ମେଟ୍ରୋ | ଉପକୂଳ ଓଡିଶା

କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଘାଟିକିଆ ବିଜୟୀ

କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ:  ଉଦ୍‌ଘାଟନୀ ମ୍ୟାଚ୍‌ରେ ଘାଟିକିଆ ବିଜୟୀ

ନିରାକାରପୁର,୧୨ା୧(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ସ୍ଥିତ ଖେଳପଡିଆରେଠାରେ ୯ମ କୃ୍‌ଷ୍ଣ ଚନ୍ଦ୍ର ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଘାଟିତ ହୋଇ୍‌ଯାଇଛି । ନିରାକାରପୁର ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଉଦ୍‌ଘାଟନୀ ପତାକା ଉତ୍ତୋଳନ କରି ଖେଳ ଶୁଭାରମ୍ଭ କରିଥିଲେ । ରାମେଶ୍ୱର କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ମ୍ୟାଚ୍‌ ବଜରଙ୍ଗୀ ସ୍ପୋଟର୍‌ସ କ୍ଲବ୍‌ (ଘାଟିକିଆ) ଓ ଯଦୁମଣି ସ୍ପୋଟର୍‌ସ କ୍ଲବ୍‌ (ଇଟାମାଟି) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧରେ ଘାଟିକିଆ ଗୋଟିଏ ଗୋଲ୍‌ ମାରିଥିବା ବେଳେ ଇଟାମାଟି ଜବାବରେ ୦/୧ ଗୋଲ୍‌ରେ ପରାସ୍ତ ହୋଇଛି ା ଅବିନାଶ ପଟ୍ଟନାୟକ, ବିପିନ କୁମାର ସାମନ୍ତରାୟ, ଶରତ ଚନ୍ଦ୍ର ଛୋଟରାୟ ଓ ହୃଦାନନ୍ଦ ମହତରାୟ ପ୍ରମୁଖ ଖେଳ ପରିଚାଳନା କରିଥିଲେ ା ଶିକ୍ଷାବିତ୍‌ ବୀରବର ରଥ, ନବଜାଗରଣ ମହାମେଣ୍ଟର ସଭାପତି ବିପିନ କୁମାର ଜୟସିଂହ,ସାମାଜିକ କର୍ମୀ ସୂଯର୍‌ୟମଣୀ ମହାନ୍ତି, ସଖା କ୍ରୀଡା ସଂସଦର ସମ୍ପାଦକ ଭାଗୀରଥି ପ୍ରଧାନ, ଖବରଦାତା ଉମେଶ ପଟ୍ଟନାୟକ, ମାନସ ଚନ୍ଦ୍ର ପଟ୍ଟନାୟକ, ଲଛମନ ନାୟକ, ରାମେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ମହାପାତ୍ର,ସାମାଜିକ କର୍ମୀ ରଞ୍ଜିତ୍‌ ଜଗଦେବ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶନିବାର ମା’ ବାଉତି ସ୍ପୋଟର୍‌ସ କ୍ଲବ୍‌(ଜଟଣୀ) ଓ ନୀତି ଫୁଟ୍‌ବଲ ଏକାଡେମୀ (ପୁରୀ) ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆବାହକ ଇଂ. ବିଶ୍ୱମୋହନ ପଟ୍ଟନାୟକ ଓ ସମ୍ପାଦକ ବୀରେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି ।


All Right Reserved By

ମେଟ୍ରୋ | ଉପକୂଳ ଓଡିଶା

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରଣୟ ସାହୁ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମଙ୍ଗଳବାର ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ସୋମବାର ପ୍ରଣୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ଜାହାନିଆଁ ବେଳାଭୂମିରେ ଲାଗିଲା ସତର୍କ ସୂଚନା ପୋଷ୍ଟର

ଜାହାନିଆଁ ବେଳାଭୂମିରେ ଲାଗିଲା ସତର୍କ ସୂଚନା ପୋଷ୍ଟର

କାକଟପୁର, ୨୨।୧(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ପର୍ଯ୍ୟଟନସ୍ଥଳୀ ଜାହାନିଆଁ ପୀର ବେଳାଭୂମିରେ ଗତ ରବିବାର ସମୁଦ୍ରରେ ବୁଡ଼ି ୩ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇପଡ଼ିଛି। ଜାହାନିଆଁ ବେଳାଭୂମିରେ ଲଗାଯାଇଛି ସତର୍କ ସୂଚନା ପୋଷ୍ଟର। ଛୁରିଅନା ପଞ୍ଚାୟତ ପକ୍ଷରୁ ଏହି ସତର୍କ ସୂଚନା ପୋଷ୍ଟର ଲଗାଯାଇଥିବା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ କହିଛନ୍ତି। 

ଇଣ୍ଡିଆନ ଅଏଲ୍‌ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ: ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆନ ଅଏଲ୍‌ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ଭଦ୍ରକଠାରେ ଇଣ୍ଡିଆନ୍‌ ଅଏଲ ତରଫରୁ ପ୍ରସ୍ତାବିତ ବୟନ ଓ ବସ୍ତଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସରକାର ଅନୁମତି ଦେଇ ନାହାନ୍ତି। ଏଥିପାଇଁ ଆବଶ୍ୟକୀୟ ଜମି ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ପତ୍ରରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆବଶ୍ୟକୀୟ ୭୫ ଏକର ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। 

ପୁରୀରେ କଂସ ମହାରାଜ

ପୁରୀରେ କଂସ ମହାରାଜ

ପୁରୀ ଅଫିସ,୨୨।୧: ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ସୋମବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀରେ ପହଞ୍ଚିଛନ୍ତି।

ଶିଶୁକୁ ଝୁଣି ମାରିଲେ କୁକୁର

ଶିଶୁକୁ ଝୁଣି ମାରିଲେ କୁକୁର

ବାରିପଦା ଅଫିସ,୨୨।୧: କୁକୁର ପଲଙ୍କ ଆକ୍ରମଣର ଶିକାର ହୋଇ ଜଣେ ୭ ବର୍ଷର ଶିଶୁଙ୍କ ସୋମବାର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଏହି ଘଟଣା ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ। ସେ ଏକୁଟିଆ ସ୍କୁଲ ଯାଉଥିବାବେଳେ କାମୁଡ଼ା କୁକୁରଙ୍କ ହାବୁଡରେ ପଡିଯାଇଥିବା ଜଣାପଡିଛି। 

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ପାଟକୁରା, ୨୨।୧ (ଡି.ଏନ୍‌.ଏ.): କନ୍ଧମାଳ ଓ ଢେଙ୍କାନାଳରେ ନାବାଳିକା ମା’ ହେବା ପରେ ରାଜ୍ୟରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କେନ୍ଦ୍ରାପଡ଼ା ଜିଲାରେ ସମାନ ଏକ ଘଟଣା ନଜରକୁ ଆସିଛି। 

ଭାଜପା ମହିଳା ମୋର୍ଚ୍ଚାର ଲାଲଚୁଡ଼ି ପ୍ରତିବାଦ: ସଚିବାଳୟ ଗେଟ୍‌ରେ ବାନ୍ଧିଲେ ଚୁଡ଼ି

ଭାଜପା ମହିଳା ମୋର୍ଚ୍ଚାର ଲାଲଚୁଡ଼ି ପ୍ରତିବାଦ: ସଚିବାଳୟ ଗେଟ୍‌ରେ ବାନ୍ଧିଲେ ଚୁଡ଼ି

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ରାଜ୍ୟରେ ମହିଳାଙ୍କ ଉପରେ ବଢ଼ୁଛି ନିର୍ଯାତନା। ଶିଶୁକନ୍ୟାଠାରୁ ଆରମ୍ଭ କରି ନାବାଳିକା, ଯୁବତୀ, ମହିଳାମାନେ ବଳାତ୍କାର ଓ ହତ୍ୟାର ଶିକାର ହେଉଛନ୍ତି।

ସ୍କୁଲ୍‌ ମାଲିକାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସ୍କୁଲ୍‌ ମାଲିକାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆ ସାହି ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ପୋଲିସ ଉଦ୍ଧାର କରିଛି। ମହିଳା ଜଣକ ହେଲେ ତ୍ରିନାଥ ବେହେରାଙ୍କ ସ୍ତ୍ରୀ ଯଶୋବନ୍ତୀ (୪୩)। ଯଶୋବନ୍ତୀ ମହାବୀର ନଗରରେ ଏକ ଘରୋଇ ସ୍କୁଲ୍‌ ଖୋଲି ନିଜେ ପଢ଼ାଉଥିଲେ।

ଏଏସ୍‌ଓ ପରୀକ୍ଷାରୁ ଦିବ୍ୟାଙ୍ଗ ବଞ୍ଚତ୍ତ ହେବା ଘଟଣା: ପୁନଃ ପରୀକ୍ଷା ସୁଯୋଗ ଦାବିରେ ବିକ୍ଷୋଭ

ଏଏସ୍‌ଓ ପରୀକ୍ଷାରୁ ଦିବ୍ୟାଙ୍ଗ ବଞ୍ଚତ୍ତ ହେବା ଘଟଣା: ପୁନଃ ପରୀକ୍ଷା ସୁଯୋଗ ଦାବିରେ ବିକ୍ଷୋଭ

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ରବିବାର ରାଜ୍ୟର ୪୮୪ କେନ୍ଦ୍ରରେ ପ୍ରାୟ ୯୦ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଏଏସ୍‌ଓ (ଆସିଷ୍ଟାଣ୍ଟ୍‌ ସେକ୍ସନ ଅଫିସର) ପରୀକ୍ଷା ଦେଇଛନ୍ତି। ତେବେ ଏହି ପରୀକ୍ଷାରେ ନାନା ବିଭ୍ରାଟ ହୋଇଥିବା ଅଭିଯୋଗ ଆଣିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ଦିବ୍ୟାଙ୍ଗ ପରୀକ୍ଷାର୍ଥତ୍ ସାଙ୍ଗରେ ସ୍କ୍ରାଇବ ନେବାର ନିୟମ ଥିଲେ ମଧ୍ୟ ଓପିଏସ୍‌ସି ଅନୁମତି ମିଳି ନ ଥିଲା। 

‘ହେଲ୍‌ଥ ମେଡିକନ୍‌’ ଉଦ୍‌ଘାଟିତ: ଭାରତୀୟ ଚିକିତ୍ସା ଉପରେ ବ୍ୟାପକ ଗବେଷଣା ହେଉ

‘ହେଲ୍‌ଥ ମେଡିକନ୍‌’ ଉଦ୍‌ଘାଟିତ: ଭାରତୀୟ ଚିକିତ୍ସା ଉପରେ ବ୍ୟାପକ ଗବେଷଣା ହେଉ

ଭୁବନେଶ୍ୱର, ୨୨।୧ (ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଠାରେ ସୋମବାର ପ୍ରଥମ ଆନ୍ତର୍ଜାତିକ ସ୍ବାସ୍ଥ୍ୟ ସମ୍ମିଳନୀ ‘ହେଲ୍‌ଥ ମେଡିକନ୍‌-୨୦୧୯’ ଉଦ୍‌ଘାଟିତ ହୋଇଛି। ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି (ଆଇପିଏସ୍‌) ଏବଂ ଓୟୁଏଟି ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦ୍‌ଘାଟନ କରିଛନ୍ତି। 

ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ସଂଖ୍ୟା ବଢ଼ାଇବ ପୂର୍ବତଟ ରେଳପଥ

ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ସଂଖ୍ୟା ବଢ଼ାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୨।୧(ବ୍ୟୁରୋ)-ମହିଳା ଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ଟ୍ରେନ୍‌ଗୁଡ଼ିକରେ ଅଧିକ ସଂଖ୍ୟକ ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ମହିଳାଙ୍କ ଚାହିଦା ଓ ହୀରାଖଣ୍ଡ ଏକ୍ସପ୍ରେସରେ ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ପ୍ରତି ସେମାନଙ୍କ ସକାରାତ୍ମକ ଅନୁଭୂତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ମହୋଦଧି ଆଳତିର ଦ୍ୱାଦଶ ବାର୍ଷିକୋତ୍ସବ:ରାମଲାଲା ତମ୍ବୁରେ ରହିବା ଦେଶ ପାଇଁ ଦୁର୍ଭାଗ୍ୟଜନକ

ମହୋଦଧି ଆଳତିର ଦ୍ୱାଦଶ ବାର୍ଷିକୋତ୍ସବ:ରାମଲାଲା ତମ୍ବୁରେ ରହିବା ଦେଶ ପାଇଁ ଦୁର୍ଭାଗ୍ୟଜନକ

ପୁରୀ ଅଫିସ,୨୨ା୧: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ତମ୍ବୁରେ ରହିଛନ୍ତି। ଏହା ହିନ୍ଦୁ ଜାତି ଲାଗି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାମରାଜ୍ୟର ସ୍ବପ୍ନ ଦେଖାଇ କେନ୍ଦ୍ରକୁ ଆସିଥିବା ମୋଦି ସରକାର ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ନିଜ ମତ ସ୍ପଷ୍ଟ କରନ୍ତୁ।