ସମ୍ବଲପୁର

୧୩ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀମାନଙ୍କ ବିକ୍ଷୋଭ

୧୩ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀମାନଙ୍କ ବିକ୍ଷୋଭ

ଭବାନୀପାଟଣା,୧୧।୧(ଡି.ଏନ.ଏ.)ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏଶନ୍‌ ପକ୍ଷରୁ ଅଙ୍ଗନୱାଡି କର୍ମୀମାନଙ୍କ ପକ୍ଷରୁ ୧୩ ଦଫା ଦାବି ନେଇ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ସ୍ଥାନୀୟ ବାଲାଜି ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯଥାଶୀଘ୍ର ଦାବି ପୂରଣ ଦିଗରେ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସଂଘ ତରଫରୁ ଦାବି କରାଯାଇଛି। ସେମାନଙ୍କ ଦାବିଗୁଡିକ ହେଲା ଅଙ୍ଗନୱାଡି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ସର୍ବନିମ୍ନ ମାସିକ ୧୮,୦୦୦ ଟଙ୍କା ଓ ସହାୟିକାଙ୍କ ପାଇଁ ୯,୦୦୦ଟଙ୍କା ପ୍ରଦାନ, ସୁପରଭାଇଜର ପଦବୀକୁ କେବଳ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ପଦୋନ୍ନତି କରିବା, ମିନି ଅଙ୍ଗନୱାଡିକର୍ମୀଙ୍କୁ ଅଙ୍ଗନୱାଡି କର୍ମୀ ମାନ୍ୟତା ପ୍ରଦାନ ସହିତ ସେହି କେନ୍ଦ୍ରରେ ଜଣେ ସହାୟିକା ନିଯୁକ୍ତି ଦେବା ବ୍ୟବସ୍ଥା, ନୂତନ ଖାଦ୍ୟ ତାଲିକାର ମୂଲ୍ୟ ବୃଦ୍ଧି କରିବା, ଗ୍ରୀଷ୍ମ ଅବକାଶ ୧ ମାସ ଗ୍ରୀଷ୍ମ ଛୁଟି ପ୍ରଦାନ, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣାଜନିତ ମୃତ୍ୟୁବରଣ ହେଲେ ୫ ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁବରଣ କଲେ ୨ ଲକ୍ଷ ଟଙ୍କା ପ୍ରଦାନ, ସବୁ ଅଙ୍ଗନୱାଡି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଇବା, ଅଙ୍ଗନୱାଡି କର୍ମୀମାନଙ୍କ ଅଭିଜ୍ଞତାକୁ ଅଗ୍ରାଧିକାର ଦେଇ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ଆଦି ଦାବି ରହିଛି । ଏହି ଶୋଭାଯାତ୍ରା ଓ ବିକ୍ଷୋଭରେ ସୁମିତ୍ରା ମହାପାତ୍ର, ଝୁନୁପମା ଶତପଥୀ, ଜସ୍ମିନ ନାଏକ, ରୁକ୍ମଣି ପୁରୋହିତ, ପ୍ରେମଲତା ସାମନ୍ତରାୟ, ବିନୋଦିନି ମଙ୍ଗାରାଜ, ସିନ୍ଧୁକା ନାଏକ, ଓ ସୁବ୍ରତ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ନେତୃତ୍ୱ ନେଇଥିଲେ । 


All Right Reserved By

ସମ୍ବଲପୁର

ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ବଲାଙ୍ଗୀର ଅଫିସ, ୨୦ା୪ : ବଲାଙ୍ଗୀର ସଦର ଥାନା ଅଞ୍ଚଳର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। 

୪୮ ଘଣ୍ଟା ପରେ ବି ରାସ୍ତାରୁ ହଟିଲାନି ଗଛ

୪୮ ଘଣ୍ଟା ପରେ ବି ରାସ୍ତାରୁ ହଟିଲାନି ଗଛ

ଘଣ୍ଟାପଡ଼ା,୨୦ା୪(ଡି.ଏନ୍‌.ଏ.) : ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ପ୍ରବେଶ ଦ୍ୱାର ନିକଟରେ ଦୁଇଟି ଫାଶୀ ଗଛ ରହିଥିଲା। ଗତ ୧୮ ତାରିଖରେ କାଳବୈଶାଖୀ ହେବାରୁ ଗୋଟିଏ ଗଛ ଭାଙ୍ଗି  ଅଭିମନ୍ୟୁ ମଲିକଙ୍କ ଘର ଉପରେ ପଡ଼ିଥିଲା।

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

ଭଟଲି,୨୦ା୪(ଡି.ଏନ୍‌.ଏ.): ବୁଥ ନାହିଁ ତ ଭୋଟ ନାହିଁ । ଭୋଟ ଦେବା ଜଣେ ଭାରତୀୟ ନାଗରିକର ମୌଳିକ ଅଧିକାର ହୋଇଥିଲେ ହେଁ ‘ଗାଁରେ ବୁଥ ନ ହେଲେ ଆମେ ଭୋଟ ଦେବୁ ନାହିଁ’ ବୋଲି ଅଡ଼ି ବସିଛନ୍ତି ଭଟଲି ବ୍ଲକ୍‌ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରସାଳି ଗ୍ରାମବାସୀ ।

ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍‌

ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍‌

ଭବାନୀପାଟଣା,୨୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କୁମ୍ଭାରି ଗାଁରେ ଥିବା ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଶନିବାର ଅଗ୍ନିକାଣ୍ଡ ଘଟିଛି।

ସୁନ୍ଦରଗଡ଼ରେ ଝଡପବନ ସହ ବର୍ଷା: ଗଛ ଭାଙ୍ଗିଲା, ଛାତ ଉଡ଼ିଲା

ସୁନ୍ଦରଗଡ଼, ୨୦।୪ (ଡି.ଏନ୍‌,ଏ) -ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଝଡପବନ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଅଧିକାଂଶ ସ୍ଥାନରେ ବହୁ ଗଛଡ଼ାଳ ଭାଙ୍ଗିପଡ଼ିଛି। ଘରର ଚାଳ ଛପର, ଆଜବେଷ୍ଟସ ଛାତ ଉଡିଯାଇଛି। ଗଛଡ଼ାଳ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁୁଗୁଳି ପରେ ବର୍ଷା ଯୋଗୁ ଲୋକେ ଆସ୍ବସ୍ତି ଲାଭ କରିଛନ୍ତି।

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡିଛି। ଖବରପାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଦିଲୀପ ଷଡ଼ଙ୍ଗୀ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ଼, ୨୦।୪ (ସ୍ବ.ପ୍ର.) -ନିର୍ବାଚନ ମତଦାନ ପାଇଁ ଆଉ ୩ ଦିନ ବାକିଥିବାବେଳେ କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ନିଜର କର୍ମୀ ତଥା ନେତାଙ୍କୁ ନେଇ ଗୁରୁବାର ସନ୍ଧ୍ୟାରେ ଦେବଗଡ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଚାଲିଚାଲି ରୋଡ ଶୋ, ନିର୍ବାଚନ ପ୍ରଚାର ଏବଂ ପଥପ୍ରାନ୍ତ ସଭା କରିଥିଲେ। 

ମୌଳିକ ସୁବିଧାରୁ ବଞ୍ଚିତ ବ୍ରାହ୍ମଣୀପଡା ଗାଁ : ପାନୀୟ ଜଳ ମୁଖ୍ୟ ସମସ୍ୟା

ମୌଳିକ ସୁବିଧାରୁ ବଞ୍ଚିତ ବ୍ରାହ୍ମଣୀପଡା ଗାଁ : ପାନୀୟ ଜଳ ମୁଖ୍ୟ ସମସ୍ୟା

ନୂଆପଡା ଅଫିସ,୧୯।୪ : ସ୍ବାଧୀନତାର ୭୨ବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ସିନାପାଲି ବ୍ଲକ ବ୍ରାହ୍ମଣପଡା ଗଁା ଲୋକଙ୍କ ମୌଳିକ ସମସ୍ୟା ଦୂର ହୋଇପାରୁନାହିଁ । 

ରାମ ମନ୍ଦିର କଲ୍ୟାଣ ମଣ୍ଡପ ଅଧାପନ୍ତରିଆ

ରାମ ମନ୍ଦିର କଲ୍ୟାଣ ମଣ୍ଡପ ଅଧାପନ୍ତରିଆ

ଲୋଇସିଂହା,୧୯।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ରୁଗୁଡିଖାଲସ୍ଥିତ ରାମ ମନ୍ଦିର ପରିସରରେ ସରକାରୀ ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି । 

ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ତିନି ଦିନର ଡିଏ ଦାବିକଲା ରାଜ୍ୟ ଅଣଗେଜେଟେଡ୍‌ ଅଧିକାରୀ ସମନ୍ବୟ କମିଟି

ଭବାନୀପାଟଣା,୧୯।୪ (ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାରେ ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି ।

୬ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ

୬ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ

ବରଗଡ଼ ଅଫିସ,୧୯।୪: ବରଗଡ଼ ଜିଲାପାଳ ଶୁକ୍ରବାର ୬ଜଣ ପୋଲିଂ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ନିର୍ବାଚନ କାର୍ଯ୍ୟରେ ଅବହେଳା ଲାଗି ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ବରଗଡ଼ ଅଫିସ,୧୯।୪: ୬ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ। ନିର୍ବାଚନରେ ଅବହେଳା ଯୋଗୁଁ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି।


Model This Week

କ୍ରିଷ୍ଣା
Why Dharitri