ରାଜ୍ୟ |

ସିବିଏସ୍‌ଇର ନୂଆ ଯୋଜନା: ଗଣିତରେ ଦୁର୍ବଳ ପିଲାଙ୍କ ପାଇଁ ସହଜ ପ୍ରଶ୍ନପତ୍ର, ୨୦୨୦ରୁ କାର୍ଯ୍ୟକାରୀ ହେବ

ସିବିଏସ୍‌ଇର ନୂଆ ଯୋଜନା: ଗଣିତରେ ଦୁର୍ବଳ ପିଲାଙ୍କ ପାଇଁ ସହଜ ପ୍ରଶ୍ନପତ୍ର, ୨୦୨୦ରୁ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର, ୧୨।୧(ବ୍ୟୁରୋ)- ଦଶମ ଶ୍ରେଣୀରେ ଗଣିତରେ ଦୁର୍ବଳ ଛାତ୍ରୀଛାତ୍ରଙ୍କ ପାଇଁ ସହଜ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ଯୋଜନା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)। ଛାତ୍ରୀଛାତ୍ରଙ୍କ ପାଇଁ ୨ଟି ପ୍ରଶ୍ନପତ୍ର ତିଆରି ହେବ। ଗୋଟିଏ ପୂର୍ବଭଳି ପ୍ରସ୍ତୁତ ହେବ ଏବଂ ଅନ୍ୟଟି ସହଜ ପ୍ରଶ୍ନପତ୍ର ରହିବ। ଏହା ଦୁର୍ବଳ ଛାତ୍ରୀଛାତ୍ରଙ୍କ ଲାଗି ସହାୟକ ହେବ। ଶୁକ୍ରବାର ସିବିଏସ୍‌ଇ ପକ୍ଷରୁ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲଠାରେ ଛାତ୍ରୀଛାତ୍ରମାନଙ୍କ ପରୀକ୍ଷା ପରିଚାଳନା ଓ ଖାତାର ସଠିକ୍‌ ମୂଲ୍ୟାଙ୍କନ ଉପରେ ଆୟୋଜିତ କର୍ମଶାଳାରେ ସିବିଏସ୍‌ଇର ସଚିବ ଅନୁରାଗ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ସେହିପରି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ଓ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିବିଏସ୍‌ଇ ପକ୍ଷରୁ ମୂଲ୍ୟାଙ୍କନ କରୁଥିବା ଶିକ୍ଷକଙ୍କୁ ନିଲମ୍ବନ କିମ୍ବା ଆବଶ୍ୟକ ପଡ଼ିଲେ ବହିଷ୍କାର କରାଯିବ ବୋଲି ତ୍ରିପାଠୀ କହିଛନ୍ତି।

ପୂର୍ବଭଳି ପ୍ରସ୍ତୁତ ଗଣିତ ପ୍ରଶ୍ନପତ୍ରକୁ ‘ମ୍ୟାଥ୍‌ମେଟିକ୍ସ ଷ୍ଟାଣ୍ଡାର୍ଡ’ ଓ ସହଜ ପ୍ରଶ୍ନପତ୍ରକୁ ‘ମ୍ୟାଥ୍‌ମେଟିକ୍ସ ବେସିକ’ ଭାବେ ନାମିତ କରାଯାଇଛି। ଛାତ୍ରୀଛାତ୍ରମାନେ ଚାହିଁଲେ ଯେକୌଣସି ପ୍ରଶ୍ନପତ୍ରକୁ ବାଛିପାରିବେ। ଯଦି କୌଣସି ଛାତ୍ରୀଛାତ୍ର ‘ମ୍ୟାଥ୍‌ମେଟିକ୍ସ ବେସିକ’ରେ ଫେଲ୍‌ ହୁଅନ୍ତି, ତେବେ ସେମାନେ କମ୍ପାର୍ଟମେଣ୍ଟ ପରୀକ୍ଷାରେ କେବଳ ‘ମ୍ୟାଥ୍‌ମେଟିକ୍ସ ବେସିକ’ ପ୍ରଶ୍ନପତ୍ରରେ ହିଁ ପରୀକ୍ଷା ଦେବେ। ଯଦି କେହି ‘ମ୍ୟାଥ୍‌ମେଟିକ୍ସ ଷ୍ଟାଣ୍ଡାର୍ଡ’ ପ୍ରଶ୍ନପତ୍ରରେ ଫେଲ୍‌ ହୁଅନ୍ତି, ତେବେ ସେମାନେ କମ୍ପାର୍ଟମେଣ୍ଟ ପରୀକ୍ଷାରେ ‘ମ୍ୟାଥ୍‌ମେଟିକ୍ସ ଷ୍ଟାଣ୍ଡାର୍ଡ’ କିମ୍ବା ‘ମ୍ୟାଥ୍‌ମେଟିକ୍ସ ବେସିକ’ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇପାରିବେ। ସେହିପରି ବୋର୍ଡର ନିୟମାନୁସାରେ ଯଦି କୌଣସି ଛାତ୍ରୀଛାତ୍ର ‘ମ୍ୟାଥ୍‌ମେଟିକ୍ସ ବେସିକ’ ପ୍ରଶ୍ନପତ୍ରରେ ପାସ୍‌ ହୋଇଥିବେ ଏବଂ ଗଣିତରେ ଅଧିକ ପଢ଼ିବାକୁ ଚାହୁଁଥିବେ ତେବେ ସେମାନେ କମ୍ପାର୍ଟମେଣ୍ଟ ପରୀକ୍ଷାରେ ‘ମ୍ୟାଥ୍‌ମେଟିକ୍ସ ଷ୍ଟାଣ୍ଡାର୍ଡ’ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇପାରିବେ ବୋଲି କର୍ମଶାଳାରେ ସୂଚନା ଦିଆଯାଇଛି। ସେହିପରି ପରୀକ୍ଷାକୁ ତ୍ରିସ୍ତରୀୟ ମୂଲ୍ୟାୟନ ପାଇଁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଏହାବ୍ୟତୀତ ରାଜ୍ୟରେ ଜାଲ ସିବିଏସ୍‌ଇ ସ୍କୁଲଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତ୍ରିପାଠୀ କହିଛନ୍ତି।

ସିବିଏସ୍‌ଇ ଡାଇରେକ୍ଟର(ସ୍କିଲ୍‌ ଏଜୁକେଶନ୍‌ ଏବଂ ଟ୍ରେନିଂ) ଡ. ବିଶ୍ୱଜିତ୍‌ ସାହା ଯୋଗଦେଇଙ୍କ ସମେତ ସବିଏସ୍‌ଇ ଯୁଗ୍ମ ସଚିବ ପ୍ରଜ୍ଞା ଏମ୍‌. ସିଂ, ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀ ଥୋଙ୍ଗୋଖୋଲେଟ୍‌ ମେଟ୍‌, ସ୍କୁଲର ପ୍ରିନ୍ସିପାଲ୍‌ ହରିଶ୍‌ ସାନ୍ଦୁଜା ପ୍ରମୁଖ ଯୋଗଦେଇଥିଲେ। କର୍ମଶାଳାରେ ଭୁବନେଶ୍ୱର ରିଜିଅନ୍‌ (ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼)ର ୯୦୦ ଶିକ୍ଷାବିତ୍‌ ଏବଂ ୧୮୭ ଅଧ୍ୟକ୍ଷ ଯୋଗଦେଇଥିଲେ। ସାଇ ଇଣ୍ଟରନ୍ୟାଶନାଲ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସ୍କୁଲର ରେଡିଓ ଅରେଞ୍ଜ ଓ ସାଇନ୍ସ ପାର୍କ ଉଦ୍‌ଘାଟିତ ହୋଇଥିଲା।

All Right Reserved By

ରାଜ୍ୟ |

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡା ଅଫିସ୍‌/ମାର୍ଶାଘାଇ,  ୨୪।୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର। ସ୍ଥିତି ଅଣାୟତ ହେବାରୁ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ସକାଳ ୮ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି

ମାରୁତି-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ମାରୁତି-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ଦିଗପହଣ୍ଡି/ପାଟପୁର,୨୪।୧(ଡି.ଏନ୍‌.ଏ.): ଦିଗପହଣ୍ଡି-ପାଟପୁର ମୁଖ୍ୟରାସ୍ତାର ଆଙ୍କୋରଡ଼ା ଗ୍ରାମଛକ ନିକଟରେ ଗୁରୁବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ ଦୁର୍ଘଟଣା ଘଟିଛି। ଏକ ମାରୁତି ସହ ଏକ ଯାତ୍ରୀବାହୀ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ବଲାଙ୍ଗୀର ଅଫିସ, ୨୪ା୧- ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଭାଜପା କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୨୪ା୧ (ଡି.ଏନ୍‌.ଏ.)- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଆପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ଗୁରୁବାର ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। 

ଡାକ୍ତଖାନାରେ ସର୍ଟ ସର୍କିଟ ଯୋଗୁ ନିଆଁ

ଡାକ୍ତଖାନାରେ ସର୍ଟ ସର୍କିଟ ଯୋଗୁ ନିଆଁ

କେନ୍ଦୁଝର, ୨୪।୧(ସ୍ବ.ପ୍ର)- କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡ ନିକଟ ମାଇନର ଅପରେଶନ ଥିଏଟରରେ ସର୍ଟ ସର୍କିଟ ଯୋଗୁ ହଠାତ ନିଆଁ ଲାଗିଯାଇଥିଲା।

ପୁଣି ଅଶାନ୍ତ କେନ୍ଦ୍ରାପଡା

ପୁଣି ଅଶାନ୍ତ କେନ୍ଦ୍ରାପଡା

କେନ୍ଦ୍ରାପଡା ଅଫିସ୍‌, ୨୪।୧: କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର।

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ଆଳି,୨୪।୧(ଡି.ଏନ୍‌.ଏ.): ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରି ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁୁରୁବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। 

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ ସଦର,୨୪।୧(ଡି.ଏନ୍‌.ଏ.): କଟକ-ପାରାଦୀପ ରେଳପଥର କନ୍ଦରପୁର ଷ୍ଟେଶନରେ ଗୁରୁବାର ସକାଳେ ଯାତ୍ରୀବାହୀ ଟ୍ରେନ ଚଳାଚଳରେ ବିଳମ୍ବକୁ ନେଇ ଯାତ୍ରୀମାନେ ଷ୍ଟେଶନମାଷ୍ଟର ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କୁ ମାଡ଼ ମାରି ଆହତ କରିଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। 

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ଟ୍ରାଫିକ୍‌ ସଚେତନ କରାଇଲେ ଯମ

ଟ୍ରାଫିକ୍‌ ସଚେତନ କରାଇଲେ ଯମ

କେନ୍ଦୁଝର, ୨୪।୧(ସ୍ବ.ପ୍ର.): ଟ୍ରାଫିକ୍‌ ସୁରକ୍ଷା, ଜୀବନ ରକ୍ଷା। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଯମ ଦରବାର ଆୟୋଜନ କରାଯାଇଥିଲା। 

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୨୪।୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ କାକଟପୁରକୁ ଆସିଥାଆନ୍ତି। ପର୍ଯ୍ୟଟନ ଋତୁ ବିଶେଷକରି ଚୈତ୍ର ମାସରେ ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରା ଓ ଦଶହରାର ପାର୍ବଣ ପୂଜା ସମୟରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ସମାଗମ ହୋଇଥାଏ।