ମନୋରଞ୍ଜନ |

ଭାରତରେ ପୁରୁଷଙ୍କ ବୟସ ବଢ଼େନାହିଁ: ପୂଜା ଭଟ୍ଟ

ଭାରତରେ ପୁରୁଷଙ୍କ ବୟସ ବଢ଼େନାହିଁ: ପୂଜା ଭଟ୍ଟ

ମୁମ୍ବାଇ: ମହିଳାମାନେ ୪୦ବର୍ଷରେ ସ୍ବାସ୍ଥ୍ୟବତୀ ଓ ଆକର୍ଷଣୀୟ ଦେଖାଯାଉଥିବାବେଳେ ସେମାନଙ୍କୁ ପରଦାରେ ଅଭିନୟ କରିବାର ସୁଯୋଗ ମିଳେନାହିଁ। ଅଥଚ ପୁରୁଷ ବୟସ୍କ ହେଲେ ବି ଚରିତ୍ରାଭିନୟ ଜାରି ରଖନ୍ତି ବୋଲି ଅଭିନେତ୍ରୀ-ନିର୍ଦ୍ଦେଶିକା ପୂଜା ଭଟ୍ଟ ପ୍ରକାଶ କରିଛନ୍ତି। 

ପୂଜା ଦୀର୍ଘ ୧୮ବର୍ଷର ବ୍ୟବଧାନ ପରେ ପୁଣି ରୂପେଲି ପରଦାକୁ ଫେରିଛନ୍ତି। ସେ ଅଭିନୟକୁ ଗୁଡ୍‌ବାଏ କହିଥିଲେ ମଧ୍ୟ ‘ସଡ଼କ-୨’ ଆଉଥରେ ତାଙ୍କୁ ଅଭିନୟ ଜଗତକୁ ଟାଣି ଆଣିଛି। ସେ କହନ୍ତି, ‘ଦିନେ ଅଭିନୟକୁ ବାଏ ବାଏ କହିଥିଲି।  କିନ୍ତୁ ଜଣେ ଅଭିନେତ୍ରୀ ସବୁବେଳେ ହିଁ ଅଭିନେତ୍ରୀ। ଅଭିନେତ୍ରୀ ନୁହେଁ ବରଂ ଜଣେ ସ୍ଥପତି କିମ୍ବା  ମହାକାଶଚାରୀ ହେବାକୁ ଚାହିଁଥିଲି। କିନ୍ତୁ ପିତାଙ୍କ ଅନୁପ୍ରେରଣା ଏବଂ ପ୍ରୋତ୍ସାହନରେ ମୁଁ ଆଗକୁ ବଢ଼ିଲି। ଏହାପରେ ଆଉ ପଛକୁ ଫେରି ଚାହିଁନାହିଁ। ଖୁସି ଏଇଥିପାଇଁ ଯେ, ପୁଣିଥରେ ଅଭିନୟ ଜଗତକୁ ଫେରିଆସିଛି। ’

ମହିଳାମାନେ ଏକ ନିର୍ଦ୍ଦିଷ୍ଟ ବୟସରେ ପାଦ ଦେଲେ ନିଜକୁ ଭଲ ଭାବରେ ଉପସ୍ଥାପନ କରିପାରନ୍ତି। କିନ୍ତୁ ଏହି ବୟସରେ ମହିଳାଙ୍କୁ ମା’ ଭୂମିକା ଦିଆଯାଏ। ଅଥଚ ପୁରୁଷଙ୍କ ବୟସ  ବଢ଼ିଥିଲେ ବି ସେମାନଙ୍କୁ ହିରୋ ଭୂମିକା ଦିଆଯାଏ। ୧୯୯୯ରେ ଫିଲ୍ମ ‘ଜଖମ୍‌’ରେ ତାଙ୍କୁ ଅଜୟ ଦେବଗନ୍‌ଙ୍କ ମା’ ଭୂମିକା ଦିଆଯାଇଥିଲା। କିନ୍ତୁ ସେ ଏହା ଚାହଁୁ ନ ଥିଲେ ବୋଲି ପୂଜା ପ୍ରକାଶ କରିଛନ୍ତି।

ପୂଜାଙ୍କ ଶେଷ ଫିଲ୍ମ ଥିଲା ୨୦୦୧ର ‘ଏଭ୍ରିବଡି ସେଜ୍‌ ଆଇ ଆମ୍‌ ଫାଇନ୍‌’। ‘ଡାଡି’, ‘ସଡକ’ ଏବଂ ‘ଜଖମ୍‌’ ଭଳି ଫିଲ୍ମ ପାଇଁ ପୂଜା ଚର୍ଚ୍ଚିତ ଥିବାବେଳେ ପୁଣି ‘ସଡକ’ର ସିକ୍ୱେଲ ପାଇଁ ଅଭିନୟ ଜଗତକୁ ଫେରିଛନ୍ତି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଫିଲ୍ମନିର୍ମାତା ତଥା ତାଙ୍କ ପିତା ମହେଶ ଭଟ୍ଟ।

All Right Reserved By

ମନୋରଞ୍ଜନ |

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ପ୍ରେମ କଲେ ୩ ନାୟକଙ୍କୁ ବାହା ହେଲେ ନିର୍ଦ୍ଦେଶକଙ୍କୁ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ରାଣୀ ମୁଖାର୍ଜୀ ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ରେ ଜନ୍ମିତ ଏହି ଅଭିନେତ୍ରୀ ବଲିଉଡ୍‌ର ଜଣେ ବୋଲ୍ଡ୍‌ ନାୟିକା ଭାବେ ବି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। 

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ବଲିଉଡ୍‌ର ସବୁଠାରୁ ଦାମୀ ଗାୟକ

ଗୀତ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ଗୀତ ଶୁଣିବା ମାତ୍ରେ ମନର ଦୁଃଖ କଷ୍ଟ ସବୁ ଭୁଲି ହୋଇଯାଏ। ଅଧିକାଂଶ ଲୋକ ସଂଗୀତରେ କ୍ୟାରିୟର କରିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ବଲିଉଡ୍‌ର ସିଙ୍ଗରମାନେ ଗୀତ ଗାଇ ବେଶ୍‌ ପରିଚିତ ହୋଇଛନ୍ତି। ଗୋଟିଏ ଗୀତ ଗାଇ ସେମାନେ କୋଟି କୋଟି ଟଙ୍କା ମଧ୍ୟ ନେଉଛନ୍ତି। 

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ୫ ଷ୍ଟାରଙ୍କ କନ୍ୟା

ବଲିଉଡ୍‌ରେ ୯୦ ଦଶକର ବହୁ ଷ୍ଟାର ଧୀରେ ଧୀରେ ସିଲଭର ସ୍କ୍ରିନ୍‌ଠାରୁ ଦୂରେଇବା ଆମ୍ଭ କରିଛନ୍ତି। ଅପରପକ୍ଷରେ ବହୁ ଷ୍ଟାରକିଡ୍‌ ବଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ରେଡ୍ଡି ହୋଇଗଲେଣି।

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ଏକାଠି ହେବେ ଶାହାରୁଖ୍‌-ସଲମାନ୍‌

ବଲିଉଡ୍‌ର ନିର୍ମାତା ସଞ୍ଜୟ ଲୀଲା ଭଂସାଲି ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଏବଂ ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ବିଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଏବେ ଶୁଣିବାକୁ ମିଳିଛି ଭଂସାଲି ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ସିନେମାରେ ଏହି ଯୋଡିକୁ ନେବାକୁ ଯାଉଛନ୍ତି।  

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ରଙ୍ଗ ଖେଳିବା ସହ ଭାଙ୍ଗ ବି ପିଉଥିଲେ ଏହି ଅଭିନେତ୍ରୀ

ଆଜି ଦେଶର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବାବେଳେ ଆସନ୍ତାକାଲି ମଧ୍ୟ ଆଉ କେତେକ ସ୍ଥାନରେ ଏହି ଉତ୍ସବ ପାଳନ କରାଯିବ। ଗାଁଠୁ ସହର ଯାଏ ସବୁଠି ହୋଲିର ମାହୋଲ। ଏଥିରୁ ବି ବାଦ୍‌ ପଡ଼ିନି ବଲିଉଡ୍‌ ଜଗତ।

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ବୟଫ୍ରେଣ୍ଡ୍‌ଙ୍କ ସହ ବିବାହ କରିବେ ଶ୍ରଦ୍ଧା କପୁର

ଲାଗୁଛି ବଲିଉଡରେ ବିବାହ ଋତୁ ସରିନି। ଜଣଙ୍କ ପରେ ଜଣେ ଅଭିନେତା/ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହେଉଥିବାର ନଜିର ରହିଛି।

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ ୩ ଦାମୀ କାର ଗିଫ୍ଟ କରିଛନ୍ତି କାହାକୁ ଜାଣନ୍ତି

ସଲମାନ୍‌ଙ୍କର ଖୋଲା ହୃଦୟ ସମ୍ପର୍କରେ ବଲିଉଡ୍‌ କଳାକାରଙ୍କଠୁ ଆରମ୍ଭ କରି ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଥରେ ଯଦି ତାଙ୍କ ହୃଦୟରେ କାହା ପ୍ରତି ବିଶ୍ୱାସ ବା ଭଲପାଇବା ଆସିଗଲା ତା’ହେଲେ ଯେ ଯେତେ ଦାମୀ ଜିନିଷ ହେଉ ଗିଫ୍ଟ ଦେବାରେ ସେ କଞ୍ଜୁସି କରନ୍ତିନି।

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ବାହୁବଳୀ ପ୍ରଭାସଙ୍କ ଅଜବ ଡିମାଣ୍ଡ: ସୁଟିଙ୍ଗ ସେଟ୍‌ରୁ ନେବାକୁ ଚାହୁଁଛନ୍ତି କାର-ବାଇକ୍‌

ମୁମ୍ବାଇ: ସାଉଥ୍‌ ଅଭିନେତା ପ୍ରଭାସ ନିଜର ଅପ୍‌ କମିଂ ଫିଲ୍ମ ଶାହୋର ସୁଟିଙ୍ଗରେ ଏବେ ବ୍ୟସ୍ତ ରହିଛନ୍ତି। ଏହି ସମୟରେ ତାଙ୍କର ଏକ ଅଜବ ଡିମାଣ୍ଡ ଶୁଣିବାକୁ ମିଳିଛି। 

ସାରାଙ୍କ ପ୍ରଶଂସା ରେ ସୁଶାନ୍ତ

ସାରାଙ୍କ ପ୍ରଶଂସା ରେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତ ଏବଂ ସାରା ଅଲ୍ଲୀ ଖଁ। ଯୋଡିକୁ ଦେଖିବାକୁ ମିଳିଥିଲା ନିକଟରେ ରିଲିଜ ହୋଇଥିବା ‘କେଦାରନାଥ’ରେ। ଫିଲ୍ମଟି ଆଭରେଜ ବିଜନେସ କରିଥିଲା।

୧୬ବର୍ଷ ପରେ

୧୬ବର୍ଷ ପରେ

ଶାହୀଦ କପୁରଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ୧୬ବର୍ଷ ପରେ ତାଙ୍କର ଏକ ଆଶା ପୂରଣ ହୋଇଛି। ୨୦୦୩ରେ ସେ ଆରମ୍ଭ କରିଥିଲେ ନିଜର ବଲିଉଡ୍‌ କ୍ୟାରିୟର।

ଅଭିନୟ ନିଶାରେ ଜଗା

ଅଭିନୟ ନିଶାରେ ଜଗା

ଗାୟକ ଭାବେ ଆରମ୍ଭ ହୋଇଥିଲା ତାଙ୍କର ଜଲିଉଡ୍‌ କ୍ୟାରିୟର।   ବର୍ତ୍ତମାନ ଗୌରୀ ଗଣନାଟ୍ୟରେ ସେ ନିଜର ଅଭିନୟ ଜାରି ରଖିଛନ୍ତି। ସେ ହେଲେ ଜଗବନ୍ଧୁ ପଣ୍ଡା ଓରଫ ଜଗା।

ଆଶାରେ ଅମ୍ରିତା

ଆଶାରେ ଅମ୍ରିତା

ବେଳେବେଳେ ଜଣେ ଯାହା ଚାହିଁଥାଏ ତାହା ହାତପାହାନ୍ତାରେ ମିଳିଯାଇଥାଏ। ଦେଖୁନାହାନ୍ତି, ଓଡ଼ିଆ ସିନେମାର ଅଭିନୟ କରିବା ପାଇଁ ସେ ଆଶା ବାନ୍ଧି ବସିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା