ରାଜ୍ୟ |

ନିର୍ବାଚନ ପ୍ରତିଶ୍ରୁତି ପାଳନ କରିନାହିଁ ବିଜେଡି: ପ୍ରତି ବ୍ଲକରେ ସ୍ଥାପନ ହୋଇନି ଶୀତଳ ଭଣ୍ଡାର, ୮ ଜିଲାରେ ମୋଟେ ନାହିଁ

ନିର୍ବାଚନ ପ୍ରତିଶ୍ରୁତି ପାଳନ କରିନାହିଁ ବିଜେଡି: ପ୍ରତି ବ୍ଲକରେ ସ୍ଥାପନ ହୋଇନି ଶୀତଳ ଭଣ୍ଡାର, ୮ ଜିଲାରେ ମୋଟେ ନାହିଁ

ଭୁବନେଶ୍ୱର,୧୨।୧(ବ୍ୟୁରୋ)- ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ(ବିଜେଡି) ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହଁି। ରାଜ୍ୟରେ ଲଗାତର ୪ ଥର କ୍ଷମତାରେ ରହିବା ପରେ ମଧ୍ୟ ଶୀତଳ ଭଣ୍ଡାର ପରି ଏକ ମୌଳିକ ଆବଶ୍ୟକତା ପୂର୍ଣ୍ଣ କରିପାରିନାହିଁ। ଏହି ଅଭିଯୋଗ କୌଣସି ବିରୋଧୀ ଦଳ ପକ୍ଷରୁ କରାଯାଇନାହିଁ। ବିଜେଡିର ଗତ ସାଧାରଣ ନିର୍ବାଚନର ଇସ୍ତାହାର ଏବଂ ରାଜ୍ୟ ସରକାରଙ୍କ ତଥ୍ୟ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ପ୍ରତି ବ୍ଲକରେ ସରକାରୀ-ଘରୋଇ ସହଭାଗିତା(ପିପିପି) ଦ୍ୱାରା ଶୀତଳ ଭଣ୍ଡାର ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ରାଜ୍ୟରେ ୪୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଥିବା ଜଣାପଡିଛି। ବିଜେଡି ନିଜ ଇସ୍ତାହାରର ପ୍ରଥମ ପୃଷ୍ଠାରେ ଏହି ପ୍ରତିଶ୍ରୁତି ପାଳନ କରିବା ନେଇ ଉଲ୍ଲେଖ କରିଛି। ସେହିପରି କୋରାପୁଟ, ବଲାଙ୍ଗୀର ଏବଂ କଳାହାଣ୍ଡି(କେବିକେ) ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଇସ୍ତାହାରରେ ଉଲ୍ଲେଖ କରାଯାଇଥିଲା। ହେଲେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଭଳି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଛି।  ଏହି ଦୁଇଟି ମୁଖ୍ୟ ପ୍ରତିଶ୍ରୁତିକୁ ବାଦ୍‌ ଦେଇ  ପ୍ରତି ପଞ୍ଚାୟତରେ ଗୋଦାମ ଘର କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା, ହେଲେ ତାହା ମଧ୍ୟ ସବୁ ସ୍ଥାନରେ ସମ୍ଭବ ହୋଇ ନ ଥିବା ଜଣାପଡିଛି। 

ରାଜ୍ୟରେ ମୋଟ ୩୧୪ଟି ବ୍ଲକ ରହିଛି।  ସମସ୍ତ ବ୍ଲକରେ ମୋଟ ୧୨୬ଟି ଶୀତଳ ଭଣ୍ଡାର ରହିଛି, ତନ୍ମଧ୍ୟରୁ ୮୦ଟି ଅଚଳ । ଏହି ଉତ୍ତର ଗତ ସେପ୍ଟେମ୍ବର ୧୧, ୨୦୧୮ରେ ତତ୍କାଳୀନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରଦାନ କରିଛନ୍ତି। ତେଣୁ ରାଜ୍ୟରେ ମାତ୍ର ୪୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଥିବା ସ୍ପଷ୍ଟ ହୋଇଯାଇଛି। ହେଲେ ନିକଟରେ କୃଷି ଭବନରେ ଜନୈକ ବୈଷୟିକ ଅଧିକାରୀ ଏହି ସଂଖ୍ୟାକୁ ୪୭ ବୋଲି ଦର୍ଶାଇଛନ୍ତି। କୃଷିମନ୍ତ୍ରୀ ଏବଂ ଅଧିକାରୀଙ୍କ ମଧ୍ୟରେ ମାତ୍ର ଗୋଟିଏ ଶୀତଳ ଭଣ୍ଡାର ତଫାତ୍‌ ରହୁଛି। ରାଜ୍ୟର ୧୪ଟି ଜିଲାରେ  ଆଦୌ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେଉନାହିଁ। ଏହି ଜିଲାଗୁଡିକ ହେଉଛି-ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡା,ସୋନପୁର, ଢେଙ୍କାନାଳ, ନୟାଗଡ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, ବରଗଡ, ଦେବଗଡ, ବୌଦ୍ଧ ଓ ଫୁଲବାଣୀ। ଏହି ତାଲିକାରେ ୮ଟି ଜିଲା ଏପରି ରହିଛି, ଯେଉଁ ଜିଲାରେ ଆଦୌ ଶୀତଳ ଭଣ୍ଡାର ନାହିଁ। କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରଗୁଡିକ ମଧ୍ୟରୁ ମାତ୍ର ୫ଟି ସରକାରଙ୍କ ନିଜସ୍ବ। ଓଡ଼ିଶାର ଅନ୍ୟତମ ଭାତହାଣ୍ଡି କୁହାଯାଉଥିବା ଜିଲା ବରଗଡରେ ସମସ୍ତ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ନ ହୋଇ ପଡି ରହିଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ କୃଷିଜାତ ସାମଗ୍ରୀ ସାଇତି ରଖିବା ପାଇଁ ୨,୧୭,୮୮୦ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ରହିଛି। 

ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ପ୍ରାୟ ୩ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି। ଶୀତଳ ଭଣ୍ଡାର ଅଭାବରୁ ରାଜ୍ୟରେ ଆଳୁ ମିଶନ୍‌ ଫେଲ ମାରିଛି। ୨୦୧୪-୧୫ ଆର୍ଥିକ ବର୍ଷରୁ ଆଳୁମିଶନ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏକା ସାଙ୍ଗରେ ସମସ୍ତ ଜିଲାରେ ଏହି ମିଶନ୍‌ କାର୍ଯ୍ୟକ୍ଷମ କରାଯାଇଥିଲା। ମାତ୍ର ଆବଶ୍ୟକୀୟ ଶୀତଳ ଭଣ୍ଡାର ନ ଥିବାରୁ ତାହା ସଫଳ ହୋଇପାରି ନ ଥିଲା ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଇଛି।

All Right Reserved By

ରାଜ୍ୟ |

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

କେନ୍ଦ୍ରାପଡା ଅଫିସ, ୨୩ା୩- ମାର୍ଚ୍ଚ ୮ରେ ଚଳିତ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷା ଶେଷ ହୋଇଥିଲା ା ଏହି ପରୀକ୍ଷାର  ଖାତା ମୂଲ୍ୟାୟନ ପାଇଁ ମାର୍ଚ୍ଚ୨୫ ତାରିଖ ଧାର୍ଯ୍ୟ ହୋଇଛି।  

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ରେଙ୍ଗାଲି, ୨୩।୩ (ଡି.ଏନ.ଏ):ସମ୍ବଲପୁର ଜିଲା ଠେଲକଲୋଇ ଥାନା ଅନ୍ତର୍ଗତ ଖେରୁଆଲ ଭେଡେନ ନଦୀରେ ଶୁକ୍ରବାର ତିନିଟି ଜୀବନ ଚାଲି ଯାଇଛି।

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୩।୩:୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିରାଶ ଟିକେଟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଖୋଲାଖୋଲି ବିଦ୍ରୋହର ରୂପ ନେଉଛି। 

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

କଟକ ଅଫିସ,୨୩।୩- ୨୦ ବର୍ଷ ପରେ ଏମ୍‌ବିବିଏସ ପାଠ୍ୟସୂଚୀରେ ପରିବର୍ତ୍ତନ ଅଣାଯିବ। ୧୯୯୭ ମସିହାରୁ ପ୍ରଚଳିତ ପାଠ୍ୟସୂଚୀ ଅନୁଯାୟୀ ଡାକ୍ତରୀ ଛାତ୍ରୀଛାତ୍ରମାନେ ପାଠ ପଢୁଥିଲେ।

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

କୋଲାବିରା,୨୩।୩(ଡି.ଏନ୍‌.ଏ.):ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ସମାସିଂହାସ୍ଥିତ ସୁପର କ୍ଲବ ସଦସ୍ୟମାନେ ହୋଲି ବର୍ଜନ କରିଛନ୍ତି।

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ବଲାଙ୍ଗୀର ଅଫିସ,୨୩।୩- ବଲାଙ୍ଗୀର ଟାଉନ ଥାନା ପୋଲିସ ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ର଼୍ୟାକେଟ୍‌ରେ ସକ୍ରିୟ ଥିବା ୫ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ା ଗିରଫ ବ୍ୟକ୍ତିମାନେ ହେଲେ ବଲାଙ୍ଗୀର ବରପାଲିପଡାର ଅଜିତ୍‌ କୁମାର ନନ୍ଦ (୨୭), ସୁଦପଡାର ଅଭିଷେକ୍‌ ଦୋରା (୨୮), ସାଲେପାଲିର ଗୁଟୁ ପାଣ୍ଡେ ଓରଫ୍‌ ଧୃବ ପାଣ୍ଡେ (୩୨), ସଦର ଥାନା ଅନ୍ତର୍ଗତ କୁଶମେଲ ଗଁାର ନାରାୟଣ ମଲ୍ଲିକ (୨୩) ଓ ତେଲିଗୋଠପଡାର ସୁବାସିଂ ମେହେର (୪୩)। 

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଜଟଣୀ,୨୩ା୩(ଡି.ଏନ.ଏ): ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଛକରେ ଦୁଇ ମହିଳାଙ୍କ ଉପରେ ଶୁକ୍ରବାର ତଥା ହୋଲିରେ କେତେଜଣ ଯୁବକ ମାରଧର କରିବା ସହ ଅସଦାଚରଣ କରିବା ଘଟଣାକୁ ନେଇ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଖୋର୍ଦ୍ଧା ଅଫିସ,୨୩।୩:ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରୁ ଶନିବାର ପୂର୍ବାହ୍ନରେ ମିଳିଥିବା ଅଜଣା ଯୁବକଙ୍କ ମୃତଦେହର ପରିଚୟ ମିଳିଛି। 

ଟ୍ରେନ ଧକ୍କାରେ ହରିଣ ମୃତ

ଟ୍ରେନ ଧକ୍କାରେ ହରିଣ ମୃତ

ରଘୁନାଥପୁର, ୨୩। ୩( ଡି.ଏନ.ଏ.)-  ରଘୁନାଥପୁର ବ୍ଲକ ଧଳତଙ୍ଗଗଡ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ଟ୍ରେନ୍‌ ଧକ୍କାରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ଘଟିଛି। 

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର, ୨୩ା୩(ବ୍ୟୁରୋ)- ଆସନ୍ତା ୨ ତାରିଖରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ଟାରୁ ସ୍କୁଲ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ ୧୦ଟାରେ ଶେଷ ହେବ। 

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)-  ବଡ଼ଚଣା ଯୁବ ଓ ଛାତ୍ର ବିଜେଡି ତରଫରୁ ତରଫରୁ ଗୁରୁବାର ଚଣ୍ଡିଖୋଲ ଛକଠାରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)- ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଥିଲା ବେଳେ ଏହା ଲୋକଙ୍କ ନିକଟରେ ପହଞ୍ଚିପାରୁନାହଁି। ସେହିପରି ଚାଷୀଙ୍କ ଉନ୍ନତି ତଥା ଆର୍ଥତ୍କ ସହାୟତା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିବା ବେଳେ ଏଥିରୁ ବହୁ ଚାଷୀ ବଞ୍ଚିତ ହୋଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା