ସମ୍ବଲପୁର

ବଲାଙ୍ଗୀର ବହିହାଟ: ହାସ୍ୟବ୍ୟଙ୍ଗ କବିତାରେ ଆସର ଜମିଲା

ବଲାଙ୍ଗୀର ବହିହାଟ: ହାସ୍ୟବ୍ୟଙ୍ଗ କବିତାରେ ଆସର ଜମିଲା

ବଲାଙ୍ଗୀର ଅଫିସ, ୧୨ା୧

ବଲାଙ୍ଗୀର ବହିହାଟର ସପ୍ତମ ସନ୍ଧ୍ୟାରେ ଅନୁଷ୍ଠିତ ହାସ୍ୟବ୍ୟଙ୍ଗ କବିତା ଆସରରେ କୋଶଳ କଳାମଣ୍ଡଳ ପଡିଆ ଜମିଥିଲା ା ହାସ୍ୟବ୍ୟଙ୍ଗ କବି, କବୟିତ୍ରୀମାନେ ନିଜସ୍ବ ବ୍ୟଙ୍ଗ କବିତା ମାଧ୍ୟମରେ ଦର୍ଶକଙ୍କୁ ହସର ଖୋରକ ଯୋଗାଇଥିଲେ ା ଜିଲା ଲେଖକ ପରିଷଦ ସଭାପତି ମଳୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ଯୋଗଦେଇ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଶହୀଦ ଭଗତ୍‌ ସିଂଙ୍କ ଦେଶାତ୍ମବୋଧ ଓ ସଂଗ୍ରାମ କଥା ଉଲ୍ଲେଖ କରି ଦେଶ ମାତୃକାର ସେବାରେ ଜୀବନ କିଭଳି ମହିମାନ୍ବିତ ହୋଇଥାଏ କହିଥିଲେ ା ଯୁବକମାନଙ୍କୁ ଆହ୍ବାନ କରି ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କହିଥିଲେ ା ହାସ୍ୟବ୍ୟଙ୍ଗ କବିତା ଆସରରେ ବ୍ୟଙ୍ଗକବି ଅଧିକାରୀ ସା, ଶରତ ମିଶ୍ର, ଅର୍ଜୁନ ସାହୁ ଓ ଅନୁପ୍ରିୟା ମିଶ୍ର ଯୋଗଦେଇ ଦୀର୍ଘ ୨ ଘଣ୍ଟା ଧରି ହାସ୍ୟବ୍ୟଙ୍ଗ କବିତାରେ ଦର୍ଶକଙ୍କ ମନ ମୋହିଥିଲେ ା  

All Right Reserved By

ସମ୍ବଲପୁର

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ, ୨୧।୪ (ଡି.ଏନ.ଏ)-ବଡ଼ଗାଁର ରାମଲୀଳା ଯାତ୍ରାର ସପ୍ତମ ରଜନୀରେ ରାମଚନ୍ଦ୍ରଙ୍କ ବନବାସ ମଞ୍ଚସ୍ଥ ହୋଇଛି। ଦାସୀ ମନ୍ଥରାଙ୍କ କୁମନ୍ତ୍ରଣାରେ ପଡି ରାଜା ଦଶରଥଙ୍କ ମଧ୍ୟମା ରାଣୀ କୈକେୟୀ ରାଜାଙ୍କ ଦୁର୍ବଳ ମୂହୂର୍ତ୍ତର ସୁଯୋଗ ନେଇ ୨ବର ଦେବା ପାଇଁ ସର୍ତ୍ତ ରଖିଥିଲେ ।

ପୋଖରୀରେ ବୁଡ଼ି ଆଈ, ନାତି ମୃତ

ପୋଖରୀରେ ବୁଡ଼ି ଆଈ, ନାତି ମୃତ

ରିଆମାଳ,୨୧ା୪(ଡି.ଏନ୍‌.ଏ.)- ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଢୋଲପଡ଼ା ପଞ୍ଚାୟତର ମାଳିଚୁଆ ଗ୍ରାମରେ  ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇଥିବା ଆଈ ଓ ନାତିଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। 

କାଳ ବୈଶାଖୀରେ ଘର ଉପରେ ଗଛ ପଡ଼ିଲା: ମା’ ଝିଅ ମୃତ, ବାପା ଗୁରୁତର

କାଳ ବୈଶାଖୀରେ ଘର ଉପରେ ଗଛ ପଡ଼ିଲା: ମା’ ଝିଅ ମୃତ, ବାପା ଗୁରୁତର

ନୂଆପଡ଼ା ଅଫିସ,୨୧।୪-ନୂଆପଡ଼ା ଜିଲା ଜୋଙ୍କ ଥାନା ଅନ୍ତର୍ଗତ ଭଏଁଷାଟାଲ ଗ୍ରାମପଞ୍ଚାୟତ ଭଣ୍ଡାରପୁରୀ ଗାଁ ମଝିରେ ଥିବା ଏକ ବୃହଦାକାୟ ପିପଲ ଗଛ କାଳ ବୈଶାଖୀ ପ୍ରଭାବରେ ଭାଙ୍ଗି ପଡି ଘର ଉପରେ ପଡିବାରୁ ମା’ଝିଅଙ୍କ ମୃତ୍ୟୁ ଘଟିଛି।

କୈବର୍ତ୍ତ ସମାଜର ମାଣିକେଶ୍ୱରୀ ଯାତ୍ରା

କୈବର୍ତ୍ତ ସମାଜର ମାଣିକେଶ୍ୱରୀ ଯାତ୍ରା

ଡୁଙ୍ଗୁରିପାଲି, ୨୦ା୪(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି କୈବର୍ତ୍ତ ସମାଜର ମାଣିକେଶ୍ୱରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ା  କୈବର୍ତ୍ତ ସମାଜ ସଭାପତି ପ୍ରମୋଦ କୁମାର ବେହେରାଙ୍କ ଘରୁ  ଛତର ବାହାରି କୁଦେଇପଡାର ଦୟାନିଧି ବୁଡେକଙ୍କ ଘରେ ପହଞ୍ଚିଥିଲା।

ଘଣ୍ଟେଶ୍ୱରୀ ପୀଠରେ ଚଇତି ପର୍ବ

ଘଣ୍ଟେଶ୍ୱରୀ ପୀଠରେ ଚଇତି ପର୍ବ

ଚିପିଲିମା,୨୦।୪ (ଡି.ଏନ.ଏ.) ସମ୍ବଲପୁର ଜିଲା ଚିପିଲିମା (ବଗବିରା) ଘଣ୍ଟେଶ୍ୱରୀ ପୀଠରେ ଶୁକ୍ରବାର ମାଁଙ୍କ ବାର୍ଷିକ ଚଇତି ପର୍ବ ସମ୍ପନ୍ନ ହୋଇଯାଇଛି । ମାଁଙ୍କ ଛତର ବଗବିରା ବଢ଼ିଆଲ ବୁରେଇ ମୁଖ୍ୟ ଶକ୍ତିପୀଠରୁ ବିଧି ମୁତାବକ ପୂଜାର୍ଚ୍ଚନା ପରେ ପରିକ୍ରମାରେ ବାହାରିଥିଲା। 

ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ବଲାଙ୍ଗୀର ଅଫିସ, ୨୦ା୪ : ବଲାଙ୍ଗୀର ସଦର ଥାନା ଅଞ୍ଚଳର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। 

୪୮ ଘଣ୍ଟା ପରେ ବି ରାସ୍ତାରୁ ହଟିଲାନି ଗଛ

୪୮ ଘଣ୍ଟା ପରେ ବି ରାସ୍ତାରୁ ହଟିଲାନି ଗଛ

ଘଣ୍ଟାପଡ଼ା,୨୦ା୪(ଡି.ଏନ୍‌.ଏ.) : ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ପ୍ରବେଶ ଦ୍ୱାର ନିକଟରେ ଦୁଇଟି ଫାଶୀ ଗଛ ରହିଥିଲା। ଗତ ୧୮ ତାରିଖରେ କାଳବୈଶାଖୀ ହେବାରୁ ଗୋଟିଏ ଗଛ ଭାଙ୍ଗି  ଅଭିମନ୍ୟୁ ମଲିକଙ୍କ ଘର ଉପରେ ପଡ଼ିଥିଲା।

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

ଭଟଲି,୨୦ା୪(ଡି.ଏନ୍‌.ଏ.): ବୁଥ ନାହିଁ ତ ଭୋଟ ନାହିଁ । ଭୋଟ ଦେବା ଜଣେ ଭାରତୀୟ ନାଗରିକର ମୌଳିକ ଅଧିକାର ହୋଇଥିଲେ ହେଁ ‘ଗାଁରେ ବୁଥ ନ ହେଲେ ଆମେ ଭୋଟ ଦେବୁ ନାହିଁ’ ବୋଲି ଅଡ଼ି ବସିଛନ୍ତି ଭଟଲି ବ୍ଲକ୍‌ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରସାଳି ଗ୍ରାମବାସୀ ।

ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍‌

ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍‌

ଭବାନୀପାଟଣା,୨୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କୁମ୍ଭାରି ଗାଁରେ ଥିବା ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଶନିବାର ଅଗ୍ନିକାଣ୍ଡ ଘଟିଛି।

ସୁନ୍ଦରଗଡ଼ରେ ଝଡପବନ ସହ ବର୍ଷା: ଗଛ ଭାଙ୍ଗିଲା, ଛାତ ଉଡ଼ିଲା

ସୁନ୍ଦରଗଡ଼, ୨୦।୪ (ଡି.ଏନ୍‌,ଏ) -ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଝଡପବନ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଅଧିକାଂଶ ସ୍ଥାନରେ ବହୁ ଗଛଡ଼ାଳ ଭାଙ୍ଗିପଡ଼ିଛି। ଘରର ଚାଳ ଛପର, ଆଜବେଷ୍ଟସ ଛାତ ଉଡିଯାଇଛି। ଗଛଡ଼ାଳ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁୁଗୁଳି ପରେ ବର୍ଷା ଯୋଗୁ ଲୋକେ ଆସ୍ବସ୍ତି ଲାଭ କରିଛନ୍ତି।

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡିଛି। ଖବରପାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଦିଲୀପ ଷଡ଼ଙ୍ଗୀ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ଼, ୨୦।୪ (ସ୍ବ.ପ୍ର.) -ନିର୍ବାଚନ ମତଦାନ ପାଇଁ ଆଉ ୩ ଦିନ ବାକିଥିବାବେଳେ କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ନିଜର କର୍ମୀ ତଥା ନେତାଙ୍କୁ ନେଇ ଗୁରୁବାର ସନ୍ଧ୍ୟାରେ ଦେବଗଡ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଚାଲିଚାଲି ରୋଡ ଶୋ, ନିର୍ବାଚନ ପ୍ରଚାର ଏବଂ ପଥପ୍ରାନ୍ତ ସଭା କରିଥିଲେ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri