ରାଜ୍ୟ |

ନୀଳମାଧବ-ବିଗ୍‌ ଡିଲ୍‌ଙ୍କ କମ୍ବୋ ପ୍ୟାକେଜ୍‌: ‘ଧନ ତୁ ହେଲୁ ସ୍କିଲ୍‌ଡ ଇନ୍‌ ଓଡ଼ିଶା...’

ନୀଳମାଧବ-ବିଗ୍‌ ଡିଲ୍‌ଙ୍କ କମ୍ବୋ ପ୍ୟାକେଜ୍‌: ‘ଧନ ତୁ ହେଲୁ ସ୍କିଲ୍‌ଡ ଇନ୍‌ ଓଡ଼ିଶା...’

ଭୁବନେଶ୍ୱର,୧୨।୧(ବ୍ୟୁରୋ)- ଦକ୍ଷତା ବିକାଶ ଉପରେ ଗତ କିଛିବର୍ଷ ହେବ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ସରକାରଙ୍କ ‘ସ୍କିଲ୍‌ଡ ଇନ୍‌ ଓଡ଼ିଶା’ କ୍ୟାମ୍ପେନ୍‌ ରାଜ୍ୟ ଏବଂ ଦେଶ ବାହାରେ ଆଦୃତ ହୋଇଛି। କେବଳ ଶିକ୍ଷା ନୁହେଁ, ଦକ୍ଷତା ବିକାଶ ମାଧ୍ୟମରେ ରାଜ୍ୟର ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବାକୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନ୍‌ ସଫଳ ରୂପ ନେଇଛି। ଭୁବନେଶ୍ୱରକୁ ଦେଶର ସ୍କିଲ୍‌ କ୍ୟାପିଟାଲ ବା ଦକ୍ଷତା ରାଜଧାନୀରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଦକ୍ଷତା ବିକାଶ କେନ୍ଦ୍ର ବିଶେଷ ଗୁରୁତ୍ୱ ଦେଉଛି। ଏହି କ୍ରମରେ ‘ସ୍କିଲ୍‌ଡ ଇନ୍‌ ଓଡ଼ିଶା’ କ୍ୟାମ୍ପେନ୍‌ର ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତ ହୋଇଥିବା ଏକ ମ୍ୟୁଜିକ୍‌ ଭିଡିଓ ଏବେ ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିଛି। ଓଡ଼ିଶାର ଦୁଇ ଲୋକପ୍ରିୟ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଭିଡିଓ ରିଲିଜ ହେବାର ମାତ୍ର ଦିନ କେଇଟା ମଧ୍ୟରେ ୪୨ ହଜାର ଭ୍ୟୁ ସାଉଁଟିବା ସହ ସବୁ ସ୍ତରରେ ପ୍ରଶଂସିତ ହୋଇପାରିଛି।

ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ଏହି ମ୍ୟୁଜିକ୍‌ ଭିଡିଓ। ଏହାର ଲିରିକ୍ସକୁ ଲେଖିବା ସହ ଏଥିରେ ସ୍ବର ସଂଯୋଜନା ଏବଂ ଏହାକୁ ଗାଇଛନ୍ତି ଓଡ଼ିଶା ଜନ୍ମିତ ର଼୍ୟାପର୍‌ ବିଗ୍‌ ଡିଲ୍‌ ବା ସମୀର ରିସୁ ମହାନ୍ତି। ଭିଡିଓରେ ଅଭିନୟ କରିଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅଭିନେତ୍ରୀ ପ୍ରକୃତି ମିଶ୍ର, ନବାଗତ ପ୍ରଭେଜ କୁମାର ଓ ରୁଦ୍ର। ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ର଼୍ୟାପିଂର ଲୋକପ୍ରିୟତା ବୃଦ୍ଧି ପାଇଥିବା ବେଳେ ଏହି ‘ସ୍କିଲ୍‌ଡ ଇନ୍‌ ଓଡ଼ିଶା’ ଆନ୍ଥେମ୍‌କୁ ର଼୍ୟାପ୍‌ ମାଧ୍ୟମରେ ପରିବେଷଣ କରାଯାଇଛି। ଗୀତର ଲିରିକ୍ସରେ ଉଭୟ ଓଡ଼ିଆ ଏବଂ ହିନ୍ଦୀ ରହିଥିବା ବେଳେ ଓଡ଼ିଆ ଲିରିକ୍ସକୁ ବେଶ୍‌ ଭଲ ଭାବେ ସଜାଇଛନ୍ତି ସମୀର। ‘ତୁ କରି ଯା, ତୁ ଲଢ଼ି ଯା, ତୁ ବଢ଼ି ଯା...ଧନ ତୁ ହେଲୁ ସ୍କିଲ୍‌ଡ ଇନ୍‌ ଓଡ଼ିଶା’ ଓ ‘ଭୁଲିବନି ତମେ ହେଲ ଓଡ଼ିଶାର କୌଶଳ...ବୟସରେ କମ୍‌ କିନ୍ତୁ ହବ ତମେ ବାହୁ ବଡ଼’ ଭଳି କିଛି ପଂକ୍ତି ଲୋକଙ୍କ ଦ୍ୱାରା ଆଦୃତ ହୋଇଛି। ଗତ ଡିସେମ୍ବର ୨୮ରେ ବିଗ୍‌ ଡିଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲରେ ରିଲିଜ ହୋଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


All Right Reserved By

ରାଜ୍ୟ |

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡା ଅଫିସ୍‌/ମାର୍ଶାଘାଇ,  ୨୪।୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର। ସ୍ଥିତି ଅଣାୟତ ହେବାରୁ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ସକାଳ ୮ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି

ମାରୁତି-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ମାରୁତି-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ଦିଗପହଣ୍ଡି/ପାଟପୁର,୨୪।୧(ଡି.ଏନ୍‌.ଏ.): ଦିଗପହଣ୍ଡି-ପାଟପୁର ମୁଖ୍ୟରାସ୍ତାର ଆଙ୍କୋରଡ଼ା ଗ୍ରାମଛକ ନିକଟରେ ଗୁରୁବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ ଦୁର୍ଘଟଣା ଘଟିଛି। ଏକ ମାରୁତି ସହ ଏକ ଯାତ୍ରୀବାହୀ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ବଲାଙ୍ଗୀର ଅଫିସ, ୨୪ା୧- ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଭାଜପା କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୨୪ା୧ (ଡି.ଏନ୍‌.ଏ.)- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଆପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ଗୁରୁବାର ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। 

ଡାକ୍ତଖାନାରେ ସର୍ଟ ସର୍କିଟ ଯୋଗୁ ନିଆଁ

ଡାକ୍ତଖାନାରେ ସର୍ଟ ସର୍କିଟ ଯୋଗୁ ନିଆଁ

କେନ୍ଦୁଝର, ୨୪।୧(ସ୍ବ.ପ୍ର)- କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡ ନିକଟ ମାଇନର ଅପରେଶନ ଥିଏଟରରେ ସର୍ଟ ସର୍କିଟ ଯୋଗୁ ହଠାତ ନିଆଁ ଲାଗିଯାଇଥିଲା।

ପୁଣି ଅଶାନ୍ତ କେନ୍ଦ୍ରାପଡା

ପୁଣି ଅଶାନ୍ତ କେନ୍ଦ୍ରାପଡା

କେନ୍ଦ୍ରାପଡା ଅଫିସ୍‌, ୨୪।୧: କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର।

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ଆଳି,୨୪।୧(ଡି.ଏନ୍‌.ଏ.): ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରି ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁୁରୁବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। 

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ: କନ୍ଦରପୁର ଷ୍ଟେଶନ ମାଷ୍ଟରଙ୍କୁ ମାଡ଼ ମାରିଲେ ଯାତ୍ରୀ, କଟକ ବଡ଼ ମେଡିକାଲରେ ଭର୍ତ୍ତି

କଟକ ସଦର,୨୪।୧(ଡି.ଏନ୍‌.ଏ.): କଟକ-ପାରାଦୀପ ରେଳପଥର କନ୍ଦରପୁର ଷ୍ଟେଶନରେ ଗୁରୁବାର ସକାଳେ ଯାତ୍ରୀବାହୀ ଟ୍ରେନ ଚଳାଚଳରେ ବିଳମ୍ବକୁ ନେଇ ଯାତ୍ରୀମାନେ ଷ୍ଟେଶନମାଷ୍ଟର ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କୁ ମାଡ଼ ମାରି ଆହତ କରିଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। 

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ଟ୍ରାଫିକ୍‌ ସଚେତନ କରାଇଲେ ଯମ

ଟ୍ରାଫିକ୍‌ ସଚେତନ କରାଇଲେ ଯମ

କେନ୍ଦୁଝର, ୨୪।୧(ସ୍ବ.ପ୍ର.): ଟ୍ରାଫିକ୍‌ ସୁରକ୍ଷା, ଜୀବନ ରକ୍ଷା। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଯମ ଦରବାର ଆୟୋଜନ କରାଯାଇଥିଲା। 

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୨୪।୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ କାକଟପୁରକୁ ଆସିଥାଆନ୍ତି। ପର୍ଯ୍ୟଟନ ଋତୁ ବିଶେଷକରି ଚୈତ୍ର ମାସରେ ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରା ଓ ଦଶହରାର ପାର୍ବଣ ପୂଜା ସମୟରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ସମାଗମ ହୋଇଥାଏ।