୩: ମା’ସବୁବେଳେ ନିଜ ଛୁଆର ମଙ୍ଗଳ ଚିନ୍ତା କରିଥାଏ। ସବୁ ବାଧା ବିଘ୍ନରୁ ଦୂରେଇ ନିଜ ପଣତକାନିରେ ଲୁଚେଇ ରଖିଥାଏ। ହେଲେ ଏମିତି ବି ମା’ଥାନ୍ତି ଯାହାଙ୍କ କଥା ଶୁଣିଲେ ଯେ କେହିବି ବିଚଳିତ ହୋଇଯିବେ।

ନ୍ୟୁଜିଲାଣ୍ଡରେ ଆସଲ୍ଟ ରାଇଫଲ ଉପରେ ପ୍ରତିବନ୍ଧକ: ବଦଳିଲା ବନ୍ଧୁକ ରଖିବା ଆଇନ

ନ୍ୟୁଜିଲାଣ୍ଡରେ ଆସଲ୍ଟ ରାଇଫଲ ଉପରେ ପ୍ରତିବନ୍ଧକ: ବଦଳିଲା ବନ୍ଧୁକ ରଖିବା ଆଇନ

ଖ୍ରୀଷ୍ଟଚର୍ଚ୍ଚ,୨୧।୩: ନ୍ୟୁଜିଲାଣ୍ଡର ୨ଟି ମସଜିଦ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୫୦ ଲୋକଙ୍କ ମୃତ୍ୟୁ ଘଟିବାପରେ ଦେଶରେ ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର, ଆସଲ୍ଟ ରାଇଫଲ ଏବଂ ଉଚ୍ଚ କ୍ଷମତା ବିଶିଷ୍ଟ ମାଗାଜିନ୍‌ ଉପରେ ଲଗାଯାଇଛି ପ୍ରତିବନ୍ଧକ।

ହିନ୍ଦୁ ସମୁଦାୟଙ୍କୁ ହୋଲିର ଶୁଭକାମନା ଜଣାଇଲେ ଇମ୍ରାନ

ହିନ୍ଦୁ ସମୁଦାୟଙ୍କୁ ହୋଲିର ଶୁଭକାମନା ଜଣାଇଲେ ଇମ୍ରାନ

ଇସଲାମାବାଦ,୨୧।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ହୋଲି ଉପଲକ୍ଷେ ହିନ୍ଦୁ ସମୁଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ଇମ୍ରାନ ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। 

ପାକିସ୍ତାନକୁ ଆମେରିକାର ଚେତାବନୀ: ଭାରତ ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ ହେଲେ ଅବସ୍ଥା ହେବ ଗୁରୁତର

ପାକିସ୍ତାନକୁ ଆମେରିକାର ଚେତାବନୀ: ଭାରତ ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ ହେଲେ ଅବସ୍ଥା ହେବ ଗୁରୁତର

ଓ୍ବାଶିଂଟନ,୨୧।୩: ପାକିସ୍ତାନକୁ ଆମେରିକା ଚେତାବନୀ ଦେଇଛି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଭାରତ ଉପରେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀଙ୍କ ପକ୍ଷରୁ ପୁଣି ଥରେ ଆକ୍ରମଣ ହେଲେ ଅବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା