ରାଜ୍ୟ | ରାୟଗଡା

ଅସମ୍ଭାଳ ଜାଡ଼କୁ ସହରରେ ନାହିଁ ଆଶ୍ରୟସ୍ଥଳ

ଅସମ୍ଭାଳ ଜାଡ଼କୁ ସହରରେ ନାହିଁ ଆଶ୍ରୟସ୍ଥଳ

ଜୟପୁର,୧୨ା୧(ନି.ପ୍ର.)- ଶୀତର ପ୍ରକୋପରେ କୋରାପୁଟ ଜିଲା ସମେତ ଜୟପୁର ସହର ଥରୁଛି। ଜାଡ଼ ଏତେ ଯେ ସନ୍ଧ୍ୟା ହେବା ମାତ୍ରେ ସହର ଗଳି ଜନଶୂନ୍ୟ ହେବା ଆରମ୍ଭ କରୁଛି। ତେବେ ଏ ଅସମ୍ଭାଳ ଜାଡ଼ରେ ବେଶୀ କଷ୍ଟ ଭୋଗୁଛନ୍ତି ବାସହୀନ ଗରିବ। ରାତ୍ରି ଆଶ୍ରୟସ୍ଥଳ ନଥିବାରୁ ସେମାନେ ଖୋଲା ଆକାଶ ତଳେ ନିଦ ଯାଉଛନ୍ତି। ଶୀତତାପ ନିୟନ୍ତ୍ରିତ ଘରେ କମ୍ବଳ ଭିତରେ ରହୁଥିବା ପ୍ରଶାସନିକ ଅଧିକାରୀ ସେମାନଙ୍କ ଦୁଃଖ ଓ ଯନ୍ତ୍ରଣା ଅନୁଭବ କରିପାରୁ ନାହାନ୍ତି।

ଜୟପୁର ସହର ହେଉଛି ଏକ ବାଣିଜି୍ୟକ କେନ୍ଦ୍ର ଓ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ସହର ା ଏଠାକାର ବାସହୀନ ଗରିବ ଲୋକେ ଦିନ ସାରା ଜୀବିକା ପଛରେ ଧାଇଁ ରାତି ହେଲେ ରାସ୍ତାକଡ଼ରେ ଶୋଇପଡ଼ନ୍ତି। ରଜାନହର ଛକ ଷ୍ଟଲ, ସରକାରୀ ଓ ଘରୋଇ ବସ୍‌ଷ୍ଟାଣ୍ଡ, ଢେପଗୁଡ଼ା ନିକଟ ଦୋକନ ବାରଣ୍ଡା, ଗୁପ୍ତେଶ୍ୱର କମ୍ପ୍ଳେକ୍ସ, ବାଙ୍କମଠ ବାରଣ୍ଡା ପାଲଟିଛି ସେମାନଙ୍କ ରାତ୍ର ଆଶ୍ରୟସ୍ଥଳୀ। ୨୦୧୭ ସେପ୍ଟେମ୍ବର ୧୬ରେ ଜୟପୁର ପୌର ପରିଷଦ ବୈଠକରେ ସହରୀ ଗରିବଙ୍କ ପାଇଁ ପ୍ରଶାସନ ଚିନ୍ତା ପ୍ରକାଶ କରିଥିଲା। ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ କଡ଼ କୁନ୍ଦାରିଗୁଡ଼ାରେ ଥିବା ପୌରପାଳିକାର ଜମିରେ ସେମାନଙ୍କ ପାଇଁ ୪୦ ଲକ୍ଷ ବ୍ୟୟରେ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ ା ଏଠାରେ ବିଭିନ୍ନ କାମ ପାଇଁ ସହରକୁ ଆସୁଥିବା ଗରିବ ଶ୍ରେଣୀର ଲୋକେ ମାଗଣାରେ ରାତ୍ରି ଯାପନ କରିପାରିବେ ା କିନ୍ତୁ ଏହି ବ୍ୟବସ୍ଥା ନାଲିଫିତା ତଳେ ରହିଗଲା ା ଗତ ଅଗଷ୍ଟ ୩୧ରେ ପୁଣି ଟାଉନ ହଲ ନିକଟରେ ଆଶ୍ରୟସ୍ଥଳ ନିର୍ମାଣ ପାଇଁ ବିଧାୟକ ତାରାପ୍ରସାଦ ବାହିନୀପତି ଭିତ୍ତିପ୍ରସ୍ତର ଦେଲେ; କିନ୍ତୁ ୪ ମାସ ବିତିଯାଇଥିଲେ ମଧ୍ୟ ପୌର ପରିଷଦ ଏଯାଏଁ କାର୍ଯ୍ୟ ଆରମ୍ଭ କରିନାହିଁ। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସଞ୍ଜୟ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ଟେଣ୍ଡର ବାହାରିଥିଲା କିନ୍ତୁ କୌଣସି ଠିକାଦାର ଭାଗନେଲେ ନାହିଁ। ତେଣୁ ପୁଣି ଟେଣ୍ଡର କଢ଼ାଯାଇଛି। ତେବେ ଟାଉନ ହଲ ଓ ସରୋଜିନୀ ଭବନରେ ଅସ୍ଥାୟୀ ଆଶ୍ରୟସ୍ଥଳ କରାଯାଇଛି ବୋଲି ସେ କହିଥିଲେ। ଏ ନେଇ ବିଧାୟକ ବାହିନୀପତିଙ୍କୁ ପଚାରିବାରୁ ସେ କହିଲେ, ୪ ମାସ ନୁହେଁ, ବହୁ ବର୍ଷ ହେବ ଏହି ଟଙ୍କା ପଡ଼ିରହିଥିଲା। ପରିଷଦ କୋଠା ନିର୍ମାଣ କରିବ ବୋଲି ଭିତ୍ତିପ୍ରସ୍ତର ଦିଆଗଲା ା କିନ୍ତୁ ପରିଷଦ ତାହା କରୁନାହିଁ।

All Right Reserved By

ରାଜ୍ୟ | ରାୟଗଡା

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

 ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ପାଟଣା,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବିଜେଡି ଉପସଭାପତି ଦେବାନନ୍ଦ ପୃଷ୍ଟି ରବିବାର ପଦରୁ ଇସ୍ତଫା ଦେଇଛନ୍ତି। 

  ଜଙ୍ଗଲରୁ  ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ ପାଣିପୋଇଲା ସାନହାମରା ଜଙ୍ଗଲରୁ ରବିବାର  ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।

   ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ଆଡ଼ଚେରରେ ରାଜନୈତିକ ହିଂସା, ୩ ଗୁରୁତର

ନୟାଗଡ଼ ଅଫିସ,୨୧।୪: ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ  ଆଡ଼ଚେର ଗ୍ରାମରେ ଶନିବାର ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ  କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ଭୁବନ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭୁବନଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଷ୍ଟାଟିକ ସର୍ଭିଲାନ୍ସ ୧୨ ନଂ.  ଟିମ୍‌ଙ୍କୁ ମହୁଲପାଳ ପଞ୍ଚାୟତରେ ଶନିବାର ଦୁର୍ବ୍ୟବହାର  କରାଯାଇଥିଲା

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୧।୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିବାର ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ଦାବିରେ କେନ୍ଦୁଝର ମାଇନିଂ ସ୍କୁଲ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ଅନୁଗୋଳ ଅଫିସ,୨୧।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହେବାକୁ ଥିବାବେଳେ  ଏ ନେଇ ଅନୁଗୋଳ ନିିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ରୋଡ ଶୋ’ କରାଯାଇଛି। 

ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ନିରଞ୍ଜନଙ୍କ କଡା ଆଭିମୁଖ୍ୟ: ୬ ଜଣଙ୍କୁ ବହିଷ୍କାର

ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ନିରଞ୍ଜନଙ୍କ କଡା ଆଭିମୁଖ୍ୟ: ୬ ଜଣଙ୍କୁ ବହିଷ୍କାର

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରବିିବାର ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ବିଜୟଙ୍କ ପାଇଁ ପୁଣି ଅଗ୍ନିପରୀକ୍ଷା: ବେଦୁଙ୍କ ପରଲୋକ ଯୋଗୁ ସ୍ଥଗିତ ହେବ ପାଟକୁରା ବିଧାନସଭା ନିର୍ବାଚନ

ବିଜୟଙ୍କ ପାଇଁ ପୁଣି ଅଗ୍ନିପରୀକ୍ଷା: ବେଦୁଙ୍କ ପରଲୋକ ଯୋଗୁ ସ୍ଥଗିତ ହେବ ପାଟକୁରା ବିଧାନସଭା ନିର୍ବାଚନ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପାଟକୁରା ବିଧାୟକ ତଥା  ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ପରେ ଏହି ନିର୍ବାଚନମଣ୍ଡଳୀରେ ନିର୍ବାଚନ ସ୍ଥଗିତ ହେବା ନେଇ ଏକପ୍ରକାର ନିିଶ୍ଚିତ ହୋଇଯାଇଛି।

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ନିର୍ବାଚନମଣ୍ଡଳୀ: ଏପ୍ରିଲ ୨୩ରେ ମତଦାନ, ବନ୍ଦ ଚିନିକଳ ଖୋଲିବା ସବୁ ଦଳଙ୍କ ପ୍ରମୁଖ ପ୍ରସଙ୍ଗ

ନୟାଗଡ଼ ଅଫିସ,୨୧।୪: ଏପ୍ରିଲ ୨୩ରେ ଜିଲାର ନୟାଗଡ଼ ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଏଠାରେ କେଉଁ ପ୍ରାର୍ଥୀ ଜିତିବେ ତାହାକୁ ନେଇ ଚା ଖଟିଠୁ ଆରମ୍ଭ କରି ପାନ ଦେକାନ ଯାଏ ସବୁଠି ଚର୍ଚ୍ଚା ଚାଲିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୩୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି; ପିନାକୀ, ବବି ସବୁଠୁ ଧନୀ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୩୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି; ପିନାକୀ, ବବି ସବୁଠୁ ଧନୀ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆସନ୍ତା ୨୩  ତାରିଖରେ ରାଜ୍ୟର ୬ ଲୋକ ସଭା ଏବଂ ୪୨ଟି ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳରୁ  ଓ ସ୍ବାଧୀନ ଭାବେ ୩୫୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର;  ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଲୋକ ସଭା ଆସନ: ପ୍ରାର୍ଥୀଙ୍କ ଦକ୍ଷତା ମାପୁଛନ୍ତି ଭୋଟର; ପ୍ରାର୍ଥୀଙ୍କୁ ନିଦ ନାହିଁ କି ଖରାକୁ ଖାତିର ନାହିଁ

ଯାଜପୁର ଅଫିସ,୨୧। ୪: ଯାଜପୁର ଜିଲାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଏକ ସପ୍ତାହ ରହିଲା। ସେଥିପାଇଁ ନେତାମାନେ ଏବେଠାରୁ ପୂରା ଦମରେ ପ୍ରଚାରରେ ଲାଗି ପଡିଛନ୍ତି। ମର୍ଯ୍ୟାଦାଜନକ ଯାଜପୁର ଲୋକ ସଭା ଆସନରେ ଏବେ ନିର୍ବାଚନୀ ପରିବେଶ ବେଶ୍‌ ସରଗରମ ହୋଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri