ବାଲେଶ୍ୱର

ବାରିପଦାରେ ପୁଣି ମାତିଲେ ଲୁଟେରା : ଲୁଟିନେଲେ ୨ ଲକ୍ଷ, ୨ ଜଣଙ୍କ ଘରୁ ଚୋରି

ବାରିପଦା ଅଫିସ,୧୨।୧- ବାରିପଦା ସହରରେ ଗତ ବର୍ଷ ରଥଯାତ୍ରା ସମୟରେ ୫ଟି ଏଟିଏମରୁ ଲୁଟେରାମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।  ସେମାନଙ୍କୁ ପୋଲିସ ଠାବ କରି ପାରି ନ ଥିବାବେଳେ ସହରରେ ପୁଣି ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ସେହିପରି ଘର ଘର ବୁଲି ଭିକ ମାଗିବା ବାହାନାରେ ଘରେ ପଶି କଳାକନା ବୁଲାଇବା ଭଳି ଘଟଣା ମଧ୍ୟ ସହରରେ କିଛି ଦିନ ହେବ ଦେଖିବାକୁ ମିଳିଛି। ହେଲେ ସୋସିଆଲ ମିଡିଆରେ ବାହାବା ନେଉଥିବା ଟାଉନ ପୋଲିସ ଏମାନଙ୍କୁ ଧରିବାରେ ବିଫଳ ହୋଇଛି। ଯାହା ପୋଲିସର କାର୍ଯ୍ୟଶୈଳୀ ଓ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ସୂଚନା ମୁତାବକ ଶୁକ୍ରବାର ସହରର ଜନଗହଳିପୂର୍ଣ୍ଣ ଟ୍ରାଫିକ ଛକ ନିକଟରେ ଥିବା ଏକ ହାର୍ଡୱେର ଦୋକାନରୁ ଲୁଟ ହୋଇଛି। ସକାଳ ପ୍ରାୟ ୮ଟା ବେଳେ ଦୋକାନ ମାଲିକ ପ୍ରଶାନ୍ତ କୁମାର ସାହୁ ଏକ ବ୍ୟାଗରେ ୨ ଲକ୍ଷ ୧୦ ହଜାର ଟଙ୍କା ରଖି ଦୋକାନ ଖୋଲିବାକୁ ଆସିଥିଲେ। ସେ ଦୋକାନ ସଟ୍ଟର ଖୋଲି ପୂଜା କରୁଥିବା ବେଳେ ଏକ ନାଲି ବାଇକ୍‌ରେ ୨ ଜଣ ଯୁବକ ହଠାତ ନିକଟକୁ ଆସି ଟଙ୍କା ଥିବା ବ୍ୟାଗକୁ ଧରି ଦ୍ରୁୃତ ଗତିରେ ପଳାଇଥିଲେ।  ବାରିପଦା ଟାଉନ ଥାନା ପୋଲିସ  ପହଞ୍ଚତ୍ ତଦନ୍ତ କରିଛି। ହେଲେ ଲୁଟେରାଙ୍କ ସନ୍ଧାନ ପାଇ ପାରିନାହିଁ। ଏ ନେଇ ଥାନାରେ ଏକ ମାମଲା(ନଂ ୭/୧୯) ରୁଜୁ ହୋଇଛି। ସେହିପରି ପାଳବଣି (ନିକୋ ପଛ) ଅଞ୍ଚଳରୁ  ଦୁଇ ଜଣ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।  ଦେବରଞ୍ଜନ ମହାପାତ୍ରଙ୍କ ଘରେ ଜଣେ ମହିଳା ଓ ଜଣେ ଶିଶୁ ପଶିି  ଏକ ଦାମୀ ମୋବାଇଲ ଚୋରି କରି ନେଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।   ସ୍ଥାନୀୟ ଲୋକେ   ଜଣେ ଶିଶୁଙ୍କୁ ଉଦ୍ଧାର କରି ପୋଲିସ ହେପାଜତରେ ଦେଇଛନ୍ତି।  ଅନ୍ୟପକ୍ଷରେ ଦେବରଞ୍ଜନଙ୍କ ପଡୋଶୀ ବାସନ୍ତି କରଙ୍କ ଘରୁ ମଧ୍ୟ  ସୁନାଚୁଡି ଚୋରି ହୋଇଛି।  ଉଭୟ ଦେବରଞ୍ଜନ ଓ ବାସନ୍ତି   ବାରିପଦା ଟାଉନ ଥାନାର ଦ୍ୱାରସ୍ଥ ହୋଇ ପୋଲିସକୁ ସିସିଟିଭିର ଫୁଟେଜ  ପ୍ରଦାନ କରିଛନ୍ତି। ଉପରୋକ୍ତ ଘଟଣାଗୁଡିକ ସମ୍ପର୍କରେ ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ସହିତ ଆଲୋଚନା କରିବାରୁ ଲୁଟେରାମାନଙ୍କୁ ଧରିବା ପାଇଁ ସମ୍ପୃକ୍ତ ହାର୍ଡୱେର ଦୋକାନ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାଗୁଡିକୁ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି।  ସେହିପରି ପାଳବଣି ଘଟଣାରେ ସମ୍ପୃକ୍ତ ଶିଶୁ ଓ ଜଣେ ମହିଳାଙ୍କୁ ପୋଲିସ ଅଟକ ରଖିଛି। ହେଲେ ଅଭିଯୋଗକାରୀ ଦେଇଥିବା ସିସିଟିଭି ଫୁଟେଜ ଏବଂ ଅଟକ ରହିଥିବା ମହିଳା ଓ ଶିଶୁଙ୍କ ମଧ୍ୟରେ ମେଳ ଖାଉ ନାହିଁ। ସେହିପରି  ବିଭିନ୍ନ ସ୍ଥାନରେ ଯାଯାବର ଶ୍ରେଣୀର ଲୋକେ ଆସି ବାରିପଦାରେ ରହିଛନ୍ତି। ସେମାନଙ୍କୁ ସହରରୁ ବାହାରକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମଧ୍ୟ ଥାନା ଅଧିକାରୀ ନାୟକ କହିଛନ୍ତି। 

All Right Reserved By

ବାଲେଶ୍ୱର

ଚରମ୍ପା ଗଳା ପୋଲର ସମ୍ପ୍ରସାରଣ ପାଇଁ ଧାରଣା

ଚରମ୍ପା ଗଳା ପୋଲର ସମ୍ପ୍ରସାରଣ ପାଇଁ ଧାରଣା

ଭଦ୍ରକ ଅଫିସ,୧୯।୨: ଭଦ୍ରକ ୧୬ନଂ ଜାତୀୟ ରାଜପଥ ଚରମ୍ପାଠାରେ ଥିବା ଗଳା ପୋଲର ସମ୍ପ୍ରସାରଣ ପାଇଁ ସମ୍ପ୍ରସାରଣ କମିଟି ସଦସ୍ୟ ପକ୍ଷରୁ ମଙ୍ଗଳବାର ସକାଳେ  ଗଣଧାରଣା  ଦିଅlଯାଇଥିଲା। 

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।

ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ

ବଡ଼ସାହି,୧୯ା୨(ସ୍ବ.ପ୍ର.)-ବିଭିନ୍ନ ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସରଭୁକ୍ତ ଅଞ୍ଚଳକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ବୃଦ୍ଧି, ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ସରକାର ଯୋଗାଇ ଦେଉଛନ୍ତି। ମାତ୍ର ରୋଷେଇ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ନ ଥିବାରୁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ ସ୍କୁଲରେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ଚାଲୁଅଛି। 

ପତ୍ନୀ ନିର୍ଯାତନା ମାମଲା : ସ୍ବାମୀଙ୍କୁ ୨ବର୍ଷ ଜେଲ୍‌

ବାରିପଦା ଅଫିସ, ୧୯ା୨-ପତ୍ନୀ ନିର୍ଯାତନା ମାମଲାର ବିଚାର କରି ରାଇରଙ୍ଗପୁର ଏସଡିଜେଏମ୍‌ ରାକେଶ କୁମାର ମୁଦୁଲି ତାଙ୍କ ସ୍ବାମୀ ବିଶୋଇ ଥାନା ତଳାପତି ଗ୍ରାମର ସରୋଜ ଗୋଚ୍ଛାୟତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୨ବର୍ଷ ଜେଲଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୩ମାସ ଜେଲ ଭୋଗିବାକୁ ରାୟରେ କୁହାଯାଇଛି।

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ନିର୍ମାଣ କରୁଥିବା ଠିକାଦାର ଗତ ୨ମାସ ହେଲା ରାସ୍ତାକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଚାଲିଯାଇଛନ୍ତି। 

ଧାନର ଅଭାବୀ ବିକ୍ରି ଚିନ୍ତା  ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ଧାନର ଅଭାବୀ ବିକ୍ରି ଚିନ୍ତା ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର କୋ-ଅପରେଟିଭ୍‌ ସୋସାଇଟିର ସମ୍ପାଦକ ଏବଂ ସଭାପତି ଧାନର ଅଭାବୀ ବିକ୍ରି ନେଇ ସୋମବାର ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ

ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ

ବାଲିଆପାଳ, ୧୮।୨(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ଅନ୍ତର୍ଗତ ବଣିଆଡିହା ପଞ୍ଚାୟତରେ ଏକ ଭିନ୍ନକ୍ଷମ ସ୍ବୟଂସହାୟକ ଗୋଷ୍ଠୀ ଗଠନ କରାଯାଇଛି।

ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ସଫଳ

ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ସଫଳ

ବାଲିଆପାଳ, ୧୮।୨(ସ୍ବ.ପ୍ର.)-ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଯବାନଙ୍କ ଶହୀଦ ହେବା ଘଟଣା ପ୍ରତିବାଦରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ଭାରତ ବନ୍ଦ ଡାକରା ଦେଇଥିଲା ।

ଟାୱାର ସ୍ଥାପନକୁ ବିରୋଧ

ଟାୱାର ସ୍ଥାପନକୁ ବିରୋଧ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ପୌରାଞ୍ଚଳର ୯ନଂ. ୱାର୍ଡ଼ ପ୍ରଗତିନଗରର ମହିଳାମାନେ ରୋଗ ଭୟରେ ଏକ ଏୟାରଟେଲ୍‌ କମ୍ପାନୀର ମୋବାଇଲ୍‌ ଟାୱାର ସ୍ଥାପନକୁ ବିରୋଧ କରି ସୋମବାର ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ତଦନ୍ତରେ ପକ୍ଷପାତିତା ନୀତି

ତଦନ୍ତରେ ପକ୍ଷପାତିତା ନୀତି

କେନ୍ଦୁଝର, ୧୮ା୨(ସ୍ବ.ପ୍ର.): ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତରେ ରାଶନ ସାମଗ୍ରୀ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହୋଇଛି।