ରାଜ୍ୟ |

ପି.ଏନ. କଲେଜରେ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ: ଦାୟିତ୍ୱ ନେବା ଦେବା ପାଇଁ ଟଣାଓଟରା

ପି.ଏନ. କଲେଜରେ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ: ଦାୟିତ୍ୱ ନେବା ଦେବା ପାଇଁ ଟଣାଓଟରା

ଖୋର୍ଦ୍ଧା ଅଫିସ,୧୨।୧: ଭାରପ୍ରାପ୍ତ ଅଧ୍ୟକ୍ଷ ପଦ ପାଇଁ ଉଚ୍ଚଶିକ୍ଷା ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ଆସିବା ପରେ ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂ ଶାସିତ କଲେଜରେ ବିଭ୍ରାଟ ଦେଖା ଦେଇଛି। କଲେଜରେ ଏବେ ଦୁଇଜଣ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଦେଖିବାକୁ ମିଳିଛି। ଜଣେ ପରିଚାଳନା ପରିଷଦ ଦ୍ୱାରା ନିଯୁକ୍ତି ପାଇ କାର୍ଯ୍ୟରତ ଥିବାବେଳେ ଆଉ ଜଣେ ଉଚ୍ଚଶିକ୍ଷା ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ଦାୟିତ୍ୱ ନେବା ପାଇଁ ଉଦ୍ୟମରତ। 

ପ୍ରାପ୍ତ ସୂଚନା ଅନୁସାରେ, ବିଦ୍ୟାଧର ବେହେରା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱରୁ ଅବସର ନେବା ପୂର୍ବରୁ ବରିଷ୍ଠତା ଭିତ୍ତିରେ କଲେଜର ୫ ଜଣ ପ୍ରାଧ୍ୟାପକଙ୍କ ନାମ ଉଚ୍ଚ ଶିକ୍ଷା ବିଭାଗକୁ କଲେଜ ପରିଚାଳନା ପରିଷଦ ପଠାଇଥିଲେ। ଏମାନଙ୍କ ମଧ୍ୟରେ ଓଡିଆ ପ୍ରାଧ୍ୟାପିକା ସ୍ବୟଂପ୍ରଭା ପଟ୍ଟନାୟକ, ଇଂଲିଶ ପ୍ରାଧ୍ୟାପକ ମଦନ ମୋହନ ବେଉରା, ଶିକ୍ଷା ବିଭାଗର ପ୍ରାଧ୍ୟାପକ ମେଜର ଦୁଷ୍ମନ୍ତ କୁମାର ରାଉତରାୟ, ମନସ୍ତତ୍ତ୍ୱ ବିଭାଗର ପ୍ରାଧ୍ୟାପିକା ସୌଦାମିନୀ ଦାଶ, ଦର୍ଶନ ବିଭାଗ ପ୍ରାଧ୍ୟାପିକା ଗୀତା ପଟ୍ଟନାୟକ ରହିଥିଲେ। ତେବେ ବିଦ୍ୟାଧର ନଭେମ୍ବର ୩୦ରେ ଭାରପ୍ରାପ୍ତ ଅଧ୍ୟକ୍ଷ ପଦବୀରୁ ଅବସର ନେବା ପରେ ଶିକ୍ଷା ନିର୍ଦ୍ଦେଶାଳୟରୁ କିଛି ନିର୍ଦ୍ଦେଶ ଆସି ନ ଥିଲା। ଫଳରେ ପରିଚାଳନା ପରିଷଦ ନିର୍ଦ୍ଦେଶ ଅନୁସାରେ ୧ ନଂ. ତାଲିକାରେ ଥିବା ସ୍ବୟଂପ୍ରଭା ପଟ୍ଟନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ସେ ଅବସର ନେଇ ସାରିଥିଲେ ମଧ୍ୟ ଆର୍ଥିକ କ୍ଷମତା ତାଙ୍କୁ ଶିକ୍ଷା ବିଭାଗ ଦେଇ ନ ଥିଲା। ଅଧ୍ୟକ୍ଷା ସ୍ବୟଂପ୍ରଭା ୨୦୧୮ ଡିସେମ୍ବର ୩୧ରେ ଅବସର ନେବାବେଳକୁ ୪ନଂ. ସିରିଏଲରେ ଥିବା ପ୍ରାଧ୍ୟାପିକା ସୌଦାମିନୀଙ୍କ ବରିଷ୍ଠତାକୁ ନେଇ ସିରିୟଲ ନଂ. ୨ରେ ଥିବା ପ୍ରାଧ୍ୟାପକ ମଦନ ମୋହନ ବେଉରା ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ। ଏ ପରିପ୍ରେକ୍ଷୀରେ ଶିକ୍ଷା ନିର୍ଦ୍ଦେଶାଳୟରୁ କୌଣସି ପ୍ରକାରର ସ୍ପଷ୍ଟ ନିର୍ଦ୍ଦେଶ ଆସି ନ ଥିଲା ବେଳେ ଅଧ୍ୟକ୍ଷ ପଦ ଖାଲି  ଥିଲା। ଦୁହିଁଙ୍କ ମଧ୍ୟରେ ବରିଷ୍ଠତାକୁ ଭିତ୍ତିକରି ମାମଲା କୋର୍ଟରେ ବିଚାରାଧୀନ ଥିଲା ବେଳେ ପରିଚାଳନା ପରିଷଦର ୩ ନଂ. ସିରିଏଲରେ ଥିବା ପ୍ରାଧ୍ୟାପକ ଦୁଷ୍ମନ୍ତଙ୍କୁ ଅଧ୍ୟକ୍ଷ ପଦର ଦାୟିତ୍ୱ ହସ୍ତାନ୍ତର କରିବାକୁ ସ୍ବୟଂପ୍ରଭାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଦୁଷ୍ମନ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ହୋଇଥିଲେ। ଏହା ପରେ ପରିଚାଳନା ପରିଷଦ ଦୁଷ୍ମନ୍ତଙ୍କୁ ଆର୍ଥିକ କ୍ଷମତା ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ପତ୍ରାଳାପ କରିଥିଲେ। ତେବେ ପତ୍ରାଳାପର କିଛି ଉତ୍ତର ଆସି ନ ଥିବାବେଳେ ୪ନଂ. ସିରିୟଲର ସୌଦାମିନୀଙ୍କୁ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ପତ୍ରାଙ୍କ ସଂଖ୍ୟା ୧୨୯୪/୮।୧।୧୯ରେ ଚିଠି ଆସିଛି। ପୂର୍ବତନ ଅଧ୍ୟକ୍ଷ ଡ. ବିଦ୍ୟାଧର ବେହେରାଙ୍କଠାରୁ ୩୦।୧୧।୧୮ଠାରୁ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ରହିଛି। ଆର୍ଥିକ କ୍ଷମତା ପାଇବାକୁ ପୁଣି ବିଦ୍ୟାଧରଙ୍କ ଦାୟିତ୍ୱ ହସ୍ତାନ୍ତରର କାଗଜପତ୍ର ସହ ପରିଚାଳନା କମିଟିର ସଭାପତିଙ୍କ ଦସ୍ତଖତ ଥାଇ ସୌଦାମିନୀଙ୍କ ଆଟେଷ୍ଟେଡ କାଗଜାତ ଉଚ୍ଚ ଶିକ୍ଷା ବିଭାଗରେ ଆବେଦନ କରିବାକୁ କୁହାଯାଇଛି। ତେବେ ବିଦ୍ୟାଧରଙ୍କ ପରେ ଜଣେ ଭାରପ୍ରାପ୍ତ ଅଧ୍ୟକ୍ଷ ଅବସର ନେଇ ସାରିଲେଣି। ଆଉ ଜଣେ ଜାନୁୟାରୀ ୩୧ରେ ଅବସର ନେବେ। ଏଭଳିସ୍ଥଳେ ବିଦ୍ୟାଧରଙ୍କଠାରୁ କିପରି ସୌଦାମିନୀ ଚାର୍ଜ ନେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନର ଭାରପ୍ରାପ୍ତ ଅଧ୍ୟକ୍ଷ ମେଜର ଦୁଷ୍ମନ୍ତ କୁମାର ରାଉତରାୟ କୁହନ୍ତି, ବରିଷ୍ଠତା ଭିତ୍ତିରେ ଆସୁଥିବାରୁ ଦାୟିତ୍ୱ ହସ୍ତାନ୍ତର କରିନାହାନ୍ତି। ବରିଷ୍ଠତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରିଟ୍‌ ପିଟିଶନ ଦାଏର କରିଛନ୍ତି। ରିଟ୍‌ ପିଟଶନ ହାଇକୋର୍ଟ, ପରିଚାଳନା ପରିଷଦ ସଭାପତି ଓ ଉଚ୍ଚ ଶିକ୍ଷା ବିଭାଗର ହସ୍ତଗତ ହୋଇସାରିଛି। କୋର୍ଟଙ୍କ ନିର୍ଦ୍ଦେଶ ଯାହା ରହିବ ସେନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି। ପରିଚାଳନା ପରିଷଦର ସଭାପତି ଜ୍ୟୋତିରିନ୍ଦ୍ର ମିତ୍ର କୁହନ୍ତି, ବିଦ୍ୟାଧର ବେହେରା ଅବସର ନେବା ପରେ ବରିଷ୍ଠତା ଭିତ୍ତିରେ ଦୁଷ୍ମନ୍ତଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଉଚ୍ଚଶିକ୍ଷା ବିଭାଗର ଚିଠି ମିଳିବା ପରେ ଆସନ୍ତା ୧୫ ତାରିଖରେ ପରିଚାଳନା ପରିଷଦର ବୈଠକ ଡକାଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। 

All Right Reserved By

ରାଜ୍ୟ |

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

କେନ୍ଦ୍ରାପଡା ଅଫିସ, ୨୩ା୩- ମାର୍ଚ୍ଚ ୮ରେ ଚଳିତ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷା ଶେଷ ହୋଇଥିଲା ା ଏହି ପରୀକ୍ଷାର  ଖାତା ମୂଲ୍ୟାୟନ ପାଇଁ ମାର୍ଚ୍ଚ୨୫ ତାରିଖ ଧାର୍ଯ୍ୟ ହୋଇଛି।  

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ରେଙ୍ଗାଲି, ୨୩।୩ (ଡି.ଏନ.ଏ):ସମ୍ବଲପୁର ଜିଲା ଠେଲକଲୋଇ ଥାନା ଅନ୍ତର୍ଗତ ଖେରୁଆଲ ଭେଡେନ ନଦୀରେ ଶୁକ୍ରବାର ତିନିଟି ଜୀବନ ଚାଲି ଯାଇଛି।

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୩।୩:୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିରାଶ ଟିକେଟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଖୋଲାଖୋଲି ବିଦ୍ରୋହର ରୂପ ନେଉଛି। 

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

କଟକ ଅଫିସ,୨୩।୩- ୨୦ ବର୍ଷ ପରେ ଏମ୍‌ବିବିଏସ ପାଠ୍ୟସୂଚୀରେ ପରିବର୍ତ୍ତନ ଅଣାଯିବ। ୧୯୯୭ ମସିହାରୁ ପ୍ରଚଳିତ ପାଠ୍ୟସୂଚୀ ଅନୁଯାୟୀ ଡାକ୍ତରୀ ଛାତ୍ରୀଛାତ୍ରମାନେ ପାଠ ପଢୁଥିଲେ।

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

କୋଲାବିରା,୨୩।୩(ଡି.ଏନ୍‌.ଏ.):ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ସମାସିଂହାସ୍ଥିତ ସୁପର କ୍ଲବ ସଦସ୍ୟମାନେ ହୋଲି ବର୍ଜନ କରିଛନ୍ତି।

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ବଲାଙ୍ଗୀର ଅଫିସ,୨୩।୩- ବଲାଙ୍ଗୀର ଟାଉନ ଥାନା ପୋଲିସ ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ର଼୍ୟାକେଟ୍‌ରେ ସକ୍ରିୟ ଥିବା ୫ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ା ଗିରଫ ବ୍ୟକ୍ତିମାନେ ହେଲେ ବଲାଙ୍ଗୀର ବରପାଲିପଡାର ଅଜିତ୍‌ କୁମାର ନନ୍ଦ (୨୭), ସୁଦପଡାର ଅଭିଷେକ୍‌ ଦୋରା (୨୮), ସାଲେପାଲିର ଗୁଟୁ ପାଣ୍ଡେ ଓରଫ୍‌ ଧୃବ ପାଣ୍ଡେ (୩୨), ସଦର ଥାନା ଅନ୍ତର୍ଗତ କୁଶମେଲ ଗଁାର ନାରାୟଣ ମଲ୍ଲିକ (୨୩) ଓ ତେଲିଗୋଠପଡାର ସୁବାସିଂ ମେହେର (୪୩)। 

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଜଟଣୀ,୨୩ା୩(ଡି.ଏନ.ଏ): ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଛକରେ ଦୁଇ ମହିଳାଙ୍କ ଉପରେ ଶୁକ୍ରବାର ତଥା ହୋଲିରେ କେତେଜଣ ଯୁବକ ମାରଧର କରିବା ସହ ଅସଦାଚରଣ କରିବା ଘଟଣାକୁ ନେଇ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଖୋର୍ଦ୍ଧା ଅଫିସ,୨୩।୩:ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରୁ ଶନିବାର ପୂର୍ବାହ୍ନରେ ମିଳିଥିବା ଅଜଣା ଯୁବକଙ୍କ ମୃତଦେହର ପରିଚୟ ମିଳିଛି। 

ଟ୍ରେନ ଧକ୍କାରେ ହରିଣ ମୃତ

ଟ୍ରେନ ଧକ୍କାରେ ହରିଣ ମୃତ

ରଘୁନାଥପୁର, ୨୩। ୩( ଡି.ଏନ.ଏ.)-  ରଘୁନାଥପୁର ବ୍ଲକ ଧଳତଙ୍ଗଗଡ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ଟ୍ରେନ୍‌ ଧକ୍କାରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ଘଟିଛି। 

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର, ୨୩ା୩(ବ୍ୟୁରୋ)- ଆସନ୍ତା ୨ ତାରିଖରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ଟାରୁ ସ୍କୁଲ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ ୧୦ଟାରେ ଶେଷ ହେବ। 

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)-  ବଡ଼ଚଣା ଯୁବ ଓ ଛାତ୍ର ବିଜେଡି ତରଫରୁ ତରଫରୁ ଗୁରୁବାର ଚଣ୍ଡିଖୋଲ ଛକଠାରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)- ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଥିଲା ବେଳେ ଏହା ଲୋକଙ୍କ ନିକଟରେ ପହଞ୍ଚିପାରୁନାହଁି। ସେହିପରି ଚାଷୀଙ୍କ ଉନ୍ନତି ତଥା ଆର୍ଥତ୍କ ସହାୟତା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିବା ବେଳେ ଏଥିରୁ ବହୁ ଚାଷୀ ବଞ୍ଚିତ ହୋଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା