ରାଜ୍ୟ |

୧୫ରେ ମୋଦିଙ୍କ ବଲାଙ୍ଗୀର ଗସ୍ତ: ଲୋକାର୍ପଣ ହେବ ୧୫୫୦ କୋଟି ଟଙ୍କାର ପ୍ରକଳ୍ପ

୧୫ରେ ମୋଦିଙ୍କ ବଲାଙ୍ଗୀର ଗସ୍ତ: ଲୋକାର୍ପଣ ହେବ ୧୫୫୦ କୋଟି ଟଙ୍କାର ପ୍ରକଳ୍ପ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୫ ତାରିଖରେ ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ବଲାଙ୍ଗୀରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ୧୫୫୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଥିମଧ୍ୟରେ ସୋନପୁରଠାରେ ୧୫.୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ସେହିଭଳି ଝାରସୁଗୁଡ଼ାରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ (୧୦୦ କୋଟି ଟଙ୍କା) ଲୋକାର୍ପଣ ହେବାକୁ ଥିବାବେଳେ ୧୧୫ କୋଟି ଟଙ୍କାରେ ନିର୍ମିତ ବଲାଙ୍ଗୀର-ବିଛୁପାଲି ନୂଆ ରେଳଲାଇନରେ ଗଡ଼ିବ ଟ୍ରେନ। ଏହି ନୂତନ ଟ୍ରେନ ଚଳାଚଳକୁ ମୋଦି ଶୁଭାରମ୍ଭ କରିବେ ବୋଲି ଭୁବନେଶ୍ୱରର ରେଳ ସଦନଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏହାବାଦ୍‌ ୧୦୮୫ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା-ବିଜୟନଗରମ ଓ ସମ୍ବଲପୁର-ଅନୁଗୋଳ ମଧ୍ୟରେ ମୋଟ୍‌ ୮୧୩ କିମି ରେଳଲାଇନର ବିଦ୍ୟୁତୀକରଣ କାର୍ଯ୍ୟ, ୧୮୯.୩୨ କୋଟି ଟଙ୍କା ବିନିଯୋଗରେ ବରପାଲି-ଡୁଙ୍ଗୁରିପାଲି ଏବଂ ବଲାଙ୍ଗୀର-ଦେଓଗାଁ ରୋଡ୍‌ର ୩୧.୫୬ କିମି ରେଳ ଟ୍ରାକ୍‌ର ଦୋହରୀକରଣ,  ରାୟଗଡା ଥେରୁବାଲି-ସିଙ୍ଗାପୁର ରେଳଷ୍ଟେଶନ ବ୍ରିଜ ୫୮୮ ମଧ୍ୟ ଏହି ଅବସରରେ ଲୋକାର୍ପଣ ହେବ।  ସେହିପରି ବୌଦ୍ଧ ଜିଲାର ଗନ୍ଧରଡ଼ିସ୍ଥିତ ନୀଳମାଧବ ଏବଂ ସିଦ୍ଧେଶ୍ୱର ମନ୍ଦିର, ବଲାଙ୍ଗୀର ଜିଲାର ରାଣୀପୁର ଝରିଆଲ କୀର୍ତ୍ତିରାଜି ସମୂହ, ବୌଦ୍ଧ ଜିଲାର ପଶ୍ଚିମ ସୋମନାଥ ମନ୍ଦିରର ପୁନରୁଦ୍ଧାର ତଥା ଉନ୍ନତୀକରଣ, କଳାହାଣ୍ଡିର ଅସୁରଗଡ଼ ଦୁର୍ଗର ଉନ୍ନତୀକରଣ କାର୍ଯ୍ୟ ଏବଂ ରାଜ୍ୟରେ ୬  ଡାକଘରେ ପାସ୍‌ପୋର୍ଟ ସେବାକେନ୍ଦ୍ରକୁ ମୋଦି ଶୁଭାରମ୍ଭ କରିବେ ବୋଲି ସୂଚନା ରହିଛି। ଏହା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କନ୍ଧମାଳ, ବରଗଡ଼, ବଲାଙ୍ଗୀର ଜିଲା ସ୍ଥାନିତ ହୋଇଛି। କାର୍ଯ୍ୟକ୍ରମ ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ  ସର୍ବେକ୍ଷଣ(ଏଏସ୍‌ଆଇ) ସଂସ୍ଥାର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ  ରାଜୀବ ଦ୍ୱିବେଦୀ, କଳିଙ୍ଗ ବିଦ୍ୟାଳୟ ସଙ୍ଗଠନର ଡେପୁଟି କମିଶନର ଏଭିଏଲ୍‌ ଜଗନ୍ନାଥ ରାଓ, ପୂର୍ବତଟ ରେଳପଥର ଚିଫ୍‌ ଆର୍‌ପିଓ ଜେ.ପି. ମିଶ୍ର, ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଥାଉ କି, ୧ ମାସ ମଧ୍ୟରେ ମୋଦିଙ୍କର ଏହା ତୃତୀୟ ଗସ୍ତ। ସେ ଡିସେମ୍ବର ୨୪ରେ ଖୋର୍ଦ୍ଧା ଏବଂ ଜାନୁୟାରୀ ୫ରେ ବାରିପଦା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

All Right Reserved By

ରାଜ୍ୟ |

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିିକ ଖାତା ମୂଲ୍ୟାୟନ : କେନ୍ଦ୍ରାପଡାରେ ୨ଟି କେନ୍ଦ୍ର

କେନ୍ଦ୍ରାପଡା ଅଫିସ, ୨୩ା୩- ମାର୍ଚ୍ଚ ୮ରେ ଚଳିତ ଶିକ୍ଷାବର୍ଷର ମ୍ୟାଟ୍ରିକ ପରୀକ୍ଷା ଶେଷ ହୋଇଥିଲା ା ଏହି ପରୀକ୍ଷାର  ଖାତା ମୂଲ୍ୟାୟନ ପାଇଁ ମାର୍ଚ୍ଚ୨୫ ତାରିଖ ଧାର୍ଯ୍ୟ ହୋଇଛି।  

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ରେଙ୍ଗାଲି, ୨୩।୩ (ଡି.ଏନ.ଏ):ସମ୍ବଲପୁର ଜିଲା ଠେଲକଲୋଇ ଥାନା ଅନ୍ତର୍ଗତ ଖେରୁଆଲ ଭେଡେନ ନଦୀରେ ଶୁକ୍ରବାର ତିନିଟି ଜୀବନ ଚାଲି ଯାଇଛି।

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

କଂଗ୍ରେସ ଟିକେଟରେ ଲଢ଼ିବାକୁ ମନାକଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୩।୩:୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିରାଶ ଟିକେଟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଖୋଲାଖୋଲି ବିଦ୍ରୋହର ରୂପ ନେଉଛି। 

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

କଟକ ଅଫିସ,୨୩।୩- ୨୦ ବର୍ଷ ପରେ ଏମ୍‌ବିବିଏସ ପାଠ୍ୟସୂଚୀରେ ପରିବର୍ତ୍ତନ ଅଣାଯିବ। ୧୯୯୭ ମସିହାରୁ ପ୍ରଚଳିତ ପାଠ୍ୟସୂଚୀ ଅନୁଯାୟୀ ଡାକ୍ତରୀ ଛାତ୍ରୀଛାତ୍ରମାନେ ପାଠ ପଢୁଥିଲେ।

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

ଶହୀଦଙ୍କ ଉଦ୍ଦେଶ୍ୟରେ ହୋଲି ବର୍ଜନ କଲେ କ୍ଲବ ସଦସ୍ୟ

କୋଲାବିରା,୨୩।୩(ଡି.ଏନ୍‌.ଏ.):ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ସମାସିଂହାସ୍ଥିତ ସୁପର କ୍ଲବ ସଦସ୍ୟମାନେ ହୋଲି ବର୍ଜନ କରିଛନ୍ତି।

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟର ୫ଗିରଫ

ବଲାଙ୍ଗୀର ଅଫିସ,୨୩।୩- ବଲାଙ୍ଗୀର ଟାଉନ ଥାନା ପୋଲିସ ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରାଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ର଼୍ୟାକେଟ୍‌ରେ ସକ୍ରିୟ ଥିବା ୫ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ା ଗିରଫ ବ୍ୟକ୍ତିମାନେ ହେଲେ ବଲାଙ୍ଗୀର ବରପାଲିପଡାର ଅଜିତ୍‌ କୁମାର ନନ୍ଦ (୨୭), ସୁଦପଡାର ଅଭିଷେକ୍‌ ଦୋରା (୨୮), ସାଲେପାଲିର ଗୁଟୁ ପାଣ୍ଡେ ଓରଫ୍‌ ଧୃବ ପାଣ୍ଡେ (୩୨), ସଦର ଥାନା ଅନ୍ତର୍ଗତ କୁଶମେଲ ଗଁାର ନାରାୟଣ ମଲ୍ଲିକ (୨୩) ଓ ତେଲିଗୋଠପଡାର ସୁବାସିଂ ମେହେର (୪୩)। 

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଜଟଣୀ,୨୩ା୩(ଡି.ଏନ.ଏ): ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଛକରେ ଦୁଇ ମହିଳାଙ୍କ ଉପରେ ଶୁକ୍ରବାର ତଥା ହୋଲିରେ କେତେଜଣ ଯୁବକ ମାରଧର କରିବା ସହ ଅସଦାଚରଣ କରିବା ଘଟଣାକୁ ନେଇ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଖୋର୍ଦ୍ଧା ଅଫିସ,୨୩।୩:ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରୁ ଶନିବାର ପୂର୍ବାହ୍ନରେ ମିଳିଥିବା ଅଜଣା ଯୁବକଙ୍କ ମୃତଦେହର ପରିଚୟ ମିଳିଛି। 

ଟ୍ରେନ ଧକ୍କାରେ ହରିଣ ମୃତ

ଟ୍ରେନ ଧକ୍କାରେ ହରିଣ ମୃତ

ରଘୁନାଥପୁର, ୨୩। ୩( ଡି.ଏନ.ଏ.)-  ରଘୁନାଥପୁର ବ୍ଲକ ଧଳତଙ୍ଗଗଡ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ଟ୍ରେନ୍‌ ଧକ୍କାରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ଘଟିଛି। 

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର, ୨୩ା୩(ବ୍ୟୁରୋ)- ଆସନ୍ତା ୨ ତାରିଖରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ଟାରୁ ସ୍କୁଲ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ ୧୦ଟାରେ ଶେଷ ହେବ। 

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ:କେନ୍ଦ୍ର ସରକାରଙ୍କୁ ବିଜେଡିର ସମାଲୋଚନା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)-  ବଡ଼ଚଣା ଯୁବ ଓ ଛାତ୍ର ବିଜେଡି ତରଫରୁ ତରଫରୁ ଗୁରୁବାର ଚଣ୍ଡିଖୋଲ ଛକଠାରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

କାଳିଆ ଯୋଜନା ଅର୍ଥ ନ ମିଳିବା ପ୍ରତିବାଦ: ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.)- ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଥିଲା ବେଳେ ଏହା ଲୋକଙ୍କ ନିକଟରେ ପହଞ୍ଚିପାରୁନାହଁି। ସେହିପରି ଚାଷୀଙ୍କ ଉନ୍ନତି ତଥା ଆର୍ଥତ୍କ ସହାୟତା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିବା ବେଳେ ଏଥିରୁ ବହୁ ଚାଷୀ ବଞ୍ଚିତ ହୋଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା