ସମ୍ପାଦକୀୟ |

ସୁନାମି ସଚେତନତା

ସୁନାମି ସଚେତନତା
ହିମାଂଶୁ ଶେଖର ଫତେସିଂହ ୨୦୦୪ ଡିସେମ୍ବର ୨୬ ତାରିଖ ସକାଳେ ଭାରତର ଦକ୍ଷିଣ ଉପକୂଳରେ ଏକ ଭୟଙ୍କର ସୁନାମି ସଂଘଟିତ ହୋଇଥିଲା। ଏହାର ପ୍ରଭାବରେ ଭାରତ ସମେତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ଫିଲିପାଇନ୍‌ସ ଆଦି ଭାରତ ମହାସାଗର ତଟବର୍ତ୍ତୀ ୧୪ଟି ଦେଶରେ ବିପୁଳ ଧନଜୀବନ ହାନି ଘଟିଥିଲା। ଏଥିରେ ଇଣ୍ଡୋନେସିଆରୁ ୧,୬୫,୭୦୮, ଶ୍ରୀଲଙ୍କାରୁ ୩୫,୩୯୯, ଭାରତରୁ ୧୬,୩୮୯ ଓ ଥାଇଲାଣ୍ଡରୁ ୮,୩୪୫ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଏବଂ ନିୟୁତାଧିକ ଲୋକ ପ୍ରଭାବିତ ହୋଇଥିଲେ। ବହୁ ବାସଗୃହ ଓ ସୌଧ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। ଏହା ଥିଲା ଇତିହାସରେ ଅନ୍ୟତମ ଭୟାବହ ପ୍ରାକୃତିକ ବିପର୍ଯ୍ୟୟ। ସୁନାମି ହେଉଛି ଏକ ଜାପାନୀ ଶବ୍ଦ। ଏହାର ଅର୍ଥ ହେଲା ପୋତାଶ୍ରୟ ତରଙ୍ଗ। ସାଧାରଣତଃ ଏହାକୁ ଜୁଆରିଆ ତରଙ୍ଗ କୁହାଯାଏ। ତେବେ ଜୁଆର ସହିତ ଏହାର କୌଣସି ସମ୍ପର୍କ ନାହିଁ। ସାଧାରଣତଃ ମହାସାଗର, ସାଗର କିମ୍ବା ହ୍ରଦ ପୃଷ୍ଠତଳର ଭୂଲମ୍ବ ଚଳନ ଫଳରେ ଏହା ଘଟିଥାଏ। ସାଗରଗର୍ଭରେ ତୀବ୍ର ଭୂକମ୍ପ ପ୍ରଭାବରେ ସମୁଦ୍ର ଜଳରେ ତୀବ୍ର ଆଲୋଡନ ସୃଷ୍ଟି ହୁଏ। ବିରାଟକାୟ ତରଙ୍ଗ ତଟ ଅଞ୍ଚଳକୁ ଗତି କରିଥାଏ। ଗଭୀର ଜଳଭାଗରେ ଏହି ଜଳ ତରଙ୍ଗର ବେଗ ଘଣ୍ଟା ପ୍ରତି ୭୦୦ କି.ମି. ରହିଥିବା ବେଳେ ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ଏହାର ବେଗ କମ୍‌ ରହେ। ଏହି ସମୟରେ ସୃଷ୍ଟି ହେଉଥିବା ତରଙ୍ଗଗୁଡ଼ିକର ଦୈର୍ଘ୍ୟ ବହୁତ ଲମ୍ବା ହୋଇଥାଏ। ତେଣୁ ଏହାକୁ ଜୁଆରିଆ ତରଙ୍ଗ କୁହାଯାଏ। ଏଗୁଡ଼ିକର ଆବର୍ତ୍ତି କାଳ ୧ ମିନିଟ୍‌ରୁ ଆରମ୍ଭକରି ୧ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ। ଏହି ତରଙ୍ଗର ଉଚ୍ଚତା ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ହୋଇଯାଏ। ଏହାର ଧ୍ୱଂସକାରୀ ଶକ୍ତି ଅମାପ। ଏହା ଶହ ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗ ମଧ୍ୟକୁ ଗତି କରିଥାଏ। ଏହା ତଟବର୍ତ୍ତୀ ଇଲାକାରେ ଭୟଙ୍କର ବନ୍ୟାର ବିଭୀଷିକା ସୃଷ୍ଟି କରିଥାଏ। ସାଧାରଣତଃ ଭୂମିକମ୍ପ ଦ୍ୱାରା ସୁନାମି ଘଟୁଥିଲେ ହେଁ ଅଗ୍ନି ଉଦ୍‌ଗିରଣ, ଉଲ୍‌କାପାତ, ଭୂସ୍ଖଳନ ଆଦି କାରଣରୁ ମଧ୍ୟ ଘଟୁଥିବାର ଜଣାଯାଏ। ୨୦୦୪ରେ ଭାରତରେ ଘଟିଯାଇଥିବା ସୁନାମିରେ ୧୦ ମିଟର ଉଚ୍ଚର ତରଙ୍ଗ ମାଡ଼ିଆସି ଉପକୂଳ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ଅତୀତରେ ସୁନାମି ଦ୍ୱାରା ବହୁ ଜୀବନ ହାନି ଓ ବ୍ୟାପକ କ୍ଷୟକ୍ଷତି ଘଟିଥିବାର ନଜିର ରହିଛି। ଏହା ୧୯୬୦ରେ ଚିଲିରେ, ୧୯୭୬ରେ ଫିଲିପାଇନ୍‌ସରେ, ୧୯୯୮ରେ ପାପୁଆ ନିଉଗିନିରେ, ୧୯୯୯ରେ ତୁର୍କୀରେ, ୨୦୦୧ରେ ପେରୁରେ, ୨୦୦୪ରେ ଭାରତ ମହାସାଗର ତଟବର୍ତ୍ତୀ ଦେଶଗୁଡ଼ିିକରେ, ୨୦୦୯ରେ ସାମୋଆ ଓ ଟୋଙ୍ଗା ଏବଂ ୨୦୧୧ରେ ପୂର୍ବ ଜାପାନରେ ଯେଉଁଁ ସଂହାରଲୀଳା ଘଟାଇଥିଲା, ତାହା ବିଶ୍ୱବାସୀଙ୍କ ସ୍ମୃତିରେ ଏବେ ମଧ୍ୟ ସତେଜ ରହିଛି। ୧୭୫୫ରେ ୟୁରୋପରେ ସୁନାମିରେ ୬୦,୦୦୦ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ୧୮୮୩ ମସିହାରେ କାକ୍ରାତୋଆ ବିସ୍ଫୋରଣ ଜନିତ କାରଣରୁ ସଂଘଟିତ ସୁନାମିରେ ୩୬,୦୦୦ ଲୋକ ମୃତ୍ୟୁବରଣ କରିଥିଲେ। ସେହିପରି ୧୮୯୬ ମସିହାରେ ଜାପାନ ସୁନାମିରେ ୨୭,୦୦୦ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ବ୍ୟାପକ କ୍ଷୟକ୍ଷତି ଓ ମୃତାହତକୁ ଲକ୍ଷ୍ୟକରି ରାଷ୍ଟ୍ରସଂଘ ସୁନାମି ସମ୍ପର୍କିତ ପ୍ରାକ୍‌ପ୍ରସ୍ତୁତି ଓ ଜନସଚେତନତା ସୃୃଷ୍ଟି ଉପରେ ଗୁରୁତ୍ୱାରୋପ କରୁଛି। ତଦନୁଯାୟୀ ୨୦୧୫ ଡିସେମ୍ବର ୨୨ରେ ରାଷ୍ଟ୍ରସଂଘର ସାଧାରଣ ସଭାରେ ଗୃହୀତ ପ୍ରସ୍ତାବ ଅନୁସାରେ ପ୍ରତିବର୍ଷ ନଭେମ୍ବର ୫ ତାରିଖ ଦିନଟିକୁ ସୁନାମି ସଚେତନତା ଦିବସ ରୂପେ ପାଳନ କରାଯିବାକୁ ସ୍ଥିର ହୋଇଛି। ରାଷ୍ଟ୍ରସଂଘ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକରେ ଏ ସମ୍ପର୍କିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛିି। ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ ହୋଇଥିବାରୁ ଆଗାମୀ ୨୦୧୮-୧୯ ଶିକ୍ଷାବର୍ଷରୁ ଓଡ଼ିଶାରେ ସୁନାମି ସମେତ ଭୂମିକମ୍ପ, ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଶିକ୍ଷାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ, ପ୍ରପୀଡ଼ିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ତାଲିମ ଦିଆଯିବାର ଲକ୍ଷ୍ୟ ରହିଛି। ଏହା ହେଲେ ପିଲାମାନେ ସୁନାମି ସମେତ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସଚେତନ ହୋଇପାରିବେ। ଉପଗ୍ରହ ସର୍ବେକ୍ଷଣ ଯୋଗେ ଓଡ଼ିଶାର ସମୁଦ୍ରଠାରୁ ପ୍ରାୟ ୩ କିଲୋମିଟର ମଧ୍ୟରେ ଥିବା କେତେକ ଅଞ୍ଚଳକୁ ସୁନାମିପ୍ରବଣ ରୂପେ ଚିହ୍ନଟ କରାଯାଇଛି। ଓଡ଼ିଶାର ଉପକୂଳ ଜିଲାରେ ସୁନାମି ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ଭାବୀ ସତର୍କ ସୂଚନା ପ୍ରଦାନ ପାଇଁ ଖୁବ୍‌ଶୀଘ୍ର ପ୍ରାକ୍‌ ବିପଦ ସଙ୍କେତ ପ୍ରଦାନ ବ୍ୟବସ୍ଥା କରାଯିବାର ଯୋଜନା ରହିଛି। ଏହି ସ୍ବୟଂଚାଳିତ କେନ୍ଦ୍ରଗୁଡ଼ିକ ସୁନାମି ସମୟରେ ନୂଆଦିଲ୍ଲୀସ୍ଥିତ ପାଣିପାଗ ଗବେଷଣା କେନ୍ଦ୍ର ଏବଂ କଲିକତା ଓ ହାଇଦ୍ରାବାଦସ୍ଥିତ ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ରକୁ ଏ ସମ୍ପର୍କିତ ସଙ୍କେତ ପ୍ରଦାନ କରିବ। ଫଳରେ ସୁନାମି କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ଖୁବ୍‌ ଜୋରରେ ସାଇରନ ବାଜିଉଠି ସତର୍କ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଅତଏବ ଗୋଟିଏ ସୁଇଚ୍‌ରେ ସମଗ୍ର ଉପକୂଳ ଅଞ୍ଚଳକୁ ସତର୍କ କରାଯାଇପାରିବ ଏବଂ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଯଥେଷ୍ଟ ପୂର୍ବରୁ ଉଦ୍ଧାର କରାଯାଇପାରିବ। ଏହା ବ୍ୟତୀତ ପ୍ରଶାସନ ତରଫରୁ ପ୍ରତିବର୍ଷ ସୁନାମି, ବାତ୍ୟା ସତର୍କତା ପାଇଁ ଏହି ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେବା ସହିତ ମକ୍‌ ଡ୍ରିଲ କରାଯାଉଛି। (୫ା୧୧ ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ) ମୋ-୮୯୦୮୨୮୯୪୧୧
All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅହମିକାର ଲଢ଼େଇ

ସମ୍ପାଦକୀୟ/ ଅହମିକାର ଲଢ଼େଇ

ଭାରତରେ ନିରପେକ୍ଷ ତଦନ୍ତ ପ୍ରସଙ୍ଗ ଉଠିଲେ ଲୋକେ ଟିକେ କଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାମ ଉଠାଇଥାଆନ୍ତି। ଏହାର ଅର୍ଥ ହେଲା ସିବିଆଇ ଏକ ଭରସାଯୋଗ୍ୟ ସଂସ୍ଥା ବୋଲି ଧରାଯାଇଥାଏ। କିନ୍ତୁ ବିଗତ କିଛିବର୍ଷ ହେବ ଏହାର କାର୍ଯ୍ୟକଳାପ ...

ଦାୟିତ୍ୱବୋଧର ବିସର୍ଜନ

ଦାୟିତ୍ୱବୋଧର ବିସର୍ଜନ

ସହଦେବ ସାହୁ

ନିର୍ବାଚନ କ’ଣ ଦାୟିତ୍ୱବୋଧର ଜଳାଞ୍ଜଳି ପର୍ବ? ଦଳ ଲୁଟ୍‌ କରୁଥିବାବେଳେ ଦଳର ସଭ୍ୟ ହିସାବରେ ବ୍ୟକ୍ତିର ଦାୟିତ୍ୱ ବଢ଼ିଯିବା କଥା। କିନ୍ତୁ ଦଳ ତିଷ୍ଠିଲେ ସେମାନେ ଲାଭାନ୍ବିତ ହେବେ ଭାବି ଦଳର ଲୋକେ ତ ଦାୟିତ୍ୱବୋଧ ହରାନ୍ତି, ଭୋଟରମାନଙ୍କ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦିଅନ୍ତି। ସାଧାରଣ ନାଗରିକ ବୁଝୁ ନ ବୁଝୁ, ଆମେ ବୁଦ୍ଧିଜୀବୀମାନେ ଚୁପ୍‌ ରହି ଶାସକ ଦଳକୁ ଏ ଦିଗରେ ଉତ୍ସାହିତ କରୁଛୁ, ଭବିଷ୍ୟତ ପିଢିକୁ ଧ୍ୱଂସମୁହାଁ କରୁଛୁ। ଚୁପ୍‌ ରହିବା ଯେ ସମର୍ଥନ (ପିଙ୍ଗଳ ସଂହିତାର ଭାଷାରେ ‘ଆବେଟ୍‌’) କରିବା ଆମେ ତାହା ...

ସାମ୍ୟବାଦୀ ଚିନ୍ତାନାୟକ

ସାମ୍ୟବାଦୀ ଚିନ୍ତାନାୟକ


ବିଜୟ କୁମାର ପଢ଼ିହାରୀ

ଓଡ଼ିଶାର ରାଜନୈତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦୃଷ୍ଟିଗୋଚର ହୁଅନ୍ତି ତିନିଜଣ ମହାମନୀଷୀ- ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜନନେତା ଭଗବତୀ ଚରଣ ପାଣିଗ୍ରାହୀ। ପ୍ରତ୍ୟେକେ ଓଡ଼ିଶାର ଇତିହାସରେ ଜଣେ ଜଣେ ଯୁଗସ୍ରଷ୍ଟା। ଭାଷାଭିତ୍ତିକ ପ୍ରଦେଶ ନିର୍ମାଣ ପାଇଁ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜନନାୟକ ମଧୁବାବୁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ଓଡ଼ିଆ ସ୍ବାଭିମାନ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ସେହିପରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଜାତୀୟତାର ମହାମନ୍ତ୍ରରେ ଦୀକ୍ଷିତ କରି ସ୍ବାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ସାମିଲ କରିଥିଲେ। ସେ ଥିଲେ ଜାତୀୟତାବାଦୀ ଚେତନା ଓ ଜାତୀୟତାବାଦୀ ସାହିତ୍ୟର ପ୍ରମୁଖ ଉଦ୍‌ଗାତା।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। କୌଣସି କାର୍ଯ୍ୟ କରିବାକୁ ହେଲେ ଆନ୍ତରିକ ନିଷ୍ଠା ଏକାନ୍ତ ଆବଶ୍ୟକ। ସମର୍ଥ ବ୍ୟକ୍ତିମାନେ ଯେଉଁ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେଭଳି କାର୍ଯ୍ୟକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ବେଳେବେଳେ ଅନାୟାସରେ କରିଥାଆନ୍ତି। ସେଭଳି ଜଣେ ତରୁଣୀ ହେଉଛନ୍ତି ହରିୟାଣାର ନିଷ୍ଠା ଡୁଡେଜା। ସଫଳତା ବାଟରେ ଅକ୍ଷମତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ବୋଲି...

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...