ସମ୍ବଲପୁର

ଓଭରହେଡ ଟାଙ୍କିରୁ ପାଣି ଝରୁଛି

ଓଭରହେଡ ଟାଙ୍କିରୁ ପାଣି ଝରୁଛି

ଲୋଇସିଂହା,୧୨।୧(ଡି.ଏନ.ଏ)ବଲାଙ୍ଗୀର ଜିଲା ଲୋଇସିଂହା ସାପ୍ତାହିକ ବଜାରଠାରେ ନିର୍ମାଣାଧୀନ  ଓଭରହେଡ ଟାଙ୍କିରୁ ପାଣି ଝରୁଛି ା ଗତ ସେପ୍ଟେମ୍ବର ମାସରେ ଖାଦ୍ୟ ଯୋଗଣ ଓ ଖାଉଟି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରା ଏହାକୁ ଉଦ୍‌ଘାଟନ କରିଥିଲେ ା ଉଦ୍‌ଘାଟନର  ୪ମାସ ମଧ୍ୟରେ  ଟାଙ୍କିରୁ ପାଣି ଝରିବାରୁ ଏହାର  ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ଉଠିଛ ା 

         ଲୋଇସିଂହା ବସ୍ତିର ଜଣସାଧାରଣକୁ ନିରନ୍ତର ଓ ଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ  ଜଳ ଓ ପରିମଳ ବିଭାଗ ପକ୍ଷରୁ  ସ୍ଥାନୀୟ ସାପ୍ତାହିକ ବଜାରରେ ଦେଢଲକ୍ଷ  କ୍ଷମତା ବିଶିଷ୍ଟ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଛି ା  ଗତ ୨ ସେପ୍ଟେମ୍ବର ୨୦୧୮ରେ ଏହି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ମନ୍ତ୍ରୀ ପାତ୍ର ଏହାକୁ ଉଦ୍‌ଘାଟନ କରିଥିବା ବେଳେ ବଲାଙ୍ଗରେ ଏମପି କଲିକେଶ ନାରାୟଣ ସିଂଦେଓ, ବିଧାୟକ ଯୋଗେନ୍ଦ୍ର ବେହେରା ଓ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା କାନ୍ତା ସେଠ ଓ ଉପାଧ୍ୟକ୍ଷ  ଯତିନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ା ବ୍ଲକ ସଦର ମୁଖ୍ୟାଳୟ ଲୋଇସିଂହା ସହରରକୁ ଫାସଡସ୍ଥିତ ସୁକତେଲ ନଦୀରୁ ପାଣି ଯୋଗାଣ ହୋଇ ଆସୁଛି ା ପୂର୍ବରୁ ସ୍ଥାନୀୟ ଆରଡବ୍ଲୁଏସଏସ ଅଫିସ ପରିସରର ପାଣି ଟାଙ୍କିରୁ ବସ୍ତିଙ୍କୁ  ଜଳ ଯୋଗାଣ କରାଯାଉଥିଲା ା ପାଣି ଟାଙ୍କି ବସ୍ତିରୁ ପ୍ରାୟ ୨କମି ଓ ବସ୍ତି ମଧ୍ୟକୁ ବିଛା ଯାଇଥିବା ପାଇପ ଛୋଟ ହୋଇଥିବାରୁ ଲୋଇସିଂହା ସହରର ଅନେକ ବସ୍ତିକୁ ଠିକ୍‌ ଭାବରେ ଜଳ ଯୋଗାଣ ହୋଇ ପାରୁ ନ ଥିଲା ା ଏହାକୁ ନେଇ ଅନେକ ସମୟରେ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥାଏ ା ଗ୍ରୀଷ୍ମ ସମୟରେ ବସ୍ତିର ବହୁ ଲୋକ ଥାନା ସମ୍ମୁଖ କିମ୍ବା ଫାଟକ ନିକଟ ଷ୍ଟାଣ୍ଡପୋଷ୍ଟକୁ  ପାଣି ସଂଗ୍ରହ କରିବାକୁ ଆସି ହଇରାଣ  ହେଉଥିଲେ ା ଏହି ସମସ୍ୟାକୁ ଏଡାଇବା  ଓ ବସ୍ତି ଲୋକଙ୍କୁ ପର୍ଯ୍ୟାପ୍ତ ପାଣି ଯୋଗାଇବା ଲକ୍ଷ୍ୟରେ  ଓଭରହେଡ ପାଣି ଟାଙ୍କିର ଶିଳାନ୍ୟାସ  ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ଦ୍ୱାରା ହୋଇଥିଲା ା ପାନୀୟ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି  ପ୍ରକଳ୍ପ ନିର୍ମାଣ ପରେ ଗତ ଖରା ସମୟରେ  ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା ା ହେଲେ ଏତେ କମ ଦିନରେ ଟାଙ୍କିରୁ ପାଣି ଝରିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।  ଏ ନେଇ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ପ୍ରସାଦ ସାମନ୍ତରାୟଙ୍କୁ ପଚାରିବାରୁ ପୂର୍ବରୁ ହେଉଥିବା ଲିକ୍‌କୁ  ମରାମତି କରାଯାଇଥିଲା। ଏବେ ଯଦି ପୁଣି ଲିକ୍‌ ହେଉଥାଏ, ତେବେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। 

All Right Reserved By

ସମ୍ବଲପୁର

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବରଗଡ଼ ଅଫିସ୍‌,୧୮ା୨:ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୯ ଭିଏସଏସ ନଗର ବିଶି କଲୋନୀର ଜଣେ ନାବାଳକ ଇନେଶ ତାଣ୍ଡି(୧୫)ଙ୍କୁ ସମ୍ବଲପୁର ଜିଲା ବୁର୍ଲା ପି.ସି ବ୍ରିଜ ତଳକୁ ଠେଲି ହତ୍ୟା କରାଯାଇଛି ।

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ସମ୍ବଲପୁର,୧୮ା୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳୁଛି। ୬୦ ବର୍ଷ ବୟସ ଭିତରେ ହିତାଧିକାରୀଙ୍କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିଲା। ଏବେ ଆଉ ୨ ଶହ ଟଙ୍କା ବଢିଛି। 

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ସମ୍ବଲପୁର, ୧୮।୨ (ବ୍ୟୁରୋ)-ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ସମାବେଶ (ମହାଯୋଟ) ତପସ୍ବିନୀ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । 

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଦେବଗଡ,୧୮ା୨(ସ୍ବ.ପ୍ର.):ରେଙ୍ଗାଳି ବନ୍ଧ ବାସଚ୍ୟୁତଙ୍କ ସମସ୍ୟା ଓ ଦାବି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଅଣଦେଖା କରୁଛି। 

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

ବାମରା, ୧୮।୨ (ସ୍ବ.ପ୍ର.):ସମ୍ବଳପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଞ୍ଚାୟତରେ ରବିବାର ଚାଲିଥିବା ପିଠା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କୁ ୱାର୍ଡ ମେମ୍ବର କଲ୍ୟାଣ ସଂଘ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଛି ।

ଅତି ଚାଲାକି ମହଙ୍ଗା ପଡିଲା

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.):ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.):ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। 

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ବଲାଙ୍ଗୀର ଅଫିସ, ୧୮ା୨:ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି ା

ତମାଖୁ ବର୍ଜନ ସଚେତନତା ଅଭିଯାନ

ତମାଖୁ ବର୍ଜନ ସଚେତନତା ଅଭିଯାନ

ଅମରପାଲି, ୧୭ା୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୁବରାଣୀ ସୀତାପୁର ଗ୍ରାମରେ ତମାଖୁ ବର୍ଜନ ସଚେତନତା ଅଭିଯାନ ରବିବାର ଅନୁଷ୍ଠିତ ହୋଇଯାଇଛି। ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ  ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ରାୟପୁର

ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ରାୟପୁର

ଅମରପାଲି, ୧୭।୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତାସ୍ଥିତ ରୟାଲ ପଡିଆରେ ଚାଲିଥିବା ନବମ ସର୍ବଭାତୀୟ ବିଜୟ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ରବିବାର  ମ୍ୟାଚରେ ପିକେ ଏକାଡେମୀ ବିଳାସପୁରକୁ ହରାଇ ରିୟାନ ଏକାଡେମୀ ରାୟପୁର ସେମିଫାଇନାଲରେ ପ୍ରବେଶ କରିଛି। ଖେଳ ଟି-୨୦ ଓ ଟି-୧୦ ଫର୍ମାଟରେ ଖେଳାଯାଇଥିଲା ।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅମରପାଲି, ୧୭।୨(ଡି.ଏନ.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ  କେଞ୍ଜିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅଚିଣ୍ଡା ଗ୍ରାମରେ ଅଙ୍ଗନୱାଡି ସହାୟକ ଚୟନରେ ପାତରଅନ୍ତର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଶନିବାର ଗଁାର ବହୁ ମହିଳା  ଏ ନେଇ ସିଡିପିଓ ସଞ୍ଜୁରାଣୀ ମିଶ୍ରଙ୍କୁ ଘେରାଉ କରି ପ୍ରତିବାଦ କରିଛନ୍ତି ।