ଖେଳ |

ହରି ପ୍ରସାଦ ଜାତୀୟ କରାଟେ ସଂଘର ବୈଷୟିକ ନିର୍ଦ୍ଦେଶକ

ହରି ପ୍ରସାଦ ଜାତୀୟ କରାଟେ ସଂଘର ବୈଷୟିକ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି)-

କରାଟେ ଆସୋସିଏଶନ ଅଫ ଇଣ୍ଡିଆ(କେଏଆଇ)ର ନିର୍ବାଚନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇ ଯାଇଛି। ୪ ବର୍ଷ ପାଇଁ ହୋଇଥିବା ଏହି ନିର୍ବାଚନରେ ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଉପସଭାପତି ପଦ ବଜାୟ ରଖିବା ସହ ଜାତୀୟ ସଂଘର ନୂଆ ବୈଷୟିକ ନିର୍ଦ୍ଦେଶକ ମନୋନୀତ ହୋଇଛନ୍ତି। ଏଥିପାଇଁ ଶୁକ୍ରବାର ଉତ୍କଳ କରାଟେ ସ୍କୁଲ ପରିସରରେ ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ (ଓସ୍‌କା) ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ହରିପ୍ରସାଦଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜାତୀୟ ସଂଘରେ ଅରୁଣାଚଳ ପ୍ରଦେଶର ସେନ୍‌ସେଇ ଲିଖାତାରା ସଭାପତି, ଜମ୍ମୁ କଶ୍ମୀରର ସେନ୍‌ସେଇ ଆମ୍ବବେଦକର ଗୁପ୍ତା ସମ୍ପାଦକ, ପଶ୍ଚିମବଙ୍ଗର ପ୍ରେମ୍‌ଜିତ ସେନ୍‌ କୋଷାଧ୍ୟକ୍ଷ, ପୂର୍ବତନ ସମ୍ପାଦକ ସିହାନ ଭରତ ଶର୍ମା ଉପସଭାପତି ଏବଂ ମଧ୍ୟପ୍ରଦେଶର ରତନ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକଭାବେ ନିର୍ବାଚିତ ହୋଇଛନ୍ତି। 

ହରିପ୍ରସାଦ ଓସ୍‌କାର ପ୍ରତିଷ୍ଠାତା ସଦସ୍ୟ, ସମ୍ପାଦକ ଏବଂ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିବାବେଳେ ଗତ ୧୨ ବର୍ଷ ଧରି ଜାତୀୟ ସଂଘର ଉପସଭାପତି ଅଛନ୍ତି। ଭାରତରେ ଜାତୀୟ କରାଟେ ସଂଘ(ପୂର୍ବରୁ ଏଆଇକେଏଫ ଓ ଏବେ କେଏଆଇ)ର ସେ ତୃତୀୟ ବୈଷୟିକ ନିର୍ଦ୍ଦେଶକ ଅଟନ୍ତି। ତାଙ୍କ ପୂର୍ବରୁ ସେନ୍‌ସେଇ ପରଭେଜ ମିସ୍ତି ଓ ସେନ୍‌ସେଇ କନହରାଜ ଏହି ସମ୍ମାନଜନକ ପଦବୀରେ ରହିଥିଲେ। ଏବେ ଏହି ଗୁରୁଦାୟିତ୍ୱ ହରିପ୍ରସାଦଙ୍କ ହାତକୁ ଆସିଛି। ହରିପ୍ରସାଦଙ୍କ ପ୍ରଶିକ୍ଷଣରେ ଓଡ଼ିଶାର ଅନେକ ପ୍ରତିଯୋଗୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିଛନ୍ତି। ବ୍ୟକ୍ତିଗତଭାବେ ସେ ୮୦ ଓ ୯୦ ଦଶକରେ ବହୁବାର ରାଜ୍ୟ କରାଟେରେ ଓପନ ଚାମ୍ପିୟନ ହେବାସହ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି। 

ଓସ୍‌କାର କାର୍ଯ୍ୟକାରୀ ସଭାପତି ସନତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପସଭାପତି ସଞ୍ଜୟ ଦାସ, ସୌର୍ଯ୍ୟରଞ୍ଜନ ସାସମଲ, ସହ ସମ୍ପାଦକ ଗୌରୀ ମହାନ୍ତି, କୋଷାଧ୍ୟକ୍ଷ ଖାରବେଳ ମଲିକ, କାର୍ଯ୍ୟକାରୀ ସଦସ୍ୟ ଦୀପକ ସାମନ୍ତରା, ସନ୍ଦିପ ମହାନ୍ତି, ଚିତ୍ତରଞ୍ଜନ ସ୍ବାଇଁ, ସଦସ୍ୟ ହିମାଂଶୁ ଶେଖର ଦାସ, ମିର ଅଜମଦ ଅଲ୍ଲୀ, ପ୍ରଦୀପ ସରକାର, ଦିଲୀପ ଜେନା, ଅନୁପମା ସ୍ବାଇଁ, କ୍ରିଷ୍ଣା ଶିକାରୀ, ଅନୁରାଧା ପାତ୍ର, ସୁସ୍ମିନି ପାଲଟାସିଂ, ସନ୍ଦିପ ଦାସ, ଶୁଭସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ହରିପ୍ରସାଦଙ୍କୁ ସମ୍ବର୍ଦ୍ଧିତ  କରିଥିଲେ। 

All Right Reserved By

ଖେଳ |

ଅବସର ଏବେ ନୁହେଁ- ପେସ

ଅବସର ଏବେ ନୁହେଁ- ପେସ

ନୂଆଦିଲ୍ଲୀ,୨୪।୧- ଭେଟେରାନ ଲିଆଣ୍ଡର ପେସ ଏବେ ଅବସର ନେବେ ନାହିଁ। ୧୮ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଜିତି ସାରିଥିଲେ ମଧ୍ୟ ୪୫ ବର୍ଷୀୟ ଖେଳାଳି ଟେନିସ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। 

ପାକିସ୍ତାନ ଗସ୍ତରୁ ଓହରିଲେ ଷ୍ଟାଫାନି ଟେଲର

ପାକିସ୍ତାନ ଗସ୍ତରୁ ଓହରିଲେ ଷ୍ଟାଫାନି ଟେଲର

କିଙ୍ଗ୍‌ଷ୍ଟନ,୨୪।୧-  ଇଣ୍ଡିଜ୍‌ ମହିଳା ଦଳ ଚଳିତ ମାସରେ ପାକିସ୍ତାନ ଗସ୍ତରେ ୩ ଟି୨୦ ମ୍ୟାଚ୍‌ ଖେଳିବ। ଏହି ଘୋଷଣା ପରେ ଇଣ୍ଡିଜ ଦଳର ଅଧିନାୟିକା ଷ୍ଟାଫାନି ଟେଲର ସିରିଜ୍‌ରୁ ଓହରି ଯାଇଛନ୍ତି।

ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରରେ

ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରରେ

ଜାକାର୍ତ୍ତା(ଇଣ୍ଡୋନେସିଆ),୨୪।୧(ପି.ଟି.)- ଷ୍ଟାର ଭାରତୀୟ ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

 ଭାରତକୁ ଜିତାଇଲେ ମନ୍ଧାନା

ଭାରତକୁ ଜିତାଇଲେ ମନ୍ଧାନା

ନାପିଏର,୨୪।୧- ପୁରୁଷ ଦଳ ଭଳି ଭାରତୀୟ ମହିଳା ମ୍ୟାକଲିନ ପାର୍କଠାରେ ସହଜ ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିଛି। 

ଜୋହାନ ବୋଥାଙ୍କ ଅବସର

ଜୋହାନ ବୋଥାଙ୍କ ଅବସର

ସିଡ୍‌ନୀ,୨୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜୋହାନ ବୋଥା ହଠାତ ଅବସର ଘୋଷଣା କରିଛନ୍ତି। ଚଳିତ ବିଗ୍‌ ବାଶ ଲିଗ୍‌ରେ ହାବର୍ଟ ହରିକେନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବୋଥା ଗୁରୁବାର ଏହି ନିଷ୍ପତ୍ତି ନେଇଛନ୍ତି। 

ପାକିସ୍ତାନ ଗସ୍ତ କରିବ ଇଣ୍ଡିଜ ମହିଳା ଦଳ

ପାକିସ୍ତାନ ଗସ୍ତ କରିବ ଇଣ୍ଡିଜ ମହିଳା ଦଳ

କରାଚୀ,୨୪।୧- ପାକିସ୍ତାନ କ୍ରିକେଟ ବୋର୍ଡକୁ ଗୁରୁବାର ଏକ ବଡ଼ ଆଶ୍ୱସ୍ତ ମିଳିଛି। ଇଣ୍ଡିଜ ମହିଳା ଦଳ ଚଳିତ ମାସର ଶେଷ ଆଡକୁ ପାକିସ୍ତାନ ଗସ୍ତ କରିବ। ଏଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ।

ବାସନ୍ଦ ହୋଇପାରନ୍ତି ସର୍ଫରାଜ

ବାସନ୍ଦ ହୋଇପାରନ୍ତି ସର୍ଫରାଜ

ଡର୍ବାନ,୨୪।୧- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଖଁା ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇପାରନ୍ତି।

ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ କ୍ୱିଟୋଭା-ଓସାକା

ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ କ୍ୱିଟୋଭା-ଓସାକା

ମେଲବୋର୍ନ,୨୪।୧- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ବର୍ଗର ଫାଇନାଲ ଲଢ଼େଇ ସ୍ପଷ୍ଟ ହୋଇଯାଇଛି। ଦୁଇ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭା ଏବଂ ୟୁଏସ୍‌ ଓପନ ଚାମ୍ପିୟନ ନାଓମି ଓସାକାଙ୍କ ମଧ୍ୟରେ ଟାଇଟଲ ପାଇଁ ମୁକାବିଲ ହେବ। 

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ;  ରୋହିତଙ୍କ ନେତୃତ୍ୱ

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ; ରୋହିତଙ୍କ ନେତୃତ୍ୱ

ନାପିଏର, ୨୪।୧(ପି.ଟି.)- ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଓ ଅତ୍ୟଧିକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ଦୁଇଟି ମୁକାବିଲା ଓ ଟି୨୦ ସରିଜରୁ ବିଶ୍ରାମ ଦିଆଯାଇଛି।

ମହିଳା ଫୁଟ୍‌ବଲ: ହଂକଂ ବିପକ୍ଷରେ ଭାରତ ଦ୍ୱିତୀୟ ବିଜୟ

ମହିଳା ଫୁଟ୍‌ବଲ: ହଂକଂ ବିପକ୍ଷରେ ଭାରତ ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ, ୨୪।୧ (ପି.ଟି.)- ମିଡ୍‌ ଫିଲ୍ଡର ଇନ୍ଦୁମଥି କାଥିରେସାନଙ୍କ ଗୋଲ ବଳରେ ଭାରତୀୟ ମହିଳା ଘରୋଇ ହଂକଂକୁ ବୁଧବାର ଖେଳାଯାଇଥିବା ଆନ୍ତର୍ଜାତିକ ବନ୍ଧ୍ବତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ରେ ୧-୦ ଗୋଲରେ ପରାସ୍ତ କରିଛି। 

ବିହାରିଲାଲ ସ୍ମାରକୀ କ୍ରିକେଟ: ବିହାରିଲାଲ ଚାମ୍ପିୟନ

ବିହାରିଲାଲ ସ୍ମାରକୀ କ୍ରିକେଟ: ବିହାରିଲାଲ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୨୪।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳପଡ଼ିଆରେ ଚାଲୁଥିବା ବିହାରୀ ଜେନା ମେମୋରିଆଲ କ୍ରିକେଟ୍‌ ଟୁର୍ନମେଣ୍ଟରେ ଆୟୋଜକ ବିହାରିଲାଲ ଫାଇଟର୍ସ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଘରୋଇ ଦଳ ଶହୀଦ ସ୍ପୋର୍ଟିଂକୁ ହରାଇ ଟାଇଟଲ ହାସଲ କରିଛି । 

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ:  ବିଜେଇଏମ୍‌, କିସ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ: ବିଜେଇଏମ୍‌, କିସ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର,୨୪।୧(ସ୍ପୋଟର୍‌ସ ବ୍ୟୁରୋ)- ଭେଟେରାନ କ୍ରିକେଟ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ବି.ଜେ.ବି. କଲେଜ ଗ୍ରାଉଣ୍ଡରେ ଚାଲିଥିବା ୧୭ତମ ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିଜେଇଏମ୍‌ ଓ କିସ୍‌ ବୃହତ୍‌ ବିଜୟ ହାସଲ କରିଛନ୍ତି।