ବାଲେଶ୍ୱର

‘ଆମ ଜୀବନରେ ନୂଆବର୍ଷ’

‘ଆମ ଜୀବନରେ ନୂଆବର୍ଷ’

ବସ୍ତା, ୧୨।୧(ସ୍ବ.ପ୍ର.)-ଇଣ୍ଡିଆନ ରୁରାଲ ୱେଲଫେୟାର ଟ୍ରଷ୍ଟ ଦ୍ୱାରା ପରିଚାଳିତ ବସ୍ତାସ୍ଥିତ ସାଇ ଆଶ୍ରୟ ବୃଦ୍ଧାଶ୍ରମରେ ‘ଆମ ଜୀବନରେ ନୂଆବର୍ଷ’ ପାଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବାଲେଶ୍ୱର ଆରଟିଓ ବିକାଶ କୁମାର ଚୌଧୁରୀ ଯୋଗ ଦେଇଥିଲେ। ଟ୍ରଷ୍ଟର ଚେୟାରମ୍ୟାନ ସମାପ୍ତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅନ୍ତେବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଟ୍ରଷ୍ଟର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ଟ୍ରଷ୍ଟ ପକ୍ଷରୁ ତପସ୍ବିନୀ କର, ଅରୁଣ ଜେନା, ଝାମ୍ପୁରୀ କୁଅଁରଙ୍କୁ ମୁଖ୍ୟଅତିଥି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ ଅନ୍ତେବାସୀମାନଙ୍କୁ ଉତ୍ସାହ ଆଣିଦେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବେଣୁମାଧବ ପଣ୍ଡା, ଶୁଭେନ୍ଦୁ ମଙ୍ଗରାଜ, ଏଲ୍‌. ପି. ପଟ୍ଟନାୟକଙ୍କ ସମେତ ଟ୍ରଷ୍ଟର ଉପାଧ୍ୟକ୍ଷ ସମୀକ୍ଷା ପଟ୍ଟନାୟକ, ସମ୍ପାଦକ ସୁପ୍ରତୀକ ପଟ୍ଟନାୟକ, କୋଷାଧ୍ୟକ୍ଷ ରଞ୍ଜନ ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀକାନ୍ତ ମହାପାତ୍ର, ଉପଦେଷ୍ଟା ବଳରାମ ପାଢ଼ୀ, ମହେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଟ୍ରଷ୍ଟର ଦାୟିତ୍ୱରେ ଥିବା ରବୀନ୍ଦ୍ର ସାହୁ, ତପସ୍ବିନୀ କର, ସୁବର୍ଣ୍ଣ ସାହୁ, ଉଷା କାମିଳା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଟ୍ରଷ୍ଟର ଉପଦେଷ୍ଟା ବଳରାମ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।  


All Right Reserved By

ବାଲେଶ୍ୱର

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

କେନ୍ଦୁଝର (ସ୍ବ.ପ୍ର.) ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ ଶହୀଦଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

ପାଟଣା,୧୮।୨(ସ୍ବ.ପ୍ର.):ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାଟଣା ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାଟଣା ବଜାର ବନ୍ଦ

ପାଟଣା,୧୮।୨(ସ୍ବ.ପ୍ର.):ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ  ଆତ୍ମଘାତୀ ଆକ୍ରମଣରେ ଗୁରୁବାର ୪୪ ସିଆରପିଏଫ ଯବାନ ଦେଶପାଇଁ ଶହୀଦ ହୋଇଛନ୍ତି। 

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକ ଅଫିସ, ୧୮ା୨:ଓଡ଼ିଶାରେ ୧୯ ବର୍ଷର ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇପାରିନାହିଁ। ରାଜ୍ୟର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ। ଭାଜପା ହିଁ ଏହାର ଏକମାତ୍ର ବିକଳ୍ପ। ଏଣୁ ବୁଥ୍‌ସ୍ତରରୁ ଦଳୀୟ ସୈନିକମାନେ ସଂକଳ୍ପ ନେବା ଆବଶ୍ୟକ। ମୋଦିଙ୍କ ବିକାଶମୂଳକ ଯୋଜନା ଘରେ ଘରେ ପହଞ୍ଚାଇବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।  

୨୮ରୁ ଧାନକିଣା ବନ୍ଦ ଲାଗି ନିର୍ଦ୍ଦେଶ:  ଚାଷୀଙ୍କ ମୁଣ୍ଡରେ ବଜ୍ର, ଦାନା ବାନ୍ଧୁଛି ଆନ୍ଦୋଳନ

୨୮ରୁ ଧାନକିଣା ବନ୍ଦ ଲାଗି ନିର୍ଦ୍ଦେଶ: ଚାଷୀଙ୍କ ମୁଣ୍ଡରେ ବଜ୍ର, ଦାନା ବାନ୍ଧୁଛି ଆନ୍ଦୋଳନ

ଖଇରା, ୧୮।୨(ଡି.ଏନ.ଏ.)-ବାଲେଶ୍ୱର ସମେତ ୧୯ଟି ଜିଲାରେ ଆସନ୍ତା ଫେବୃୟାରୀ ୨୮ତାରିଖରୁ ଧାନ କିଣା ବନ୍ଦ ପାଇଁ ଯୋଗାଣ ବିଭାଗରୁ ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କୁ ଜଣାଇ ଦିଆଯାଇଛି। ଉକ୍ତ ଚିଠିର ନକଲ ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତିରେ ପହଞ୍ଚିବା ପରେ ହଜାର ହଜାର ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି।

‘ପିଠା’ ରେ ବାସି ଖାଦ୍ୟ ପରିବେଷଣକୁ ନେଇ ତୁମୁଳକାଣ୍ଡ

‘ପିଠା’ ରେ ବାସି ଖାଦ୍ୟ ପରିବେଷଣକୁ ନେଇ ତୁମୁଳକାଣ୍ଡ

ଜଳେଶ୍ୱର, ୧୮ା୨(ଡି.ଏନ.ଏ.)-ଜଳେଶ୍ୱର ମ୍ୟୁନିସିପାଲଟି ଅଧୀନ ୧୦ ନଂ. ୱାର୍ଡ଼ ଅନ୍ତର୍ଗତ ଶାନ୍ତିଆ ଗ୍ରାମସ୍ଥିତ ଚଣ୍ଡୀ ମନ୍ଦିର ସମ୍ମୁଖରେ ପିଠା କାର୍ଯ୍ୟକ୍ରମର ୩ୟ ଦିବସରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି।

‘କାର୍ଯ୍ୟକାରୀ ହେଉନି ଏନ୍‌ଜିଟି ଆଦେଶ’  ଅଭିଯୋଗ ଆଣିଲେ ସେକ୍‌ସରାଇବାସୀ

‘କାର୍ଯ୍ୟକାରୀ ହେଉନି ଏନ୍‌ଜିଟି ଆଦେଶ’ ଅଭିଯୋଗ ଆଣିଲେ ସେକ୍‌ସରାଇବାସୀ

ଜଳେଶ୍ୱର, ୧୮ା୨(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନ ସେକ୍‌ସରାଇ ମୌଜା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ବାଲିଉତ୍ସରୁ ସମସ୍ତ ଆଇନକୁ ଜଳାଞ୍ଜଳି ଦେଇ ବେଆଇନ ବାଲି ଉତ୍ତୋଳନକୁ ସେକ୍‌ସରାଇ ଗ୍ରାମବାସୀ ବିରୋଧ କରିଛନ୍ତି। 

ପୋଲରୁ ଖସି ଯୁବକ ଗୁରୁତର:  ସ୍ଥାନୀୟ ଲୋକଙ୍କ ୪ଘଣ୍ଟା ରାସ୍ତାରୋକୋ

ପୋଲରୁ ଖସି ଯୁବକ ଗୁରୁତର: ସ୍ଥାନୀୟ ଲୋକଙ୍କ ୪ଘଣ୍ଟା ରାସ୍ତାରୋକୋ

ବାଲେଶ୍ୱର ଅଫିସ, ୧୮।୨- ବାଲେଶ୍ୱର ରସାଳପୁର ସଲ୍ଟ ରୋଡ୍‌ ପାଗନଈ ପୋଲ ତଳକୁ ଜଣେ ବାଇକ୍‌ ଆରୋହୀ ରବିବାର ପୂର୍ବାହ୍ନ ସମୟରେ ଖସିପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ୪ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ରାସ୍ତାରୋକୋ କରି ଆନ୍ଦୋଳନ କରିଥିଲେ। 

ମାଟ୍ରିକ୍‌ ପରୀକ୍ଷା ୨ଦିନ ପୂର୍ବରୁ ଉତ୍ସବ ପାଳନକୁ ବିରୋଧ

ମାଟ୍ରିକ୍‌ ପରୀକ୍ଷା ୨ଦିନ ପୂର୍ବରୁ ଉତ୍ସବ ପାଳନକୁ ବିରୋଧ

ବାହାନଗା, ୧୮ା୨(ଡି.ଏନ.ଏ.)-ମାଟ୍ରିକ୍‌ ପରୀକ୍ଷାର ଦୁଇ ଦିନ ପୂର୍ବରୁ ଖନ୍ତାପଡା ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପାଳନକୁ ଆଞ୍ଚଳିକ ଯୁବ ପରିଷଦ ବିରୋଧ କରିଛି। 

ପଲିଥିନ ତଳେ ବିତୁଛି ଜୀବନ

ପଲିଥିନ ତଳେ ବିତୁଛି ଜୀବନ

ପଦ୍ମପୁର, ୧୮।୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ମିଶ୍ରପୁର ଗ୍ରାମର ପାର୍ବତୀ ଦତ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରହସନ ପାଲଟିଛି। ନିଜର ଜାଗା ଥାଇ ମଧ୍ୟ ବିବାଦ କାରଣରୁ ସେଠାରେ ଘର କରିପାରୁ ନାହାନ୍ତି। 

ପାଚିକା ଚୟନରେ ଅନିୟମିତତା ଅଭିଯୋଗ

ତିହିଡି, ୧୮।୨ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଗୁଡୁପାଳ ପ୍ରକଳ୍ପ ଏମ୍‌ଇ ସ୍କୁଲରେ ପାଚିକା ଚୟନରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ଜିଲାପାଳ ଓ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। 

ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଭଦ୍ରକ ଗସ୍ତ

ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଭଦ୍ରକ ଗସ୍ତ

ଚଣ୍ଡାଶୋକରୁ ଧର୍ମାଶୋକ

ଓଡ଼ିଶା ମାଟିର ମହନୀୟତାକୁ ମନେ ପକାଇ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ବେଶ୍‌ ବିଭୋର ହୋଇଥିଲେ। ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିଥିବା ଏହି ମାଟିର ରହିଛି ସ୍ବାତନ୍ତ୍ର୍ୟ। ସ୍ବାଧୀନତା ସଂଗ୍ରାମରେ ଏହି ମାଟିର ସଂଗ୍ରାମୀଙ୍କ ବଳିଦାନ ଏବେବି ଜାଜ୍ଜ୍ୱଲ୍ୟମାନ।