ରାଜ୍ୟ |

ଦଇତାପତି ନିଯୋଗ ଦୁଇ ଫାଳ: ଖୁବ୍‌ ଶୀଘ୍ର ହୋଇପାରେ ନିର୍ବାଚନ

ଦଇତାପତି ନିଯୋଗ ଦୁଇ ଫାଳ: ଖୁବ୍‌ ଶୀଘ୍ର ହୋଇପାରେ ନିର୍ବାଚନ

ପୁରୀ ଅଫିସ,୧୨।୧: ଦଇତାପତି ନିଯୋଗ ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। କ୍ଷମତା ହାତେଇବାକୁ ନେଇ ନିଯୋଗ ଏବେ ଦୁଇଫାଳ ହୋଇଛି। ଗୋଟିଏ ଗୋଷ୍ଠୀ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ମୁତାବକ ନିର୍ବାଚନ କରିବାକୁ ଅଡ଼ି ବସିଥିବା ବେଳେ କ୍ଷମତାସୀନ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି। ଏନେଇ ଶୁକ୍ରବାର ନିଯୋଗର ଦୁଇଗୋଷ୍ଠୀଙ୍କ ସମାନ୍ତରାଳ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଗୋଟିଏ ଗୋଷ୍ଠୀ ଶ୍ରୀମନ୍ଦିର ଭିତରେ ଏକାଠି ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ରାଧାବଲ୍ଲଭ ମଠରେ ବସି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିଥିବା ସୂଚନା ମିଳିଛି। ନିର୍ବାଚନ ସପକ୍ଷରେ ଥିବା ଗୋଷ୍ଠୀଙ୍କ ସଂଖ୍ୟା ଗରିଷ୍ଠତା ଥିବାରୁ ଦଇତାପତି ନିଯୋଗ ନିର୍ବାଚନ ହେବା ନିଶ୍ଚିତ ବୋଲି କୁହାଯାଉଛି। ଏ ନେଇ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ କରାଯାଇ ଖୁବ୍‌ଶୀଘ୍ର ନିର୍ବାଚନ ହେବ ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି।

କିଛିଦିନ ପୂର୍ବରୁ ଗୋଟିଏ ଗୋଷ୍ଠୀ ଦସ୍ତଖତ ଅଭିଯାନ ଚଳାଇଥିଲେ। ସେମାନେ ନିଯୋଗ ସଭ୍ୟଙ୍କଠାରୁ ଦସ୍ତଖତ ସଂଗ୍ରହ କରିଥିଲେ।  ଏହି ଦସ୍ତଖତ ଅଭିଯାନ ପଛରେ ରହିଥିଲା ନିଯୋଗର ସାନି ନିର୍ବାଚନ ପ୍ରସ୍ତାବ। ପରେ ଏହି ଦସ୍ତଖତକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଥିଲା। ମନ୍ଦିର ପ୍ରଶାସନ ଏହା ଉପରେ ନିଯୋଗର ସ୍ଥାୟୀ ସଭାପତିଙ୍କ ମତାମତ ଲୋଡିଥିଲା। ଅନ୍ୟପକ୍ଷରେ ନିଯୋଗର ନିର୍ବାଚିତ ପ୍ରତିନିଧି ଏହାକୁ ବିରୋଧ କରିଥିଲେ। ନିଯୋଗର କାର୍ଯ୍ୟକାଳ ପୂରି ନ ଥିବାବେଳେ କାହିଁକି ନିର୍ବାଚନ ପ୍ରସଙ୍ଗ ଉଠୁଛି ବୋଲି ସେମାନେ ଅଭିଯୋଗ ବାଢିଥିଲେ। ମନ୍ଦିର ଭିତରେ ବସିଥିବା ବୈଠକରେ ବହୁ ସଂଖ୍ୟାରେ ସଦସ୍ୟ ଉପସ୍ଥିତ ଥିବା ବେଳେ ଏ ନେଇ ସିଂହଦ୍ୱାର ଥାନାକୁ ଅବଗତ କରାଯାଇଥିବା ଆଇଆଇସି ଶ୍ରବଣ କୁମାର ମହାରଣା କହିଛନ୍ତି। 

All Right Reserved By

ରାଜ୍ୟ |

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡା ଅଫିସ୍‌/ମାର୍ଶାଘାଇ,  ୨୪।୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର। ସ୍ଥିତି ଅଣାୟତ ହେବାରୁ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ସକାଳ ୮ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି

ମାରୁତି-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ମାରୁତି-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ଦିଗପହଣ୍ଡି/ପାଟପୁର,୨୪।୧(ଡି.ଏନ୍‌.ଏ.): ଦିଗପହଣ୍ଡି-ପାଟପୁର ମୁଖ୍ୟରାସ୍ତାର ଆଙ୍କୋରଡ଼ା ଗ୍ରାମଛକ ନିକଟରେ ଗୁରୁବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ ଦୁର୍ଘଟଣା ଘଟିଛି। ଏକ ମାରୁତି ସହ ଏକ ଯାତ୍ରୀବାହୀ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ବଲାଙ୍ଗୀର ଅଫିସ, ୨୪ା୧- ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଭାଜପା କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୨୪ା୧ (ଡି.ଏନ୍‌.ଏ.)- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଆପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ଗୁରୁବାର ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। 

ଡାକ୍ତଖାନାରେ ସର୍ଟ ସର୍କିଟ ଯୋଗୁ ନିଆଁ

ଡାକ୍ତଖାନାରେ ସର୍ଟ ସର୍କିଟ ଯୋଗୁ ନିଆଁ

କେନ୍ଦୁଝର, ୨୪।୧(ସ୍ବ.ପ୍ର)- କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡ ନିକଟ ମାଇନର ଅପରେଶନ ଥିଏଟରରେ ସର୍ଟ ସର୍କିଟ ଯୋଗୁ ହଠାତ ନିଆଁ ଲାଗିଯାଇଥିଲା।

ପୁଣି ଅଶାନ୍ତ କେନ୍ଦ୍ରାପଡା

ପୁଣି ଅଶାନ୍ତ କେନ୍ଦ୍ରାପଡା

କେନ୍ଦ୍ରାପଡା ଅଫିସ୍‌, ୨୪।୧: କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର।

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ଆଳି,୨୪।୧(ଡି.ଏନ୍‌.ଏ.): ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରି ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁୁରୁବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। 

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ ସଦର,୨୪।୧(ଡି.ଏନ୍‌.ଏ.): କଟକ-ପାରାଦୀପ ରେଳପଥର କନ୍ଦରପୁର ଷ୍ଟେଶନରେ ଗୁରୁବାର ସକାଳେ ଯାତ୍ରୀବାହୀ ଟ୍ରେନ ଚଳାଚଳରେ ବିଳମ୍ବକୁ ନେଇ ଯାତ୍ରୀମାନେ ଷ୍ଟେଶନମାଷ୍ଟର ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କୁ ମାଡ଼ ମାରି ଆହତ କରିଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। 

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ଟ୍ରାଫିକ୍‌ ସଚେତନ କରାଇଲେ ଯମ

ଟ୍ରାଫିକ୍‌ ସଚେତନ କରାଇଲେ ଯମ

କେନ୍ଦୁଝର, ୨୪।୧(ସ୍ବ.ପ୍ର.): ଟ୍ରାଫିକ୍‌ ସୁରକ୍ଷା, ଜୀବନ ରକ୍ଷା। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଯମ ଦରବାର ଆୟୋଜନ କରାଯାଇଥିଲା। 

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୨୪।୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ କାକଟପୁରକୁ ଆସିଥାଆନ୍ତି। ପର୍ଯ୍ୟଟନ ଋତୁ ବିଶେଷକରି ଚୈତ୍ର ମାସରେ ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରା ଓ ଦଶହରାର ପାର୍ବଣ ପୂଜା ସମୟରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ସମାଗମ ହୋଇଥାଏ।