ରାଜ୍ୟ |

ଖାକି ବାବୁଙ୍କ ରାଜଧାନୀ ମୋହ: ବଦଳି ସତ୍ତ୍ୱେ ଗାଦି ଛାଡ଼ିବାକୁ ଅମଙ୍ଗ, ‘ଦୁର୍ନୀତିଗ୍ରସ୍ତ ହେବା ଆଶଙ୍କା’

ଖାକି ବାବୁଙ୍କ ରାଜଧାନୀ ମୋହ: ବଦଳି ସତ୍ତ୍ୱେ ଗାଦି ଛାଡ଼ିବାକୁ ଅମଙ୍ଗ, ‘ଦୁର୍ନୀତିଗ୍ରସ୍ତ ହେବା ଆଶଙ୍କା’

ଭୁବନେଶ୍ୱର, ୧୨ା୧(ତ୍ରିନାଥ ମହାନ୍ତି)- କମିଶନରେଟ ପୋଲିସରେ ଦୀର୍ଘଦିନ ହେବ ଅନେକ ପୋଲିସ ଅଫିସର ଗାଦି ମାଡି ବସିଛନ୍ତି। ଅନ୍ୟ ଜିଲାକୁ ସେମାନଙ୍କ ବଦଳି ହେଉଥିଲେ ମଧ୍ୟ ସେମାନେ ସ୍ଥାନ ଛାଡିବାକୁ ଅମଙ୍ଗ। ଉପରିସ୍ଥ ଅଧିକାରୀ କିମ୍ବା ରାଜନେତାଙ୍କୁ ହାତକରି ସେମାନେ ବଦଳି ଆଦେଶ ବାତିଲ କରିଦେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଏଠାରେ ରହି ସବ୍‌ଇନ୍ସପେକ୍ଟରରୁ ଏସିପି ପଦବୀକୁ ମଧ୍ୟ ପଦୋନ୍ନତି ପାଇଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ କେତେଜଣ ପୋଲିସ ଅଫିସର ଅଛନ୍ତି ଯେଉଁମାନେ କି ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଭୁବନେଶ୍ୱର ଏବଂ କଟକରେ ଆଡ୍ଡା ଜମାଇଛନ୍ତି। ସୂଚନା ଅଧିକାର(ଆରଟିଆଇ) ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଏପରି ପୋଲିସ ଅଧିକାରୀଙ୍କ ସଂଖ୍ୟା ୮।

ପୋଲିସ ଅର୍ଡର ୧୦୯ ଓ ଧାରା ୮ରେ ଉଲ୍ଲେଖ ରହିଛି ଯେ, ଜଣେ ପୋଲିସ ଅଫିସର ଗୋଟିଏ ଜିଲାରେ ଅତି ବେଶିରେ ୧୦ ବର୍ଷ ରହିପାରିବେ। ଯଦି କୌଣସି ପୋଲିସ ଅଫିସର ବଦଳିକୁ ବାତିଲ କରି ରହୁଛନ୍ତି ସେ ଅତିବେଶିରେ ୩ବର୍ଷରୁ ଊର୍ଦ୍ଧ୍ୱ ରହି ପାରିବେ ନାହିଁ। କିନ୍ତୁ ଏହି ନିୟମକୁ ପୋଲିସ ମୁଖ୍ୟାଳୟ ଓ କମିଶନରେଟ ପୋଲିସର ଅନେକ ଅଧିକାରୀ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। 

ଆରଟିଆଇ ତଥ୍ୟ ଅନୁଯାୟୀ, କମିଶନରେଟ ପୋଲିସରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା ପୋଲିସ ଅଫିସରମାନେ ହେଲେ କଟକରେ କାର୍ଯ୍ୟ କରୁଥିବା ଡବ୍ଲ୍ୟୁଏସ୍‌ଆଇ ଚମ୍ପାବତୀ ପାଟ, କଟକରେ କାର୍ଯ୍ୟ କରୁଥିବା ଏସ୍‌ଆଇ ହରିଶଙ୍କର ଭୋଇ, ଭୁବନେଶ୍ୱର ୟୁପିଡିରେ କାର୍ଯ୍ୟରତ ମଞ୍ଚେଶ୍ୱର ଥାନା ଅଧିକାରୀ କୃଷ୍ଣପ୍ରସାଦ ମିଶ୍ର। ନିକଟରେ ମିଶ୍ରଙ୍କର ଜଗତ୍‌ସିଂହପୁର ଜିଲାକୁ ବଦଳି ହୋଇଛି। ବଦଳିର ୨ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସେ ନୂଆ ଜାଗାକୁ ଯାଇନାହାନ୍ତି। ଭୁବନେଶ୍ୱରରେ ଥିବା ଇନ୍ସପେକ୍ଟର ଅମିତା ତ୍ରିପାଠୀ, ଇନ୍ସପେକ୍ଟର ସୁକାନ୍ତ ପତି, ଭୁବନେଶ୍ୱର ଜୋନ-୧ ଏସିପି ଅସୀମ କୁମାର ପଣ୍ଡା, ଜୋନ-୬ ଏସିପି ରବୀନ୍ଦ୍ରନାଥ ଶତପଥୀ, କଟକରେ ଥିବା ଅତିରିକ୍ତ ଡିସିପି ମାୟାଧର ସେଠୀ।

ସେହିପରି ଏସିପି ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇବା ପରେ ଅନ୍ୟତ୍ର ବଦଳି ହୋଇଥିଲେ ହେଁ ରାଜଧାନୀ ଛାଡ଼ି ନ ଥିବା ୨ ଅଧିକାରୀ ହେଉଛନ୍ତି ଏୟାରଫିଲ୍ଡ ଥାନା ଅଧିକାରୀ ଦେବୀଶଙ୍କର ପ୍ରତାପ ଏବଂ ଇନ୍ସପେକ୍ଟର ଅତନୁ କୁମାର ରାଉତ। ଗତ ଅକ୍ଟୋବରରେ ଦେବୀଶଙ୍କର ଏବଂ ଅତନୁଙ୍କର ସୁନ୍ଦରଗଡ ଏସ୍‌ପି ମୁଖ୍ୟାଳୟକୁ ବଦଳି ହୋଇଥିଲେ ମଧ୍ୟ ଉଭୟେ ଯାଇନାହାନ୍ତି। ଏହାବ୍ୟତୀତ ଅନ୍ୟ କେତେଜଣ ଅଧିକାରୀ ରାଜଧାନୀରେ ୧୦ ବର୍ଷରୁ ଊର୍ଦ୍ଧ୍ୱ କାଳ ରହିସାରିଛନ୍ତି। ସେମାନଙ୍କୁ ଭୁବନେଶ୍ୱରରେ ଥିବା ପୋଲିସ ବିଭାଗର ବିଭିନ୍ନ ସଂସ୍ଥାକୁ ଲୋକ ଦେଖାଣିଆ ଭାବେ ବଦଳି କରାଯାଇ ପୁଣି କମିଶନରେଟ ପୋଲିସରେ ଅବସ୍ଥାପିତ କରାଯାଇଛି।

ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ କୁହନ୍ତି, ରାଜଧାନୀରେ ଅନେକ ପୋଲିସ ଅଫିସର ୮/୧୦ ବର୍ଷ ରହିଲେଣି। କେତେଜଣ ଅଫିସର ବିଲ୍ଡର, କୁଜି ନେତା ଓ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ପରୋକ୍ଷରେ ସେମାନଙ୍କଠାରୁ ସୁବିଧା ପାଉଛନ୍ତି। ଦୀର୍ଘଦିନ ଧରି ରହିଥିବାରୁ ଅନେକ ପୋଲିସ ଅଧିକାରୀ ଦୁର୍ନୀତିଗ୍ରସ୍ତ ହୋଇପଡ଼ିଛନ୍ତି। ରାଜଧାନୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ସେମାନେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି। ନିର୍ଦ୍ଦିଷ୍ଟ କେତେଜଣ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଗଲେ ଏସବୁର ସତ୍ୟତା ଜଣାପଡ଼ିବ।

ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ବଦଳି ସତ୍ତ୍ୱେ କେଉଁମାନେ ଯାଉନାହାନ୍ତି ତାହା ସେ ବୁଝିବେ। ଏହାସହ ଦୀର୍ଘଦିନ ଧରି ଅଫିସରମାନେ ଏଠାରେ ରହୁଥିବାରୁ ସେମାନଙ୍କ ବଦଳି ସମ୍ପର୍କରେ ଚିନ୍ତା କରାଯିବ ବୋଲି ସେ କହିଛନ୍ତି।

All Right Reserved By

ରାଜ୍ୟ |

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡା ଅଫିସ୍‌/ମାର୍ଶାଘାଇ,  ୨୪।୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର। ସ୍ଥିତି ଅଣାୟତ ହେବାରୁ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ସକାଳ ୮ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି

ମାରୁତି-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ମାରୁତି-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ଦିଗପହଣ୍ଡି/ପାଟପୁର,୨୪।୧(ଡି.ଏନ୍‌.ଏ.): ଦିଗପହଣ୍ଡି-ପାଟପୁର ମୁଖ୍ୟରାସ୍ତାର ଆଙ୍କୋରଡ଼ା ଗ୍ରାମଛକ ନିକଟରେ ଗୁରୁବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ ଦୁର୍ଘଟଣା ଘଟିଛି। ଏକ ମାରୁତି ସହ ଏକ ଯାତ୍ରୀବାହୀ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ବଲାଙ୍ଗୀର ଅଫିସ, ୨୪ା୧- ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଭାଜପା କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୨୪ା୧ (ଡି.ଏନ୍‌.ଏ.)- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଆପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ଗୁରୁବାର ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। 

ଡାକ୍ତଖାନାରେ ସର୍ଟ ସର୍କିଟ ଯୋଗୁ ନିଆଁ

ଡାକ୍ତଖାନାରେ ସର୍ଟ ସର୍କିଟ ଯୋଗୁ ନିଆଁ

କେନ୍ଦୁଝର, ୨୪।୧(ସ୍ବ.ପ୍ର)- କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡ ନିକଟ ମାଇନର ଅପରେଶନ ଥିଏଟରରେ ସର୍ଟ ସର୍କିଟ ଯୋଗୁ ହଠାତ ନିଆଁ ଲାଗିଯାଇଥିଲା।

ପୁଣି ଅଶାନ୍ତ କେନ୍ଦ୍ରାପଡା

ପୁଣି ଅଶାନ୍ତ କେନ୍ଦ୍ରାପଡା

କେନ୍ଦ୍ରାପଡା ଅଫିସ୍‌, ୨୪।୧: କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର।

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ଆଳି,୨୪।୧(ଡି.ଏନ୍‌.ଏ.): ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରି ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁୁରୁବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। 

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ ସଦର,୨୪।୧(ଡି.ଏନ୍‌.ଏ.): କଟକ-ପାରାଦୀପ ରେଳପଥର କନ୍ଦରପୁର ଷ୍ଟେଶନରେ ଗୁରୁବାର ସକାଳେ ଯାତ୍ରୀବାହୀ ଟ୍ରେନ ଚଳାଚଳରେ ବିଳମ୍ବକୁ ନେଇ ଯାତ୍ରୀମାନେ ଷ୍ଟେଶନମାଷ୍ଟର ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କୁ ମାଡ଼ ମାରି ଆହତ କରିଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। 

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ଟ୍ରାଫିକ୍‌ ସଚେତନ କରାଇଲେ ଯମ

ଟ୍ରାଫିକ୍‌ ସଚେତନ କରାଇଲେ ଯମ

କେନ୍ଦୁଝର, ୨୪।୧(ସ୍ବ.ପ୍ର.): ଟ୍ରାଫିକ୍‌ ସୁରକ୍ଷା, ଜୀବନ ରକ୍ଷା। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଯମ ଦରବାର ଆୟୋଜନ କରାଯାଇଥିଲା। 

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୨୪।୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ କାକଟପୁରକୁ ଆସିଥାଆନ୍ତି। ପର୍ଯ୍ୟଟନ ଋତୁ ବିଶେଷକରି ଚୈତ୍ର ମାସରେ ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରା ଓ ଦଶହରାର ପାର୍ବଣ ପୂଜା ସମୟରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ସମାଗମ ହୋଇଥାଏ।