ବାଲେଶ୍ୱର

ଲୋକ ପ୍ରତିନିଧିଙ୍କୁ ଅଣଦେଖା

ଲୋକ ପ୍ରତିନିଧିଙ୍କୁ ଅଣଦେଖା

କେନ୍ଦୁଝର, ୧୨ା୧(ସ୍ବ.ପ୍ର.): ସଦର ବ୍ଲକ ମଇଦାନକେଲ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଚି। ଏ ନେଇ ଓ୍ବାର୍ଡ କେତେକ ସଭ୍ୟ ଶୁକ୍ରବାର ଡିଆରଡିଏ ପ୍ରକଳ୍ପ ପ୍ରଶାସକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରି ବିଭିନ୍ନ ସ୍କିମ ଓ କାମ ବିଷୟରେ ଅବଗତ କରୁ ନ ଥିବା ଅଭିଯୋଗ ହୋଇଛି। ପ୍ରତି ମାସ ବୈଠକ ନ କରି ୩ରୁ ୪ ମାସରେ ଥରେ ବୈଠକ ହେଉଛି। ରିଜଲ୍ୟୁଶନ ବହିରେ କିଛି ଲେଖା ନ ଯାଇ ସଦସ୍ୟଙ୍କୁ ଦସ୍ତଖତ କରିବାକୁ କୁହାଯାଉଛି। ଦସ୍ତଖତ ନ କଲେ ଧମକଚମକ ଦିଆଯାଉଛି। ବିଭିନ୍ନ ସରକାରୀ ଯୋଜନା ଓ ଅନୁଦାନ ସମ୍ପର୍କରେ ସଦସ୍ୟଙ୍କୁ ଅବଗତ କରାଯାଉନି। ସରକାରୀ ଚିଠି ସମ୍ପର୍କରେ ସମସ୍ତଙ୍କୁ ଜଣାଯାଉନି। ପଞ୍ଚାୟତର କେତେକ ମୁଷ୍ଟିମେୟ ଯୁବକଙ୍କ ଜରିଆରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମଗ୍ରୀ ବଣ୍ଟନ କରାଯାଉଛି। ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଆସୁଛି ବୋଲି ମମତା ମହାପାତ୍ର, ଦୌପଦୀ ମହାନ୍ତ, ମୀନାକ୍ଷୀ ମୁଣ୍ଡା, ପ୍ରତାପ ନାଏକ, ମୁଳା ପାତ୍ର, ମିନାଖି ମହାନ୍ତ, ଗଙ୍ଗାଧର ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏକ ଅଭିଯୋଗ ପତ୍ରର କପି ସରକାରଙ୍କ ପଞ୍ଚାୟତରାଜ ବିଭାଗକୁ ପ୍ରଦାନ କରାଯାଇଛି। 

ପ୍ରକଳ୍ପ ଚୟନ ସମ୍ବନ୍ଧରେ ସୂଚନା ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ଗୃହ ସାଜସଜା କରାଯାଉଥିଲେ ହେଁ କେଉଁ ଫଣ୍ଡରୁ ଖର୍ଚ୍ଚ ହେଉଛି ଏବଂ କେତେ ଖର୍ଚ୍ଚ ହେଉଛି ତାହାର ସୂଚନା ଦିଆଯାଉନି। ଏ ନେଇ ଜବାବ ମାଗିଲେ ଅସଦାଚରଣ କରାଯାଉଥିବା ଅଭିଯୋଗ ହୋଇଛି। ଯୋଗ୍ୟ ବିଧବା ଓ ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ମିଳୁନି। ଓ୍ବାର୍ଡମେମ୍ବରଙ୍କୁ ନ ପଚାରି ହିତାଧିକାରୀ ଚିହ୍ନଟ କରାଯାଇଛି। ପକ୍କା ଘର ଓ ପିଏମଏଜିଓ୍ବାଇ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି। ଏ ନେଇ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ ମହାନ୍ତଙ୍କୁ ପଚାରିବାରୁ କୌଣସି ଅବହେଳା ବା ଅଣଦେଖା କରାଯାଇନି। ଦୁର୍ନୀତି ହୋଇଥିଲେ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି


All Right Reserved By

ବାଲେଶ୍ୱର

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ଟ୍ରଲର ଧକ୍କାରେ ଶିକ୍ଷୟତ୍ରୀ ମୃତ

ଟ୍ରଲର ଧକ୍କାରେ ଶିକ୍ଷୟତ୍ରୀ ମୃତ

କେନ୍ଦୁଝର, ୧୯।୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟି ନିକଟରେ ଟ୍ରଲର ଧକ୍କା ଦେବାରୁ ଜଣେ ଶିକ୍ଷୟତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୌସୁମୀ ଦାସ ଅଧିକାରୀ ବୋଲି ଜଣାପଡ଼ିଛି। 

ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ: ଯୋଗଦେଲେ ରାଜ୍ୟପାଳ

ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ: ଯୋଗଦେଲେ ରାଜ୍ୟପାଳ

ବାହାନଗା,୧୯।୨ (ଡି. ଏନ. ଏ.): ବାଲେଶ୍ୱର ଜିଲାର ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଉତ୍ସବରେ ଓଡିଶାର ରାଜ୍ୟପାଳ ଗଣେଶି ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

ବାବା ଲୋକନାଥଙ୍କ ୭୩ତମ ଅଗ୍ନିଉତ୍ସବ: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବାବା ଲୋକନାଥଙ୍କ ୭୩ତମ ଅଗ୍ନିଉତ୍ସବ: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ ଅଫିସ, ୧୯।୨:ଭଦ୍ରକ ସହରର ପ୍ରସିଦ୍ଧ ବାବା ଲୋକନାଥ ମନ୍ଦିରରେ ୭୩ତମ ଅଗ୍ନିଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ସମେତ ପୁଲଓ୍ବାମା ଆକମ୍ରଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛିl 

ଚରମ୍ପା ଗଳା ପୋଲର ସମ୍ପ୍ରସାରଣ ପାଇଁ ଧାରଣା

ଚରମ୍ପା ଗଳା ପୋଲର ସମ୍ପ୍ରସାରଣ ପାଇଁ ଧାରଣା

ଭଦ୍ରକ ଅଫିସ,୧୯।୨: ଭଦ୍ରକ ୧୬ନଂ ଜାତୀୟ ରାଜପଥ ଚରମ୍ପାଠାରେ ଥିବା ଗଳା ପୋଲର ସମ୍ପ୍ରସାରଣ ପାଇଁ ସମ୍ପ୍ରସାରଣ କମିଟି ସଦସ୍ୟ ପକ୍ଷରୁ ମଙ୍ଗଳବାର ସକାଳେ  ଗଣଧାରଣା  ଦିଅlଯାଇଥିଲା। 

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।

ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ

ବଡ଼ସାହି,୧୯ା୨(ସ୍ବ.ପ୍ର.)-ବିଭିନ୍ନ ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସରଭୁକ୍ତ ଅଞ୍ଚଳକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ବୃଦ୍ଧି, ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ସରକାର ଯୋଗାଇ ଦେଉଛନ୍ତି। ମାତ୍ର ରୋଷେଇ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ନ ଥିବାରୁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ ସ୍କୁଲରେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ଚାଲୁଅଛି। 

ପତ୍ନୀ ନିର୍ଯାତନା ମାମଲା : ସ୍ବାମୀଙ୍କୁ ୨ବର୍ଷ ଜେଲ୍‌

ପତ୍ନୀ ନିର୍ଯାତନା ମାମଲା : ସ୍ବାମୀଙ୍କୁ ୨ବର୍ଷ ଜେଲ୍‌

ବାରିପଦା ଅଫିସ, ୧୯ା୨-ପତ୍ନୀ ନିର୍ଯାତନା ମାମଲାର ବିଚାର କରି ରାଇରଙ୍ଗପୁର ଏସଡିଜେଏମ୍‌ ରାକେଶ କୁମାର ମୁଦୁଲି ତାଙ୍କ ସ୍ବାମୀ ବିଶୋଇ ଥାନା ତଳାପତି ଗ୍ରାମର ସରୋଜ ଗୋଚ୍ଛାୟତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୨ବର୍ଷ ଜେଲଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୩ମାସ ଜେଲ ଭୋଗିବାକୁ ରାୟରେ କୁହାଯାଇଛି।

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ନିର୍ମାଣ କରୁଥିବା ଠିକାଦାର ଗତ ୨ମାସ ହେଲା ରାସ୍ତାକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଚାଲିଯାଇଛନ୍ତି। 

ଧାନର ଅଭାବୀ ବିକ୍ରି ଚିନ୍ତା  ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ଧାନର ଅଭାବୀ ବିକ୍ରି ଚିନ୍ତା ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର କୋ-ଅପରେଟିଭ୍‌ ସୋସାଇଟିର ସମ୍ପାଦକ ଏବଂ ସଭାପତି ଧାନର ଅଭାବୀ ବିକ୍ରି ନେଇ ସୋମବାର ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି।