ବାଲେଶ୍ୱର

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା

ବାରିପଦା ଅଫିସ,୧୨।୧- ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଳକ ସ୍ଥିତ ଏସଭିଏସ ସିନିୟର ସେକେଣ୍ଡାରୀ ସ୍କୁଲ ପରିସରରେ ରାଜ୍ୟସ୍ତରୀୟ ୧୪ବର୍ଷ ଓ ୧୭ବର୍ଷରୁ କମ ବାଳକ ଓ ବାଳିକା ବର୍ଗର ଯୋଗାସନ ପ୍ରତିଯୋଗିତା ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ଧ୍ରୃବଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର ଯେଗାଦେଇଥିଲେ। ମୁଖ୍ୟବକ୍ତା ଭାବେ ଜିଲା ଧର୍ମ ସଭାର ସଭାପତି ଡ.ସନ୍ନତ ଦାଶ , ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ସହକାରୀ ଶାରୀରିକ ଶିକ୍ଷାର ନିର୍ଦ୍ଦେଶକ ଚନ୍ଦ୍ର ମୋହନ ବେହେରା, ସମ୍ମାନିତ ଅତିଥି ଭାବେ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ମଲ୍ଲିକ,ବଲାଙ୍ଗୀର ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରକାଶ ପରିଡା,ଶାମାଖୁଣ୍ଟା ବ୍ଲକ ଶିକ୍ଷା ଅଧିକାରୀ ଅଯୋଧ୍ୟାନାଥ ମହାପାତ୍ର, ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷା ବୀଣାପାଣି ଦାସ ପ୍ରମୁଖ ଯୋଗଦେଇଥିଲେ।    ଏହି ପ୍ରତିଯୋଗିତା ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ଚାଲିବ ।   


All Right Reserved By

ବାଲେଶ୍ୱର

ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଲା ଫଳକ: ହୋଇପାରିଲାନି ଶିଳାନ୍ୟାସ

ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଲା ଫଳକ: ହୋଇପାରିଲାନି ଶିଳାନ୍ୟାସ

ତିହିଡ଼ି,୧୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ଶନିବାର ୩ ପ୍ରକଳ୍ପ ଉଦ୍‌ଘାଟନ ଓ ବିଭିନ୍ନ ଶିଳାନ୍ୟାସ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା।

ହଠାତ୍‌ ବର୍ଷା ବଢ଼ାଇଦେଲା ନାଲି ଚା’ର ଚାହିଦା

ହଠାତ୍‌ ବର୍ଷା ବଢ଼ାଇଦେଲା ନାଲି ଚା’ର ଚାହିଦା

କେନ୍ଦୁଝର,୧୬।୨(ସ୍ବ.ପ୍ର.): ରାଜ୍ୟରେ ଶୀତ କମି ଆସୁଥିବା ଯୋଗୁ କିଛିଦିନ ଧରି ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଉଥିଲା। ମାତ୍ର ଶନିବାର ପାଣିପାଗରେ ପରିବର୍ତ୍ତନ ଘଟି ହଠାତ୍‌ ବର୍ଷା ହୋଇଛି। ଏହି ଉପଲକ୍ଷେ  କେନ୍ଦୁଝର ସହରବାସୀ ନାଲି ଚା’ର ମଜା ଉଠାଇଛନ୍ତି।

 ମାଟ୍ରିକ ପରୀକ୍ଷା ନେଇ ପ୍ରଶାସନିକ ପ୍ରସ୍ତୁତି

ମାଟ୍ରିକ ପରୀକ୍ଷା ନେଇ ପ୍ରଶାସନିକ ପ୍ରସ୍ତୁତି

କେନ୍ଦୁଝର,୧୬।୨(ସ୍ବ.ପ୍ର.): ଆସନ୍ତା ୨୨ ତାରିଖରୁ  ହେବାକୁଥିବା ମାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲାର ୨୩,୨୩୩ ଜଣ ରେଗୁଲାର ଓ ୧,୨୨୧ ଜଣ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର ପରୀକ୍ଷା ଦେବେ। ୧୨୩ କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା ବେଳେ ୩ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବାକୁ ନିଷ୍ପତ୍ତି ନିଆଯାଇଛି।  

ସ୍ବାମୀଙ୍କ ଚୋରାପ୍ରୀତିକୁ ବିରୋଧ କରିବାରୁ ...

ସ୍ବାମୀଙ୍କ ଚୋରାପ୍ରୀତିକୁ ବିରୋଧ କରିବାରୁ ...

ତିହିଡ଼ି,୧୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ କଁାପଡ଼ାବିନ୍ଧା ଗ୍ରାମରେ ଜଣେ ମହିଳାଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ବିନି ଦାସ। ବିନିଙ୍କର ଗତବର୍ଷ ବିବାହ ହୋଇଥିଲା। କିନ୍ତୁ ତାଙ୍କ ସ୍ବାମୀଙ୍କର ଅନ୍ୟ ଝିଅ ସହ ପରକୀୟା ପ୍ରୀତି ଥିବା ଜାଣିପାରି ବିନି ଏହାକୁ ବିରୋଧ କରୁଥିଲେ।

ଚୋରା କାଠ ବୋଝେଇ ୪୦୭ ଜବତ

ଚୋରା କାଠ ବୋଝେଇ ୪୦୭ ଜବତ

ଭଦ୍ରକ ଅଫିସ,୧୬।୨: ଭଦ୍ରକ ବନ ବିଭାଗ ରେଞ୍ଜରଙ୍କ ଦ୍ୱାରା ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ହଳଦୀଡ଼ିହ ବାଇପାସ୍‌ ନିକଟରୁ ଚୋରାକାଠ ବୋଝେଇ ୪୦୭କୁ ଜବତ କରାଯାଇଛି। ବନବିଭାଗ କର୍ମଚାରୀଙ୍କୁ ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ। ବନବିଭାଗ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି। ଗାଡ଼ିଟି ଭଦ୍ରକରୁ ଧାମରା ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଘର ଭାଙ୍ଗି ଚାଉଳ ଖାଇଲା ହାତୀ

ଘର ଭାଙ୍ଗି ଚାଉଳ ଖାଇଲା ହାତୀ

ଝୁମ୍ପୁରା, ୧୬।୨(ଡି.ଏନ.ଏ.): କିଛିଦିନର ନିରବତା ପରେ ଗୋଠଛଡା ଦନ୍ତାହାତୀ ପୁଣିଥରେ ଉପତ୍ାତ ଆରମ୍ଭ କରିଛି। ଏ ନେଇ ବାମେବାରୀ ଫରେଷ୍ଟ ସେକଶନ ଅନ୍ତର୍ଗତ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ପଟୁଆ କୁଦର, କାଳିଆପାଳ, ଗୋଡୁଆଟୋପା, ନେଦିଗୋଠ, ନୁଣଗାଡିଆ, ବାମନଡିହା, ନଇବୁଗା, କାଶିଆ, ସାନକାଳିମାଟି ଆଦି ଗ୍ରାମର ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି। 

ଭୋଟର ତାଲିକା ସଂଶୋଧନ ଦାବିରେ ଧାରଣା

ଭୋଟର ତାଲିକା ସଂଶୋଧନ ଦାବିରେ ଧାରଣା

ଚାନ୍ଦବାଲି, ୧୬।୨ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଂଶଡ଼ା ପଞ୍ଚାୟତର ୧ ହଜାରରୁ ଊର୍ଦ୍ଧ୍ୱ ଭୋଟରଙ୍କୁ ଅନ୍ୟ ପଞ୍ଚାୟତରେ ସାମିଲ କରାଯାଇ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକା ସଂଶୋଧନ କରାଯାଇ ପୁନଃ ପ୍ରକାଶ ଦାବିରେ ବ୍ଲକ କଂଗ୍ରେସ ପକ୍ଷରୁ ବାଂଶଡ଼ା ଆର୍‌ଆଇ ଅଫିସ ସମ୍ମୁଖରେ ଶୁକ୍ରବାର ଧାରଣା ଦିଆଯାଇଥିଲା।

ଚାଷୀ ଆନ୍ଦୋଳନ ଜାରି: ଉଠିଲାନି ଧାନ, ରାସ୍ତାରୋକୋ

ଚାଷୀ ଆନ୍ଦୋଳନ ଜାରି: ଉଠିଲାନି ଧାନ, ରାସ୍ତାରୋକୋ

ବନ୍ତ, ୧୬।୨ (ଡି.ଏନ.ଏ.) - ବନ୍ତ ବ୍ଲକ ଅଧୀନ ରାମଚନ୍ଦ୍ରପୁର ପଞ୍ଚାୟତ ପାନପଦୀ ଛକଠାରେ ଗତ ୬ ତାରିଖଠାରୁ ଶତାଧିକ ଚାଷୀ ରାସ୍ତାପାର୍ଶ୍ୱରେ ଧାନବସ୍ତା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। 

ସିରିଜ୍‌ ବୋମାମାଡ଼ କରି ଏଟିଏମ୍‌ ଲୁଟ୍‌ ଉଦ୍ୟମ ଘଟଣା: ୧୦ ଦିନ ବିତିଲା, ପୋଲିସ ହାତ ଖାଲି

ଚାନ୍ଦବାଲି,  ୧୬।୨ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ ଅଏଲ୍‌ ଇଣ୍ଡିଆ ଛକରେ ଥିବା ଷ୍ଟେଟ ବ୍ୟାଙ୍କର ଏକ ଏଟିଏମ୍‌ ଉପରେ ସିରିଜ୍‌ ବୋମାମାଡ଼ କରି ଲୁଟ୍‌ ଉଦ୍ୟମ ଘଟଣାକୁ ୧୦ ଦିନ ବିତିଯାଇଛି। 

ଶିମିଳିପାଳରୁ ଗୁଳି ଭର୍ତ୍ତି ୨ ଦେଶୀବନ୍ଧୁକ ଜବତ, ଶିକାରୀ ଚମ୍ପଟ

 ଖୁଣ୍ଟା,୧୬।୨(ଡି.ଏନ.ଏ.)- ଖୁଣ୍ଟାବ୍ଲକ ତଥା ଉଦଳା ରେଞ୍ଜ ଅଧିନ ଶିମିଳିପାଳର ଗାମୁଛାବିଛା ପାହାଡ଼ରୁ ଶୁକ୍ରବାର ଅପରାହ୍ନରେ ବନ ବିଭାଗର କର୍ମଚାରୀ ମାନେ ଗୁଳି ଭର୍ତ୍ତି ୨ଟି ଦେଶୀ ବନ୍ଧୁକ ଜବତ କରିଥବା ବେଳେ ୪ ଜଣ ଶିକାରୀ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି। 

ସ୍କୁଲ ବନ୍ଦ କରି ଶିକ୍ଷକଙ୍କ ଅନଶନ ଜାରି

ସ୍କୁଲ ବନ୍ଦ କରି ଶିକ୍ଷକଙ୍କ ଅନଶନ ଜାରି

ଠାକୁରମୁଣ୍ଡା, ୧୬।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ଶିକ୍ଷକ ସଂଘର ଅନଶନ ୩ୟ ଦିନରେ ପହଞ୍ଚତ୍ଛି। ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ୨ଜଣ କିରାଣିଙ୍କ ବଦଳି ଦାବି କରି ସ୍କୁଲ ବନ୍ଦ କରି ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ବିଦ୍ୟାଳୟ ମିଶ୍ରଣକୁ ବିରୋଧ: ବିଇଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର

ବିଦ୍ୟାଳୟ ମିଶ୍ରଣକୁ ବିରୋଧ: ବିଇଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର

ଉଦଳା, ୧୬।୨(ଡି.ଏନ.ଏ.)-ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଉଦଳା ବ୍ଲକ ଅଧୀନରେ ଥିବା ଖଲାଡି ପଞ୍ଚାୟତର ଦରିକୁଲା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଅଭିଭାବକମାନେ ମଧ୍ୟ ସାମିଲ ହୋଇଥିଲେ।